ପ୍ରୋଜେକ୍ଟ ଦୃଷ୍ଟି ପାଇଁ ଡାଲମିଆ ସିମେଣ୍ଟର ବୁଝାମଣାପତ୍ର ସ୍ବାକ୍ଷରିତ

ରାଜଗାଙ୍ଗପୁର, ୨୯।୧୧(ଡି.ଏନ.ଏ.):ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁରର ପାରିପାଶର୍‌ବିକ ଅଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କ ଜୀବନରେ ଉନ୍ନତି ଆଣିବା ନିମନ୍ତେ ଜାରି ରହିଥିବା ପ୍ରୟାସକୁ ଅଧିକ ତ୍ୱରାନ୍ବିତ କରି ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ ପ୍ରୋଜେକ୍ଟ ଦୃଷ୍ଟି କାର୍ଯ୍ୟକାରିତା ନିମନ୍ତେ ଭୁବନେଶ୍ୱରସ୍ଥିତ ଏଲଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ ସହିତ ବୁଝାମଣାପତ୍ରରେ ସ୍ବାକ୍ଷର କରିଛି। ତାହା ପରବର୍ତ୍ତୀ ପର୍ଯ୍ୟାୟରେ କ୍ଷେତ୍ର ସ୍ତରରେ ପ୍ରୋଜେକ୍ଟ ଦୃଷ୍ଟି ଜଉରୁମାଲ ଗ୍ରାମରେ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ କାର୍ଯ୍ୟନିର୍ବାହୀ ଡାଇରେକ୍ଟର ଡିସିବିଏଲ ଏବଂ ରାଜଗାଙ୍ଗପୁର ୟୁନିଟ ମୁଖ୍ୟ ଚେତନ ଶ୍ରୀବାସ୍ତବ, ଭାଇସ ଚେୟାର ଏଲଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ ଡା. ରlଜୀବ ଆର ପପ୍ପୁରୁ, ଡା. ନିଳାଦ୍ରି ଭୂଷଣ ପାଢୀ ଏଇଡି-ଡିସିବିଏଲ, ରାଜଗାଙ୍ଗପୁର ବିଡ଼ିଓ ପିୟୁଷ ଲୋହାର, ଡା.ଦେବସ୍ମିତା ମାଝୀ, ସରପଞ୍ଚ ଜଉରୁମାଲ ଯୋଗିତା ଟିଗା,ବ୍ଲକ ଅଧ୍ୟକ୍ଷା ସବିନା ମିଞ୍ଜ ଏବଂ ପଞ୍ଚାୟତ ସମିତି ସଭ୍ୟ ଲାଲୁ ଲାକ୍ରା ଉପସ୍ଥିତ ଥିଲେ। ଜଉରୁମାଲ ଗ୍ରାମର ୧୫୦ରୁ ଅଧିକ ଗ୍ରାମବାସୀ, ଡାଲମିଆ ସିମେଣ୍ଟ ଏବଂ ଏଲଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ ଅଧିକାରୀବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଶେଷରେ ଚକ୍ଷୁ ରୋଗର ଶିକାର ହୋଇଥିବା ଗ୍ରାମବାସୀଙ୍କୁ ଚଷମା ବଣ୍ଟନ କରାଯାଇଥିଲା। ଖଣି ଏବଂ କାରଖାନା ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଚକ୍ଷୁ ଯତ୍ନ, ଚକ୍ଷୁ ରୋଗ ଏବଂ ଅନ୍ଧତ୍ୱ ନିରାକରଣ ନିମନ୍ତେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଲାଞ୍ଜିବେର୍ଣ୍ଣାଠାରେ ଏଲଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ ଭିଜନ ସେଣ୍ଟର ସ୍ଥାପନ କରାଯାଇଛି। ଏହା ଜନସାଧାରଣଙ୍କ ଆବଶ୍ୟକତା ଅନୁଯାୟୀ ନିୟମିତ ଭାବରେ ଚକ୍ଷୁଯତ୍ନ ସେବା ଯୋଗାଇଦେଇ ଚକ୍ଷୁରୋଗୀଙ୍କ ସଂଖ୍ୟା ହ୍ରାସ ଦିଗରେ ପ୍ରୟାସ କରିବ। ଏଲଭିପିଇଆଇ ସହଯୋଗରେ ଡାଲମିଆ ସିମେଣ୍ଟ, ରାଜଗାଙ୍ଗପୁର ଏବଂ ସୁନ୍ଦରଗଡ ଅଞ୍ଚଳରେ ୨୦୧୫ରୁ ମାଗଣା ଚକ୍ଷୁଯତ୍ନ ସେବା ଯୋଗାଇ ଆସୁଛି। ୟୁନିଟ ମୁଖ୍ୟ ଚେତନ ଶ୍ରୀବାସ୍ତବ କହିଛନ୍ତି, ଏଲଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ ରାଜଗାଙ୍ଗପୁର ସହିତ ୨୦୧୫ରୁ ଅତି ଘନିଷ୍ଠ ଭାବରେ ମିଶି କାର୍ଯ୍ୟ କରିଆସୁଛୁ। ଏହି ମିଳିତ ପ୍ରୟାସ ଆଇ ସେଣ୍ଟରକୁ ଲାଞ୍ଜିବେର୍ଣ୍ଣା ଅଞ୍ଚଳର ଜନସାଧାରଣଙ୍କ ନିକଟତର କରିପାରୁଛି ଏବଂ ସେମାନେ ଏହାର ସୁଯୋଗ ନେଉଛନ୍ତି। ଏହା ରାଜଗାଙ୍ଗପୁର ଓ ସୁନ୍ଦରଗଡକୁ ଦୃଷ୍ଟିହୀନମୁକ୍ତ ଜିଲାରେ ପରିଣତ କରିବା ଦିଗରେ ଆମର ପ୍ରତିବଦ୍ଧତାକୁ ଦୋହରାଉଛି। ବିଗତ ବର୍ଷଗୁଡିକରେ କମ୍ପାନୀର ଚକ୍ଷୁଯତ୍ନ ସେବା ପ୍ରାୟ ୧ଲକ୍ଷରୁ ଅଧିକ ରୋଗୀଙ୍କୁ ସେବା ଯୋଗାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରିବାକୁ ୫୨ଦିନ

ରାସୋଳ, ୯।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଗଣ୍ଡାନାଳୀ ପଞ୍ଚାୟତ ଅନ୍ତର୍ଗତ କଦଳୀପାଳ ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଉଥିବା ହିତାଧିକାରୀ ଅନୁଦାନ...

ସାଧୁସନ୍ଥଙ୍କ ମେଳି, ଝୁଣ୍ଟିଲା ପ୍ରଶାସନ; ସବୁ ମଠର ପରମ୍ପରା ବଞ୍ଚାଇ ରଖାଯିବ: ଜିଲାପାଳ

ପୁରୀ ଅଫିସ, ୩ା୯: ଶ୍ରୀମନ୍ଦିର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାରେ ଲାଗିଛି ବ୍ରେକ୍‌। କ୍ଷତିଗ୍ରସ୍ତଙ୍କ ଲାଗି ସରକାର...

ସୁନାଲଟିଠାରେ କୁସୁମୀ ବ୍ୟାରେଜର ଶୁଭାରମ୍ଭ : ୩ହଜାର ହେକ୍ଟର ଜମିକୁ କରିବ ଜଳସେଚନ

ନୟାଗଡ଼ ଅଫିସ,୧ା୧୨- ନୟାଗଡ଼ ବ୍ଲକ ବଡ଼ପଣ୍ଡୁସର ପଞ୍ଚାୟତ ସୁନାଲଟିଠାରେ କୁସୁମୀ ବ୍ୟାରେଜ (ଜଳସେଚନ ପ୍ରକଳ୍ପ) କାର୍ଯ୍ୟର ଶନିବାର ଶୁଭାରମ୍ଭ ହୋଇଛି। ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ...

ଦ୍ବିତୀୟ ଦିନରେ ପହଞ୍ଚିଲା ଡ୍ରାଇଭର ମହାସଂଘର ଧର୍ମଘଟ: ଅତ୍ୟାବଶ୍ୟକ ସାମଗ୍ରୀ ଚିନ୍ତାରେ ଖାଉଟି

ବାଲିଗୁଡ଼ା:୧୬।୩(ଡି.ଏନ.ଏ): ମାର୍ଚ୍ଚ ୧୫ ତାରିଖରୁ ୧୦ ଦଫା ଦାବି ନେଇ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛି ଓଡ଼ିଶା...

ପୁଅ ପ୍ରେମ ବିବାହ କରି ଚାଲିଯିବା ପରେ ବାପାଙ୍କ ବର୍ବର କାଣ୍ଡ: ସ୍ତ୍ରୀ, ଝିଅଙ୍କୁ ଶାବଳରେ ପିଟି ମାରିଦେବା ପରେ ନିଜେ କଲେ ଆତ୍ମହତ୍ୟା

ଜଗତ୍‌ସିଂହପୁର ଅଫିସ, ୪ା୭: ସ୍ତ୍ରୀ ଓ ଝିଅଙ୍କୁ ଶୁକ୍ରବାର ରାତିରେ ଶାବଳରେ ପିଟି ହତ୍ୟା କରିବା ପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଏଭଳି ଘଟଣା...

ଅଲେଖ ମହିମା ଧ୍ୱନିରେ ପ୍ରକମ୍ପିତ ଯୋରନ୍ଦା

ଢେଙ୍କାନାଳ ଅଫିସ, ୮।୨ – ମନରେ ନ ଥିଲା ବର୍ଷା ଭୟ। ଖାତିର ନ ଥିଲା କୋହଲା ପାଗକୁ। ଶୂନ୍ୟପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣର ଭାବ ନେଇ...

ଗ୍ୟାରେଜରେ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିିଗଲା

ବ୍ରହ୍ମପୁର ଅଫିସ,୨୦ା୧୨: ଟାଉନ ଥାନା ଅନ୍ତର୍ଗତ ଗେଟବଜାର ନିକଟ ରେଡ଼ିଓ ଷ୍ଟେଶନ କଡରେ ଥିବା ଏକ ବାଇକ୍‌ ଗ୍ୟାରେଜରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା।...

ଯୌତୁକ ପାଇଁ ନିର୍ଯାତନା : ୪ ଗିରଫ

ନିମାପଡ଼ା,୧୮ା୪(ଡି.ଏନ.ଏ): ଚାରିଛକ ଫାଣ୍ଡି ଅନ୍ତର୍ଗତ ଦାଣ୍ଡିଆପଡ଼ା ଗ୍ରାମର ମଲ୍ଳିକା ଭୋଇ ନାମ୍ନୀ ବଧୂଙ୍କୁ ଯୌତୁକ ଦାବିରେ ନିର୍ଯାତନା ଦେବା ସହ ଆକ୍ରମଣ କରିବା ଅଭିଯୋଗରେ ୪ଜଣଙ୍କୁ...

Advertisement
Archives

Model This Week