୨୩ କୋଟିର ଶ୍ରମିକ କଲ୍ୟାଣ ପାଣ୍ଠି ହଡ଼ପ

ଯାଜପୁର ଅଫିସ,୨୯ା୧୧: ସୁକିନ୍ଦା ଖଣି ଅଞ୍ଚଳରେ କେତେକ ସଂଗଠନ ଏବଂ ଲୋଡିଂ ଠିକାଦାରଙ୍କ ଦ୍ୱାରା ଶ୍ରମିକମାନେ ଶୋଷଣର ଶିକାର ହୋଇଛନ୍ତି। କରୋନା ସମୟରେ ଦୁର୍ଦ୍ଦିନରେ କାଳାତିପାତ କରୁଥିବା ଶ୍ରମିକଙ୍କ ସହାୟତା ପାଇଁ ସରକାର ଯୋଗାଇଥିବା ଶ୍ରମିକ କଲ୍ୟାଣ ପାଣ୍ଠିରୁ ପ୍ରାୟ ୨୩ କୋଟି ଟଙ୍କା ହଡ଼ପ କରାଯାଇଛି। ସେହିପରି ଲୋଡିଂ ଠିକାଦାର ଶ୍ରମିକମାନଙ୍କ ପାଉଣାରୁ ସିଂହଭାଗ କାଟି ବର୍ଷକୁ ପ୍ରାୟ ୪୬ କୋଟି ଟଙ୍କା ହରିଲୁଟ୍‌ କରିଛନ୍ତି। ଏନେଇ କେତେଜଣ ଶ୍ରମିକ ସ୍ବର ଉତ୍ତୋଳନ କରିବାରୁ ସେମାନଙ୍କୁ ନିଯୁକ୍ତିରୁ ଛଟେଇ କରାଯିବା ସହ ହତ୍ୟା ଧମକ ଦିଆଯାଇଛି। ଏହିମର୍ମରେ ଈଶ୍ୱର ଘଡେଇ, ବୀର ଦାସ, ପ୍ରହ୍ଲାଦ ଓଝା, କାନ୍ଦୁରୁ ଦେହୁରୀ, ଗୌରା ମଲିକ, ଅରୁଣ ଓଝା ପ୍ରମୁଖ ଶ୍ରମିକମାନେ ରବିବାର ରାତିରେ କାଳିଆପାଣି ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ପାଇଁ ଆକୁଳ ନିବେଦନ କରିଛନ୍ତି।
ସ୍ବାର୍ଥ ଏବଂ ପାରିପାର୍ଶ୍ୱିକ ଉନ୍ନୟନ ନାମରେ ବିଭିନ୍ନ ସଂଗଠନଗୁଡିକ ଗଢ଼ିଉଠିଛି। କିନ୍ତୁ ସୁକିନ୍ଦା କ୍ରୋମାଇଟ ଖଣି ଅଞ୍ଚଳରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ଖଣି ସଂସ୍ଥାଗୁଡିକ ୟୁନିୟନକୁ ହାତ କରିି ପ୍ରଭାବିତ ଅଞ୍ଚଳବାସୀ ତଥା କ୍ଷତିଗ୍ରସ୍ତ ଶ୍ରମିକ ପରିବାରଙ୍କ ସମସ୍ୟାଠାରୁ ଦୂରେଇ ଯାଇଛନ୍ତି। ଫଳରେ ପ୍ରଭାବିତ ଅଞ୍ଚଳର ରାସ୍ତା, ପାନୀୟ ଜଳ, ସ୍ବାସ୍ଥ୍ୟ, ଶିକ୍ଷା ଭଳି ଅନେକ ମୌଳିକ ସମସ୍ୟା ଅସମାହିତ ହୋଇରହିଛି। ଅଞ୍ଚଳବାସୀଙ୍କ ପାଇଁ ଉଦ୍ଦିଷ୍ଟ ଲାଭଧନ ତଥା ସିଏସ୍‌ଆର୍‌ ପାଣ୍ଠିରେ ମୁଷ୍ଟିମେୟ ରାଜନେତା ଏବଂ ୟୁନିୟନ କର୍ମକର୍ତ୍ତାଙ୍କ ସମ୍ପତ୍ତି ବୃଦ୍ଧି ହୋଇଛି। ପ୍ରକୃତ ହିତାଧିକାରୀ ସବୁ ସୁବିଧାରୁ ବଞ୍ଚତ୍ତ ରହି ଦୟନୀୟ ଜୀବନ ଜିଉଛନ୍ତି। ଏହିକ୍ରମରେ ବିପଦପୂର୍ଣ୍ଣ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ବିପୁଳ ଅର୍ଥକୁ ଲୁଟ କରିବାକୁ ନେଇ ଏବେ ଖଣି ଅଞ୍ଚଳରେ ବିବାଦ ଲାଗି ରହିଛି। କାଳିଆପାଣି କ୍ରୋମାଇଟ ଖଣି ଅଞ୍ଚଳରେ ୩୫୦୦ରୁ ଊର୍ଦ୍ଧ୍ୱ ଶ୍ରମିକ କାର୍ଯ୍ୟ କରୁଛନ୍ତି। ନିଜର ହକ୍‌ ପ୍ରାପ୍ୟ ନ ପାଇ ଶ୍ରମିକମାନଙ୍କୁ ନିୟୋଜିତ କରିଥିବା ଠିକାସଂସ୍ଥାମାନେ ଠକି ଆସୁଛନ୍ତି। କାଳିଆପାଣି ଥାନାରେ ଶ୍ରମିକମାନଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଅନୁସାରେ ମହାମାରୀ କରୋନା ସମୟରେ କାମ ବନ୍ଦ ହୋଇଥିଲା। ସେତେବେଳେ ମେଶିନ ସହାୟତାରେ କେତେକ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ଫଳରେ ଶ୍ରମିକମାନେ କୌଣସି କାମ ନ ପାଇ ଆର୍ଥିକ ଅନଟନରେ କାଳାତିପାତ କରିଥିଲେ। ତେବେ ପ୍ରତ୍ୟେକ ଶ୍ରମିକଙ୍କୁ ଟନ ପିଛା ୩୫ ଟଙ୍କା ହିସାବରେ ଶ୍ରମିକ କଲ୍ୟାଣ ପାଣ୍ଠି ପ୍ରଦାନ କରାଯାଇଥିଲା, ଯାହାକି ପ୍ରାୟ ୨୩ କୋଟି ଟଙ୍କା ହେବ ବୋଲି ଶ୍ରମିକମାନେ ଦର୍ଶାଇଛନ୍ତି।
ଅର୍ଥ ପାଇବାକୁ ଶ୍ରମିକମାନେ କରୋନା ସମୟରେ ଖଣି ସଂଘ ଅଫିସକୁ ଯାଇ ବୁଝିଥିଲେ। ତେବେ ସଂଘ କର୍ତ୍ତୃପକ୍ଷ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ଏହାପରେ ଶ୍ରମିକମାନେ ବର୍ଷକ ତଳେ ସଂଘର ସାଧାରଣ ସମ୍ପାଦକଙ୍କୁ ଭେଟି ପଚାରିବାରୁ ଟଙ୍କା ଆସିଛି, ଖୁବ୍‌ଶୀଘ୍ର ତୁମମାନଙ୍କୁ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଦିନ ବିତିଗଲା, କିନ୍ତୁ କଲ୍ୟାଣ ପାଣ୍ଠି ଟଙ୍କା ସେମାନେ ପାଇଲେ ନାହିଁ। ପୁଣି ସଂଘ କର୍ତ୍ତୃପକ୍ଷଙ୍କୁ ଭେଟି ପଚାରିବାରୁ କେତେଜଣ ଶ୍ରମିକ ନେତାଙ୍କ ନାମ କହି ସେମାନଙ୍କୁ ସମସ୍ତ ଅର୍ଥ ପ୍ରଦାନ କରାଯାଇଛି ବୋଲି କହିଥିଲେ। ସେହି ଶ୍ରମିକ ନେତାମାନଙ୍କ ପାଖକୁ ଯାଇ ଶ୍ରମିକ କଲ୍ୟାଣ ପାଣ୍ଠି ପ୍ରଦାନ କରିବାକୁ ଦାବି କରିବାରୁ ଓଲଟା ଧମକ ଦିଆଯାଇଥିଲା। କିଛି ଦିନ ପରେ ସେମାନଙ୍କୁ କାମରୁ ଛଟେଇ କରାଯାଇଥିଲା। ଏବେ ସେହି ଶ୍ରମିକମାନଙ୍କ ହାତରେ କୌଣସି କାମ ନାହିଁ। ପରିବାରବର୍ଗ ଭୋକ ଉପାସରେ କାଳାତିପାତ କରୁଛନ୍ତି। ସବୁଆଡୁ ନିରାଶ ହୋଇ ସେମାନେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଉକ୍ତ କଲ୍ୟାଣ ପାଣ୍ଠି ହଡପ ଉପରେ ସେମାନେ ଇଡି ତଦନ୍ତ ଦାବି କରିଛନ୍ତି। ଅନ୍ୟ ଏକ ଅଭିଯୋଗ ଅନୁଯାୟୀ ଦୈନିକ ୧୨୦୦ ଟ୍ରକରେ ପ୍ରାୟ ୧୫ ହଜାର ଟନ କ୍ରୋମାଇଟ୍‌ ଲୋଡ ହୋଇଥାଏ। ଏଥିରେ ଲୋଡିଂ ଠିକାଦାର ଗାଡ଼ି ପିଛା ୧୮୭୫ ଟଙ୍କା କମ୍ପାନୀ ଓ ଟ୍ରାନ୍ସପୋର୍ଟର ପାଖରୁ ପାଇଥାଏ। ହେଲେ ଶ୍ରମିକମାନଙ୍କୁ ୬୦୦ ଟଙ୍କା ଦିଆଯାଉଛି। ଏ ବାବଦକୁ ମାସିକ ପ୍ରାୟ ୨୫ ଦିନ ଖଣି କାର୍ଯ୍ୟ ଚାଲୁଥିବାବେଳେ ଲୋଡିଂ ଠିକାଦାର ଦିନକୁ ୧୫ ଲକ୍ଷ ୩୦ହଜାର ଟଙ୍କା ଶ୍ରମିକମାନଙ୍କ ନାମରେ ଆସୁଥିବା ଟଙ୍କାକୁ ହଡ଼ପ କରୁଛନ୍ତି। ତେଣୁ ଶ୍ରମିକମାନେ ଟ୍ରକପ୍ରତି ୧୫୦୦ ଟଙ୍କା ଦେବା ପାଇଁ ଅନୁରୋଧ କରିଥିବାବେଳେ ସେମାନେ ଧମକଚମକ ଦେବା ସହ ସ୍ବର ଉତ୍ତୋଳନ କରୁଥିବା ଶ୍ରମିକମାନଙ୍କୁ ନିଯୁକ୍ତିରୁ ଛଟେଇ କରିଛନ୍ତି। ଏ ସଂକ୍ରାନ୍ତରେ ଆସିଷ୍ଟାଣ୍ଟ ଲେବର କମିଶନର(ସେଣ୍ଟ୍ରାଲ) କାର୍ଯ୍ୟାଳୟର ଅଧିକାରୀ ଅଜିତ କୁମାର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ସେତେବେଳେ ସେ ଏଠାରେ ନଥିଲେ। ଶ୍ରମିକମାନେ ଲିଖିତ ଆକାରରେ ଅଭିଯୋଗ କଲେ ଆବଶ୍ୟକ ତଦନ୍ତ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତ ମହୋତ୍ସବରେ ଯୋଗଦେବେ ବିଧାନସଭାର ପୂର୍ବତନ ଉପବାଚସ୍ପତି, ସହମତି ପ୍ରକାଶ କରି…

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ବିଧାନସଭାର ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ ଯୋଗଦେବାକୁ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

ଜାଣନ୍ତି କି ସରକାରୀ ଅନୁମୋଦନ ପାଇଥିବା ୨ ବିମାନ କମ୍ପାନୀର ମାଲିକ କିଏ?

ନୂଆଦିଲ୍ଲୀ,୨୫ା୧୨: କେନ୍ଦ୍ର ସରକାର ଇଚ୍ଛା ପ୍ରକାଶ କରୁଥିବା ଏୟାରଲାଇନ୍ସ ସହିତ ଅନେକ ବୈଠକ କରିବା ପରେ ଭାରତରେ ନୂଆ ଏୟାରଲାଇନ୍ସକୁ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri