କାହାଣୀ ହୋଇ ରହିଯିବ

ସେଦିନ ଥିଲା ୧୯୨୯ ମସିହା ଏପ୍ରିଲ୍‌ ୮ ତାରିଖ। ଦେଶବ୍ୟାପୀ ସତ୍ୟାଗ୍ରହ ସତ୍ତ୍ୱେ ଦିଲ୍ଲୀର ସେଣ୍ଟ୍ରାଲ୍‌ ଲେଜିସ୍‌ଲେଟିଭ୍‌ ଆସେମ୍ବ୍ଲିରେ ପବ୍ଲିକ୍‌ ସେଫ୍ଟି ବିଲ୍‌ ଓ ଟ୍ରେଡ୍‌ ଡିସ୍‌ପ୍ୟୁଟ ବିଲ୍‌କୁ ଆଇନରେ ପରିଣତ କରିବାକୁ ଚାଲିଥାଏ ଯୋଜନା। ହଠାତ୍‌ କରି ଦର୍ଶକ ଗ୍ୟାଲେରିରୁ ଦୁଇଟି ବୋମା ଚଟାଣରେ ପଡ଼ି ବିସ୍ଫୋରଣ ହେଲା। ଆସେମ୍ବ୍ଲି ହଲ୍‌ଟି ଧୂଆଁମୟ ହୋଇଗଲା। ତଳେ ବିଛାଡ଼ି ହୋଇ ପଡ଼ିଲା କିଛି ଲିଫ୍‌ଲେଟ୍‌। ଦର୍ଶକ ଗ୍ୟାଲେରିରୁ ଶୁଭୁଥିଲା- ‘ଇନ୍‌କିଲାବ-ଜିନ୍ଦାବାଦ, ସାମ୍ରାଜ୍ୟବାଦ- ମୁର୍ଦ୍ଦାବାଦ’। ପ୍ରାଣବିକଳେ ଯିଏ ଯୁଆଡ଼େ ଧାଇଁ ପଳାଉଥିଲା ବେଳେ ଗ୍ୟାଲେରିରେ ନିର୍ବିକାର ଭାବେ ଛିଡ଼ା ହୋଇ ରହିଥିଲେ ଦୁଇ ଜଣ ଉଦ୍ଦାମ ଯୁବକ- ଭଗତ୍‌ ସିଂ ଓ ବଟୁକେଶ୍ୱର ଦତ୍ତ। ପୋଲିସ ସେମାନଙ୍କୁ ଗିରଫ କଲା। ରାଜଦ୍ରୋହ ଅପରାଧରେ ଭଗତ୍‌ ସିଂଙ୍କୁ ଫାଶୀ ଦିଆ ଯାଇଥିଲା ଏବଂ ବଟୁକେଶ୍ୱର ଆଜୀବନ ଜେଲଦଣ୍ଡ ଭୋଗିଥିଲେ।
ଜୟକୃଷ୍ଣ ରାଜଗୁରୁ ମହାପାତ୍ର ଥିଲେ ଖୋର୍ଦ୍ଧା ରାଜାଙ୍କର ରାଜପୁରୋହିତ। ସେ ଜୟୀ ରାଜଗୁରୁ ନାମରେ ଖ୍ୟାତ। ବ୍ରିଟିଶ ସହିତ ଲଢ଼େଇ କରି ସେ ଗିରଫ ହୋଇଥିଲେ। ମେଦିନାପୁର ଜେଲ୍‌ ହତା ବାହାରେ ଥିବା ଏକ ବରଗଛର ଦୁଇଟି ଡାଳକୁ ଓହରାଇ ଆଣି ରାଜଗୁରୁଙ୍କ ଦୁଇ ଗୋଡ଼କୁ ବାନ୍ଧି ଡାଳ ଦୁଇଟିକୁ ଛାଡ଼ି ଦିଆଯାଇଥିଲା। ଫଳରେ ରାଜଗୁରୁଙ୍କ ଶରୀର ଦୁଇ ଫାଡ଼ ହୋଇଯାଇଥିଲା। କେତେ ମର୍ମନ୍ତୁଦ! ଏ ଥିଲା ବ୍ରିଟିଶର ଭାରତୀୟ ସଂଗ୍ରାମୀମାନଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାରର ଏକ ଦୃଷ୍ଟାନ୍ତ ମାତ୍ର। ସେହି ଜୟୀ ରାଜଗୁରୁ ଥିଲେ ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ପ୍ରଥମ ଶହୀଦ।
