ଆସାମର ହାତତିଆରି ବାଉଁଶ ସାମଗ୍ର୍ରୀର ଆଦର ସାରା ଦେଶରେ କାହିଁରେ କ’ଣ। ସେଠାକାର ଲୋକେ ଏହାକୁ ଜୀବିକାର ମାଧ୍ୟମ କରିଆସିଛନ୍ତି। କିନ୍ତୁ ସମୟକ୍ରମେ ଯୁବପିଢ଼ି ସ୍ଥାନୀୟ କଳାକୁ ଛାଡ଼ି ଚାକିରି ଅନ୍ବେଷଣରେ ବାହାରକୁ ଚାଲିଯାଉଥିବାବେଳେ ସୌରଭ ନାଥ ଏହାକୁ ଦେଶ ବିଦେଶରେ ବେଶ୍ ଆଦୃତ କରିପାରିଛନ୍ତି। ସୌରଭଙ୍କ ବୟସ ୧୯। ସେ ରହନ୍ତି ଶିବସାଗର ଜିଲା ବୋକଜନ ଗାଁରେ। ସୌରଭ ପଢ଼ିବା ସହ ଏବେ ପାରମ୍ପରିକ ବାଉଁଶକଳାକୁ ଆପଣାଇ ଆଧୁନିକ ରୂପ ଦେଇ ଖ୍ୟାତି ଅର୍ଜନ କରିଛନ୍ତି। ତାଙ୍କ ହାତ ତିଆରି ବାଉଁଶ କଲମ, କପ୍ , ଚାମଚ, ଫୋନ୍ଷ୍ଟାଣ୍ଡ, ସୋଫା, ଲ୍ୟାମ୍ପ, ସାଇକେଲ ଆଦିର ଚାହିଦା ଖୁବ୍ ବେଶି। ଏବେ ତାଙ୍କୁ ଏହିସବୁ ଜିନିଷ ପାଇଁ ଅଧିକ ଅର୍ଡର ମିଳିବାରେ ଲାଗିଛି। ତାଙ୍କର ଏକ ‘ସୌରଭ ବାମ୍ବୋ ଆର୍ଟ’ ୟୁଟ୍ୟୁବ୍ ଚ୍ୟାନେଲ ଅଛି, ଯେଉଁଥିରେ ସେ ଅନ୍ୟମାନଙ୍କୁ ବାଉଁଶ ତିଆରି ଜିନିଷ ନିର୍ମାଣ କରିବା କୌଶଳ ସମ୍ପର୍କରେ ଶିକ୍ଷା ଦେଉଛନ୍ତି। ମାଟ୍ରିକ ପାସ୍ କରିବା ପରେ ସୌରଭ ପ୍ରଶିକ୍ଷଣ ନେଇ ପ୍ରଥମେ ବାଉଁଶ ସୋଫା ନିର୍ମାଣ କରୁଥିଲେ। ପରେ ସେ ନିଜ ଚେଷ୍ଟାରେ ଅନ୍ୟ ସବୁ ଜିନିଷ ତିଆରିି କରିବା ଆରମ୍ଭ କରିଥିଲେ। ସୌରଭ ତାଙ୍କ ଗାଁର କେତେଜଣ ଯୁବକଙ୍କୁ ଏହି କଳା ଶିକ୍ଷା ଦେଇ ସେମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରୁଛନ୍ତି।
ଆତ୍ମସ୍ଥ ସୁଖ ସନ୍ଧାନେ
ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...
ଜମି ମାଲିକାନା କୃଷକ ହାତକୁ ଯାଉ
କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...
ଜିଆ ଖାଉଛି ମାଛକୁ
ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...
ଦୁର୍ଘଟଣାର କାରଣ ପଥ ସମ୍ମୋହନ
ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...
ସରକାର ଚାହୁଁଛନ୍ତି
ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...
ଜଗନ୍ନାଥ ଗ୍ରହଣୀୟ
‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...
ଏଇ ଭାରତରେ
ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...
ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା
ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...
Archives


