ସାଇବର ଠକଙ୍କ କବ୍‌ଜାରେ ବଲାଙ୍ଗୀରର ୯୯୨ ଆକାଉଣ୍ଟ

ବଲାଙ୍ଗୀର,୧୪ା୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସାଇବର ଥାନା ପୋଲିସ ଏକ ଆନ୍ତଃରାଜ୍ୟ ସାଇବର ଠକେଇ ରାକେଟର ପର୍ଦ୍ଦାଫାଶ କରିଛି। ବଲାଙ୍ଗୀର ଏସ୍‌ପି ଅଭିଳାଷ ଜି ଶୁକ୍ରବାର ସ୍ଥାନୀୟ ସାଇବର ଥାନା ପରିସରରେ ଖବରଦାତା ସମ୍ମିଳନୀ କରି ଏହି ରାକେଟ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗରୁ ପରିଚାଳିତ ଏହି ଘଟଣାରେ ବଲାଙ୍ଗୀର ଜିଲାର ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ବଲାଙ୍ଗୀର ସଦର ଥାନା ଚୁଡାପାଲି ଗଁାର ଦେବାଶିଷ କାନ୍ତି (୩୧) ଓ ସୌମ୍ୟ ରଞ୍ଜନ କବାଟ (୨୧)। ଦୁଇ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଛି। ସେମାନଙ୍କଠାରୁ ସାଇବର ଥାନା ପୋଲିସ ୨୯ଟି ବ୍ୟାଙ୍କ ପାସ୍‌ବୁକ୍‌, ୧୫ଟି ଚେକ୍‌ବୁକ୍‌, ୧୦ଟି ଡେବିଟ୍‌ କାର୍ଡ, ଗୋଟିଏ ସ୍ବାଇପ୍‌ ବା ପିଓଏସ୍‌ ମେଶିନ, ୮ଟି ମୋବାଇଲ ଫୋନ, ୫ଟି ସିମ୍‌କାର୍ଡ, ଦୁଇଟି ଦାମୀ ବାଇକ୍‌ ଏବଂ ଗୋଟିଏ କାର୍‌ ଜବତ କରାଯାଇଛି। ଯାବତ୍‌ କେବଳ ବଲାଙ୍ଗୀର ଜିଲାରେ ୯୯୨ଟି ମ୍ୟୁଲ୍‌ ଆକାଉଣ୍ଟ ଚିହ୍ନଟ ହୋଇଥିବା ଏସ୍‌ପି ଅଭିଳାଷ ସୂଚନା ଦେଇଛନ୍ତି।
ସୂଚନା ଦେଇଛନ୍ତି ଯେ, ସାଇବର ଅପରାଧୀମାନେ ସ୍ଥାନୀୟ ଏଜେଣ୍ଟ ଜରିଆରେ ନିରୀହ ଏବଂ ସାଧାରଣ ଲୋକଙ୍କୁ ଅଳ୍ପ ଟଙ୍କା (୨ରୁ ୫ ହଜାର)ଦେଇ ବିଭିନ୍ନ ବ୍ୟାଙ୍କରେ ସେମାନଙ୍କର ଆକାଉଣ୍ଟ ଖୋଲୁଥିଲେ। ଯେଉଁମାନଙ୍କ ନଁାରେ ଆକାଉଣ୍ଟ ଖୋଲୁଥିଲେ ତାଙ୍କ ପାସ୍‌ବୁକ୍‌, ଏଟିଏମ୍‌ କାର୍ଡ ଏବଂ ବ୍ୟାଙ୍କ ଲିଙ୍କ୍‌ ମୋବାଇଲ ସିମ୍‌କୁ ନେଇଯାଇ ସେଥିରେ ସାଇବର ଠକେଇରୁ ଲବ୍ଧ ବହୁ କୋଟି ଟଙ୍କା ନେଣଦେଣ କରୁଥିଲେ। ଗିରଫ ୨ ଅଭିଯୁକ୍ତ ପଶ୍ଚିମବଙ୍ଗର ସାଇବର ଠକେଇ ରାକେଟ୍‌ର ସ୍ଥାନୀୟ ଏଜେଣ୍ଟ ଥିଲେ। ଉଭୟ ବଲାଙ୍ଗୀର ସଦର ଥାନା, ଟାଉନ ଥାନା ଏବଂ ଲୋଇସିଂହା ଥାନା ଅଞ୍ଚଳର ୩ ଶହରୁ ଊର୍ଦ୍ଧ୍ୱ ଲୋକଙ୍କୁ ଯୋଗାଯୋଗ କରି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ନେଇ ସାଇବର ଠକଙ୍କୁ ଦେଇଥିଲେ। ପଶ୍ଚିମବଙ୍ଗରୁ ବଲାଙ୍ଗୀର ଆସି ସାଇବର ଠକମାନେ ଏଠାରେ ସ୍ଥାନୀୟ ଏଜେଣ୍ଟ ନିଯୁକ୍ତି କରି ସେମାନଙ୍କ ଜରିଆରେ ଜିଲାର ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ, ପାସ୍‌ବୁକ୍‌ ଏବଂ ମୋବାଇଲ ସିମ୍‌ ନେଇଥିବା ଜଣାପଡ଼ିଛି। ଇଣ୍ଡିଆନ୍‌ ସାଇବର କ୍ରାଇମ୍‌ କୋଅର୍ଡିନେଶନ ସେଣ୍ଟର (ଆଇ୪ସି)ର ସୂଚନା ଆଧାରରେ ବିଭିନ୍ନ ବ୍ୟାଙ୍କର ମ୍ୟୁଲ୍‌ ଆକାଉଣ୍ଟଗୁଡିକୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଚୁଡାପାଲି ଅଞ୍ଚଳର ଦୁଇଟି ଆକାଉଣ୍ଟରେ ଗତ ୬ ମାସ ମଧ୍ୟରେ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନେଣଦେଣ ହୋଇଥିବା ଜଣାପଡ଼ିଥିଲା। ଉକ୍ତ ସନ୍ଦିଗ୍ଧ ଆକାଉଣ୍ଟର କେୱାଇସି ଯାଞ୍ଚ କରାଯିବାରୁ ଯାହାଙ୍କ ନଁାରେ ଆକାଉଣ୍ଟ ଥିଲା ତାଙ୍କ ସୂଚନା ମିଳିଥିଲା। ତେବେ ସମ୍ପୃକ୍ତ ଆକାଉଣ୍ଟ ଥିବା ବ୍ୟକ୍ତି ତାଙ୍କ ଆକାଉଣ୍ଟରେ ଏତେ ପରିମାଣର ଟଙ୍କା ନେଣଦେଣ ସମ୍ପର୍କରେ କିଛି ଜାଣି ନ ଥିବା କହିଥିଲେ। ସାଇବର ପୋଲିସ ଅଧିକ ତଦନ୍ତ କରିବାରୁ ଦୁଇ ଅଭିଯୁକ୍ତଙ୍କ ସମ୍ପୃକ୍ତି ଜଣାପଡିଥିଲା। ମାତ୍ର ୨ ହଜାର ଟଙ୍କା ଦେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଅଭିଯୁକ୍ତ ସାଇବର ଠକମାନେ ୫ କୋଟିରୁ ଅଧିକ ଟଙ୍କା ନେଣଦେଣ କରିଥିବା ଜଣାପଡ଼ିଥିଲା। ଅଭିଯୁକ୍ତ ଦେବାଶିଷ ଏବଂ ସୌମ୍ୟ ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଆକାଉଣ୍ଟ ଡିଟେଲ୍ସ ସାଇବର ଠକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ଛି। ଅନ୍ୟ ଆକାଉଣ୍ଟଗୁଡ଼ିକର ତଦନ୍ତ ଆରମ୍ଭ ହୋଇଛି ଏବଂ ଖୁବ୍‌ଶୀଘ୍ର ବାସ୍ତବରେ ସାଇବର ଠକମାନେ କେତେ କୋଟି ଟଙ୍କାର କାରସାଦି କରିଛନ୍ତି ଜଣାପଡ଼ିବ ବୋଲି ଏସ୍‌ପି କହିଛନ୍ତି। ମ୍ୟୁଲ୍‌ ଆକାଉଣ୍ଟରୁ ବହୁ କୋଟି ଟଙ୍କାର ସାଇବର ଠକେଇରେ ଅନେକ ଲୋକ ଶିକାର ହୋଇଥିବା ଅନୁମାନ କରାଯାଉଛି। ପଶ୍ଚିମବଙ୍ଗର ସାଇବର ଠକ ଏବଂ ଜିଲାରେ ସକ୍ରିୟ ଥିବା ଅନ୍ୟ ଏଜେଣ୍ଟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସକାଶେ ପଦକ୍ଷେପ ନିଆଯାଉଛି ବୋଲି ଏସ୍‌ପି ଅଭିଳାଷ ସୂଚନା ଦେଇଥିଲେ। ଖବରଦାତା ସମ୍ମିଳନୀରେ ସଦର ଏସ୍‌ଡିପିଓ ସରୋଜ କୁମାର ଉପାଧ୍ୟାୟ ଓ ସାଇବର ଥାନା ଆଇଆଇସି ଭାରତୀ ନାଏକ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?