ବିଚାରପତି ପ୍ରଶ୍ନ କଲେ- ତୁମ ନାମ କ’ଣ? ଉତ୍ତର ମିଳିଲା- ଆଜାଦ୍‌। ତୁମ ପିତାଙ୍କ ନାମ?- ସ୍ବତନ୍ତ୍ରତା। ତୁମ ଘର?- ଜେଲ୍‌ଖାନା। ଜଣେ ୧୫ ବର୍ଷ ବାଳକର ଏପରି ରୋକ୍‌ଠୋକ୍‌ ଜବାବ ବିଚାରପତିଙ୍କୁ ହତବାକ କରିଦେଇଥିଲା। ସେହି ଦିନଠାରୁ ଚନ୍ଦ୍ରଶେଖର ତିୱାରୀ ହୋଇଯାଇଥିଲେ ଚନ୍ଦ୍ରଶେଖର ଆଜାଦ୍‌। ଆଲ୍ଲାହାବାଦର ଆଜାଦ ପାର୍କରେ ତାଙ୍କୁ ଗିରଫ କରିବାକୁ ପୋଲିସ୍‌ ଚାରିପଟୁ ଯେତେବେଳେ ଘେରିଗଲେ ସେତେବେଳେ ସେ ନିଜ ବନ୍ଧୁକରୁ ଗୁଳି ଫୁଟାଇ ନିଜେ ଶହୀଦ୍‌ ହୋଇଗଲେ। ଅପୂର୍ବ ଦାମ୍ଭିକତା! ବିପ୍ଳବୀ ଖୁଦିରାମ ବୋଷ। ସେ ଭାରତର ସର୍ବକନିଷ୍ଠ ଶହୀଦ୍‌। ମୁଜାଫରପୁର ଷଡ଼ଯନ୍ତ୍ର ମାମଲାରେ ତାଙ୍କୁ ମାତ୍ର ୧୮ ବର୍ଷ ବୟସରେ ଫାଶୀ ଦିଆଯାଇଥିଲା।
ଆମ ରାଜ୍ୟର ବାଜି ରାଉତଠାରୁ ଆରମ୍ଭ କରି ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ବାଘାଯତୀନ୍‌, ଲକ୍ଷ୍ମଣ ନାୟକ, ବିର୍ସା ମୁଣ୍ଡା, ରଘୁ ଦିବାକରଙ୍କ ଅକ୍ଷୟ କୀର୍ତ୍ତି ସର୍ବଜନବିଦିତ। ଝାନ୍ସିରାଣୀ ଲକ୍ଷ୍ମୀବାଈ, ଚନ୍ଦନ ହଜୁରୀ, ସୁଖଦେବ, ଶିବରାମ ରାଜଗୁରୁ, ମଙ୍ଗଳ ପାଣ୍ଡେ, ଲାଲ-ବାଲ-ପାଲଙ୍କ ବଳିଦାନ ସମେତ ସୁଭାଷ ବୋଷ, ବଲ୍ଲଭଭାଇ ପଟେଲ, ଜବାହରଲାଲ ନେହେରୁ ଏବଂ ସର୍ବାଗ୍ରେ ମହାମତ୍ା ଗାନ୍ଧୀଙ୍କ ଆମେତ୍ାତ୍ସର୍ଗ ସହ ଆମେମାନେ ଅଳ୍ପବହୁତେ ଅବଗତ। ଆମେମାନେ ସ୍ବାଧୀନୋତ୍ତର ପିଢ଼ି ଭାବରେ ଦେଶର ମହାନ୍‌ ସ୍ବାଧୀନତା ସଂଗ୍ରାମ ସମ୍ପର୍କରେ କିଛି କିଛି ଜାଣୁ। ମାତ୍ର ଆମ ପରବର୍ତ୍ତୀ ପିଢ଼ି ଏ ସବୁଥିରୁ ବଞ୍ଚତ୍ତ। କାରଣ କେତୋଟି ଜାତୀୟ ଦିବସ ଭିନ୍ନ ଅନ୍ୟ କୌଣସି ଦିନରେ ଆମେ ସେମାନଙ୍କ କାନରେ ଏକଥା ପକାନ୍ତି ନାହିଁ।
ଛାତ୍ରଜୀବନରୁ ପାଠପଢ଼ା, ଘରଦ୍ୱାର ଛାଡ଼ି ସ୍ବାଧୀନତା ଆନ୍ଦୋଳନରେ ଲକ୍ଷ ଲକ୍ଷ ସଂଖ୍ୟାରେ ଝାସ ଦେଇଥିବା ବ୍ୟକ୍ତିତ୍ୱଙ୍କ ଉଦାହରଣ ଆମ ଇତିହାସରେ ଅଭାବ ନାହିଁ। କିନ୍ତୁ ଅଭାବ ଅଛି ସେହିମାନଙ୍କ ଆଦର୍ଶ, ଯାହା ନୂତନ ପିଢ଼ିଙ୍କୁ ଭବିଷ୍ୟତ ଭାରତ ପାଇଁ ଯୋଗ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri