ଏଇ ଭାରତରେ

ଔପଚାରିକ ଶିକ୍ଷାରୁ ବଞ୍ଚିତ ତଥା ଅଧାରୁ ପାଠ ଛାଡ଼ିଦେଉଥିବା ଏଭଳି ବସ୍ତି ପିଲାଙ୍କୁ ଶିକ୍ଷାର ଧାରାରେ ସାମିଲ କରୁଛନ୍ତି ରାଜସ୍ଥାନର ଭୁନେଶ ଶର୍ମା। ଜୟପୁର ନିବାସୀ ଭୁନେଶ ‘ସ୍ମାଇଲ ଫର୍‌ ଅଲ୍‌ ସୋସାଇଟି ’ ଏନ୍‌ଜିଓ ଗଠନ କରି ମାଗଣାରେ ଶିକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି। ୨୦୧୫ରେ ଏଭଳି କେତେଜଣ ପିଲାଙ୍କୁ ଜୟପୁରର ଏକ ଟ୍ରାଫିକ୍‌ ସିଗ୍‌ନାଲରେ ଦେଖିବାକୁ ପାଇଥିଲେ। ଅନ୍ୟ ପିଲାଙ୍କ ଭଳି ଏମାନେ ଭିକ୍ଷା ନ କରି ପଢ଼ିବା ଲାଗି ସାହାଯ୍ୟ କରିବାକୁ କହିଥିଲେ। ସେମାନଙ୍କୁ ଭୁନେଶ ନିକଟସ୍ଥ ଦୋକାନରୁ ପେନ୍‌ସିଲ ଓ ଅନ୍ୟ ପାଠ୍ୟ ଉପକରଣ କିଣି ଦେଇଥିଲେ ଓ ବସ୍ତିରେ ସେମାନଙ୍କ ମାତାପିତାଙ୍କୁ ମଧ୍ୟ ଭେଟିଥିଲେ। ଏହି ଘଟଣା ପରେ ସେ ଏଭଳି ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ସମୟରେ ସେ ଏକ ଷ୍ଟାର୍ଟଅପ୍‌ରେ କାମ କରୁଥିଲେ ଓ ସେହି ପିଲାମାନଙ୍କୁ ଦିନକୁ ଘଣ୍ଟାଏ ପଢ଼ାଇବା ଆରମ୍ଭ କରିଥିଲେ। ୨୦୧୭ ସୁଦ୍ଧା ପିଲାଙ୍କ ସଂଖ୍ୟା ୪୦ରେ ପହଞ୍ଚିଲା। ବିଭିନ୍ନ ଘରୋଇ ସ୍କୁଲରେ ଏମାନଙ୍କ ନାମ ଲେଖାଇବା ସହ ସେମାନଙ୍କ ଟ୍ୟୁଶନ ଫି ଦେବା ଲାଗି ୧.୫ ଲକ୍ଷ ଟଙ୍କା ଋଣ କରିଥିଲେ। ପିଲା ସଂଖ୍ୟା ବଢ଼ିବା ଯୋଗୁ ଭୁନେଶଙ୍କ ସ୍ତ୍ରୀ ନେହା ତାଙ୍କ ସହ ଯୋଗଦେଲେ । ପିଲା ସଂଖ୍ୟା ୧୨୫ ଟପିବା ପରେ ସେମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଲେ। ପରେ ୨୦୧୯ରେ ‘ସ୍ମାଇଲ ଫର ଅଲ ସୋସାଇଟି’ ଗଠନ କରି ନେଟ୍‌ଫ୍ଲିକ୍ସ ଓ ହଟ୍‌ଷ୍ଟାର ଭଳି ନିଆରା ସବ୍‌ସ୍କ୍ରିପ୍‌ସନ ମଡେଲରେ ଡୋନରଙ୍କଠାରୁ ସ୍ପନସର୍‌ଙ୍କୁ ଆକର୍ଷିତ କରୁଛନ୍ତି। ଏଥିରେ ୪,୦୦୦ ସ୍ବେଚ୍ଛାସେବୀ ଯୋଡ଼ି ହୋଇ କୋଲକାତା, ଜୟପୁର, ମୁମ୍ବାଇ ଏବଂ ନଏଡା ସମେତ ଦେଶର ୧୦୦ଟି ବସ୍ତିର ପିଲାମାନଙ୍କୁ ପଢ଼ାଇବା ଲାଗି ସମୟ ଦେଉଛନ୍ତି। ଏହି ଏନ୍‌ଜିଓରେ ୫୧୨ ସବ୍‌ସ୍କ୍ରାଇବର ରହିଛନ୍ତି ଓ ସେମାନେ ୨୫୦ ସହରର ୧,୦୦୦ ପିଲାଙ୍କ ପାଇଁ ଶିକ୍ଷା ସ୍ପନ୍‌ସର କରୁଛନ୍ତି। ବିଭିନ୍ନ ରାଜ୍ୟରେ ଏବେ ୩୫ଟି ସ୍କୁଲ୍‌ ଚାଲିଛି। ଶିକ୍ଷା ପାଇଁ ପିିଲାଙ୍କ ଆବଶ୍ୟକ ଡକ୍ୟୁମେଣ୍ଟସ୍‌ଠାରୁ ଆରମ୍ଭ କରି ସମସ୍ତ ପାଠ୍ୟ ଉପକରଣ ଯୋଗାଉଛନ୍ତି ଭୁନେଶ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri