୩ ସୂଚନା ଅଧିକାରୀଙ୍କ ଆଗୁଆ ଜାମିନ ଖାରଜ

କଟକ,୩ା୫ (କାର୍ତ୍ତିକ ସାହୁ): ସୂଚନା ଅଧିକାରର ମିଥ୍ୟା ତଥ୍ୟ ପ୍ରଘଟ କରିବା ମହଙ୍ଗା ପଡ଼ିଲା। ୩ ସୂଚନା ଅଧିକାର କର୍ମୀଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଗିରଫଦାରି ଏଡାଇବାକୁ ୩ ସୂଚନା ଅଧିକାର କର୍ମୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଆବେଦନକାରୀମାନେ ହେଲେ ପ୍ରଦୀପ କୁମାର ପ୍ରଧାନ, ଶ୍ରୀକାନ୍ତ ପାକଳ ଓ ପ୍ରକାଶ ଚନ୍ଦ୍ର ଦାସ। ବିଚାରପତି ଚିତ୍ତରଞ୍ଜନ ଦାସ ମାମଲାର ଶୁଣାଣି କରି ଆବେଦନ ଖାରଜ କରିବା ସହ ଏଭଳି କାର୍ଯ୍ୟ ଦ୍ୱାରା ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ଉପରୁ ଜନସାଧାରଣଙ୍କ ଆସ୍ଥା ତୁଟିଯିବ ବୋଲି ମତବ୍ୟକ୍ତ କରିଛନ୍ତି।
ମାମଲାର ବିବରଣୀ ଅନୁସାରେ, ଆବେଦନକାରୀମାନେ ଏକ ଖବରଦାତା ସମ୍ମିଳନୀ କରି ଭିଆଇପିଙ୍କ ସୁରକ୍ଷା କ୍ଷେତ୍ରରେ ପୋଲିସ କର୍ମଚାରୀ ନିୟୋଜିତ ହେବା ନେଇ ମିଥ୍ୟା ତଥ୍ୟ ପ୍ରଦାନ କରିଥିଲେ। ସେମାନେ ଗଣମାଧ୍ୟମକୁ ଦେଖାଇଥିବା ନିର୍ଦ୍ଦିଷ୍ଟ କାଗଜପତ୍ର ଓ ତଥ୍ୟଭିତ୍ତିକ କାଗଜାତଗୁଡ଼ିକ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଦାବି କରିଥିଲେ। ସେମାନଙ୍କ ପ୍ରଦତ୍ତ ତଥ୍ୟକୁ ନେଇ ଗଣମାଧ୍ୟମରେ ବହୁଳ ଭାବେ ଖବର ପ୍ରସାରିତ ହୋଇଥିଲା। ମାତ୍ର ତଦନ୍ତ ପରେ ସେଗୁଡ଼ିକ କୌଣସି ସରକାରୀ ଅଧିକାରୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇନାହିଁ କିମ୍ବା କାହାରିକୁ ଦିଆଯାଇନାହିଁ ବୋଲି ଜଣାପଡ଼ିଥିଲା। ବରଂ ସେହି ମିଥ୍ୟା ତଥ୍ୟଗୁଡ଼ିକ ଆବେଦନକାରୀମାନଙ୍କ ଦ୍ୱାରା ଉଦ୍ଦେଶ୍ୟମୂଳକ ଭାବେ ପ୍ରସ୍ତୁତ କରାଯାଇଥିଲା। ବିଶେଷକରି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଏହା ବହୁ ଭାବେ ପ୍ରସାରିତ ହୋଇଥିଲା। ଆବେଦନକାରୀମାନେ ଗତ ଜାନୁଆରୀ ୧୯ ତାରିଖରେ ଓଡ଼ିଶା ସରକାରଙ୍କ ଗୃହ ବିଭାଗର ଜନସୂଚନା ଅଧିକାରୀଙ୍କୁ ସୂଚନା ଅଧିକାର ଆଇନ ବଳରେ କେତେକ ତଥ୍ୟ ମାଗିଥିଲେ। ସେମାନେ ନବୀନ ଓଡ଼ିଶା ତଥା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ସୁରକ୍ଷାରେ କେତେ ସଂଖ୍ୟକ ପୋଲିସ କର୍ମଚାରୀ ଓ ଗାଡ଼ି ନିୟୋଜିତ ହୋଇଛି ସେନେଇ ତଥ୍ୟ ପାଇଁ ଆବେଦନ କରିଥିଲେ। ଗତ ମାର୍ଚ୍ଚ ୧୧ରେ ଭୁବନେଶ୍ୱର ରିଜର୍ଭ ଇନ୍ସପେକ୍ଟର ଅଫ୍‌ ପୋଲିସ ତଥା ଜନ ସୂଚନା ଅଧିକାରୀ କୌଣସି ଚିଠି ନମ୍ବର ଓ ତାରିଖ ନ ଥାଇ କେବଳ ଦସ୍ତଖତ ତଳେ ତାରିଖ ଲେଖାଯାଇ ସୂଚନା ପ୍ରଦାନ କରିଥିଲେ। ଏହାକୁ ନେଇ ମାର୍ଚ୍ଚ ୨୯ ତାରିଖରେ ଆବେଦନକାରୀମାନେ ଖବରଦାତା ସମ୍ମିଳନୀ କରିଥିଲେ। ଏଥିସହ ୩ ଦିନ ପରେ ଏକ ମିଥ୍ୟା ଏଫ୍‌ଆଇଆର ରୁଜୁ କରି ଚିଠି ନମ୍ବର ଓ ତାରିଖ ନ ଥିବା ଦର୍ଶାଇଥିଲେ। ତେବେ ଆବେଦନକାରୀ ସୂଚନା ଅଧିକାର କର୍ମୀମାନେ ଅଭ୍ୟାସଗତ ଭାବେ ମିଥ୍ୟା କାଗଜପତ୍ର ପ୍ରସ୍ତୁତ କରିବା, ଅନ୍ୟମାନଙ୍କୁ ଠକିବା, ମିଥ୍ୟା ତଥ୍ୟ ପ୍ରଘଟ କରିବା ଆଦି ଅଭିଯୋଗରେ ଭୁବନେଶ୍ୱର ଶହୀଦନଗର ଥାନାରେ ଏକ ମାମଲା(ନଂ.୧୯୩/୨୪) ରୁଜୁ ହୋଇଥିଲା। ପାଣ୍ଡିଆନ୍‌ଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ ୮୫ରୁ ଅଧିକ ପୋଲିସ ସୁରକ୍ଷାକର୍ମୀ ରାଜ୍ୟ ସରକାର ନିୟୋଜିତ କରିଛନ୍ତି ବୋଲି ଏହି ୩ ସୂଚନା ଅଧିକାର କର୍ମୀ ଖବରଦାତା ସମ୍ମିଳନୀରେ ଦର୍ଶାଇଥିଲେ। ମିଥ୍ୟା ତଥ୍ୟକୁ ନେଇ ଖବରଦାତା ସମ୍ମିଳନୀ କରିଥିବାରୁ ଏମାନଙ୍କ ନାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶହୀଦ ନଗର ଥାନାରେ ଏତଲା ଦିଆଯାଇଥିଲା। ଯାହାକି ଭୁବନେଶ୍ୱର ଜେଏମ୍‌ଏଫ୍‌ସି-୩ଙ୍କ ଅଦାଲତରେ ବିଚାରାଧିନ ରହିଛି। ଏହି ମାମଲାରେ ଗିରଫଦାରୀରୁ ରକ୍ଷା ପାଇବା ପାଇଁ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ବିଧାନସଭାରେ ଛତାମଖନା ଆଇଏସ୍‌ଏସ୍‌ ପ୍ରସଙ୍ଗ ଉଠାଇଲେ ବିଧାୟକ କଳିକେଶ

