ବଢୁଛି ଅସନ୍ତୋଷ, ନିର୍ମାଣ ଦାବି ତେଜିଲା

ଖୋର୍ଦ୍ଧା ଅଫିସ,୯ା୧୨: ଖୋର୍ଦ୍ଧାର ବରୁଣେଇ ପାହାଡ଼ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ଶିଳାନ୍ୟାସକୁ ମଙ୍ଗଳବାର ବର୍ଷେ ବିତିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ଲାଗି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ପାଇକ ସ୍ମାରକୀ ନିର୍ମାଣ ବିଳମ୍ବ ନେଇ ବିଭିନ୍ନ ପାଇକ ସଙ୍ଗଠନ ସମେତ ଗବେଷକ, ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ମାରକୀ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ଦାବି ତେଜିବାରେ ଲାଗିଛି। ଏହାର ପ୍ରତିବାଦରେ ମଙ୍ଗଳବାର କଳିଙ୍ଗ ପାଇକ ସଙ୍ଗଠନ, ତାପଙ୍ଗ ଦଳବେହେରା ସ୍ମୃତି ପରିଷଦ, ପିଣ୍ଡିକ ବାହୁବଳେନ୍ଦ୍ର ସ୍ମୃତି କମିଟି, ଓଡ଼ିଶା ପାଇକ ମହାସଂଘ, ନିଉ ଥିଙ୍କିଙ୍ଗ ଫୋରମ, ଖୋର୍ଦ୍ଧା ସୁରକ୍ଷା ମଞ୍ଚ, ଖୋର୍ଦ୍ଧା ଐତିହାସିକ ସମାଜ, ଜୟୀ ରାଜଗୁରୁ ସ୍ମୃତି ପରିଷଦ ଅନୁଷ୍ଠାନ ପକ୍ଷରୁ ପୃଥକ୍‌ ଭାବେ ପ୍ରସ୍ତାବିତ ନିର୍ମାଣ ସ୍ଥାନରେ ବିକ୍ଷୋଭ କରାଯାଇଥିଲା। ଏହି ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯିବ ବୋଲି ବରିଷ୍ଠ ସଂସ୍କୃତି ଗବେଷକ ପ୍ରଫୁଲ୍ଲ ସାମନ୍ତରାୟ କହିଛନ୍ତି। ଐତିହ୍ୟ ଗବେଷକ ପ୍ରାଧ୍ୟାପକ ଗୋପାଳକୃଷ୍ଣ ଦାସ, କଳିଙ୍ଗ ପାଇକ ସଙ୍ଗଠନ ସଭାପତି ବଂଶୀଧର ଜଗଦ୍ଦେବ, ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ, ଉପଦେଷ୍ଟା ଭୀମସେନ ପ୍ରଧାନ, ଗବେଷକ ସତ୍ୟବାଦୀ ବଳିୟାରସିଂ, ଯୁବ ଉଦ୍ୟୋଗପତି ସଞ୍ଜୟ ପଟ୍ଟନାୟକ, ନରେନ୍ଦ୍ର ପୃଷ୍ଟି, ଖୋର୍ଦ୍ଧା ସୁରକ୍ଷା ମଞ୍ଚ ଆବାହକ ଶୋଭନ ଘୋଷ, ମୃତ୍ୟୁଞ୍ଜୟ ଛୋଟରାୟ, ରମଜାନ ଖଁା, ଅବନୀ ଜେନା, ହରପ୍ରସାଦ
ମହାପାତ୍ର ପ୍ରମୁଖ ପ୍ରତିବାଦ କରିଥିଲେ।
ଐତିହ୍ୟ ଗବେଷକ ପ୍ରାଧ୍ୟାପକ ଗୋପାଳକୃଷ୍ଣ ଦାସଙ୍କ କହିବାନୁଯାୟୀ, ୧୮୧୭ରେ ପାଇକ ବିଦ୍ରୋହ ଆରମ୍ଭ ହୋଇଥିଲା। ୧୮୦୪ରେ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ରାଜ ବିଦ୍ରୋହ, ୧୮୧୭ରେ ପାଇକ ବିଦ୍ରୋହ, ୧୮୨୭ରେ ତାପଙ୍ଗ ବିଦ୍ରୋହ ଏବଂ ୧୮୩୬ରେ କୃତ୍ତିବାସ ପାଟ୍ଟଶାଣୀଙ୍କ ନେତୃତ୍ୱରେ ହୋଇଥିବା ସଂଗ୍ରାମ ପରେ ଏହା ଶେଷ ହୋଇଥିଲା। ବାଣପୁରରୁ ପାଇକ ବିଦ୍ରୋହ ଆରମ୍ଭ ହୋଇ ପୁଣି ସେହିଠାରେ ଶେଷ ହୋଇଥିଲା। ଏହି ବିଦ୍ରୋହର ଭୟାବହତା ସମ୍ପର୍କରେ ବ୍ରିଟିଶ ପ୍ରଶାସକ-ଐତିହାସିକ ଟଏନ-ବିଙ୍କ ଇତିହାସରେ ଉଲ୍ଲେଖ ରହିଛି। ଏତଦ୍‌ ବ୍ୟତୀତ ଐତିହାସିକ ଷ୍ଟର୍ଲିଙ୍ଗ, ହଣ୍ଟସ୍‌ ଆଦିଙ୍କ ଇତିହାସରେ ସବିଶେଷ ତଥ୍ୟ ସ୍ଥାନିତ ହୋଇଛି। ରାଜ୍ୟ ଅଭିଲେଖାଗାରରେ ପାଇକ ବିଦ୍ରୋହ ସମ୍ପର୍କିତ ସମସ୍ତ ତଥ୍ୟ ଓ ପ୍ରତାବଳୀ ଓରିଶାନ ରେକର୍ଡ ଦ୍ୱିତୀୟ ଭାଗରେ ସଙ୍କଳିତ ହୋଇଛି। ଏଥିରେ ଜାତିବର୍ଣ୍ଣ ଧର୍ମ ନିର୍ବିଶେଷରେ ହୋଇଥିବା ଗଣ ସଂଗ୍ରାମକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ସ୍ବୀକୃତି ଦିଆଯାଇଛି। ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡ଼ିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଏହି ବୀରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପାଇକ ବିଦ୍ରୋହର ଗୁରୁତ୍ୱକୁ ପ୍ରତିପାଦନ କରିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀ ବଦଳ ପରମ୍ପରା ବଜାୟ ରହିଲା

ଯାଜପୁର/ରସୁଲପୁର(ହର୍ଷବର୍ଦ୍ଧନ ବେହେରା/ରଞ୍ଜିତ ରାଉତ),୩ା୫:ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ବଦଳ ପରମ୍ପରାକୁ ବଜାୟ ରଖିଛନ୍ତି। ଏହାବାଦ ଗୁରୁବାର ଏହି ଆସନ...

ମତଦାନ ପୂର୍ବରୁ ବଢୁଛି ନାମାଙ୍କନ ତାତି

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୨୦ତାରିଖ ମତଦାନ ଗ୍ରହଣ ହେବ। ବର୍ତ୍ତମାନ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ପ୍ରାର୍ଥିଙ୍କ ନାମାଙ୍କନ ଦାଖଲ...

୩ ସୂଚନା ଅଧିକାରୀଙ୍କ ଆଗୁଆ ଜାମିନ ଖାରଜ

କଟକ,୩ା୫ (କାର୍ତ୍ତିକ ସାହୁ): ସୂଚନା ଅଧିକାରର ମିଥ୍ୟା ତଥ୍ୟ ପ୍ରଘଟ କରିବା ମହଙ୍ଗା ପଡ଼ିଲା। ୩ ସୂଚନା ଅଧିକାର କର୍ମୀଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ...

ଓଭରହେଡ୍‌ କେବୁଲ ତାର ମୁକ୍ତ ଅଭିଯାନ ବାଟବଣା

ରାଉରକେଲା,୩ା୫(ବିପ୍ଲବ ରଞ୍ଜନ ଦାଶ): ସ୍ମାର୍ଟ ସିଟି ରାଉରକେଲା ଓଭରହେଡ୍‌ କେବୁଳ ମୁକ୍ତ ସହର ହେବ ବୋଲି ନିଷ୍ପତ୍ତି ନିଆଗଲା। ମାତ୍ରା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ...

ଜରାଜୀର୍ଣ୍ଣ ଅବସ୍ଥାରେ ପାନ୍ଥଶାଳା

ଧାମନଗର,୩।୫(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଏନ୍‌ଏସି ଅଧୀନ ଜୟନଗର ଛକଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାନ୍ଥଶାଳା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କୌଣସି ପର୍ଯ୍ୟଟକଙ୍କ...

ମାଡ଼ି ଚାଲିଛି ଶିମିଳିପାଳ ନିଆଁ

ବାରିପଦା,୩ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ପାରଦ ସୀମା ଲଂଘୁଥିବା ବେଳେ ଅଣାୟତ୍ତ ହୋଇପଡ଼ିଛି ଶିମିଳିପାଳ ନିଆଁ। ପ୍ରତିଦିନ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ଓ ଦକ୍ଷିଣ...

ଶୁକ୍ରବାର ରାହୁଲ, ଶନିବାର ନବୀନଙ୍କ ପ୍ରଚାର

ରାୟଗଡ଼ା,୩।୫(ଆଶିଷ ରଞ୍ଜନ ପଣ୍ଡା):କଂଗ୍ରେସ ନିଜ ଗଡ଼କୁ ଫେରିପାଇବା ପାଇଁ ଲାଗିଥିବାବେଳେ ବିଜେଡି ଗଡ଼ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛି। ତେବେ ୨୦୧୯ ସାଧାରଣ ନିର୍ବାଚନରେ...

ଚର୍ଚ୍ଚାରେ କଳାହାଣ୍ଡି ଛାତ୍ର ଅନିରୁଦ୍ଧ

ଭବାନୀପାଟଣା,୩ା୫(ଉତ୍ତମ କୁମାର ଦାଶ):ଆୟର୍ଲାଣ୍ଡ ଡବଲିନ୍‌ ସିଟି ବିଶ୍ୱବିଦ୍ୟାଳୟରେ ଗତ ସପ୍ତାହରେ ଅନୁଷ୍ଠିତ ସପ୍ତମ ବାର୍ଷିକ ଦକ୍ଷିଣ ଏସିଆ ସମ୍ମିଳନୀରେ ନିଜ ଶୀର୍ଷକ ଉପସ୍ଥାପନ କରି ଚର୍ଚ୍ଚାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri