୫ଶହ ବର୍ଷର ଚାକୁଣ୍ଡା ଗଛକୁ କାଟିଦେଲେ: ପକ୍ଷୀ ଡହଳବିକଳ

ମହାକାଳପଡ଼ା,୩।୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ୫୦୦ ବର୍ଷରୁ ଅଧିକ ବିଶାଳ ଚାକୁଣ୍ଡା ଗଛକୁ ପରିଚାଳନା କମିଟି କାଟି ଦେଇଛନ୍ତି। ଏହି ବିଶାଳକାୟ ଗଛଟିର ଐତିହ୍ୟ ଓ କିମ୍ବଦନ୍ତୀକୁ ନେଇ ଧରିତ୍ରୀରେ ଜାନୁଆରୀ ପ୍ରଥମ ସପ୍ତାହରେ ଏକ ଶୀର୍ଷକ ‘ପୁରୁଣା ଚାକୁଣ୍ଡା ଗଛ ପାଲଟିଛି ମୂକସାକ୍ଷୀ’ ପ୍ରକାଶ ପାଇଥିଲା। ଏହି ଗଛଟିକୁ ସୁରକ୍ଷା ଦେବା ପାଇଁ ରାମଚଣ୍ଡୀ ଆଞ୍ଚଳିକ ସେନା ପକ୍ଷରୁ ଦାବି କରାଯାଇଥିଲା। ଖବର ପ୍ରସାରଣର ଦେଢ଼ ମାସ ପରେ ମନ୍ଦିର ପରିଚାଳନା କମିଟି ତରବରିଆ ଭାବେ ବିନା କାରଣରେ ଗଛଟିର ବଡ଼ ବଡ଼ ଶାଖାକୁ ମେଶିନ୍‌ ଦ୍ୱାରା ଖଣ୍ଡ ଖଣ୍ଡ କରିଛନ୍ତି। ଫଳରେ ଗଛର ଶାଖା ପ୍ରଶାଖା କୋରଡରେ ଆଶ୍ରୟ ନେଇଥିବା ସରୀସୃପ ଓ ବିଭିନ୍ନ ପ୍ରଜାତିର ପକ୍ଷୀ ବାସହରା ହୋଇ ଏଣେତେଣେ ଘୂରି ବୁଲୁଛନ୍ତି। ଏହି ବିଶାଳ ଗଛ କୋରଡରେ ବିଭିନ୍ନ ପ୍ରଜାତିର ପକ୍ଷୀ ତଥା ଶୁଆ ସାରୀ, ଟିଆ, ଧଳା ପେଚା, ଘରଚଟିଆ, ବଣି, କୁଣ୍ଡାପଟିକି, କୁମ୍ଭାଟୁଆ, ହଳଦୀବସନ୍ତ ଆଦି ପକ୍ଷୀ ବସା ବାନ୍ଧି ରହୁଥିଲେ। ଏହି ପକ୍ଷୀମାନଙ୍କ କିଚିରି ମିଚିରି ଶବ୍ଦକୁ ମନ୍ଦିର ଦର୍ଶନ କରିବାକୁ ଆସୁଥବା ଶ୍ରଦ୍ଧାଳୁମାନଙ୍କ ମନକୁ ବେଶ୍‌ ଆନନ୍ଦିତ କରୁଥିଲା। ଅପରପକ୍ଷରେ ଏହି ଗଛମୂଳେ ଶ୍ରଦ୍ଧାଳୁମାନେ ପ୍ରବଳ ଉତ୍ତାପରୁ ରକ୍ଷା ପାଇବା ପାଇଁ ଆଶ୍ରୟ ନେଉଥିଲେ। ତେବେ କିଛିଦିନ ପରେ ମା’ଙ୍କ ପୀଠରେ ଝାମୁଯାତ୍ରା ଅନୁଷ୍ଠିତ ହେବ। ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଶ୍ରଦ୍ଧାଳୁମାନେ ଝାମୁଯାତ୍ରା ସମୟରେ ଛାଇ ତଳେ ବିଶ୍ରାମ ନିଅନ୍ତି ବୋଲି ପରିବେଶପ୍ରେମୀ ବିରଞ୍ଚତ୍ ନାରାୟଣ ଦାସ କହିଛନ୍ତି। ଗଛ କଟା ହେବା ଦ୍ୱାରା ବିଭିନ୍ନ ଦେଶୀୟ ପକ୍ଷୀମାନଙ୍କ ବସା ନଷ୍ଟ ହେବାକୁ ବସିଛି। ଚଳିତ ସପ୍ତାହରେ ପ୍ରବଳ ଖରାରେ ଅସୁରକ୍ଷିତ ମନେ କରି ନିକଟ ବାଡ଼ି ବଗିଚାରେ ପେଚା ସମେତ ବିଭିନ୍ନ ପକ୍ଷୀ ଛୋଟ ଗଛ ଉହାଡରେ ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି। ବଡ଼ ଦୁଃଖ ଓ ପରିତାପର ବିଷୟ, ମନ୍ଦିର ପରିଚାଳନା କମିଟି ବିନା କାରଣରେ କଞ୍ଚାଗଛକୁ କିପରି କାଟିଲେ ବୋଲି ସେନା ଆବାହକ ଲକ୍ଷ୍ମୀକାନ୍ତ ସ୍ବାଇଁ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ମନ୍ଦିର ପରିଚାଳନା କମିଟିର ଟ୍ରଷ୍ଟି ଦାୟିତ୍ୱରେ ଥିବା ମଥୁରୀ ଚରଣ ସେନାପତିଙ୍କୁ ପଚାରିବାରେ ଗଛଟି ଭାଙ୍ଗି ପଡ଼ିବା ଆଶଙ୍କା ଥିବାରୁ ସେଥିପାଇଁ ଗଛ କଟାଗଲା ବୋଲି କହିଛନ୍ତି। ଏ ସମ୍ପର୍କରେ ପକ୍ଷୀପ୍ରେମୀ ସୁବାସ ସ୍ବାଇଁ କହିଛନ୍ତି, ମନ୍ଦିର ପରିଚାଳନା କମିଟି ପରିସରରେ ଗୋଟିଏ ବି ଗଛ ଲଗାଇ ନାହିଁ। ଏହି ବିଶାଳ ଗଛଟି ପକ୍ଷୀମାନଙ୍କର ଆଶ୍ରୟସ୍ଥଳ ପାଲଟିଥିଲା। କିପରି ଓ କେଉଁ ପରିସ୍ଥିତିରେ ଏହି ଚାକୁଣ୍ଡା ଗଛଟିକୁ ପରିଚାଳନା କମିଟି କାଟିଲା ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରବଳ ଗରମରେ ପକ୍ଷୀମାନେ କେଉଁଠି ଆଶ୍ରୟ ନେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କ ଭବିଷ୍ୟତ ଉପରେ ଗମ୍ଭୀରଙ୍କ ଚମକାଇଦେବା ବୟାନ, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ ଶେଷ ହୋଇଛି। ଭାରତୀୟ ଦଳ ୩-୦ରେ ସିରିଜ କ୍ଲିନ ସୁଇପ କରିଛି। ତେବେ ସିରିଜରେ ୧୫ ବର୍ଷୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ…