ବଲାଙ୍ଗୀର,୨୫ା୯(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ବଲାଙ୍ଗୀରର ଛତାମଖନା ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର (ଆଇଏସ୍‌ଏସ୍‌)ର କ୍ଷତି, ଜଙ୍ଗଲ ନିଆଁ, କାମ୍ପା ପାଣ୍ଠି, ଜଙ୍ଗଲ…

ଅଭିଜିତ ଦୀପକେ, ସୌରଭ ଦାସଙ୍କ ସମେତ ୩ ଜଣଙ୍କୁ ହାଇକୋର୍ଟ ଦେଲେ ଅଲ୍‌ଟିମେଟମ୍‌: ୨୪ ଘଣ୍ଟା ମଧ୍ୟରେ…

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀ ହାଇକୋର୍ଟ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏବଂ ଦଳର ଅନ୍ୟ ତିନି ନେତା ଆଶୁତୋଷ ରାଙ୍କା, ରତ୍ନା ସିଂହ ଓ ସୌରଭ…

ଦେଶରେ ବ୍ୟାଙ୍କ ହଡ଼ତାଳ, ହେଲେ ଖୋଲା ରହିବ ଏହି ବ୍ୟାଙ୍କ

ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ଦେଶବ୍ୟାପୀ ୩ ଦିନିଆ ହଡ଼ତାଳ ଡାକ ମଧ୍ୟରେ ସାଧାରଣ ଲୋକ ଓ ଗ୍ରାମାଞ୍ଚଳର ଖାତାଧାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?