ଜନଶୁଣାଣି ଶିବିରରେ ୯୩ ଅଭିଯୋଗ ପଞ୍ଜୀକୃତ

କର୍ଲାମୁଣ୍ଡା,୧୬ା୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ପରିସର ରାଜୀବ ଗାନ୍ଧୀ ସେବା ଭବନଠାରେ ସୋମବାର ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ଜିଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, କେସିଙ୍ଗା ଏସ୍‌ଡିପିଓ ସମ୍ବିତ କୁମାର ମାଝୀ, ବିଡିଓ ଦେବେନ୍ଦ୍ର ସାମଲ, ଜିଲା ମୁଖ୍ୟ କୃଷି ଅଧିକାରୀ ମଳୟ କୁମାର ପରିଡ଼ା, ବ୍ଲକ୍‌ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ, ସହକାରୀ ଯନ୍ତ୍ରୀ ସନ୍ଦୀପ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ଶିବିରରେ ମୋଟ ୯୩ଜଣ ଆବେଦନକାରୀ ଅଭିଯୋଗପତ୍ର ଦାଖଲ କରିଥିଲେ। ବ୍ଲକ୍‌ର କୁଶୁର୍ଲା କଲୋନିପଡାରେ ଦୀର୍ଘ ୩୭ବର୍ଷ ଧରି ୧୬ ପରିବାର ଘର ପାଇ ବସବାସ କରୁଥିଲେ ହେଁ ସ୍ଥାୟୀ ପଟ୍ଟା ନ ପାଇବା, ରିଷିଡାର ଦକ୍ଷଶୀଳ ସେଠ ନାମକ ଚାଷୀ ଉଦ୍ୟାନ ବିଭାଗରୁ ଦେଢ଼ ଏକର ଜାଗାରେ ଆମ୍ବ ବଗିଚା କରି ସହାୟତା ରାଶି ପାଇ ନ ଥିବା, ସିଲେଟପଡ଼ାଠାରୁ କୁଶୁର୍ଲା ରାସ୍ତା ମରଣଯନ୍ତା ପାଲଟିଥିବା, ମୃତ୍ତିକା ବିଭାଗ ପକ୍ଷରୁ କାର୍ଯ୍ୟାଦେଶ ପାଇ ଚହଲା ଖୋଳି ହିତାଧିକାରୀ ପଇସା ପାଇ ନ ଥିବା ଇତ୍ୟାଦି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ତେବେ ଜିଲାପାଳ କିମ୍ବା ଏସ୍‌ପି ଶିବିରରେ ଯୋଗଦେଇ ନ ଥିବାରୁ ଜନ ଅସନ୍ତୋଷ ଦେଖାଦେଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶ ସୌନ୍ଦର୍ଯ୍ୟ ବଢାଇବାକୁ ପ୍ରୟାସ: କେସିଙ୍ଗା ଏନଏସି ପକ୍ଷରୁ…

କେସିଙ୍ଗା,୬।୬(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ଏନଏସି ପକ୍ଷରୁ ବିଶ୍ୱ ପରିବେଶ ଦିବସ ଡୁମେର ମୁଣ୍ଡାସ୍ଥିତ ଏମସିସି କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ବିଶ୍ୱ ପରିବେଶ…

ବରିଷ୍ଠ ଶିଶୁ ବିଶେଷଜ୍ଞ ପଲଉ ପ୍ରଧାନଙ୍କ ପରଲୋକ: ଅନେକଙ୍କ ପାଇଁ ଥିଲେ ଆଶାର ଆଲୋକ

ଭବାନୀପାଟଣା,୬।୬(ଉତ୍ତମ କୁମାର ଦାଶ):ବରିଷ୍ଠ ଶିଶୁ ବିଶେଷଜ୍ଞ ତଥା ଅବସରପ୍ରାପ୍ତ ଡାକ୍ତର ପଲଉ ପ୍ରଧାନ (୭୦)ଙ୍କ ଶନିବାର ସକାଳେ ପରଲୋକ ହୋଇଯାଇଛି। ତାମିଲନାଡୁର କୋଏମ୍ବାଟୁରର ଏକ ହୋଟେଲରେ ହୃଦଘାତ…

ସରିଲା ଛତ୍ରପୁର ମହୋତ୍ସବ: ମନ ଜିଣିଲେ ଅଙ୍କିତା-ପ୍ରଜ୍ଞା-ସଚିନ

ଛତ୍ରପୁର,୬।୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ପାଞ୍ଚଦିନଧରି ମହାଆଡମ୍ବରରେ ଚାଲିଥିବା ଛତ୍ରପୁର ମହୋତ୍ସବ ଶେଷ ହୋଇଛି। ଶେଷ ଦିନ…

ଛତ୍ରପୁରରେ ମହୋତ୍ସବ, ଗଞ୍ଜାମ ସହରରେ କେବେ? ପ୍ରଶାସନ-ରାଜନେତାଙ୍କ ଇଛା ଶକ୍ତି ଅଭାବ ପରିଲକ୍ଷିତ

ଗଞ୍ଜାମ,୫।୬(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ହେଡ଼କ୍ୱାର୍ଟର ଛତ୍ରପୁର ଷ୍ଟାଡିୟମଠାରେ ପାଞ୍ଚ ଦିନ ଧରି ଛତ୍ରପୁର ମହୋତ୍ସବ ୨୦୨୬ ଅନୁଷ୍ଠିତ ହୋଇଥିଲା l ଏହା ଶୁକ୍ରବାର ସନ୍ଧ୍ୟାରେ…

ଆଗ ଥଇଥାନ, ପରେ ଉଚ୍ଛେଦ କର: ସୁଇପର କଲୋନୀବାସୀ ଜିଲାପାଳଙ୍କୁ ଫେରାଦ

ବରଗଡ଼,୬।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ପର୍ଯ୍ୟାୟକ୍ରମେ ଏହି ପୌରାଞ୍ଚଳର ଗୋଟିଏ ୱାର୍ଡରୁ ଅନ୍ୟ ୱାର୍ଡ଼ରେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ତେବେ ଉଚ୍ଛେଦ ପୂର୍ବରୁ…

ଧାନ ଶୀଘ୍ର ନ ଉଠିଲେ ଆନ୍ଦୋଳନ: ଚାଷୀଙ୍କ ଚେତାବନୀ

ବରଗଡ଼,୬।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ମାତ୍ର ୪ଦିନ ପରେ ଏହି ପ୍ରକ୍ରିୟାକୁ ମାସେ ପୂରିବ। ହେଲେ ଏପର୍ଯ୍ୟନ୍ତ ଧାନ ବିକ୍ରିବଟା…

ଶୌଚ ପାଇଁ ଯାଇଥିଲେ ଜମୁନା, ହଠାତ୍‌ ମାଡ଼ିଆସିଲା ହାତୀ: ଆଉ ତା’ପରେ ଯାହା ଘଟିଲା…

ବଣାଇଁ,୬।୬(ପ୍ରଦୀପ ତ୍ରିପାଠୀ):ସୁନ୍ଦରଗଡ ଜିଲା ବଣାଇଁ ଉପଖଣ୍ଡ ତଥା ରାଉରକେଲା ବନଖଣ୍ଡର ବାଙ୍କି ବନାଞ୍ଚଳରେ ଏକ ଛଅ ଟିକିଆ ହାତୀପଲ ଘୁରି ବୁଲୁଥିବାବେଳେ ବନ ବିଭାଗ ତାଙ୍କୁ ଘଡାଇଥିଲେ…

ଶଗଡ଼କୁ ଧକ୍କା ଦେଇ ଫେରାର ଥିବା ହାଇୱା ଚାଳକ ଶେଷରେ ଗିରଫ; ସାନଖେମୁଣ୍ଡି କୋର୍ଟକୁ ପଠାଇଲା ପୋଲିସ

ଦିଗପହଣ୍ଡି,୫|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଏଏସଆଇ ସୁଧୀର ନାୟକ ଶୁକ୍ରବାର ବ୍ରହ୍ମପୁର ବଡ ବଜାର ଥାନା ଜଗନ୍ନାଥ ବିହାର ୭ ମ ଲେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri