ଏମ୍‌କେସିଜି ମେଡିକାଲ ସମ୍ପ୍ରସାରଣ ପାଇଁ ୯୫୦ କୋଟି

ବ୍ରହ୍ମପୁର,୩।୩ (ସୁବାସ ଚନ୍ଦ୍ର ପାଢ଼ୀ): ରାଜ୍ୟରେ ସ୍ବାସ୍ଥ୍ୟ ସେବା ସୁଦୃଢ଼ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ପଦକ୍ଷେପ ନେଇଛନ୍ତି। ଏହି ଧାରାରେ ବ୍ରହ୍ମପୁରରେ ଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ କଲେଜ ଓ ହସ୍ପିଟାଲର ସମ୍ପ୍ରସାରଣ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଶନିବାର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଏମକେସିଜି ମେଡିକାଲ ଖେଳ ପଡିଆଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆଭାସିରେ ଯୋଗଦେଇ ପ୍ରକଳ୍ପ ଶିଳାନ୍ୟାସ କରିଥିଲେ। ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପଣ୍ଡିଆନ ଆଭାସିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୂର୍ବରୁ ଏମକେସିଜିର ଛାତ୍ରୀଛାତ୍ର, କର୍ମଚାରୀଙ୍କଠାରୁ ମତାମତ ନିଆଯାଇଥିଲା । ସେହି ଅନୁସାରେ ସମସ୍ତ ଭିତ୍ତିଭୂମି ନିର୍ମାଣ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି ବୋଲି ୫-ଟି ଅଧ୍ୟକ୍ଷ କହିଥିଲେ । ଏମକେସିଜିରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ। ଏମକେସିଜିରେ ବର୍ଣ୍ଣକେୟାର ୟୁନିଟ ଖୋଲିବାକୁ ଯାଉଛି । ସେହିପରି ପୂର୍ବରୁ ଗ୍ୟାଷ୍ଟ୍ରୋଏଣ୍ଟେରୋଲଜି ସହ ଅନ୍ୟାନ୍ୟ ସୁପର ସ୍ପେଶିଆଲିଟି ବିଭାଗ ଖୋଲି ସାରିଛି ବୋଲି ବିଧାୟକ କହିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏମପି ଚନ୍ଦ୍ରଶେଖର ସାହୁ, ମେୟର ସଂଘମିତ୍ରା ଦଳାଇ, ଯୋଜନା ବୋର୍ଡ ସଦସ୍ୟ ଡ଼ା. ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏମକେସିଜି ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ ପ୍ରଫେସର ଡ଼ା. ସନ୍ତୋଷ କୁମାର ମିଶ୍ର, ଅଧୀକ୍ଷକ ପ୍ରଫେସର ଡ଼ା. ସୁଚିତ୍ରା ଦାସ ମଞ୍ଚାସୀନ ଥିଲେ । ଏମ୍‌କେସିଜିର ରେଜିଷ୍ଟର ସଂଗ୍ରାମ କେଶରୀ ପଣ୍ଡା, ଓବିସିସିର ସାଧାରଣ ପରିଚାଳକ ପ୍ରଭାତ କୁମାର ପାଣିଗ୍ରାହୀ, ବରିଷ୍ଠ ଡ଼ାକ୍ତର, ସମସ୍ତ ମ୍ୟାନେଜର ଉପସ୍ଥିତ ରହି ସହଯୋଗ କରିଥିଲେ। ଡାକ୍ତରୀ ଛାତ୍ରୀଛାତ୍ର, ନର୍ସିଂ ଛାତ୍ରୀଛାତ୍ର, ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳର ମହିଳା ସଂଘ ଉପସ୍ଥିତ ଥିଲେ । ଏମକେସିଜିର ସମ୍ପ୍ରସାରଣ ପ୍ରକଳ୍ପ ଜରିଆରେ ୧୦ ମହଲା ବିଶିଷ୍ଟ ଏକ ବହିର୍ବିଭାଗ କୋଠା ନିର୍ମାଣ କରାଯିବ। ସେଠାରେ ବହିର୍ବିଭାଗ ସହ ଭେଷଜ ବିଭାଗର ୨୮୦ ଶଯ୍ୟା ବିଶିଷ୍ଟ ଅନ୍ତଃବିଭାଗ, ୧୦୦ ଶଯ୍ୟା ବିଶିଷ୍ଟ ଚକ୍ଷୁ ବିଭାଗ ଆନ୍ତଃବିଭାଗ, ବର୍ଣ୍ଣକେୟାର ୟୁନିଟ, ଆଇସିୟୁ, ୫୦ ଶଯ୍ୟାର ସିସିୟୁ, ଜରୁରୀକାଳୀନ ସେବା, ୫ଟି ଅସ୍ତ୍ରୋପଚାର ଗୃହ, ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଏବଂ ଆନ୍ୟନ୍ୟା କାର୍ଯ୍ୟାଳୟ ରହିବ। ସେହିପରି ୮ ମହଲାର ୩୦୦ ଶଯ୍ୟା ବିଶିଷ୍ଟ ୟୁଜି ପୁରୁଷ ହଷ୍ଟେଲ, ୮ ମହଲାର ୩୦୦ ଶଯ୍ୟା ବିଶିଷ୍ଟ ୟୁଜି ମହିଳା ହଷ୍ଟେଲ, ୧୫୦ ଶଯ୍ୟା ବିଶିଷ୍ଟ ୮ ମହଲାର ହାଉସ ସର୍ଜନ ପୁରୁଷ ହଷ୍ଟେଲ, ୮ ମହଲାର ୧୫୦ ଶଯ୍ୟା ବିଶିଷ୍ଟ ହାଉସ ସର୍ଜନ ମହିଳା ହଷ୍ଟେଲ ନିର୍ମାଣ ହେବ। ଏମ୍‌କେସିଜିରେ ୨ ମହଲା ବିଶିଷ୍ଟ ଇନଡୋର ଷ୍ଟାଡିୟମ ଓ ଖେଳପଡ଼ିଆର ଉନ୍ନତୀକରଣ କରାଯିବ। ଷ୍ଟାଡିୟମ ଓ ଖେଳପଡିଆରେ ବାସ୍କେଟବଲ, ଭଲିବଲ, ବ୍ୟାଡମିଣ୍ଟନ, ବ୍ୟାୟାମଶାଳା, ଯୋଗ ଗୃହ, ବହୁମୁଖୀ କୋଠା ରହିବ। ସେହିପରି ଏମକେସିଜିରେ ୬ ମହଲା ବିଶିଷ୍ଟ ଗେଷ୍ଟ ହାଉସ ନିର୍ମାଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

