ଦୁଇଟି ନାରୀସ୍ବର

ଡ. ବାସନ୍ତୀ ମହାନ୍ତି

ଆବହମାନ କାଳରୁ ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରର ଭିନ୍ନ ଭିନ୍ନ ରୂପରେଖ ଆମର ଶ୍ରୁତି ଗୋଚର ଓ ଦୃଷ୍ଟି ଗୋଚର ହୋଇ ଆସୁଅଛି। ରାମାୟଣ, ମହାଭାରତ, ପୁରାଣ, ଇତିହାସ ଆଦି ଶାସ୍ତ୍ର ସଂହିତାରେ ମଧ୍ୟ କମ୍‌ ଉଦାହରଣ ନାହିଁ। ଏହା କେବଳ ଆମ ଦେଶର ସମସ୍ୟା ନୁହେଁ, ସମଗ୍ର ବିଶ୍ୱରେ ନାରୀମାନଙ୍କ ପ୍ରତି ସମାଜର ଦୃଷ୍ଟିକୋଣ ଭିନ୍ନ ଥିଲା। ଜର୍ମାନ ମହିଳା କ୍ଲାରା ଜେଟ୍‌କିନ୍‌ ପ୍ରଥମଥର ପାଇଁ ଏହି ଲିଙ୍ଗଗତ ବୈଷମ୍ୟ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ତାଙ୍କ ଦ୍ୱାରା ସମ୍ପାଦିତ ‘ଇକ୍ୱାଲିଟି’ ପତ୍ରିକାରେ ଏହି ସ୍ବର ଆହୁରି ଶାଣିତ ହୋଇଥିଲା। ଆଜି ଯଦି ବିଶ୍ୱରେ ଲିଙ୍ଗ ଭେଦାଭେଦ ବ୍ୟବଧାନ କମି ଆସିଥାଏ ତେବେ ତାହାର ସବୁତକ ଶ୍ରେୟ ଏହି ମହିଳା ଓକିଲଙ୍କ ପାଖକୁ ହିଁ ଯିବ।
କିନ୍ତୁ ବିଡ଼ମ୍ବନାର ବିଷୟ ଆମ ଦେଶରୁ ମହିଳାମାନଙ୍କର ଏହି ସଂଗ୍ରାମ ତଥାପି ଶେଷ ହୋଇ ନାହିଁ। ସେମାନଙ୍କ ସ୍ବରକୁ ଯେଉଁପରି ଭାବରେ ଚାପି ଦେବାର ଉଦ୍ୟମ ହେଉଛି, ଦିନକୁ ଦିନ ଯେପରି ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଛି, ସେଥିପାଇଁ ଯଦି ସର୍ବାନ୍ତଃକରଣରେ ଜନଜାଗରଣ ସୃଷ୍ଟି କରା ନ ଯାଏ ଆଗାମୀପିଢ଼ିର ନାରୀମାନେ ଏମିତି ବଳି ପଡୁଥିବେ। କେତେବେଳେ ସମାଜର ଅସାମାଜିକ ବ୍ୟକ୍ତିମାନଙ୍କ ଶିକାର ତ ଆଉ କେତେବେଳେ ପାରିବାରିକ ହିଂସାର ବଳୟ। ଏସବୁ ସତ୍ତ୍ୱେ ଆଶ୍ୱାସନାର ବିଷୟ ଏହି ଯେ, କେତେକ ମହିଳା ଏ ପର୍ଯ୍ୟନ୍ତ ତଥାପି ଅସ୍ତ୍ର ତ୍ୟାଗ କରିନାହାନ୍ତି ,ସଂଗ୍ରାମରୁ ଓହରି ଯାଇନାହାନ୍ତି। ଯାହାକୁ ଅବଳା ଦୁର୍ବଳା କହି ଏରୁଣ୍ଡି ଭିତରେ ଆବଦ୍ଧ କରାଯାଉଥିଲା ଏବେ ତା’ ସ୍ବରରେ ସମସ୍ତେ ଥରହର। ସେହି ସ୍ବରକୁ ଚାପିବା ପାଇଁ କାହିଁ କେତେ ଷଡ଼ଯନ୍ତ୍ର।
୨୦୨୧ର ଶେଷ ପାଦରେ ଦୁଇଟି ନାରୀ ସ୍ବର ସମାଜର ଏକ କଳଙ୍କିତ ଦିଗକୁ ଉନ୍ମୋଚିତ କରୁଛି। ଗୋଟିଏ ନାରୀ ଅନ୍ୟାୟ ବିରୋଧରେ ସଂଗ୍ରାମ କରି ଆତତାୟୀର ଶିକାର ହୋଇଥିବା ସ୍ଥଳେ ଆଉ ଗୋଟିଏ ନାରୀ ତା’ ଅଧିକାର ପାଇଁ କରୁଥିବା ସଂଗ୍ରାମ ଜନସାଧାରଣଙ୍କୁ ଆବେଗ ପ୍ରବଣ କରିଦେଇଛି। ଏହି ଘଟଣା ଏବଂ ସଂପୃକ୍ତା ନାରୀ ଦୁଇଙ୍କ ସଂଗ୍ରାମରେ ନିଶ୍ଚୟ ଅନେକ ସମ୍ଭାବନା ଓ ପ୍ରେରଣାର ଉପାଦାନ ରହିଛି।
