Posted inଫୁରସତ

୨ ବର୍ଷର ଶିଶୁ ଅନ୍‌ଲାଇନ୍‌ରେ ଅର୍ଡର କଲେ ଲକ୍ଷାଧିକ ଟଙ୍କାର ଜିନିଷ: ଆଉ ତା’ପରେ…

ଆଜିକାଲି ମୋବାଇଲ୍‌ ଯୁବପିଢିଙ୍କ ପାଇଁ ଏକ ନିଶା ପାଲଟିଛି। କରୋନା ସମୟରେ ଅନଲାଇନ୍‌ କ୍ଲାସ୍‌ ଯୋଗୁ ମଧ୍ୟ ମୋବାଇଲ୍‌ ପିଲାମାନଙ୍କ ପାଇଁ ଜରୁରୀ ହୋଇପଡିଛି। ପିଲାଙ୍କୁ ଯେତେ ବାରଣ କଲେ ମଧ୍ୟ ସେମାନେ ମୋବାଇଲ୍‌ ବିନା ରହିବା ଅସମ୍ଭବ ଯେମିତି ହୋଇପଡୁଛି। ନିକଟରେ ଏକ ୨୨ ମାସର ପିଲା ଅନଲାଇନ୍‌ ମାଧ୍ୟମରେ ୧.୪ ଲକ୍ଷ ଟଙ୍କାର ଏକ ଆସବାବପତ୍ର ମଗାଇ ଚର୍ଚ୍ଚାକୁ ଆସିଛନ୍ତି।
ଆମରେିକାର ନ୍ୟୁ ଜର୍ସିରେ ଏହି ଘଟଣା ଘଟିଛି। ୨୨ ମାସର ଆୟାଂଶ କୁମାର ଫୋନ ମାଧ୍ୟମରେ ଓ୍ବାଲମାର୍ଟରୁ ୨,୦୦୦ଡଲାର (୧.୪ ଲକ୍ଷ ଟଙ୍କା) ମୂଲ୍ୟର ଆସବାବପତ୍ର ଅର୍ଡର କରିବାକରିଥିଲେ। କିନ୍ତୁ ଏକଥା ତାଙ୍କ ମାତାପିତା ଜାଣି ନ ଥିଲେ। ନୂତନ ଆସବାବପତ୍ର ଘରେ ପହଞ୍ଚିବା ପରେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଆୟାଂଶଙ୍କ ମା’ ତାଙ୍କ ନୂଆ ଘର ପାଇଁ କିଛି ଜିନିଷ କିଣିବାକୁ ଚାହୁଁଥିଲେ। ପୁଅ ଏହା ଜାଣି ନିଜେ ଅର୍ଡର କରିଦେଇଥିଲେ। ତାଙ୍କ ପିତା ପ୍ରମୋଦ କୁମାର କହିଛନ୍ତି, ଏହା ବିଶ୍ୱାସ କରିବା ପ୍ରକୃତରେ କଷ୍ଟସାଧ୍ୟ, କିନ୍ତୁ ଏହା ଘଟିଛି। ତାଙ୍କ ପୁଅ ଚେୟାର, ଫୁଲ ଷ୍ଟାଣ୍ଡ ଏବଂ ଅନ୍ୟାନ୍ୟ ଜିନିଷ ଅର୍ଡର କରିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୬୦ ଫୁଟ ଉପରେ ବସି ଖାଇବାର ମଜା

ନୋଏଡା: ପ୍ରତି କ୍ଷେତ୍ରରେ ପ୍ରତିଯୋଗିତାମୂଳକ ମନୋଭାବ ଲୋକମାନଙ୍କୁ କିଛି ନିଆରା କରି ଦେଖାଇବା ପାଇଁ ପ୍ରେରଣା ଯୋଗାଉଛି। ଯେକୌଣସି ବ୍ୟବସାୟ ହେଉନା କାହିଁକି ଗ୍ରାହକଙ୍କୁ ଆକୃଷ୍ଟ...

ଜିଭରେ ଉଠାଇଲେ ୧୨.୫ କି.ଗ୍ରା.

ସ୍ବାଦ ବାରିବା ପାଇଁ ଜିଭର ଆବଶ୍ୟକତା ପଡ଼େ। ତେବେ ଜାଣନ୍ତି କି ଜିଭ ଶରୀରର ସବୁଠୁ ଶକ୍ତିଶାଳୀ ମାଂସପେଶୀ ବୋଲି। ଜାଣିଥିଲେ ବି ପ୍ରକୃତରେ ଏହା...

