Posted inଜାତୀୟ

ମୋଦିଙ୍କ ୯ ବର୍ଷ, କଂଗ୍ରେସର ୯ ପ୍ରଶ୍ନ

ନୂଆଦିଲ୍ଲୀ,୨୭ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରକୁ ୯ ବର୍ଷ ପୂରିଛି। ଏହି ଅବସରରେ କଂଗ୍ରେସ ପକ୍ଷରୁ ତାଙ୍କୁ ଦରଦାମ ବୃଦ୍ଧି, ବେରୋଜଗାରି, କୃଷକଙ୍କ ଆୟ ଆଦି ନେଇ ୯ଟି ପ୍ରଶ୍ନ କରାଯାଇଛି। ମୋଦି ନିଜ ଶାସନ କାଳରେ ଦେଶବାସୀଙ୍କ ସହ ବିଶ୍ୱାସଘାତ କରିଥିବାରୁ କ୍ଷମା ମାଗନ୍ତୁ ବୋଲି ବିରୋଧୀ ଦଳ ଦାବି କରିଛି।
ମେ’ ୫ରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଶୁକ୍ରବାର ତାଙ୍କ ଶାସନ କାଳକୁ ୯ ବର୍ଷ ପୂରିଛି। ସରକାର ଏହାକୁ ‘ମାଫି ଦିବସ’ ଭାବେ ପାଳନ କରିବା ଉଚିତ ବୋଲି କଂଗ୍ରେସ କହିଛି। ଏଆଇସିସି ମୁଖ୍ୟାଳୟରେ ସାଧରଣ ସମ୍ପାଦକ ଜୟରାମ ରମେଶ ଏବଂ ନେତା ପବନ ଖେରା ଏକ ଖବରଦାତା ସମ୍ମିଳନୀ କରି ‘୯ ସାଲ୍‌ ୯ ସଓ୍ବାଲ’ ଶୀର୍ଷକ ଏକ ପୁସ୍ତିକା ଉନ୍ମୋଚନ କରିଛନ୍ତି। ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ‘ଭାରତ ଯୋଡ଼ୋ ଯାତ୍ରା’ ବେଳେ ଉଠାଇଥିବା ୯ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନକୁ ଭିତ୍ତିକରି ଏହି ବୁକ୍‌ଲେଟ୍‌ ପ୍ରସ୍ତୁତ କରାଯାଇଛି। ଜୟରାମ କହିଛନ୍ତି, ପ୍ରଧାନମନ୍ତ୍ରୀ ନୀରବତା ଭଙ୍ଗକରି ଏହି ୯ ପ୍ରଶ୍ନର ଉତ୍ତର ଦିଅନ୍ତୁ।
୧. ଭାରତରେ ମୁଦ୍ରାସ୍ଫୀତି ଓ ବେକାରି କାହିଁକି ଆକାଶଛୁଅଁା ହୋଇଛି? ଧନୀମାନେ ଅଧିକ ବିତ୍ତଶାଳୀ ହେବାରେ ଲାଗିଥିବାବେଳେ ଗରିବମାନେ କାହିଁକି ଆହୁରି ଦରିଦ୍ର ହେଉଛନ୍ତି?
୨. ଆର୍ଥିକ ଅସମାନତା ବୃଦ୍ଧି ପାଉଥିବାବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବନ୍ଧୁମାନଙ୍କୁ କାହିଁକି ସର୍ବସାଧାରଣ ସମ୍ପତ୍ତି ବିକ୍ରି କରାଯାଉଛି?
୩. ୯ ବର୍ଷରେ କୃଷକଙ୍କ ଆୟ ଦୁଇଗୁଣା ହେଲା ନାହିଁ କାହିଁକି? ଗତବର୍ଷ ୩ କଳା କୃଷି ଆଇନକୁ ରଦ୍ଦ କରାଯାଇଥିବାବେଳେ କୃଷକଙ୍କ ସହ ହୋଇଥିବା ବୁଝାମଣାକୁ ଅଦ୍ୟାବଧି କାହିଁକି କାର୍ଯ୍ୟକାରୀ କରାଯାଇ ନାହିଁ? ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କାହିଁକି ଦିଆଯାଉ ନାହିଁ।
୪. ଭାରତୀୟ ଜୀବନବୀମା ନିଗମ (ଏଲ୍‌ଆଇସି) ଏବଂ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ରେ ଜମା ଥିବା ଲୋକଙ୍କ କଷ୍ଟ ଉପାର୍ଜିତ ଧନକୁ ପ୍ରଧାନମନ୍ତ୍ରୀ କାହିଁକି ନିଜ ବନ୍ଧୁ ଗୌତମ ଆଦାନୀଙ୍କୁ ଟେକିଦେଇଛନ୍ତି? ଆଦାନୀଙ୍କ ଜାଲ୍‌ କମ୍ପାନୀଗୁଡ଼ିକରେ ଲାଗିଥିବା ୨୦,୦୦୦ କୋଟି ଟଙ୍କା କାହାର?
୫. ୨୦୨୦ରେ ମୋଦି ସରକାର ଚାଇନାକୁ କ୍ଲିନ୍‌ଚିଟ୍‌ ଦେଇଥିବାବେଳେ ପିପୁଲ୍ସ ଲିବରେଶନ୍‌ ଆର୍ମି (ପିଏଲ୍‌ଏ) ସୈନ୍ୟମାନେ ଭାରତୀୟ ଭୂଖଣ୍ଡକୁ ଦଖଲ କରି ରଖିଛନ୍ତି କାହିଁକି?
୬. ସମାଜରେ ଆତଙ୍କର ବାତାବରଣ ଲାଗି ରହିଥିବାବେଳେ ନିର୍ବାଚନୀ ଫାଇଦା ପାଇଁ ଜାଣିଶୁଣି ଘୃଣାର ରାଜନୀତିକୁ କାହିଁକି ବ୍ୟବହାର କରାଯାଉଛି?
୭. ମହିଳା, ଦଳିତ, ଏସ୍‌ସି, ଏସ୍‌ଟି, ଓବିସି ଏବଂ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନୀରବ କାହିଁିକି? ମୋଦି ଜାତିଗତ ଜନଗଣନା ଦାବିକୁ ଅଣଦେଖା କରୁଛନ୍ତି କି?
୮. ବିରୋଧୀ ଦଳ ଓ ନେତାମାନଙ୍କ ଉପରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଉଛି? ଆମ ସାମ୍ବିଧାନିକ ମୂଲ୍ୟବୋଧ ଓ ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକୁ ଗତ ୯ ବର୍ଷରେ କାହିଁକି ଦୁର୍ବଳ କରିଦିଆଯାଇଛି?
୯. କରୋନା ମହାମାରୀରେ ୪୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ପରିବାରକୁ କ୍ଷତିପୂରଣ କାହିଁକି ଦିଆଯାଉ ନାହିଁ। ସେହି ସମୟରେ ହଠାତ୍‌ ଲକ୍‌ଡାଉନ୍‌ ଜାରି କରି ଶ୍ରମିକମାନଙ୍କୁ ନିଜ ଘରକୁ ଫେରିବାକୁ କାହିଁକି ବାଧ୍ୟ କରାଗଲା?
କଂଗ୍ରେସ ପକ୍ଷରୁ କରାଯାଇଥିବା ଉପରୋକ୍ତ ୯ ପ୍ରଶ୍ନକୁ ଭାଜପା ପ୍ରତ୍ୟାଖ୍ୟାନ କରିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ରବିଶଙ୍କର ପ୍ରସାଦ ମିଥ୍ୟା ଓ ପ୍ରତାରଣାର ପାହାଡ଼ ଭାବେ ଅଭିହିତ କରିଛନ୍ତି। ମୋଦିଙ୍କ ପ୍ରତି ଥିବା ଘୃଣାଭାବରୁ କଂଗ୍ରେସ ନିଜକୁ ମୁକ୍ତ କରିବା ଉଚିତ। ନଚେତ୍‌ ପୂର୍ବରୁ ଦୁଇଥର ଶୋଚନୀୟ ପରାଜୟବରଣ କରିଥିବା ବିରୋଧୀ ଦଳ ୨୦୨୪ରେ ମଧ୍ୟ ସମଦଶା ଭୋଗିବ ବୋଲି ରବିଶଙ୍କର ଚେତାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri