ବ୍ରିଟେନ୍‌ ଫେରନ୍ତା ୪ବର୍ଷ ଶିଶୁକନ୍ୟା ପଜିଟିଭ

ଭୁବନେଶ୍ୱର, ୨୬ା୧୨(ବ୍ୟୁରୋ): ବ୍ରିଟେନ୍‌ରୁ ଓଡ଼ିଶା ଫେରିଥିବା ଜଣେ ୪ବର୍ଷର ଶିଶୁକନ୍ୟା କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ସମ୍ପର୍କରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଶୁକ୍ରବାର ସୂଚନା ଦିଆଯିବା ପରେ ସହରରେ ଆତଙ୍କ ଖେଳିଯାଇଛି। ତେବେ ଆକ୍ରାନ୍ତ ଶିଶୁଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ସରକାରୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କଠାରେ କୋଭିଡ୍‌ ଭୂତାଣୁର ନୂଆ ଷ୍ଟ୍ରେନ୍‌ ଅଛି କି ନାହିଁ ତାହା ଜାଣିବାକୁ ସ୍ବାବ୍‌ ପରୀକ୍ଷା ପାଇଁ ପୁଣେସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିକୁ ପଠାଯାଇଛି। ଗତ ୨୦ ତାରିଖରେ ଆକ୍ରାନ୍ତ ଶିଶୁ ପରିବାର ସହ ଓଡ଼ିଶାରେ ପହଞ୍ଚତ୍ଥିଲେ। ବର୍ତ୍ତମାନ ତାଙ୍କ ପରିବାର ଭୁବନେଶ୍ୱରର ଦକ୍ଷିଣ-ପୂର୍ବ ଜୋନ୍‌ରେ ରହୁଥିବାବେଳେ ମା’ ଓ ବାପାଙ୍କ ସ୍ବାବ୍‌ ନମୁନା ନେଗେଟିଭ ଆସିଛି। ଏହା ପୂର୍ବରୁ ଅର୍ଥାତ୍‌ ବୁଧବାର ଭୁବନେଶ୍ୱରର ୩୪ ବର୍ଷୀୟ ବ୍ରିଟେନ୍‌ ଫେରନ୍ତା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ୍‌ ହସ୍ପିଟାଲରେ ରଖାଯାଇ ଚିକିତ୍ସା କରାଯାଉଛି। ୧୪ ଦିନ ଭିତରେ ଆସିଥିବା ବ୍ରିଟେନ୍‌ ଫେରନ୍ତାଙ୍କ ମଧ୍ୟରେ ସେ ପ୍ରଥମ ଆକ୍ରାନ୍ତ ଥିଲେ। ଅନ୍ୟମାନଙ୍କୁ ଚିହ୍ନଟ ପାଇଁ କଣ୍ଟାକ୍ଟ ଟ୍ରେସିଙ୍ଗ୍‌ ଜାରି ରହିଥିବାବେଳେ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କ ସ୍ବାବ୍‌ ସଂଗ୍ରହ କରାଯାଉଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।
ବ୍ରିଟେନ୍‌ରେ ଏବେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌ ଭୟଙ୍କର ରୂପ ନେଉଥିବାରୁ କେନ୍ଦ୍ର ସରକାରଙ୍କ ସତର୍କତା ପରେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ତ୍ୱରିତ ପଦକ୍ଷେପ ଆରମ୍ଭ କରିଛନ୍ତି। ଗତ ୧୪ ଦିନରେ ବ୍ରିଟେନ୍‌ରୁ ଓଡ଼ିଶା ଫେରିଥିବା ୪୩ ଜଣଙ୍କ ବିବରଣୀ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ୩୫ ପୁରୁଷ ଓ ୮ଜଣ ମହିଳା ରହିଛନ୍ତି। ଭୁବନେଶ୍ୱରରୁ ସର୍ବାଧିକ ୨୧ଜଣ ବ୍ରିଟେନ୍‌ ଫେରନ୍ତା ରହିଥିବାବେଳେ କଟକରୁ ୫, କୋରାପୁଟ ୩, ବ୍ରହ୍ମପୁର ୩, ନୟାଗଡ଼ ଓ ନବରଙ୍ଗପୁରରୁ ୨ଜଣ ଲେଖାଏ ରହିଛନ୍ତି। ସେହିପରି କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ସମ୍ବଲପୁର, ଖୋର୍ଦ୍ଧା, ପୁରୀ, ଯାଜପୁର ଓ ବଲାଙ୍ଗୀରରୁ ଜଣେ ଲେଖାଏ ବ୍ରିଟେନ୍‌ ଫେରନ୍ତା ଥିବା ସୂଚନା ଦିଆଯାଇଛି। ତେବେ ଭୁବନେଶ୍ୱରରେ ସବୁଠାରୁ ଅଧିକ ବ୍ରିଟେନ୍‌ ଫେରନ୍ତା ଥିବାରୁ ଜାରି ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ବିଏମ୍‌ସି ପକ୍ଷରୁ ଆର୍‌ଟି-ପିସିଆର୍‌ ଟେଷ୍ଟ ସହ କଣ୍ଟାକ୍ଟ ଟ୍ରେସିଂ ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ସେହିଭଳି ବିମାନ ବନ୍ଦରରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ସ୍କ୍ରିନିଂ ସହ ଆବଶ୍ୟକ ହେଲେ ଆର୍‌ଟି-ପିସିଆର୍‌ ଟେଷ୍ଟ ମଧ୍ୟ କରାଯାଉଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ମହାବିଦ୍ୟାଳୟରେ ଯୋଗଦେଲେ ନୂଆ ପ୍ରିନ୍ସିପାଲ, କହିଲେ ଛାତ୍ରୀଛାତ୍ରଙ୍କୁ ଠିକ୍‌ ଭାବେ…

କେସିଙ୍ଗା,୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ କେସିଙ୍ଗା ମହାବିଦ୍ୟାଳୟରେ ନୂତନ ଭାବେ ପ୍ରିନ୍ସିପାଲ ଅଶ୍ୱିନୀ ପଟ୍ଟନାୟକ ଶନିବାର ଯୋଗଦାନ କରିଛନ୍ତି। ସେ ଏହି ମହାବିଦ୍ୟାଳୟ ଗତ…

ଏଟିଏମ ଭଙ୍ଗା ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୧।୮(ସଙ୍ଗୀତା ଜେନା): ଜରେଇକେଲାରେ ଥିବା ଏକ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ଭଙ୍ଗା ଘଟଣାରେ ବିସ୍ରା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ପୋଲିସ ୮,୩୦୦…

ସାଧୁ ବେଶରେ ଅଭିନୟ ପଡ଼ିଲା ମହଙ୍ଗା, ପପୁ ଯାଦବଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୧।୮: ମୌସୁମୀ ଅଧିବେଶନ ୨୦୨୬ ସମୟରେ ସଂସଦରେ ରାମ ମନ୍ଦିର ଦାନ ଚୋରିକୁ ନେଇ ନାଟକ କରି ସାଂସଦ ପପୁ ଯାଦବ ଆଇନଗତ ଜାଲରେ ଫସିଯାଇଛନ୍ତି। କାରଣ…

‘ମୁଁ ଲଜ୍ଜିତ, ନିଜ ମୁହଁକୁ ଆଇନାରେ ଦେଖିପାରୁନି’ ପିଏମ ମୋଦିଙ୍କୁ ଅପଶବ୍ଦ କହିଥିବା ଯୁବତୀ ମାଗିଲେ କ୍ଷମା

ନୂଆଦିଲ୍ଲୀ,୧।୮: ଦିଲ୍ଲୀର ଜନ୍ତର-ମନ୍ତରରେ CJP ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା ଯୁବତୀଜଣକ ସୋସିଆଲ ମିଡିଆରେ ଭିଡିଓ ଜାରି କରି…

ସରେଣ୍ଡର କଲା ହମାସ! ଗାଜାରୁ ସେନା ପ୍ରତ୍ୟାହାର କରିବ ଇସ୍ରାଏଲ, ଟ୍ରମ୍ପ କଲେ ବଡ଼ ଘୋଷଣା

ଓ୍ବାଶିଂଟନ୍‌,୧।୮: ଗାଜା ସଂଘର୍ଷ ସମ୍ପର୍କରେ ଏକ ବଡ଼ କୂଟନୈତିକ ବିକାଶ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ହମାସ ଆତ୍ମସମର୍ପଣ କରିଛି ଏବଂ…

ହାର୍ଦ୍ଦିକ ପାଣ୍ଡ୍ୟା CSK ଆସିବା ପରେ ଅଧିନାୟକଙ୍କ ସବୁଠାରୁ ବଡ଼ ସମସ୍ୟାର ହେବ ସମାଧାନ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧।୮: ନିଲାମ ହେଉ କିମ୍ବା ଟ୍ରେଡ ମାଧ୍ୟମରେ, ଚେନ୍ନାଇ ସୁପର କିଙ୍ଗ୍ସ (CSK )ଏକ ସୁଲଭ ମୂଲ୍ୟରେ ଅସାଧାରଣ ପ୍ରତିଭା ସଂଗ୍ରହ କରିବାରେ କେବେ ପଛରେ ପଡ଼ିନାହିଁ।…

Odisha Floods: ଆକାଶ ମାର୍ଗରୁ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ ବନ୍ୟାରେ ୮ ଲକ୍ଷ …

ଭୁବନେଶ୍ୱର, ୧।୮ : : ରାଜ୍ୟର ବନ୍ୟା ପରିସ୍ଥିତିର ଆକାଶ ମାର୍ଗରୁ ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବନ୍ୟା ଯୋଗୁ ପ୍ରାୟ ୮ ଲକ୍ଷ…

ଅଜିତ ଡୋଭାଲଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର: ପଗଡ଼ି ପିନ୍ଧାଇଦେଲେ ଅମିତ ଶାହା

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୁଣେରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କୁ ସମ୍ମାନିତ କରିଛନ୍ତି। ଲୋକମାନ୍ୟ ତିଲକ ସ୍ମାରକୀ ଟ୍ରଷ୍ଟ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri