Posted inଫୁରସତ

୯୦ ବର୍ଷୀୟା ଫିଟନେସ୍‌ ଟ୍ରେନର୍‌: ବୟସ ତାଙ୍କ ପାଇଁ କେବଳ ଏକ ନମ୍ବର…

୯୦ ବର୍ଷ ବୟସରେ ଲୋକେ ଭଲରେ ଚାଲି ବୁଲି ପାରନ୍ତିନି। ଏମିତି କି ନିଜର ଦୈନନ୍ଦିନ କାମରେ ବି ଅନ୍ୟର ସାହାଯ୍ୟ ଲୋଡ଼ନ୍ତି। କିନ୍ତୁ ଜାପାନର ୯୦ ବର୍ଷୀୟା ମହିଳା ତାକିସିମା ମିକା ପରିଣତ ବୟସରେ ପାଲଟିଛନ୍ତି ଫିଟନେସ୍‌ ଟ୍ରେନର୍‌। ଆଉ ଯୋଗ ମାଧ୍ୟମରେ କିଭଳି ସୁସ୍ଥ ଜୀବନ ଅତିବାହିତ କରିହେବ ସେ ନେଇ ଲୋକଙ୍କୁ ସଚେତନ କରୁଛନ୍ତି। ବହୁ କଷ୍ଟକର ବ୍ୟାୟାମକୁ ସେ ଏତେ ସହଜରେ କରିଦେଇପାରନ୍ତି ଯେ, ତାଙ୍କୁ ଦେଖିଲେ ଲାଗେ ବୟସ ତାଙ୍କ ପାଇଁ କେବଳ ଏକ ନମ୍ବର। ଏବେ ତାକିସିମା ପୃଥିବୀର ସବୁଠାରୁ ବୟସ୍କା ଫିଟ୍‌୍‌ନେସ୍‌ ଟ୍ରେନର୍‌ ଭାବେ ପରିଚିତ। ତେବେ ପୂର୍ବରୁ ସେ କେବେ ଜିମ୍‌ ଯାଇ ନ ଥିଲେ। ନିଜ ଶରୀର ପ୍ରତି ଧ୍ୟାନ ବି ଦେଉ ନ ଥିଲେ। ସ୍ବାମୀଙ୍କର ଏକ କଟାକ୍ଷ ଯୋଗୁ ସେ ୬୫ ବର୍ଷ ବୟସରେ ଜିମ୍‌ ଯିବା ଆରମ୍ଭ କରିଥିଲେ। ଆଉ ୧୫ କିଗ୍ରା ଓଜନକମ୍‌ କରିଥିଲେ। ଏହାପରେ ଜିମ୍‌ ଯିବା ତାଙ୍କର ନିଶା ପାଲଟିଗଲା। ୮୭ ବର୍ଷ ବୟସ ବେଳକୁ ତ ସେ ନିଜେ ଫିଟନେସ୍‌ ଟ୍ରେନର୍‌ ପାଲଟିଗଲେ। ସେ ଏତେ କର୍ମଠ ଯେ, ରାତି ୧୧ଟାରେ ଶୋଇ ପ୍ରାତଃ ୩ଟାରେ ଉଠିଯାନ୍ତି। ଆଉ ୪ କି.ମି. ଚାଲନ୍ତି ଓ ୩ କି.ମି. ଜଗିଂ କରନ୍ତି ଓ ୧ କି.ମି. ପଛୁଆ ଚାଲନ୍ତି। ଏହାପରେ ଘରେ ସୁସ୍ଥ ଜଳଖିଆ ଖାଇ ଘର କାମରେ ଲାଗିଯାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ ଗଞ୍ଜା

ବେଟିଂ କରି ଲୋକେ ଜେଲ୍‌ ଯାଉଥିବା କଥା ଶୁଣିଥିବେ। ହେଲେ ଜାଣନ୍ତି କି ନିକଟରେ ଦୁଇଟି ଗଞ୍ଜା କୁକୁଡାକୁ ବେଟିଂ ଭଳି ସଙ୍ଗିନ ଅଭିଯୋଗରେ ଜେଲ୍‌...

ଏକଲାପଣ ଦୂର କରିବାକୁ ଏମିତି ପଦକ୍ଷେପ ନେଲେ ଯୁବକ, ଏବେ ଲାଗୁଛି ଯୁବତୀଙ୍କ ଲମ୍ବା ଲାଇନ୍‌

କରୋନା ମହାମାରୀ ଯୋଗୁ ଅଧିକାଂଶ ଲୋକଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିଛି। ଏହି ସମୟ ମଧ୍ୟରେ କିଛି ଲୋକ ଲକ୍‌ଡାଉନ୍‌ ହେତୁ ବହୁତ ଉଦାସୀନ ଥିଲେ।...

୭୩ ବର୍ଷୀୟା ବୃଦ୍ଧା ନିଜ ପାଇଁ ଖୋଜୁଛନ୍ତି ବର: ଦେଲେ ଏମିତି ବିଜ୍ଞାପନ

କଥାରେ ଅଛି ପ୍ରେମ ଏବଂ ବିବାହର କୌଣସି ବୟସ ନ ଥାଏ। ଏହାର ଏକ ଉଦାହରଣ କର୍ନାଟକର ମଇସୁରରେ ଦେଖିବାକୁ ମଳିଛି। ଏଠାରେ ଜଣେ ୭୩...

ବାଡ଼ି ଧରି ଛପି ଛପି ଯାଉଥିଲେ ଯୁବକ, କୁକୁଡ଼ା କଲା ଏମିତି, ଭିଡିଓ ଦେଖିଲେ…

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ। ଏହା ଦେଖି ଲୋକେ ହସି ହସି ଗଡ଼ିଥାନ୍ତି। ଏବେ ସେମିତି ଏକ...

ଆମେରିକାରୁ ଫେରି ପାହାଡ଼କୁ ସବୁଜ ସୁନ୍ଦର କଲେ ଏହି ଯୁବ ଇଞ୍ଜିନିୟର

ଭୋପାଳ,୨୬।୨: ମଧ୍ୟପ୍ରଦେଶର ଖାର୍ଗୋନ ଜିଲାର ଦୀପକ ଗୋଏଲ ନାମକ ଜଣେ ଯୁବ ଇଞ୍ଜିନିୟର ଆମେରିକାରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଥିଲେ। ବର୍ତ୍ତମାନ ସେ ଆମେରିକାରୁ ଫେରି ତାଙ୍କ...

ଲିଭିଯାଇଛି ଶୈଶବର ହସ: ହସି ଖେଳି ବୁଲିବା ବୟସରେ କରୋନା ଛଡ଼େଇ ନେଇଛି…

ବୟସ ହସି ଖେଳି ବୁଲିବାର। ହେଲେ ଭାଗ୍ୟ ଖେଳିଛି ସେମାନଙ୍କ ସହ ବଡ଼ ଦାରୁଣ ଖେଳ। ବୁଝିବା ଶୁଝିବା ବୟସ ହେବା ପୂର୍ବରୁ ଛଡ଼େଇ ନେଇଛି...

କୁକୁରର ମସ୍ତି: ଭିଡିଓ ଭାଇରାଲ, ଦେଖିଲେ ମିଳୁଛି ମାନସିକ ଶାନ୍ତି

ବର୍ତ୍ତମାନ ପତ୍ରଝଡ଼ା ଋତୁ ଚାଲିଥିବାରୁ ପତ୍ର ଝଡ଼ି ସ୍ଥାନେ ସ୍ଥାନେ ପାହାଡ଼ ପରି ଜମା ହୋଇଥିବା ଦେଖିବାକୁ ମିଳିଛି। ଏହି ପତ୍ରଗଦାରେ ଏକ କୁକୁର ଖୁବ୍‌...

ପଶୁଙ୍କ ଗର୍ଭାଶୟରେ ଛଡ଼ାଯିବ ମଣିଷଙ୍କ ଭ୍ରୁଣ!

ଟୋକିଓ,୧୭।୩: ଜାପାନର ଜଣେ ଷ୍ଟେମ୍‌-ସେଲ୍‌ ବୈଜ୍ଞାନିକ ଏକ ଭିନ୍ନ ଧରଣର ଗବେଷଣା କରିଛନ୍ତି। ଏଠାକାର ସରକାର ଏଥିପାଇଁ ସହାୟତା ମଧ୍ୟ ଦେବା ଆରମ୍ଭ କରିଛନ୍ତି। ବୈଜ୍ଞାନିକ...

Advertisement
Archives

Model This Week