ବନ୍ତ,୨।୫(ଡି.ଏନ୍.ଏ.)-କରୋନା ଲକ୍ ଡାଉନ୍ ପରିପେକ୍ଷୀରେ ଅନ୍ୟ ରାଜ୍ୟରୁ ଓଡ଼ିଶା ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ଦାୟିତ୍ୱ ବୁଝିବା ନେଇ ପଞ୍ଚାୟତସ୍ତରରେ ୧୦ ଜଣିଆ କମିଟି ଗଠିତ ହୋଇଛି। ଶନିବାର ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତ କାର୍ଯ୍ୟାଳୟଠାରେ ସରପଞ୍ଚ ଅଶୋକ କୁମାର ମହାନ୍ତି ଓ ନୋଡାଲ ଅଫିସର ଜଗତଜୀବନ ଜେନାଙ୍କ ଉପସ୍ଥିତିରେ ଏହି କମିଟି ଗଠନ କରାଯାଇଛି। କମିଟିରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ପଣ୍ଡା, ଗ୍ରାମ ରୋଜଗାର ସେବକ ପ୍ରଦୀପ ବିଶ୍ୱାଳ, ଆଶା କର୍ମୀ ସାବିତ୍ରୀ ସାହୁ, ଅଙ୍ଗନୱାଡି କର୍ମୀ ସଂଯୁକ୍ତା ରାଉତରାୟ, ମମତା ଭୂୟାଁ, କନକଲତା ନାୟକ, ଶିକ୍ଷକ ଶୋଭେନ୍ଦ୍ର କୁମାର ମାଝୀ, ଅଜୟ ପଣ୍ଡା, ଓଡ଼ିଶା ଜୀବିକା ମିଶନର ବ୍ଲକସ୍ତରୀୟ ସଂଯୋଜକ ବନୋଜ କୁମାର ବାରିକ ରହିଥିବା ସୂଚନା ମିଳିଛି।
Posted inଆମ ଜିଲା ଖବର, ଭଦ୍ରକ View All

ଷଷ୍ଠ, ସପ୍ତମ ଶ୍ରେଣୀ ପାଇଁ ଜଣେ ଶିକ୍ଷକ
ଖଡ଼ିଆଳ,୩।୪(ଡି.ଏନ.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ତୁକୁଲା ଗ୍ରାମପଞ୍ଚାୟତ ଫୁଣ୍ଡାପଦର ମୁରଲୀଧର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକରେ ଚାଲୁଥିବା ଜଣାପଡ଼ିଛି। ଜିଲାର ଅନେକ ଅନୁଦାନପ୍ରାପ୍ତ ବିଦ୍ୟାଳୟ...

ପାଟଣାରେ କେରଳ ଫେରନ୍ତାକୁ ନେଇ ଭୟ: ଫେରିଲେ ୧୪ ପ୍ରବାସୀ
ପାଟଣା,୮।୫(ସ୍ବ.ପ୍ର.): କେରଳରେ ରହୁଥିବା ୧୪ ପ୍ରବାସୀ ଓଡ଼ିଆ ଶୁକ୍ରବାର କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳର ନିଜ ଗ୍ରାମକୁ ଫେରିଛନ୍ତି। ଏହି ସମସ୍ତ ପୁରୁଷ ଶ୍ରମିକ...

ବିବାଦରୁ ରାସ୍ତାରେ ବାଉଁଶ ବାଡ଼
ଗୋପ,୧୧।୭(ଡି.ଏନ୍.ଏ.): ଗୋପ ଥାନା ଅନ୍ତର୍ଗତ ଜଙ୍ଗଲବୋରି ପଞ୍ଚାୟତର ୬ ନମ୍ବର ଓ୍ବାର୍ଡରେ ଦୀର୍ଘଦିନ ଧରି ଯାଆଆସ କରୁଥିବା ଭୁରୁଭୁରା ଦଳିତ ସାହି ଗ୍ରାମରେ ୪ ଜଣ...

ସ୍ବାବଲମ୍ବୀ କରିଛି ଚିନାବାଦାମ ବିକ୍ରି
କେନ୍ଦୁଝର, ୫ା୧୦(ସ୍ବ.ପ୍ର.)-ବର୍ତ୍ତମାନ ଚିନାବାଦାମ ଅମଳର ସମୟ। ଚାଷୀ ଚିନାବାଦମ ଅମଳ କରି ବିକି ବେଶ ଦୁଇ ପଇସା ଲାଭ କରିଥାଏ। ବେପାରୀ ମାନେ ଏହି ଚିନାବାଦାମକୁ...

ଗନ୍ଧମାର୍ଦ୍ଦନରେ ୪ ମାଓବାଦୀ କ୍ୟାମ୍ପ ଧ୍ୱଂସ
ବରଗଡ଼ ଅଫିସ୍,୧୦।୮: ବରଗଡ଼ ଜିଲାରେ ପୁଣି ମାଓବାଦୀଙ୍କ ଗତିବିଧି ପରିଲକ୍ଷିତ ହୋଇଛି। ଶନିବାର ଏସ୍ଓଜି ଏବଂ ସିଆର୍ପିଏଫ୍ ଯବାନମାନେ ଜିଲାର ପାଇକମାଳ ନିକଟ ଗନ୍ଧମାର୍ଦ୍ଦନ ସଂରକ୍ଷିତ...

କରୋନାରୁ ରକ୍ଷା ପାଇଁ ପୂଜାର୍ଚ୍ଚନା
ଖଇରା, ୨୬ା୩(ଡି.ଏନ.ଏ.)-ଏବେ କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ଲୋକେ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଅନ୍ୟପଟେ ଏଥିରୁ...

ଦୋକାନ ତାଲା ଭାଙ୍ଗି ଟେକିନେଲେ କ୍ୟାଶ୍ ବାକ୍ସ
ବ୍ରଜରାଜନଗର,୧୬ା୨(ଡି.ଏନ୍.ଏ.): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଆଜାଦ ଛକଠାରେ ଥିବା ଏକ ଭେରାଇଟି ଷ୍ଟୋରରୁ ଚୋରି ହୋଇଛି। ଏନେଇ ଦୋକାନ ମାଲିକ ଜଗବନ୍ଧୁ କବି...

ରୋଜଗାର ଦେଇପାରୁନି କୌଳିକ ବୃତ୍ତି: ବେଉସାରେ ବାଧକ କରୋନା
ଛେଣ୍ଡିପଦା, ୨୪।୫(ସ୍ବ.ପ୍ର.)- କୌଳିକ ବୃତ୍ତି ଉପରେ ନିର୍ଭର କରି ଆଉ ଚଳିହେଉନି। ଅନ୍ୟ ସମୟ କଥା ଥିଲା ଅଲଗା। ହେଲେ ବର୍ତ୍ତମାନର କରୋନା କଟକଣା କମାର,...