ଏଇ ଭାରତରେ

ଆସାମର ହାତତିଆରି ବାଉଁଶ ସାମଗ୍ର୍ରୀର ଆଦର ସାରା ଦେଶରେ କାହିଁରେ କ’ଣ। ସେଠାକାର ଲୋକେ ଏହାକୁ ଜୀବିକାର ମାଧ୍ୟମ କରିଆସିଛନ୍ତି। କିନ୍ତୁ ସମୟକ୍ରମେ ଯୁବପିଢ଼ି ସ୍ଥାନୀୟ କଳାକୁ ଛାଡ଼ି ଚାକିରି ଅନ୍ବେଷଣରେ ବାହାରକୁ ଚାଲିଯାଉଥିବାବେଳେ ସୌରଭ ନାଥ ଏହାକୁ ଦେଶ ବିଦେଶରେ ବେଶ୍‌ ଆଦୃତ କରିପାରିଛନ୍ତି। ସୌରଭଙ୍କ ବୟସ ୧୯। ସେ ରହନ୍ତି ଶିବସାଗର ଜିଲା ବୋକଜନ ଗାଁରେ। ସୌରଭ ପଢ଼ିବା ସହ ଏବେ ପାରମ୍ପରିକ ବାଉଁଶକଳାକୁ ଆପଣାଇ ଆଧୁନିକ ରୂପ ଦେଇ ଖ୍ୟାତି ଅର୍ଜନ କରିଛନ୍ତି। ତାଙ୍କ ହାତ ତିଆରି ବାଉଁଶ କଲମ, କପ୍‌ , ଚାମଚ, ଫୋନ୍‌ଷ୍ଟାଣ୍ଡ, ସୋଫା, ଲ୍ୟାମ୍ପ, ସାଇକେଲ ଆଦିର ଚାହିଦା ଖୁବ୍‌ ବେଶି। ଏବେ ତାଙ୍କୁ ଏହିସବୁ ଜିନିଷ ପାଇଁ ଅଧିକ ଅର୍ଡର ମିଳିବାରେ ଲାଗିଛି। ତାଙ୍କର ଏକ ‘ସୌରଭ ବାମ୍ବୋ ଆର୍ଟ’ ୟୁଟ୍ୟୁବ୍‌ ଚ୍ୟାନେଲ ଅଛି, ଯେଉଁଥିରେ ସେ ଅନ୍ୟମାନଙ୍କୁ ବାଉଁଶ ତିଆରି ଜିନିଷ ନିର୍ମାଣ କରିବା କୌଶଳ ସମ୍ପର୍କରେ ଶିକ୍ଷା ଦେଉଛନ୍ତି। ମାଟ୍ରିକ ପାସ୍‌ କରିବା ପରେ ସୌରଭ ପ୍ରଶିକ୍ଷଣ ନେଇ ପ୍ରଥମେ ବାଉଁଶ ସୋଫା ନିର୍ମାଣ କରୁଥିଲେ। ପରେ ସେ ନିଜ ଚେଷ୍ଟାରେ ଅନ୍ୟ ସବୁ ଜିନିଷ ତିଆରିି କରିବା ଆରମ୍ଭ କରିଥିଲେ। ସୌରଭ ତାଙ୍କ ଗାଁର କେତେଜଣ ଯୁବକଙ୍କୁ ଏହି କଳା ଶିକ୍ଷା ଦେଇ ସେମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri