ଓଭରହେଡ୍‌ କେବୁଲ ତାର ମୁକ୍ତ ଅଭିଯାନ ବାଟବଣା

ରାଉରକେଲା,୩ା୫(ବିପ୍ଲବ ରଞ୍ଜନ ଦାଶ): ସ୍ମାର୍ଟ ସିଟି ରାଉରକେଲା ଓଭରହେଡ୍‌ କେବୁଳ ମୁକ୍ତ ସହର ହେବ ବୋଲି ନିଷ୍ପତ୍ତି ନିଆଗଲା। ମାତ୍ରା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଫଳରେ ସହରର ଡେଲି ମାର୍କେଟ, କୋଏଲନଗର, ଛେଣ୍ଡ,ପାନପୋଷ,ବାସନ୍ତୀ କଲୋନି ଏବଂ ଉଦିତ୍‌ନଗର, ସିଭିଲ ଟାଉନଶିପରେ ମାଳ ମାଳ କେବୁଳ ତାର ବିପଦପୂର୍ଣ୍ଣ ଏବଂ ଅସୁରକ୍ଷିତ ଭାବେ ଝୁଲି ରହିଛି। ବୁଢ଼ିଆଣୀ ଜାଲ ବୁଣିଲା ଭଳି କେବୁଳ ତାର ସ୍ମାର୍ଟ ସିଟି ସୌନ୍ଦର୍ଯ୍ୟତାରେ ଅଙ୍କୁଶ ଲଗାଉଛି। ସହରରେ କେବୁଲ ବ୍ୟବସ୍ଥା ସୁଦୃଢ଼ୀକରଣ ପାଇଁ ହକି ବିଶ୍ୱକପର ୧୦ଦିନ ପୂର୍ବରୁ ତକତ୍ାଳୀନ ରାଉରକେଲା ଅତିରିକ୍ତ ଜିଲାପାଳ ଡ. ଶୁଭଙ୍କର ମହାପାତ୍ର ଟିପିଡବ୍ଲ୍ୟୁଡିଏଲ୍‌ ନୋଡାଲ ଅଧିକାରୀଙ୍କ ଉପସ୍ଥିତିରେ ବିଦ୍ୟୁତ୍‌ ବିଭାଗୀୟ ଅଧିକାରୀ, ରାଉରକେଲା ଜିଓ କର୍ତ୍ତୃପକ୍ଷ ଓ ଅନୁମୋଦିତ ସହରର ୪ମୁଖ୍ୟ କେବୁଳ ଅପରେଟର ସଂସ୍ଥା ସହିତ ମିଶି ସହରକୁ ଓଭରହେଡ୍‌ କେବୁଲମୁକ୍ତ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରିଥିଲେ। ପାନପୋଷରୁ ରେଲଓ୍ବେ ଷ୍ଟେଶନ ଯାଏଁ ପ୍ରାଥମିକ ସ୍ତରରେ ଭୂତଳରେ କେବୁଳ ତାର ବିଛାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିସହ ଅନ୍ୟାନ୍ୟ କେବୁଳ ଅପରେଟର ସଂସ୍ଥାଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ କେବୁଳ ତାର ନ ବିଛାଇବାକୁ ତକତ୍ାଳୀନ ଅତିରିକ୍ତ ଜିଲାପାଳ ନିର୍ଦ୍ଦେଶ ଦେବା ସହ ଖିଲାପୀ କଲେ ଖିଲାପକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଅମାନିଆ କେବୁଲ ଓ ନେଟ୍‌ଓ୍ବାର୍କିଂ ଅପରେଟର ଡେଲିମାର୍କେଟ ଭଳି ଜନଗହଳି ଛକରେ ଅସୁରକ୍ଷିତ ଭାବେ କେବୁଲ ତାର ବିଛାଉଛନ୍ତି। ଏମିତିକି ଅନେକ ଛୋଟ ବଡ ଦୁର୍ଘଟଣା ବି ଘଟୁଥିବା ନଜିରକୁ ଆସୁଛି। କିଛିଦିନ ତଳେ ଉଦିତନଗର ନିକଟସ୍ଥ ଫିଟ୍‌ନେସ୍‌ ପାର୍କ ରାସ୍ତାରେ କେବୁଲ ତାର ଅତ୍ୟଧିକ ଭାର ଯୋଗୁ ୩୧କେଭି ବିଦ୍ୟୁତ୍‌ ତାର ରାସ୍ତା ଉପରେ ଛିଣ୍ଡି ପଡ଼ିଥିଲା। ଫଳରେ ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀ ଅଳ୍ପକେ ଏଥିରୁ ବର୍ତ୍ତିଯାଇଥିଲେ। ଏନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ରାଉରକେଲା ଅତିରିକ୍ତ ଜିଲାପାଳ ଆଶୁତୋଷ କୁଲକର୍ନୀଙ୍କୁ ପଚାରିବାରୁ, ନିର୍ଦ୍ଦେଶକୁ ଅବମାନନା କରି ମନମୁଖି କେବୁଲ ତାର ବିଛାଉଥିବା ସଂସ୍ଥାଗୁଡିକ ବିରୋଧରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ। ରାଉରକେଲା ସହର କିଭଳି ଓଭରହେଡ୍‌ କେବୁଲ ମୁକ୍ତ ସଫଳ ହେବ ସେ ନେଇ ନିର୍ବାଚନ ପରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଥିଲେ।
ଫଟୋ- ରାଉରକେଲା ଡେଲି ମାର୍କେଟର ବିଦ୍ୟୁତ୍‌ ଖୁଣ୍ଟରେ ମାଳ ମାଳ କେବୁଲ ତାର ଅସୁରକ୍ଷିତ ଭାବେ ଝୁଲି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ବିଧାନସଭାରେ ଛତାମଖନା ଆଇଏସ୍‌ଏସ୍‌ ପ୍ରସଙ୍ଗ ଉଠାଇଲେ ବିଧାୟକ କଳିକେଶ

ବଲାଙ୍ଗୀର,୨୫ା୯(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ବଲାଙ୍ଗୀରର ଛତାମଖନା ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର (ଆଇଏସ୍‌ଏସ୍‌)ର କ୍ଷତି, ଜଙ୍ଗଲ ନିଆଁ, କାମ୍ପା ପାଣ୍ଠି, ଜଙ୍ଗଲ…

ଅଭିଜିତ ଦୀପକେ, ସୌରଭ ଦାସଙ୍କ ସମେତ ୩ ଜଣଙ୍କୁ ହାଇକୋର୍ଟ ଦେଲେ ଅଲ୍‌ଟିମେଟମ୍‌: ୨୪ ଘଣ୍ଟା ମଧ୍ୟରେ…

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀ ହାଇକୋର୍ଟ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏବଂ ଦଳର ଅନ୍ୟ ତିନି ନେତା ଆଶୁତୋଷ ରାଙ୍କା, ରତ୍ନା ସିଂହ ଓ ସୌରଭ…

ଦେଶରେ ବ୍ୟାଙ୍କ ହଡ଼ତାଳ, ହେଲେ ଖୋଲା ରହିବ ଏହି ବ୍ୟାଙ୍କ

ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ଦେଶବ୍ୟାପୀ ୩ ଦିନିଆ ହଡ଼ତାଳ ଡାକ ମଧ୍ୟରେ ସାଧାରଣ ଲୋକ ଓ ଗ୍ରାମାଞ୍ଚଳର ଖାତାଧାରୀଙ୍କ…

ଅଭ୍ୟାସ ବେଳେ ହଠାତ୍‌ କାହିଁକି ରାଗିଗଲେ କୋହଲି? ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ, ୨୬।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ସେପ୍ଟେମ୍ବର ୨୭ ତାରିଖରେ ତିରୁଭାନନ୍ତପୁରମରେ ଖେଳାଯିବ। ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ଗୁରୁବାରଠାରୁ…

ପାରାଦୀପକୁ ମେଗା ବନ୍ଦର ମାନ୍ୟତା: ସାମୁଦ୍ରିକ ଅଭିଳାଷକୁ ମିଳିବ ଅଧିକ ପ୍ରୋତ୍ସାହନ

ପାରାଦୀପ,୨୬।୯(ଶରତ ରାଉତ): ଭାରତ ସରକାର ଶୁକ୍ରବାର ଦେଶର ୪ଟି ପ୍ରମୁଖ ବନ୍ଦରକୁ ଆନୁଷ୍ଠାନିକ ଭାବେ ମେଗା ବନ୍ଦର ମାନ୍ୟତା ଦେଇଛନ୍ତି। ସେଥିମଧ୍ୟରେ ଓଡ଼ିଶାର ପାରାଦୀପ ବନ୍ଦର ରହିଛି।…

୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର କୃଷି-ବନୀକରଣ ୭୦% ହ୍ରାସ ଘଟିପାରେ

ନୂଆଦିଲ୍ଲୀ, ୨୬ା୯: କ୍ରମାଗତ ଜଳବାୟୁ ଉଷ୍ମତା ଯୋଗୁ ୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର ଛୋଟ ଛୋଟ କୃଷି-ବନୀକରଣ ଅଞ୍ଚଳରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଦେଇପାରେ ଏବଂ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?