ମୁଦ୍ରୀକରଣ ଓ ଭିତ୍ତିଭୂମି ବିକାଶ

ଡ. ଅସୀମା ସାହୁ

ଚଳିତବର୍ଷ ଅଗଷ୍ଟ ୨୩ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଷ୍ଟ୍ରୀୟ ମୁଦ୍ରୀକରଣ ପାଇପଲାଇନ (ଏନ୍‌ଏମ୍‌ପି) ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଏନ୍‌ଏମ୍‌ପି ଅଧୀନରେ ଆଗାମୀ ଚାରିବର୍ଷ ଅର୍ଥାତ୍‌ ୨୦୨୨-୨୫ ଆର୍ଥତ୍କବର୍ଷ ମଧ୍ୟରେ ମୋଟ ୬ଲକ୍ଷ କୋଟି ଟଙ୍କାର ଏକ ବିପୁଳ ଅର୍ଥ ସଂଗ୍ରହର ଲକ୍ଷ୍ୟ ରଖାଯାଇଛି। ସେହି ଅର୍ଥ ଦେଶର ଉତ୍ତମ ଏବଂ ଗୁଣାମତ୍କ ଭିତ୍ତିଭୂମି ପାଇଁ ବ୍ୟୟ କରାଯିବ; ଯାହାଦ୍ୱାରା ଆର୍ଥିକ ବିକାଶ ଓ କର୍ମ ନିଯୁକ୍ତି ନିମନ୍ତେ ସୁଯୋଗ ସୃଷ୍ଟି ହୋଇପାରିବ। ଏପରି ଏକ ସମ୍ପତ୍ତି ପରିଚାଳନା ଓ ଜନକଲ୍ୟାଣ ଯୋଜନାର ପରିକଳ୍ପନା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ମାତ୍ର ଏଥିରେ ଥିବା ସଂଶୟ ଓ ଆଶଙ୍କା ମଧ୍ୟ ଆଲୋଚନା ପରିସରଭୁକ୍ତ।
ପ୍ରଥମେ ବୁଝିବାକୁ ପଡ଼ିବ ସମ୍ପଦ ମୁଦ୍ରୀକରଣର ଅର୍ଥ କ’ଣ। ଅର୍ଥ ହେଲା- ”ସରକାରୀ ଉଦ୍ୟୋଗଗୁଡ଼ିକ ଯେଉଁଥିରୁ ଅଧିକତର ଭାବେ ଉପଯୋଗ କରାଯାଇ ନାହିଁ ସେଇଥିରୁ କିପରି ଅଧିକ ରାଜସ୍ବ ଅଥବା ଅର୍ଥ ଉପାର୍ଜନର ନୂଆ ନୂଆ ଉପାୟ ଖୋଜି ବାହାର କରାଯାଇ ପାରିବ ତା’ର ମାର୍ଗ ଆପଣେଇବା“। ରାଜସ୍ବ ଆଦାୟ ସହିତ ସମ୍ପତ୍ତିର ଉତ୍ତମ ରକ୍ଷଣାବେକ୍ଷଣ ଓ ପରିଚାଳନାକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ଏହାକୁ ଅର୍ଥନୀତିରେ ‘ବ୍ରାଉନ ଫିଲ୍ଡ ସଂପଦ’ ବୋଲି ଆଖ୍ୟାୟିତ କରାଯାଇଥାଏ। ଆମ ଦେଶର ନୀତି ଆୟୋଗ ରାଷ୍ଟ୍ରୀୟ ମୁଦ୍ରୀକରଣ ପାଇପଲାଇନ୍‌ ଯୋଜନାରେ ବିଭିନ୍ନ କ୍ଷେତ୍ର ମଧ୍ୟରୁ ସଡ଼କ ପରିବହନ ଓ ରାଜମାର୍ଗ, ରେଳବାଇ, ଜାହାଜ ଚଳାଚଳ, ଟେଲିକମ୍‌, ଶକ୍ତି, ବେସାମରିକ ବିମାନ ଚଳାଚଳ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଯୁବ ବ୍ୟାପାର ଓ କ୍ରୀଡ଼ା ଭଳି କ୍ଷେତ୍ରକୁ ସଂପଦ ମୁଦ୍ରୀକରଣ ପାଇଁ ଚୟନ କରିଛନ୍ତି। ଏହି ଯୋଜନାରେ ଆଗାମୀ ଚାରିବର୍ଷ ମଧ୍ୟରେ ପୁଞ୍ଜି ନିବେଶ କରିବା ସକାଶେ ଘରୋଇ କମ୍ପାନୀଗୁଡ଼ିକୁ ଆହ୍ବାନ କରାଯିବ। ଲମ୍ବା ଅବଧିର ଲିଜ୍‌ ଦ୍ୱାରା ସେମାନେ ନୂଆ ନୂଆ ସଂସାଧନରେ ପୁଞ୍ଜି ନିବେଶ କରିବେ; ଯାହାଦ୍ୱାରା ୬ ଲକ୍ଷ କୋଟି ଟଙ୍କାର ଅର୍ଥ ରାଶି ସଂଗ୍ରହର ବାଟ ଫିଟିବ ଓ ପୁନଃ ଚକ୍ରାକାରରେ ଭିତ୍ତିଭୂମିର ବିକାଶ ସମ୍ଭବ ହୋଇପାରିବ।
ଯୋଜନା ମୁତାବକ ଏହି ୬ଲକ୍ଷ କୋଟି ଟଙ୍କା ପାଇଁ ସଡ଼କ କ୍ଷେତ୍ରରୁ ସର୍ବାଧିକ ୧.୬ ଲକ୍ଷ କୋଟି ଟଙ୍କା, ସରକାର ବିଲ୍ଡ- ଅପରେଟ ଟ୍ରାନ୍ସଫର (ପିଓଟି) ମଡେଲ ଭାବେ ରାଜମାର୍ଗଗୁଡ଼ିକୁ ହସ୍ତାନ୍ତର କରି ୧.୫ ଲକ୍ଷ କୋଟି ଟଙ୍କା, ରେଳବାଇର ୪୦୦ଟି ଷ୍ଟେଶନ, ୧୫୦ଟି ଟ୍ରେନ, ସମର୍ପିତ ମାଲ ପରିବହନ କରିଡର ଏବଂ ଟ୍ରାକ ଜରିଆରେ ୧.୫ ଲକ୍ଷ କୋଟି ଟଙ୍କା, ଶକ୍ତି କ୍ଷେତ୍ର ପାୱାର ଗ୍ରୀଡ୍‌ଗୁଡ଼ିକର ବିଜୁଳି ସରବରାହ ଲାଇନ୍‌ରୁ ୪୫,୦୦୦ କୋଟି, ଏନ୍‌ଟିପିସି, ଏନ୍‌ଏଚ୍‌ପିସିର ଜଳବିଦ୍ୟୁତ୍‌ ପ୍ରକଳ୍ପ ଏବଂ କୋଲ୍‌ ଇଣ୍ଡିଆ ଭଳି ପ୍ରକଳ୍ପରୁ ୩୯,୮୩୨ କୋଟି ଟଙ୍କା, ବାଷ୍ପ କ୍ଷେତ୍ରରୁ ୨୪,୦୦୦ କୋଟି ଟଙ୍କା, ଆଇଓସିଏଲ୍‌ ଏବଂ ଏଚ୍‌ପିସିଏଲ୍‌ର ପାଇପ ଲାଇନ ମୁଦ୍ରୀକରଣ କରାଯାଇ ୨୨,୦୦୦ କୋଟି ଟଙ୍କା ସଂଗ୍ରହର ଲକ୍ଷ୍ୟ ରଖାଯାଇଛି।
ଲୋକଙ୍କର ଆଶଙ୍କାକୁ ଦୂର କରିବା ପାଇଁ ଅର୍ଥମନ୍ତ୍ରୀ ସୀତାରାମନ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ସରକାର ଏ ସମ୍ପତ୍ତି ବିକ୍ରି କରୁଛନ୍ତି ବୋଲି କୌଣସି ଭ୍ରାନ୍ତ ଧାରଣା ସୃଷ୍ଟି ନ ହେବା ଉଚିତ। ବରଂ ସରକାରଙ୍କ ହାତରେ ଏସବୁର ମାଲିକାନା ଯଥାରୀତି କାଏମ ରହିବ ଏବଂ କିଛିବର୍ଷ ପରେ ଘରୋଇ କମ୍ପାନୀଗୁଡ଼ିକ ବାଧ୍ୟତାମୂଳକ ଭାବେ ସେସବୁ ସଂସ୍ଥାଗୁଡ଼ିକୁ ସରକାରଙ୍କ ହାତରେ ଅର୍ପଣ କରିବେ। ମାତ୍ର ଏହା ମଧ୍ୟ ସତ୍ୟ ଯେ, ଘରୋଇ କମ୍ପାନୀକୁ ଲିଜ୍‌ ମାଧ୍ୟମରେ ହସ୍ତାନ୍ତର କରିବାର ନିର୍ଦ୍ଦିଷ୍ଟ ନୀତି ଓ ନିୟନ୍ତ୍ରଣ ପଦ୍ଧତି ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ ଅସ୍ପଷ୍ଟ। ଏପରି କି ୬ ଲକ୍ଷ କୋଟି ଟଙ୍କା ପରି ଏକ ବୃହତ୍‌ ରାଜସ୍ବ ଆଦାୟର ପରିକଳ୍ପନାକୁ ସାକାର କରିପାରିବା କେତେ ଦୂର ସମ୍ଭବ ତାହା ନିଜ ଭିତରେ ଏକ ବଡ଼ ପ୍ରଶ୍ନ ହୋଇରହିଛି। ବିଭିନ୍ନ ସମ୍ପତ୍ତିର ଚିହ୍ନଟ ଯୋଗ୍ୟ ରାଜସ୍ବ ଧାରା ଅଭାବ ଅନ୍ୟ ଏକ ସମସ୍ୟା। ବିନା ମାଲିକାନା ସ୍ବତ୍ୱରେ ଘରୋଇ କମ୍ପାନୀକୁ ଏପରି ବଡ଼ ପୁଞ୍ଜିନିବେଶ ପାଇଁ ଆକର୍ଷିତ କରିବା ଓ ମନେଇବା ଏତେ ସହଜ ନୁହେଁ । ନିକଟରେ ରେଳବାଇରେ ଆରମ୍ଭ ହୋଇଥିବା ‘ଘରୋଇ ସରକାରୀ ସହଭାଗିତା’ (ପିପିପି)ର ଅସୁବିଧା, ସରକାରୀ କମ୍ପାନୀରେ ଘରୋଇକରଣଜନିତ ଧିମା ଅବସ୍ଥାର ପରିଣାମ ଭାରତୀୟ ଅର୍ଥନୀତିରେ ବେଶ୍‌ ପ୍ରତିଫଳିତ।
ସେହିପରି ଗ୍ୟାସ ଓ ପେଟ୍ରୋଲର ପାଇପ ଲାଇନ୍‌ ନେଟ୍‌ଓ୍ବର୍କର କ୍ଷମତା ଉପଯୋଗ ମଧ୍ୟ ନିମ୍ନସ୍ତରର।
ଘରୋଇ କମ୍ପାନୀମାନେ ଏତେ ଅର୍ଥ ବ୍ୟୟ କଲା ପରେ ଲିଜ୍‌ ନେଇଥିବା କ୍ଷେତ୍ରଗୁଡ଼ିକର ପରିଚାଳନାରେ ପୂର୍ଣ୍ଣ ସ୍ବାଧୀନତା ଆଶା କରିବେ। ଯଦି ପୂର୍ଣ୍ଣ ସ୍ବାଧୀନତା ମିଳେ ତେବେ ନିଯୁକ୍ତି ଓ ନିଷ୍ପତ୍ତିରେ ଜନକଲ୍ୟାଣ ବିରୋଧୀ ସମସ୍ୟା ସୃଷ୍ଟି ହୋଇପାରେ। ଆମେ ଜାଣୁ ସାର୍ବଜନୀନ କ୍ଷେତ୍ରରେ ଲାଭାଂଶ ଅପେକ୍ଷା ସରକାର କର୍ମନିଯୁକ୍ତି ଓ କଲ୍ୟାଣ ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇଥା’ନ୍ତି। ମାତ୍ର ଘରୋଇ କମ୍ପାନୀରେ ପୁଞ୍ଜିନିବେଶର ମୂଳ ଲକ୍ଷ୍ୟ ହେଲା ବ୍ୟବସାୟିକ ଲାଭ। ଏଥିସହିତ ନିଯୁକ୍ତି କ୍ଷେତ୍ରରେ ଥିବା ସଂରକ୍ଷଣ ମଧ୍ୟ ରହିବା ସମ୍ଭବ ହେବ ନାହଁି। ଆକଳନ ଅନୁଯାୟୀ କେନ୍ଦ୍ରୀୟ ସରକାରୀ କ୍ଷେତ୍ରରେ ପାଖାପାଖି ୧୦ ଲକ୍ଷ କର୍ମଚାରୀ କାର୍ଯ୍ୟ କରନ୍ତି। ସେଥିମଧ୍ୟରୁ ୧.୫ ଲକ୍ଷ ଅନୁସୂଚିତ ଜାତି, ୧ ଲକ୍ଷ ଅନୁସୂଚିତ ଜନଜାତି ଏବଂ ୨ ଲକ୍ଷ ପଛୁଆବର୍ଗ ଅନ୍ତର୍ଭୁକ୍ତ। ୩୦ ରୁ ୪୦ ବର୍ଷର ଲମ୍ବା ଅବଧି ପାଇଁ ଏଇ ସରକାରୀ କ୍ଷେତ୍ରଗୁଡ଼ିକ ଘରୋଇ କମ୍ପାନୀକୁ ଚାଲିଗଲେ ସରକାରୀ ଚାକିରି କରୁଥିବା ଓ ସଂରକ୍ଷିତ କର୍ମଚାରୀଙ୍କ ଭବିଷ୍ୟତ ସଙ୍କଟରେ ପଡ଼ିଯାଇପାରେ। ସେହିପରି ଲାଭକୁ ହିସାବକୁ ନ ନେଇ ସରକାର କ୍ଷେତ୍ରସବୁର ରକ୍ଷଣାବେକ୍ଷଣ ଓ ପରିଚାଳନାକୁ ସମାନ ଭାବରେ ଦେଖନ୍ତି। ଉଦାହରଣ ସ୍ବରୂପ ରେଳ ଚଳାଚଳ ଓ ସଡ଼କର ଟୋଲ୍‌-ଗେଟ୍‌ରୁ ସମପରିମାଣ ଲାଭ ନ ମିଳିଲେ ବି ସେସବୁ ପରିଚାଳିତ ହେଉଛି। ଘରୋଇ କମ୍ପାନୀ ଦ୍ୱାରା ଏହା ସମ୍ଭବ ନୁହେଁ। ଯେପରି ଷ୍ଟାଡିୟମ୍‌ରେ କେବଳ ଯଦି ଲାଭ ଜନତା କ୍ରିକେଟ୍‌ ଖେଳେଇବାର ସିଦ୍ଧାନ୍ତ ନିଆଯାଏ ତେବେ ହକି, ଫୁଟବଲ ପରି ଅନ୍ୟାନ୍ୟ ଖେଳର ବିକଳ୍ପ ବ୍ୟବସ୍ଥା ଓ ଭବିଷ୍ୟତ କ’ଣ ହେବ। ଏଥିସହିତ ‘ଫୋର-ଲେନ୍‌’ ତଳକୁ ଥିବା ରାଷ୍ଟ୍ରୀୟ ରାଜମାର୍ଗକୁ ଲିଜ୍‌ରେ ନେବାପାଇଁ ଘରୋଇ କମ୍ପାନୀମାନେ ଅନିଚ୍ଛା ପ୍ରକାଶ କରିବେ। ଏହିପରି ଅନେକ ଅସମାହିତ ପ୍ରଶ୍ନ ଏ ପ୍ରକଳ୍ପ ସହ ରହିଛି।
ଏସବୁ ସତ୍ତ୍ୱେ ମୁଦ୍ରୀକରଣ ପାଇପଲାଇନ କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଏକ ବିକାଶମୁଖୀ ଏବଂ ଜନକଲ୍ୟାଣ ଯୋଜନା। ଯଦି ଏହାର ନୀତି ଓ ନିୟନ୍ତ୍ରଣ ପଦ୍ଧତିକୁ ଠିକ୍‌ ରୂପରେଖ ଦେଇ ତୃଣମୂଳ ସ୍ତରରେ ରୂପାୟନ କରାଯାଏ ତେବେ ‘ସର୍ବଶ୍ରେଷ୍ଠ ସଂସାଧନ’ କେବଳ ସାଧାରଣ ନାଗରିକଙ୍କ ପାଇଁ ସହାୟକ ହେବନାହିଁ, ଅପରପକ୍ଷେ ଏହା ବ୍ୟାପକ ଭାବେ ତଥା ଦୀର୍ଘକାଳୀନ ‘ସମାବେଶୀ ଓ ସଶକ୍ତୀକରଣ’ ସ୍ବପ୍ନକୁ ମଧ୍ୟ ସାକାର କରିପାରିବ। ଏକ ଉଜ୍ଜ୍ୱଳ ଭିିତ୍ତିଭୂମି ଦେଶରେ ନୂତନ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବ।
ଅଧ୍ୟକ୍ଷା, ଏସ.ସି.ବି. ଡିଗ୍ରୀ ମହାବିଦ୍ୟାଳୟ, ରାଗ୍ଧା, ମୟୂରଭଞ୍ଜ
ମୋ:୯୪୩୭୩୮୦୭୭୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

ଏଇ ଭାରତରେ

କଠିନ ବର୍ଜ୍ୟକୁ ମାତ୍ର ୮ ଘଣ୍ଟା ମଧ୍ୟରେ ନ୍ୟୁଟ୍ରିଣ୍ଟ ପରିପୂର୍ଣ୍ଣ ଖତରେ ପରିଣତ କରିପାରୁଛି ଗୋଲ୍‌ଡ କମ୍ପୋଷ୍ଟର। ‘ଓ୍ବେଷ୍ଟ ଇଜ୍‌ ଗୋଲ୍‌ଡ ଟେକ୍‌ନୋଲୋଜି’ ଷ୍ଟାର୍ଟଅପ୍‌ ମାଧ୍ୟମରେ...

ଆଇନଜୀବୀ ଓ ଆଇନଜ୍ଞ ମଧୁବାବୁ

ସିତାଂଶୁ ମୋହନ ଦ୍ୱିବେଦୀ   ମହାତ୍ମା ଗାନ୍ଧୀ, ଚିତ୍ତରଞ୍ଜନ ଦାସ, ମୋତିଲାଲ ନେହେରୁ ଏବଂ ମଧୁସୂଦନ ଦାସ ପ୍ରମୁଖ ପ୍ରଖ୍ୟାତ ଆଇନଜୀବୀଗଣ ଆଇନଜ୍ଞ ଭାବରେ ତଥା...

ଖଣ୍ଡିଏ ଭୋଟ୍‌ର ମୂଲ୍ୟ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟଡୋରି ହାତକୁ ନେବା...

ହିନ୍ଦୁତ୍ୱର ସଙ୍କେତ

ଭାଷଣରେ ଲୋକ ପ୍ରତିନିଧିତ୍ୱ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ ଉପରେ ଲଗାଯାଇଛି। ଏହି ଭାଷଣକୁ ବିରୋଧୀ ସାମ୍ପ୍ରଦାୟିକ ବୋଲି କହିଛି। ତାଙ୍କୁ ଅଯୋଗ୍ୟ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri