ଏଇ ଭାରତରେ

ଆସାମର ହାତତିଆରି ବାଉଁଶ ସାମଗ୍ର୍ରୀର ଆଦର ସାରା ଦେଶରେ କାହିଁରେ କ’ଣ। ସେଠାକାର ଲୋକେ ଏହାକୁ ଜୀବିକାର ମାଧ୍ୟମ କରିଆସିଛନ୍ତି। କିନ୍ତୁ ସମୟକ୍ରମେ ଯୁବପିଢ଼ି ସ୍ଥାନୀୟ କଳାକୁ ଛାଡ଼ି ଚାକିରି ଅନ୍ବେଷଣରେ ବାହାରକୁ ଚାଲିଯାଉଥିବାବେଳେ ସୌରଭ ନାଥ ଏହାକୁ ଦେଶ ବିଦେଶରେ ବେଶ୍‌ ଆଦୃତ କରିପାରିଛନ୍ତି। ସୌରଭଙ୍କ ବୟସ ୧୯। ସେ ରହନ୍ତି ଶିବସାଗର ଜିଲା ବୋକଜନ ଗାଁରେ। ସୌରଭ ପଢ଼ିବା ସହ ଏବେ ପାରମ୍ପରିକ ବାଉଁଶକଳାକୁ ଆପଣାଇ ଆଧୁନିକ ରୂପ ଦେଇ ଖ୍ୟାତି ଅର୍ଜନ କରିଛନ୍ତି। ତାଙ୍କ ହାତ ତିଆରି ବାଉଁଶ କଲମ, କପ୍‌ , ଚାମଚ, ଫୋନ୍‌ଷ୍ଟାଣ୍ଡ, ସୋଫା, ଲ୍ୟାମ୍ପ, ସାଇକେଲ ଆଦିର ଚାହିଦା ଖୁବ୍‌ ବେଶି। ଏବେ ତାଙ୍କୁ ଏହିସବୁ ଜିନିଷ ପାଇଁ ଅଧିକ ଅର୍ଡର ମିଳିବାରେ ଲାଗିଛି। ତାଙ୍କର ଏକ ‘ସୌରଭ ବାମ୍ବୋ ଆର୍ଟ’ ୟୁଟ୍ୟୁବ୍‌ ଚ୍ୟାନେଲ ଅଛି, ଯେଉଁଥିରେ ସେ ଅନ୍ୟମାନଙ୍କୁ ବାଉଁଶ ତିଆରି ଜିନିଷ ନିର୍ମାଣ କରିବା କୌଶଳ ସମ୍ପର୍କରେ ଶିକ୍ଷା ଦେଉଛନ୍ତି। ମାଟ୍ରିକ ପାସ୍‌ କରିବା ପରେ ସୌରଭ ପ୍ରଶିକ୍ଷଣ ନେଇ ପ୍ରଥମେ ବାଉଁଶ ସୋଫା ନିର୍ମାଣ କରୁଥିଲେ। ପରେ ସେ ନିଜ ଚେଷ୍ଟାରେ ଅନ୍ୟ ସବୁ ଜିନିଷ ତିଆରିି କରିବା ଆରମ୍ଭ କରିଥିଲେ। ସୌରଭ ତାଙ୍କ ଗାଁର କେତେଜଣ ଯୁବକଙ୍କୁ ଏହି କଳା ଶିକ୍ଷା ଦେଇ ସେମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତାମିଲନାଡୁର ଭିଲ୍ଲୁପୁରମ୍‌ ଜିଲା ମରକ୍କନାମ ଟାଉନ୍‌ର ପାଞ୍ଚ ନଂ.ଓ୍ବାର୍ଡରେ ଥିବା ଅଙ୍ଗନଓ୍ବାଡିକୁ ଏସ୍‌. ସୁମତି ନୂଆ ରୂପ ଦେଇଛନ୍ତି। ସୁମତିଙ୍କ ଘର ଟାଉନ୍‌ ନିକଟସ୍ଥ ପୁଡୁପାକ୍କମ...

ଏଇ ଭାରତରେ

ଦେଶର ବିଭିନ୍ନ ସ୍ଥାନରେ ବିଜୟାଦଶମୀରେ ରାବଣ ପୋଡି ସହ ଦଶହରା ଶେଷ ହେଉଥିବାବେଳେ ଛତିଶଗଡ଼ରେ ଏହି ପର୍ବରେ କିଛି ଭିନ୍ନତା ଦେଖିବାକୁ ମିଳେ। ଏହି ରାଜ୍ୟର...

ଟିକା କେଉଁଠୁ ଆସିଲା

ଆକାର ପଟେଲ   ଭାରତରେ କୋଭିଡ୍‌ ଟିକାର ୧୦୦ କୋଟି ଡୋଜ୍‌ ଦିଆସରିଲାଣି। ଏହା ଏକ ବଡ଼ ସଫଳତା। ଏହି ୧୦୦ କୋଟି ଡୋଜ୍‌ କେଉଁଠୁ...

ଅନ୍ଧବିଶ୍ୱାସ ଓ ଚକରା ମଉସା

ସୁଧାକର ଦାସ ଅନ୍ଧବିଶ୍ୱାସ କ’ଣ ଏକ ପ୍ରଥା? ଏହା ସହିତ ଆମ ସାମାଜିକ ଓ ଅର୍ଥନୈତିକ ଜୀବନର କ’ଣ କିଛି ସମ୍ପର୍କ ନାହିଁ? ହତାଶା ଓ...

ଏଇ ଭାରତରେ

ଭାରତରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଭୟଙ୍କର ପରିସ୍ଥିତି ନ ଉପୁଜିବା ଲାଗି ଲକ୍‌ଡାଉନ୍‌କୁ ବି କଡ଼ାକଡି ଭାବେ ପାଳନ କରାଯାଉଛି। କିନ୍ତୁ ଆମ ସ୍ବାସ୍ଥ୍ୟ...

ରାଜନୀତି ପଶାପାଲିରେ ପାଇକ ବିଦ୍ରୋହ

ଡ. ପ୍ରଫୁଲ୍ଲ କୁମାର ସାହୁ   ଓଡ଼ିଆ ବୀରତ୍ୱ ଓ ସ୍ୱାଭିମାନର ପ୍ରତୀକ ପାଇକ ବିଦ୍ରୋହ। ଭାରତୀୟ ମୁକ୍ତି ସଂଗ୍ରାମ ଇତିହାସର ଏକ ଗୌରବମୟ ଅଧ୍ୟାୟ।...

୬ ବର୍ଷ ପରେ

ବିମୁଦ୍ରୀକରଣକୁ ୮ ନଭେମ୍ବର ୨୦୨୨ରେ ୬ ବର୍ଷ ପୂରିଲା। ଏହି ସମୟ ମଧ୍ୟରେ ଭାରତର ଅର୍ଥନୀତି କେଉଁ ସ୍ତରକୁ ଖସିଛି, ତାହା ପ୍ରତ୍ୟେକ ଦେଶବାସୀ ଦୈନନ୍ଦିନ...

ଶିକ୍ଷା ଓ ବିଦ୍ୟା

ଇଂ. ମୁରଲୀଧର ହୋତା ଆମର ପ୍ରଚଳିତ ଧାରଣାରେ ଶିକ୍ଷା, ସାକ୍ଷରତାରୁ ଆରମ୍ଭ କରି ବୈଷୟିକ ପାଠ୍ୟକ୍ରମରେ ସିଦ୍ଧି, କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସାଫଲ୍ୟ ଅଥବା ଜୀବିକା...

Advertisement
Archives

Model This Week