ମାସେ ଯାଏ ସାବଧାନ ରୁହନ୍ତୁ ୩ ରାଶି! ଶନି-ସୂର୍ଯ୍ୟ ଏକାସାଙ୍ଗରେ କରିବେ କଲବଲ, ପାଖରୁ ପଳାଇବ ସବୁ ଟଙ୍କା!

ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ଅଧିପତି ଏବଂ ଶନିଙ୍କୁ କର୍ମ ଓ ନ୍ୟାୟର କାରକ ବୋଲି ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ସୂର୍ଯ୍ୟ ଓ ଶନିଙ୍କ…

ଆସିଲା ବଡ଼ ଅପଡେଟ୍‌: ଏମାନଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ! ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୮।୯: ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର। ଯଦି ଗାଡ଼ିର ବୈଧ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ନଥାଏ, ତେବେ ଆଗାମୀ ଦିନରେ ପେଟ୍ରୋଲ ପମ୍ପରେ ଇନ୍ଧନ…

ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା: ରାତାରାତି ଖେଳିଲେ ବଡ଼ ଗେମ୍‌, ECଙ୍କୁ ରାତିରେ ଦେଲେ…

କୋଲକାତା,୧୮।୯: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ନୂଆ ମୋଡ଼ ଆସିଛି। ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ଆଦେଶର କିଛି ଘଣ୍ଟା…

ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…

ନୂଆଦିଲ୍ଲୀ,୧୮।୯: ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ…

ଟ୍ରଫି ନେବା ସମୟରେ ଶ୍ରେୟସ କଲେ ଏମିତି କାମ, ଚାରିଆଡ଼େ ହେଉଛି ପ୍ରଶଂସା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ୧୨୭ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି ଭାରତ। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ…

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

‘ଓଁ ନମଃ ଶିବାୟ’ : ଶତକ ପରେ ମଇଦାନ ମଝିରେ ବସି ମନ୍ତ୍ର ଜପିଲେ ଅଭିଷେକ ଶର୍ମା, ତା’ପରେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବ୍ୟାଟର ଝଡ଼ ଆଣିଛନ୍ତି ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଧୂଆଁଧାର ଶତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?