ଏଣିକି କରୋନାର ସ୍ଥାୟୀ ଚିକିତ୍ସା, ବୈଜ୍ଞାନିକମାନେ ଦେଲେ ପ୍ରତିଶ୍ରୁତି

ଓ୍ବାଶିଂଟନ,୧୩ା୧୧: କରୋନା ମହାମାରୀ ସମଗ୍ର ବିଶ୍ୱରେ ଦୀର୍ଘ ୨ ବର୍ଷ ଧରି ତା’ର କାୟା ବିସ୍ତାର କରିଚାଲିଛି। ଟିକାକରଣ ଯୋଗୁ ଏହା କିଛିମାତ୍ରାରେ କମିଛି। ମାତ୍ର...

ଅଣ ମୁସଲମାନ୍‌ଙ୍କ ପାଇଁ ଖୋଲିଲା ମୋଦି ମସଜିଦ୍‌

ବଙ୍ଗୋଲୁରୁ,୨୧।୧: କର୍ନାଟକର ବେଙ୍ଗାଲୁରୁର ଟସ୍କର ଟାଉନରେ ଥିବା ମୋଦି ଅବଦୁଲ୍‌ ଗଫୁର ମସଜିଦ୍‌କୁ ଅଣ ମୁସଲମାନଙ୍କ ପାଇଁ ଖୋଲା ଯାଇଛି। ୧୭୦ ବର୍ଷ ମଧ୍ୟରେ ପ୍ରଥମ...

ପରିଣତ ବୟସରେ ବି ହାରିଯାଇନାହାନ୍ତି ଏହି ବୃଦ୍ଧ, ପାହାଡ଼ କାଟି ୫ କିଲୋମିଟର ପର୍ଯ୍ୟନ୍ତ ଖୋଳିଛନ୍ତି କେନାଲ

ପାଟଣା,୧୩ା୯: ବିହାରର ପର୍ବତାରୋହୀ ଦଶରଥ ମାଝିଙ୍କ ନାମ ପ୍ରାୟ ସମସ୍ତେ ଶୁଣିଥିବେ। ଯିଏ କି ୨୨ ବର୍ଷ ଧରି କଠିନ ପରିଶ୍ରମ କରି ୩୬୦ ଫୁଟ...

ଯାତ୍ରୀ ଟ୍ରେନରେ ଯିବାକୁ ଟିକେଟ କାଟନ୍ତି ମହାରାଷ୍ଟ୍ରରେ, ଚଢ଼ନ୍ତି ଗୁଜରାଟରେ

ମୁମ୍ବାଇ,୧୫।୩: ସାଧାରଣତଃ ଷ୍ଟେଶନରେ ଟିକେଟ କାଟିବା ପରେ ଯାତ୍ରୀ ସେହିଠାରୁ ହିଁ ଟ୍ରେନରେ ଚଢ଼ିଥାନ୍ତି। ତେବେ ଭାରତରେ ଏଭଳି ଏକ ଷ୍ଟେଶନ ରହିଛି ଯେଉଁଠି ଯାତ୍ରୀ...

ଏହି ସହରରେ ରାସ୍ତାଠୁ ଆରମ୍ଭ କରି କ୍ଷେତ ପର୍ଯ୍ୟନ୍ତ ହଠାତ୍‌ ପାଣିର ରଙ୍ଗ ହୋଇଗଲା ନୀଳ, କାରଣ ଜାଣିଲେ…

ମୁମ୍ବାଇ,୧୧ା୮: ମହାରାଷ୍ଟ୍ରର କଲ୍ୟାଣ ଜିଲାରେ ବର୍ତ୍ତମାନ ଯେଉଁଆଡ଼େ ବୁଲିବେ କେବଳ ପାଣିର ରଙ୍ଗ ନୀଳ ଦେଖିବାକୁ ପାଇବେ। ଏପରିକି ରାସ୍ତାଘାଟଠାରୁ ଆରମ୍ଭ କରି କ୍ଷେତବାଡ଼ି ପର୍ଯ୍ୟନ୍ତ...

କାର୍ଟୁନ ଦେଖି ସୁପରହିରୋ ପାଲଟିଲେ ଏହି ଶିଶୁ, ଟିଭିର ଅବସ୍ଥା କଲେ ଏମିତି; ଭିଡିଓ ଦେଖିଲେ…

ଟିଭିରେ ନିଜ ମନପସନ୍ଦର କାର୍ଟୁନ ଦେଖିବାକୁ ଅନେକ ଶିଶୁ ଭଲପାଆନ୍ତି। କେବେ କେବେ କାର୍ଟୁନ କ୍ୟାରେକ୍ଟରକୁ ନକଲ କରନ୍ତି ତ ଆଉ କେବେ ଆକ୍ସନ ଜରିଆରେ...

Advertisement
Archives

Model This Week