ମତଦାନ ପୂର୍ବରୁ ବଢୁଛି ନାମାଙ୍କନ ତାତି

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୨୦ତାରିଖ ମତଦାନ ଗ୍ରହଣ ହେବ। ବର୍ତ୍ତମାନ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ପ୍ରାର୍ଥିଙ୍କ ନାମାଙ୍କନ ଦାଖଲ ଚାଲିଛି। ଶନିବାର ନାମାଙ୍କନ ଗ୍ରହଣର ଶେଷ ଦିବସ। ଗତ ୨ଦିନ ହେଲା ଜିଲାରେ ପ୍ରାର୍ଥିଙ୍କ ନାମାଙ୍କନ ତାତି ପରିଲକ୍ଷିତ ହୋଇଛି। ଟାଣଖରା, ଅସହ୍ୟ ତାତି ଅନୁଭୂତ ହେବା ସତ୍ତ୍ବେ ପ୍ରାର୍ଥିମାନେ ସେମାନଙ୍କ ଶତାଧିକ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କରିବା ସହିତ ନିଜ ଶକ୍ତି ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି। ଗୁରୁବାର ବିଜେଡି ବରଗଡ଼ ବିଧାନସଭା ପ୍ରାର୍ଥି ଦେବେଶ ଆଚାର୍ଯ୍ୟ ଏବଂ ବରଗଡ଼ ଲୋକ ସଭା ପ୍ରାର୍ଥିନୀ ପରିଣୀତା ମିଶ୍ର ଏକ ବିଶାଳ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଦାଖଲ କରିଥିଲେ। ଦେବେଶ ବରଗଡ଼ ଉପଜିଲାପାଳ କୁମାର ନାଗଭୂଷଣଙ୍କୁ ନାମାଙ୍କନ ପତ୍ର ପ୍ରଦାନ କରିଥିବାବେଳେ ଜିଲାପାଳ ଆଦିତ୍ୟ ଗୋୟଲ ପରିଣୀତାଙ୍କ ନାମାଙ୍କନ ଗ୍ରହଣ କରିଥିଲେ। ନାମାଙ୍କନ ଶୋଭାଯାତ୍ରାରେ ବିଜେଡି ରାଜ୍ୟ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତୀ ତଥା ବିଜେପୁର ବିଧାୟିକା ରୀତା ସାହୁ, ମହିଳା ବିଜେଡି ରାଜ୍ୟ ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଜିଲା କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ର, ବରିଷ୍ଠ ନେତା ଅଚ୍ୟୁତାନନ୍ଦ ମହାପାତ୍ର, ଗୌରହରି ମିଶ୍ର, ବରଗଡ଼ ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ନାଏକ, ଟାଉନ ବିଜେଡି ସଭାପତି କିଶୋର ମିଶ୍ର, ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା, ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝି, ଉପାଧ୍ୟକ୍ଷ ରାଜେଶ ଅଗ୍ରୱାଲ, ଅନୁରାଧା ଅଗ୍ରୱାଲ, ସୁଶାନ୍ତ ମିଶ୍ର, ପ୍ରଦ୍ୟୁମ୍ନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଶୋଭାଯାତ୍ରାରେ ଯୋଡ଼ିଶଙ୍ଖ ବାଦ୍ୟ ସହିତ ପାରମ୍ପରିକ ଲୋକବାଦ୍ୟ ସାମିଲ ଥିଲା।
ସେହିପରି ବରଗଡ଼ ବିଧାନସଭା ଆସନର ସ୍ବାଧୀନ ପ୍ରାର୍ଥି ପାଣ୍ଡବ କର୍ଣ୍ଣ ନିଆରା ଭାବେ ନାମାଙ୍କନ ଦାଖଲ କରିଥିଲେ। ଜଣେ ରକ୍ତଦାତା ତଥା ସମାଜସେବୀ ଭାବେ ଜଣାଶୁଣା ପାଣ୍ଡବ ବରଗଡ଼ ରକ୍ତଭଣ୍ଡାରକୁ ଯାଇ ସେଠାରେ ପ୍ରଥମେ ରକ୍ତଦାନ କରିଥିଲେ ଏବଂ ପରେ ଉପଜିଲାପାଳ କୁମାର ନାଗଭୂଷଣଙ୍କଠାରେ ତାଙ୍କ ଦ୍ୱିତୀୟ ସେଟ୍‌ ନାମାଙ୍କନ ଦାଖଲ କରିଥିଲେ। ଏହି ଆସନ ପାଇଁ ଭକ୍ତ ବିନୋଦ ବାବା ମଧ୍ୟ ସ୍ବାଧୀନ ପ୍ରାର୍ଥି ଭାବେ ତାଙ୍କ ଦ୍ୱିତୀୟ ସେଟ୍‌ ନାମାଙ୍କନ ଉପଜିଲାପାଳଙ୍କଠାରେ ଦାଖଲ କରିଥିଲେ। ଅତାବିରା ବିଧାନସଭା ଆସନ ଭାଜପା ପ୍ରାର୍ଥି ନିହାର ରଞ୍ଜନ ମହାନନ୍ଦ ନିରାଡ଼ମ୍ବର ଭାବେ ଆସି ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ରଙ୍କଠାରେ ନାମାଙ୍କନ ଦାଖଲ କରିଥିଲେ। ଭଟଲି ବିଧାନସଭାର ଆମ ଆଦମୀ ପାର୍ଟି(ଆପ୍‌)ର ମହମ୍ମଦ ଶାହରୁଖ୍‌ ଲୋଧିଆ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କଠାରେ ଦ୍ୱିତୀୟ ସେଟ୍‌ ନାମାଙ୍କନ ଦାଖଲ କରିଥିବାବେଳେ ଏହି ଆସନର କଂଗ୍ରେସ ପ୍ରାର୍ଥି ବ୍ରହ୍ମାନନ୍ଦ ମହାକୁଡ଼ ଅତିରିକ୍ତ ଜିଲାପାଳଙ୍କ ତାଙ୍କ ପ୍ରାର୍ଥିପତ୍ର ପ୍ରଦାନ କରିଥିଲେ। ପଦ୍ମପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥି ଟଙ୍କଧର ସାହୁ ଏବଂ ଆପ୍‌ ପ୍ରାର୍ଥି ବାଲ୍ମିକୀ ନାଏକ ମଧ୍ୟ ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି। ବୁଧବାର ବରଗଡ଼ ଲୋକ ସଭା ଆସନ ପାଇଁ ଭାଜପାର ପ୍ରଦୀପ ପୁରୋହିତ, ସ୍ବାଧୀନ ପ୍ରାର୍ଥି ପ୍ରଭାତ କୁମାର ଧରୁଆ ନାମାଙ୍କନ ଦାଖଲ କରିଥିବାବେଳେ ବହୁଜନ ସମାଜ ପାର୍ଟି (ବିଏସପି)ରୁ ୨ଜଣ ଜୟରାମ ବାଘ ଓ କୌଶିକ ସୁନା ନାମାଙ୍କନ ଦାଖଲ କରିବା ଚର୍ଚ୍ଚାର ବିଷୟ ହୋଇଛି। ସେହିପରି ବରଗଡ଼ ବିଧାନସଭା ଆସନ ପାଇଁ ଆପ୍‌ର ଆଶିଷ ଶତପଥୀ, ସ୍ବାଧୀନରେ ଭକ୍ତ ବିନୋଦ ବାବା, ରାଷ୍ଟ୍ରୀୟ ମାନବ ପାର୍ଟିର ମୁକ୍ତା ନାଗ, ବିଜେପୁର ବିଧାନସଭା ଆସନ ପାଇଁ ବିଜେଡିରୁ ରୀତା ସାହୁ ନାମାଙ୍କନ ଦାଖଲ କରିଛନ୍ତି। ଅତାବିରା ବିଧାନସଭା ଆସନରୁ କଂଗ୍ରେସର ଅଭିଷେକ ସେଠ, ବିଏସପିର ଭୁବନ ଭୋସାଗର, ଆପ୍‌ର ଜୟକ୍ରିଷ୍ଣା ଛୁରିଆ ଏବଂ ଭଟଲି ବିଧାନସଭା ଆସନରୁ ଭାଜପାର ଇରାଶିଷ ଆଚାର୍ଯ୍ୟ, ଆପ୍‌ର ଏମଡ଼ି ଶାହରୁଖ ଲୋଧିଆ, ସ୍ବା୍ଧୀନ ପ୍ରାର୍ଥି ବଲ୍ଲଭ ପାତ୍ର ନାମାଙ୍କନ ଦାଖଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରିପୋର୍ଟରେ ବଡ଼ ଖୁଲାସା: ଦଳ ବଦଳାଇଛନ୍ତି ୧୧୧ ଏମ୍‌ପି, ବିଧାୟକ

ନୂଆଦିଲ୍ଲୀ,୨୬ା୯: ୨୦୨୨ରୁ ୨୦୨୬ ମଧ୍ୟରେ ପାର୍ଲାମେଣ୍ଟ କିମ୍ବା ରାଜ୍ୟ ବିଧାନସଭା ନିର୍ବାଚନ ଜିତିବା ପରେ ୧୧୧ ଏମ୍‌ପି ଏବଂ ବିଧାୟକ ଦଳ ବଦାଇଛନ୍ତି। ସର୍ବାଧିକ ଦଳବଦଳ ନାଗାଲାଣ୍ଡ…

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ପ୍ରଶାନ୍ତ କିଶୋରଙ୍କୁ ଜୋରଦାର ଝଟ୍‌କା: ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟାରେ…

ପାଟନା,୨୬।୯: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜକୁ ଝଟକା ଲାଗିଛି। ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଘୋଷଣା…

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?