Posted inଜାତୀୟ

ସ୍କୁଲ ଶିକ୍ଷା: ଓଡ଼ିଶାର ଉନ୍ନତ ପ୍ରଦର୍ଶନ

ନୂଆଦିଲ୍ଲୀ, ୧୯।୬ (ପି.ଟି.): ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଜାରି ହୋଇଥିବା ୨୦୨୩-୨୪ ପର୍ଫମିଂ ଗ୍ରେଡ୍‌ ଇଣ୍ଡେକ୍ସ (ପିଜିଆଇ) ଅନୁଯାୟୀ, ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଚଣ୍ଡିଗଡ଼, ପଞ୍ଜାବ, ଦିଲ୍ଲୀ, ଗୁଜରାଟ ଏବଂ ଓଡ଼ିଶା ରହିଛି। ଏହି ରିପୋର୍ଟରେ ସ୍କୁଲ ଶିକ୍ଷା କ୍ଷେତ୍ରରେ ବିଭନ୍ନ ଜିଲାର ପର୍ଫମିଂ ଗ୍ରେଡ୍‌ ଇଣ୍ଡେକ୍ସ (ପିଜିଆଇ-ଡି) ପଏଣ୍ଟ ଜରିଆରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ପ୍ରଦର୍ଶନକୁ ମୂଲ୍ୟାଙ୍କନ କରାଯାଇଛି। ଅନ୍ୟାନ୍ୟ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ କେରଳ, ଡାମନ ଏବଂ ଡିଉ, ହରିୟାଣା, ଗୋଆ, ମହାରାଷ୍ଟ୍ର ଏବଂ ରାଜସ୍ଥାନ ରହିଛି। ସ୍କୁଲ ଶିକ୍ଷା କ୍ଷେତ୍ରରେ ମେଘାଳୟ ହେଉଛି ସବୁଠାରୁ ନିମ୍ନ ପ୍ରଦର୍ଶନକାରୀ ରାଜ୍ୟ। ହାରାହାରି ପ୍ରଦର୍ଶନକାରୀ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ପୁଡୁଚେରୀ, ହିମାଚଳ ପ୍ରଦେଶ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ତାମିଲନାଡ଼ୁ, କର୍ନାଟକ, ପଶ୍ଚିମବଙ୍ଗ ରହିଛନ୍ତି। ଫଳାଫଳ, ପ୍ରଭାବଶାଳୀ ଶ୍ରେଣୀଗୃହ ଶିକ୍ଷାଦାନ, ଭିତ୍ତିଭୂମି ସୁବିଧା, ବିଦ୍ୟାଳୟ ଏବଂ ଶିଶୁ ସୁରକ୍ଷା, ଡିଜିଟାଲ ଶିକ୍ଷଣ ଏବଂ ଶାସନ ପ୍ରକ୍ରିୟା ଆଦି ୬ଟି ଶ୍ରେଣୀରେ ୭୪ଟି ବିଭିନ୍ନ ଇଣ୍ଡିକେଟର ସହ ଏହି ରିପୋର୍ଟରେ ପ୍ରତ୍ୟକ ଜିଲାକୁ ସର୍ବାଧିକ ୬୦୦ରୁ ବିଭିନ୍ନ ପଏଣ୍ଟ ଦିଆଯାଇଛି। ସ୍କୁଲ ଶିକ୍ଷା କ୍ଷେତ୍ରରେ ଗତ ୨ ବର୍ଷ ମଧ୍ୟରେ ସର୍ବାଧିକ ପ୍ରଗତି କରିଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା, ହିମାଚଳ ପ୍ରଦେଶ, ତେଲଙ୍ଗାନା, ଚଣ୍ଡିଗଡ଼ ଏବଂ ଗୋଆ ରହିଛନ୍ତି। ସେହିପରି ଗତ ୨ ବର୍ଷ ମଧ୍ୟରେ ଛତିଶଗଡ଼, ପଞ୍ଜାବ ଏବଂ ପଶ୍ଚିମବଙ୍ଗର ସ୍କୁଲ ଶିକ୍ଷା ପ୍ରଦର୍ଶନରେ ତୀବ୍ର ହ୍ରାସ ଘଟିଥିବା ଏହି ରିପୋର୍ଟ କହିଛି। ସମୟ ସହ ସ୍କୁଲ ଶିକ୍ଷା କ୍ଷେତ୍ରରେ ଦେଶର ଶୀର୍ଷ ଏବଂ ନିମ୍ନ ପ୍ରଦର୍ଶନକାରୀ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ବ୍ୟବାଧାନ ହ୍ରାସ ପାଇଥିବା ନେଇ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri