Posted inଜାତୀୟ

ମୋଦିଙ୍କ ୯ ବର୍ଷ, କଂଗ୍ରେସର ୯ ପ୍ରଶ୍ନ

ନୂଆଦିଲ୍ଲୀ,୨୭ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରକୁ ୯ ବର୍ଷ ପୂରିଛି। ଏହି ଅବସରରେ କଂଗ୍ରେସ ପକ୍ଷରୁ ତାଙ୍କୁ ଦରଦାମ ବୃଦ୍ଧି, ବେରୋଜଗାରି, କୃଷକଙ୍କ ଆୟ ଆଦି ନେଇ ୯ଟି ପ୍ରଶ୍ନ କରାଯାଇଛି। ମୋଦି ନିଜ ଶାସନ କାଳରେ ଦେଶବାସୀଙ୍କ ସହ ବିଶ୍ୱାସଘାତ କରିଥିବାରୁ କ୍ଷମା ମାଗନ୍ତୁ ବୋଲି ବିରୋଧୀ ଦଳ ଦାବି କରିଛି।
ମେ’ ୫ରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଶୁକ୍ରବାର ତାଙ୍କ ଶାସନ କାଳକୁ ୯ ବର୍ଷ ପୂରିଛି। ସରକାର ଏହାକୁ ‘ମାଫି ଦିବସ’ ଭାବେ ପାଳନ କରିବା ଉଚିତ ବୋଲି କଂଗ୍ରେସ କହିଛି। ଏଆଇସିସି ମୁଖ୍ୟାଳୟରେ ସାଧରଣ ସମ୍ପାଦକ ଜୟରାମ ରମେଶ ଏବଂ ନେତା ପବନ ଖେରା ଏକ ଖବରଦାତା ସମ୍ମିଳନୀ କରି ‘୯ ସାଲ୍‌ ୯ ସଓ୍ବାଲ’ ଶୀର୍ଷକ ଏକ ପୁସ୍ତିକା ଉନ୍ମୋଚନ କରିଛନ୍ତି। ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ‘ଭାରତ ଯୋଡ଼ୋ ଯାତ୍ରା’ ବେଳେ ଉଠାଇଥିବା ୯ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନକୁ ଭିତ୍ତିକରି ଏହି ବୁକ୍‌ଲେଟ୍‌ ପ୍ରସ୍ତୁତ କରାଯାଇଛି। ଜୟରାମ କହିଛନ୍ତି, ପ୍ରଧାନମନ୍ତ୍ରୀ ନୀରବତା ଭଙ୍ଗକରି ଏହି ୯ ପ୍ରଶ୍ନର ଉତ୍ତର ଦିଅନ୍ତୁ।
୧. ଭାରତରେ ମୁଦ୍ରାସ୍ଫୀତି ଓ ବେକାରି କାହିଁକି ଆକାଶଛୁଅଁା ହୋଇଛି? ଧନୀମାନେ ଅଧିକ ବିତ୍ତଶାଳୀ ହେବାରେ ଲାଗିଥିବାବେଳେ ଗରିବମାନେ କାହିଁକି ଆହୁରି ଦରିଦ୍ର ହେଉଛନ୍ତି?
୨. ଆର୍ଥିକ ଅସମାନତା ବୃଦ୍ଧି ପାଉଥିବାବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବନ୍ଧୁମାନଙ୍କୁ କାହିଁକି ସର୍ବସାଧାରଣ ସମ୍ପତ୍ତି ବିକ୍ରି କରାଯାଉଛି?
୩. ୯ ବର୍ଷରେ କୃଷକଙ୍କ ଆୟ ଦୁଇଗୁଣା ହେଲା ନାହିଁ କାହିଁକି? ଗତବର୍ଷ ୩ କଳା କୃଷି ଆଇନକୁ ରଦ୍ଦ କରାଯାଇଥିବାବେଳେ କୃଷକଙ୍କ ସହ ହୋଇଥିବା ବୁଝାମଣାକୁ ଅଦ୍ୟାବଧି କାହିଁକି କାର୍ଯ୍ୟକାରୀ କରାଯାଇ ନାହିଁ? ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କାହିଁକି ଦିଆଯାଉ ନାହିଁ।
୪. ଭାରତୀୟ ଜୀବନବୀମା ନିଗମ (ଏଲ୍‌ଆଇସି) ଏବଂ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ରେ ଜମା ଥିବା ଲୋକଙ୍କ କଷ୍ଟ ଉପାର୍ଜିତ ଧନକୁ ପ୍ରଧାନମନ୍ତ୍ରୀ କାହିଁକି ନିଜ ବନ୍ଧୁ ଗୌତମ ଆଦାନୀଙ୍କୁ ଟେକିଦେଇଛନ୍ତି? ଆଦାନୀଙ୍କ ଜାଲ୍‌ କମ୍ପାନୀଗୁଡ଼ିକରେ ଲାଗିଥିବା ୨୦,୦୦୦ କୋଟି ଟଙ୍କା କାହାର?
୫. ୨୦୨୦ରେ ମୋଦି ସରକାର ଚାଇନାକୁ କ୍ଲିନ୍‌ଚିଟ୍‌ ଦେଇଥିବାବେଳେ ପିପୁଲ୍ସ ଲିବରେଶନ୍‌ ଆର୍ମି (ପିଏଲ୍‌ଏ) ସୈନ୍ୟମାନେ ଭାରତୀୟ ଭୂଖଣ୍ଡକୁ ଦଖଲ କରି ରଖିଛନ୍ତି କାହିଁକି?
୬. ସମାଜରେ ଆତଙ୍କର ବାତାବରଣ ଲାଗି ରହିଥିବାବେଳେ ନିର୍ବାଚନୀ ଫାଇଦା ପାଇଁ ଜାଣିଶୁଣି ଘୃଣାର ରାଜନୀତିକୁ କାହିଁକି ବ୍ୟବହାର କରାଯାଉଛି?
୭. ମହିଳା, ଦଳିତ, ଏସ୍‌ସି, ଏସ୍‌ଟି, ଓବିସି ଏବଂ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନୀରବ କାହିଁିକି? ମୋଦି ଜାତିଗତ ଜନଗଣନା ଦାବିକୁ ଅଣଦେଖା କରୁଛନ୍ତି କି?
୮. ବିରୋଧୀ ଦଳ ଓ ନେତାମାନଙ୍କ ଉପରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଉଛି? ଆମ ସାମ୍ବିଧାନିକ ମୂଲ୍ୟବୋଧ ଓ ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକୁ ଗତ ୯ ବର୍ଷରେ କାହିଁକି ଦୁର୍ବଳ କରିଦିଆଯାଇଛି?
୯. କରୋନା ମହାମାରୀରେ ୪୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ପରିବାରକୁ କ୍ଷତିପୂରଣ କାହିଁକି ଦିଆଯାଉ ନାହିଁ। ସେହି ସମୟରେ ହଠାତ୍‌ ଲକ୍‌ଡାଉନ୍‌ ଜାରି କରି ଶ୍ରମିକମାନଙ୍କୁ ନିଜ ଘରକୁ ଫେରିବାକୁ କାହିଁକି ବାଧ୍ୟ କରାଗଲା?
କଂଗ୍ରେସ ପକ୍ଷରୁ କରାଯାଇଥିବା ଉପରୋକ୍ତ ୯ ପ୍ରଶ୍ନକୁ ଭାଜପା ପ୍ରତ୍ୟାଖ୍ୟାନ କରିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ରବିଶଙ୍କର ପ୍ରସାଦ ମିଥ୍ୟା ଓ ପ୍ରତାରଣାର ପାହାଡ଼ ଭାବେ ଅଭିହିତ କରିଛନ୍ତି। ମୋଦିଙ୍କ ପ୍ରତି ଥିବା ଘୃଣାଭାବରୁ କଂଗ୍ରେସ ନିଜକୁ ମୁକ୍ତ କରିବା ଉଚିତ। ନଚେତ୍‌ ପୂର୍ବରୁ ଦୁଇଥର ଶୋଚନୀୟ ପରାଜୟବରଣ କରିଥିବା ବିରୋଧୀ ଦଳ ୨୦୨୪ରେ ମଧ୍ୟ ସମଦଶା ଭୋଗିବ ବୋଲି ରବିଶଙ୍କର ଚେତାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?