‘ଓଁ ନମଃ ଶିବାୟ’ : ଶତକ ପରେ ମଇଦାନ ମଝିରେ ବସି ମନ୍ତ୍ର ଜପିଲେ ଅଭିଷେକ ଶର୍ମା, ତା’ପରେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବ୍ୟାଟର ଝଡ଼ ଆଣିଛନ୍ତି ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଧୂଆଁଧାର ଶତକ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

୩୧ ଦିନ ପରେ ଉଦୟ ହେଲେ ବୁଧ: ବୃଷ ସମେତ ୫ ରାଶିଙ୍କ ଉପରେ ଧନବର୍ଷା! ଘର-ଗାଡ଼ି କିଣିବାର ରହିଛି ଯୋଗ

ଭୁବନେଶ୍ୱର: ୩୧ ଦିନ ଅସ୍ତ ରହିବା ପରେ ୨୦୨୬ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬ଟା ୫୫ ମିନିଟରେ ଉଦୟ ହୋଇଛନ୍ତି ବୁଧ। ଜ୍ୟୋତିଷାଚାର୍ଯ୍ୟଙ୍କ ମତରେ, ମଙ୍ଗଳ…

ଡିଜିପି ଚୟନ: ୨୨ ଶୁଣାଣିକୁ ଅପେକ୍ଷା

ଭୁବନେଶ୍ୱର,୧୮ା୯(ସୁନିତ୍‌ ମିଶ୍ର): ଓଡ଼ିଶା ଡିଜିପି ଚୟନ ନେଇ ଆସନ୍ତା ୨୨ ତାରିଖ ଦିନ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଗୁରୁବାର ଏହି ବାବଦରେ ସର୍ବୋଚ୍ଚ ନ୍ୟାୟଳୟରେ ଶୁଣାଣି ହେବାର…

ପୃଥିବୀ ଭୂଗର୍ଭରେ ରହିଛି ବିପୁଳ ଜଳରାଶି, ୨,୯୦୦ କିମି ଗଭୀରରେ ବଡ଼ ରହସ୍ୟ

ଲଣ୍ଡନ,୧୮ା୯: ‘ଜଳ ହିଁ ଜୀବନ’। ପୃଥିବୀରେ ସମସ୍ତ ଜୀବଜଗତର ସୃଷ୍ଟି ଓ ସ୍ଥିତି ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବଳ ଭୂପୃଷ୍ଠରେ ନୁହେଁ, ପୃଥିବୀର ଭୂଗର୍ଭୀୟ…

ମା’ ରାମଚଣ୍ଡୀଙ୍କ ମନ୍ଦିରରେ ୧ ହଜାର ଦୀପ ପ୍ରଜ୍ଜ୍ୱଳନ, ବିଧାୟକ ପହଞ୍ଚି…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ଅଞ୍ଚଳର ବିଭିନ୍ନ ଧର୍ମାନୁଷ୍ଠନରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୭୬ତମ ଜନ୍ମ ଦିବସ ଅବସରରେ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ଏକ…

ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ଚାରାରୋପଣ, ସବୁଜ ପରିବେଶ….

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଭିନ୍ନ ଢଙ୍ଗରେ ପାଳିତ ହୋଇଯାଇଛି । ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?