ପାର୍ବଣ ସୁରକ୍ଷା ପାଇଁ ୧୫ ଦିନିଆ ସ୍ପେଶାଲ ଡ୍ରାଇଭ୍‌

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ପାର୍ବଣ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛି କମିଶନରେଟ ପୋଲିସ। ଏଥିପାଇଁ ୧୫ଦିନିଆ ସ୍ପେଶାଲ ଡ୍ରାଇଭ୍‌ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ସମୟ ମଧ୍ୟରେ ଦାଦାବଟି, ଲୁଟ, ଡକାୟତି, ଜୁଆ, ଦେହ ବ୍ୟବସାୟ, ନିଶା କାରବାର ଆଦି ଉପରେ କଡ଼ା ନଜର ରହିବ। ଥାନା ଅଧିକାରୀମାନେ ନିଜ ଅଞ୍ଚଳରେ ଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କ ତାଲିକା କରି ତୁରନ୍ତ ଗିରଫ କରି ଜେଲ୍‌ ପଠାଇବାକୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି। ମଦ ମାଫିଆଙ୍କ ଉପରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ଡିସିପି ପ୍ରତିଦିନ ଏହି ସ୍ପେଶାଲ ଡ୍ରାଇଭ୍‌ର ସମୀକ୍ଷା କରି ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେବେ। ଏହି ଡ୍ରାଇଭ୍‌ ପାଇଁ ଥାନାର କେତେଜଣ ଦକ୍ଷ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଏକ ଟିମ୍‌ ଗଠନ କରାଯିବ। ଉକ୍ତ ଟିମ୍‌ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରିବେ। ଆପରାଧିକ କାର୍ଯ୍ୟକଳାପ ନଜରକୁ ଆସିଲେ ଦୁଢ କାର୍ଯ୍ୟାନୁଷ୍ଠାନ ନେବେ।
ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଯେ, ପାର୍ବଣଋତୁ ପାଇଁ ପୋଲିସ ପକ୍ଷରୁ ଏହି ସ୍ପେଶାଲ ଡ୍ରାଇଭ୍‌ ଆରମ୍ଭ କରାଯାଇଛି। ଦାଦାବଟି ଉପରେ ସବୁଠୁ ଅଧିକ ଫୋକ୍‌ସ ରହିବ। ଅଭିଯୋଗ ଆସିଲେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେଣୁ ଲୋକେ ପୋଲିସକୁ ସହଯୋଗ କଲେ ଆମେ ଅପରାଧ ଦମନରେ ସଫଳ ହେବୁ ବୋଲି ଡିସିପି କହିଛନ୍ତି। ଏଥିସହ ପାର୍ବଣଋତୁରେ ଯେଉଁମାନେ କୋଭିଡ୍‌ ନିୟମ ଉଲ୍ଲଂଘନ କରିବେ ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକଲପୁର ଫେରିଘାଟକୁ ନେଇ ବିବାଦ

ମହାକାଳପଡ଼ା,୨୩ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କଂସାର ଓ କଂସାର ବଡ଼ଦାଣ୍ଡୁଆ ପଞ୍ଚାୟତର ଗୋବରୀ ନଦୀ ଏକଲପୁର ଫେରିଘାଟରେ ଦୈନଦିନ ଯାତାୟାତ ପାଇଁ ବ୍ଲକ ପ୍ରଶାସନ...

ନୂଆ ମୋଟର ଯାନ ଆଇନ-୨୦୧୯: ଆଉ ୬ଦିନ, କଡ଼ାକଡ଼ି ଯାଞ୍ଚ ପାଇଁ ପ୍ରସ୍ତୁତି ଜୋର୍‌ଦାର

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ରାଜ୍ୟ ସରକାର ଦେଇଥିବା ୩ମାସର ମହଲତ ସରିବାକୁ ଆଉ ମାତ୍ର ୬ ଦିନ ବାକି। ଡିସେମ୍ବର ୧ରୁ ନୂଆ ମୋଟର ଯାନ ଆଇନକୁ କଡ଼ାକଡ଼ି...

ଗୁରୁବାର ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ,ଭୁବନେଶ୍ୱର,୨୦।୭(ବ୍ୟୁରୋ): ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇବ। ମଧ୍ୟାହ୍ନ ୧୨ଟାରେ ଛାତ୍ରୀଛାତ୍ର ନିଜର ଫଳାଫଳ www.cbse.nic.in ଓ୍ବେବ୍‌ସାଇଟ ମାଧ୍ୟମରେ ଦେଖିପାରିବେ।

ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୫୮ ଜୀବନ

ଭୁବନେଶ୍ୱର,୧୦।୭(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ କିନ୍ତୁ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌। ଶୁକ୍ରବାର ରାଜ୍ୟରେ କରୋନାଜନିତ ୬୧ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ...

ଦୁଇଦିନ ବନ୍ଦ ରହିବ ବଡ଼ଦାଣ୍ଡର ସମସ୍ତ ଦୋକାନ

ପୁରୀ ଅଫିସ,୩୦।୧୨: ଶନିବାର ଓ ନୂଆବର୍ଷ ରବିବାର ପାଇଁ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏ ନେଇ ଦିବ୍ୟାଙ୍ଗ, ବରିଷ୍ଠ...

ମୁହଁ ଖୋଲିଲେ ଅଭିଯୁକ୍ତ ସ୍ତ୍ରୀ

ଭୁବନେଶ୍ୱର, ୨୩ା୪(ବ୍ୟୁରୋ): ପରକୀୟା ପ୍ରୀତିକୁ ବିରୋଧ କରିବାରୁ ଇଞ୍ଜିନିୟର ସ୍ବାମୀଙ୍କୁ ହତ୍ୟା ପାଇଁ ସୁପାରି ଦେବା ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଦୁଇ...

୧୦ ଜିଲାକୁ ବୁଡ଼ାଇବ ବର୍ଷା

ଭୁବନେଶ୍ୱର,୬-୯(ବ୍ୟୁରୋ):ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହୁଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୪ଟି ଜିଲା ଗଞ୍ଜାମ,...

ଅଂଶୁଘାତ ମୁକାବିଲା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ: ତୁରନ୍ତ ଅଚଳ ନଳକୂପ, ପାନୀୟ ଜଳ ପ୍ରକଳ୍ପ ମରାମତି କରିବାକୁ ପରାମର୍ଶ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେଲାଣି। ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ, ପଶ୍ଚିମ ଏବଂ...

Advertisement
Archives

Model This Week