ଗୋଟିଏ ଘରୋଇ କଲେଜ ପରିସରରେ ଗୋଟାକ ପରେ ଗୋଟାଏ ଅଘଟଣ ଘଟୁଥିବାର ରହସ୍ୟ ଉନ୍ମୋଚନ କରିବାକୁ ଅଣ୍ଟା ଭିଡ଼ିଥିଲା ନାରୀଟିଏ। ପ୍ରଶ୍ନପତ୍ର ଲିକ୍‌ ସହ ଆହୁରି ଅନେକ ଅଭିଯୋଗ କଲେଜ ନଁାରେ ଥିଲେ ସୁଦ୍ଧା ତାହା ରାଜନେତାଙ୍କ ଛତ୍ରଛାୟା ତଳେ ସୁରକ୍ଷିତ ଥିଲା। ଜନସାଧାରଣଙ୍କ ମନରେ ଏଥିପ୍ରତି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଥିଲେ ବି କେହି ଏ ସମ୍ପର୍କରେ ଅଙ୍ଗୁଳି ଉଠାଇବାର ସାହସ କରିପାରୁ ନ ଥିଲେ। ଆଖପାଖ ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ଛାତ୍ରୀଛାତ୍ର ସଂଖ୍ୟା ହ୍ରାସ ଘଟି ସଂପୃକ୍ତ କଲେଜରେ ବୃଦ୍ଧି ହେଉଥିଲେ। ରାଜନୈତିକ ପ୍ରୋତ୍ସାହନ ମିଳୁଥିଲା। ସମ୍ପୂର୍ଣ୍ଣ ଘରୋଇ କଲେଜଟିଏ କିନ୍ତୁ ଭିତ୍ତିଭୂମିରେ ରାଜ୍ୟର ଯେକୌଣସି ସ୍ବୟଂଶାସିତ କଲେଜଠୁଁ କୌଣସି ଗୁଣରେ କମ୍‌ ନ ଥିଲା। ପ୍ରଥମ କରି ପାଟି ଖୋଲିବାର ସାହସ କରିଥିଲା ନିର୍ଭୟା ନାରୀଟିଏ। ତା’ ସ୍ବରକୁ ଏପରି ଦମନ କରିଦିଆଗଲା ଯେ, ଯାହା ମାନବ ଇତିହାସରେ କେବେ କେଉଁଠି ଏପରି ବୀଭତ୍ସ ଘଟଣା ଘଟିବାର ଦୃଷ୍ଟାନ୍ତ ଆମ ପାଖରେ ନାହିଁ। ତା’ ଶରୀରକୁ ସିନା ଜାଳି ପୋଡ଼ି ଦିଆଗଲା କିନ୍ତୁ ତା’ର ସତ୍‌ସାହସ ନିର୍ଭୀକତା ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ କରିଦେଲା। ସାରା ଓଡ଼ିଶାରେ ଝିଅଟା ପାଇଁ ନ୍ୟାୟ ଦାବିର ତାତି ଥମିବା ପୂର୍ବରୁ ଆଉ ଗୋଟିଏ ସାହସିନୀ ମହିଳା ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ ଯେଉଁ ସଂଘର୍ଷ କରୁଛି ତାହା ସମଗ୍ର ନାରୀଜାତି ପାଇଁ ପ୍ରେରଣା। ନାରୀଜାତିର ସମ୍ମାନ ଓ ସ୍ବାଧିକାରର ପ୍ରଶ୍ନ। ବିବାହ ଅନୁଷ୍ଠାନ ପ୍ରତି ମର୍ଯ୍ୟାଦାର ପ୍ରଶ୍ନ। ସାହସ ଅଭାବରୁ ଅନେକ ମହିଳା ସ୍ବାମୀ ଓ ଶ୍ୱଶୁର ଘର ସଦସ୍ୟଙ୍କ ସବୁ ଅନ୍ୟାୟ ଅତ୍ୟାଚାରକୁ ମୁଣ୍ଡପାତି ସହି ପୁଣି ଛାଡ଼ପତ୍ରକୁ ମଧ୍ୟ ନୀରବରେ ଗ୍ରହଣ କରିଥାନ୍ତି। ସାରା ଜୀବନ ଦୁଃଖ ଯନ୍ତ୍ରଣାରେ କଟେଇ ଦିଅନ୍ତି। ଆମ ସମାଜରେ ଖୁବ୍‌ କମ୍‌ ପତିପରିତ୍ୟକ୍ତା ମହିଳାଙ୍କ ଭାଗ୍ୟରେ ଦ୍ୱିତୀୟ ବିବାହ କରିବାର ସୁଯୋଗ ଯୁଟିଥାଏ। ଝିଅଟି ଦୃଢ଼ତାର ସହ ଦାବି ସାବ୍ୟସ୍ତ କରିବାକୁ ଯାଇ ଦୁଇପ୍ରକାର ଶିକ୍ଷା ସମାଜକୁ ଦେଉଛି, ବିବାହ ପରି ଏକ ସର୍ବ ପୁରାତନ ଅନୁଷ୍ଠାନକୁ ଏପରି ଅମର୍ଯ୍ୟାଦା କରିବା କୌଣସି ସଭ୍ୟସମାଜ ପକ୍ଷରେ ସ୍ପୃହଣୀୟ ନୁହେଁ। ବିବାହ ପାଇଁ ଶିକ୍ଷାଗତ ଯୋଗ୍ୟତା, ପରିବାରର ଆଭିଜାତ୍ୟ କିମ୍ବା ବଡ଼ ଚାକିରି କିମ୍ବା ଧନ ସମ୍ପତ୍ତି ନୁହେଁ, ବରଂ ଦୁଇଟି ସୁନ୍ଦର ମନ, ଆମତ୍ା, ପ୍ରେମ ଓ ସମର୍ପଣ ଭାବର ଆବଶ୍ୟକତା ରହିଛି। ଝିଅମାନେ ତରବରିଆ ଭାବେ କୌଣସି ବିବାହ ନିଷ୍ପତ୍ତି ନେଇଯିବା ଉଚିତ ନୁହେଁ, ଯାହା ଭବିଷ୍ୟତ ଜୀବନକୁ ଏହିପରି ବିର୍ଯ୍ୟସ୍ତ କରିଦେବ। ଝିଅଟି ଉଚ୍ଚଶିକ୍ଷିତା। ସେ ସ୍ବାମୀ ଓ ତା’ ପରିବାର ବିରୋଧରେ ଅଭିଯୋଗ ଆଣିଛନ୍ତି। ଘଟଣାରେ କିଏ ଦୋଷୀ କିଏ ନିର୍ଦ୍ଦୋଷ ତାହା କୋର୍ଟ ସାବ୍ୟସ୍ତ କରିବ।
ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ ସ୍ବାମୀ ଘରର ପ୍ରତିପତ୍ତି ଓ ଅହଂର ଶିକାର ହୋଇ ଭରଣପୋଷଣରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୁଅନ୍ତି। ଶକ୍ତି ସାମର୍ଥ୍ୟ ଓ ସାହସର ଅଭାବରୁ ମଧ୍ୟଯୁଗୀୟ ନାରୀମାନଙ୍କ ପରି ଭାଗ୍ୟ ଦୋଷ ଦେଇ ନୀରବ ରହନ୍ତି। ଜନସାଧାରଣଙ୍କ ପାଖକୁ ସେମାନଙ୍କ ନୀରବ ଆର୍ତ୍ତନାଦ ପହଞ୍ଚତ୍ପାରେ ନାହିଁ। ସେମାନଙ୍କର ସବୁ ଦୁଃଖ ଯନ୍ତ୍ରଣା ଅରଣ୍ୟ ରୋଦନ ହୋଇ ରହିଯାଏ। କିନ୍ତୁ ସଂପୃକ୍ତା ଝିଅଟିର ନ୍ୟାୟ ପାଇଁ ଲଢ଼େଇକୁ ଲକ୍ଷ୍ୟ କଲେ ମନେହୁଏ ନାରୀମାନେ ପ୍ରକୃତରେ ଦୁର୍ବଳ ନୁହନ୍ତି। ସେମାନେ ଜାଗିଲେଣି, ତାଙ୍କ ପ୍ରତି ଆଉ ବେଶିଦିନ ଅନ୍ୟାୟ କରାଯାଇ ପାରିବ ନାହିଁ।
ଏକବିଂଶ ଶତାବ୍ଦୀ ଏକବିଂଶ ବର୍ଷର ଶେଷ ପାଦରେ ଦୁଇଟି ନାରୀ ଯେଉଁପରି ନିର୍ଭୀକ ଭାବରେ ସଂଗ୍ରାମ କରିଛନ୍ତି ତାହା ନିଶ୍ଚୟ ଆଗାମୀ ଦିନମାନଙ୍କ ପାଇଁ ସକାରାମତ୍କ ବାର୍ତ୍ତା ଆଣିବ। ତା’ ଦୁଃଖରେ ଦୁଃଖୀ ହେବାକୁ ସାହାଯ୍ୟ ସହାୟତାର ହାତ ବଢ଼ାଇବା ପାଇଁ ସମଗ୍ର ନାରୀ ସମାଜ ସଦା ଜାଗ୍ରତ ହୋଇ ରହିଛି, ଏହି ଆଶ୍ୱାସନା ତାକୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେବ।
୨୧୩ ସି-ବ୍ଲକ୍‌, ଏମେରାଲ୍ଡ ଆପାର୍ଟମେଣ୍ଟ, ଲକ୍ଷ୍ମୀସାଗର, ଭୁବନେଶ୍ୱର
ମୋ-୯୪୩୭୦୩୩୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri