ରାଜ୍ୟରେ ପ୍ରତିଷ୍ଠା ହେବ ୯ ଅବକାରୀ ଥାନା

ଭୁବନେଶ୍ୱର,୨୩ା୯(ବ୍ୟୁରୋ): ରାଜ୍ୟର ଗୋପାଳପୁର, ଖପ୍ରାଖୋଲ, ମୋହନା, ଦାରିଙ୍ଗବାଡ଼ି, ଯୋଡ଼ା, ହାଟଡ଼ିହି, ମୁନିଗୁଡ଼ା, କୋଇଡ଼ା ଓ ସୁକୃଳି ଆଦି ସ୍ଥାନରେ ୯ଟି ଅବକାରୀ ଥାନା ପ୍ରତିଷ୍ଠା ହେବ। ସେହିପରି ଭୁବନେଶ୍ୱର-୨, ଜଳେଶ୍ୱର, ବାସୁଦେବପୁର, ସାଲେପୁର, କାମାକ୍ଷାନଗର, ଆର. ଉଦୟଗିରି, ଭଞ୍ଜନଗର, ପାରାଦୀପ, ଯାଜପୁର ରୋଡ୍‌, ନନ୍ଦପୁର, ନିମାପଡ଼ା, ରେଢ଼ାଖୋଲ ଓ ବଡ଼ଗାଁ ଭଳି ୧୩ ସହରରେ ନୂତନ ରେଞ୍ଜ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବ। କଟକ, ବ୍ରହ୍ମପୁର ଓ ସମ୍ବଲପୁରଠାରେ ଅବସ୍ଥିତ ଇଆଇ ଏବଂ ଇବି ୟୁନିଟ୍‌ ଅଧୀନରେ ତିନିଟି ନୂତନ ସାଟେଲାଇଟ୍‌ ୟୁନିଟ୍‌ ପ୍ରତିଷ୍ଠା ହେବ। ସେସବୁ ବାଲେଶ୍ୱର, ଜୟପୁର ଓ ରାଉରକେଲାଠାରେ ହିଁ ପ୍ରତିଷ୍ଠା ହେବ। ରାଜ୍ୟ କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି। ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଅବକାରୀ ନିର୍ଦ୍ଦେଶାଳୟ ଓ କ୍ଷେତ୍ର ପ୍ରତିଷ୍ଠାନକୁ ଅଧିକ ଦକ୍ଷ ଓ ଶକ୍ତିଶାଳୀ କରାଯିବ। ସେଥିପାଇଁ ନୂତନ ଅବକାରୀ ଥାନା, ନୂତନ ଅବକାରୀ ରେଞ୍ଜ କାର୍ଯ୍ୟାଳୟ, ନୂତନ ଇଆଇ ଏବଂ ଇବି ସାଟେଲାଇଟ୍‌ ୟୁନିଟ୍‌ ପ୍ରତିଷ୍ଠାକୁ ଗୁରୁତ୍ୱ ଦିଆଯାଇଛି। ପଦବୀ ସଂଖ୍ୟା ବି ବୃଦ୍ଧି କରାଯାଇଛି। ଅବକାରୀ ଅଧୀକ୍ଷକ, ଉପଅବକାରୀ ଅଧୀକ୍ଷକ, ଅବକାରୀ ନିରୀକ୍ଷକ, ଅବକାରୀ ଉପନିରୀକ୍ଷକ, ଅବକାରୀ ସହକାରୀ ଉପନିରୀକ୍ଷକ ଏବଂ ଅବକାରୀ ସିପାହି ଭଳି ୪୫୭ ଗୋଟି ଅତିରିକ୍ତ ନୂତନ ପଦବୀ ସୃଷ୍ଟି ହେବ। ତେବେ ମୋଟ୍‌ ପଦବୀ ସଂଖ୍ୟା ୨୧୯୭ରୁ ୨୬୫୪କୁ ବୃଦ୍ଧି କରାଯିବ। ଅବକାରୀ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ବିଭିନ୍ନ ସ୍ତରରେ ୧୦ ଗୋଟି ଅତିରିକ୍ତ ନିୟମିତ ପଦବୀ ସୃଷ୍ଟି କରାଯିବ। ଅବକାରୀ ନିର୍ଦ୍ଦେଶାଳୟ ସେବା କ୍ୟାଡର୍‌ ପଦବୀ ସଂଖ୍ୟା ୩୯ରୁ ୪୯କୁ ବୃଦ୍ଧି ହେବ। ସେହିପରି ବିଭିନ୍ନ ଜିଲା ଅବକାରୀ କାର୍ଯ୍ୟାଳୟ ଏବଂ ଇଆଇ, ଇବି ୟୁନିଟ୍‌ରେ ୨୦ଟି ନୂତନ ନିୟମିତ ଅମଲା ପଦବୀ ସୃଷ୍ଟି ହେବ। ଜିଲା ଅବକାରୀ ଅମଲା ସେବା କ୍ୟାଡର୍‌ ପଦବୀ ସଂଖ୍ୟା ୫୨ରୁ ୭୨କୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଉକ୍ତ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ୨ ପରୀକ୍ଷା: ଦୈନିକ ଯାଞ୍ଚ ହେବ ଟ୍ୟାଗ୍‌ ସେଣ୍ଟର

ଭୁବନେଶ୍ୱର, ୮।୧୨(ବ୍ୟୁରୋ): ୨୦୨୩ ଯୁକ୍ତ୨ ପରୀକ୍ଷା ଲାଗି ଫର୍ମ ପୂରଣ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ତାରିଖ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ...

କୋଇଲା ସମସ୍ୟା : ନାଲ୍‌କୋ ସିପିପିର ୬ ୟୁନିଟ୍‌ ବନ୍ଦ

ବଅଁରପାଳ, ୧।୧୦ (ଡି.ଏନ୍‌.ଏ.)- ତାଳଚେରସ୍ଥିତ ଏମ୍‌ସିଏଲ୍‌ର କୋଇଲା ଖଣିରୁ ଆନ୍ଦୋଳନ ହଟିଯାଇଥିଲେ ବି ରାଷ୍ଟ୍ରାୟତ ଉଦ୍ୟୋଗ ନାଲ୍‌କୋକୁ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ହୋଇପାରୁ ନାହିଁ।...

ଭୟରେ ଜଙ୍ଗଲରେ ଲୁଚିଲେ ଗ୍ରାମବାସୀ

ଯୋଡା, (ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡା ବ୍ଲକର ବାମେବାରୀ ଥାନା ବଳଦା ପଞ୍ଚାୟତ ଅନ୍ତର୍ଗତ ଗୁରୁଡ଼ାଠାରେ ରବିବାର ରାତିରେ ନିର୍ବାଚନୀ ହିଂସାକାଣ୍ଡ ଘଟି ୪ ଆହତ...

ଭୁବନେଶ୍ୱରରେ ଆଉ ୨ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜଧାନୀରେ ଶୁକ୍ରବାର ୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଆପୋଲୋ ହସ୍ପିଟାଲ ମହିଳା କର୍ମଚାରୀ(୪୬) ଓ ଜଣେ ନୟାପଲ୍ଲୀ ଅଞ୍ଚଳର...

ବଢ଼ୁଛି ପିଲାଙ୍କ ଚିନ୍ତା: ଆଜି ରାଜ୍ୟରେ ୧୧୬ ଛୁଆ କରୋନା ସଂକ୍ରମିତ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛିି। ଶନିବାର ରାଜ୍ୟରେ ୯୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୬...

ମୁଦ୍ରା, ନୋଟ୍‌ର ତରୁଣ ସଂଗ୍ରାହକ

କଟକ ଅଫିସ,୪ା୭: ବୟସ ମାତ୍ର ୧୭ ବର୍ଷ। ଏ ବୟସରେ ସେ ୧୪୦ଟି ରାଷ୍ଟ୍ରର ନୋଟ୍‌ ଓ ୧୬୦ ରାଷ୍ଟ୍ରର ମୁଦ୍ରା ସଂଗ୍ରହ କଲେଣି। ମୁଦ୍ରା...

ଏସ୍‌ଏସ୍‌ସି ଆସିଷ୍ଟାଣ୍ଟ ଅଡିଟ୍‌ ଅଫିସର ପରୀକ୍ଷା: ସର୍ବଭାରତୀୟ ସ୍ତରରେ ରୋଷନ ଟପ୍ପର

ଖୋର୍ଦ୍ଧା ଅଫିସ,୯।୪: କଠିନ ପରିଶ୍ରମ, ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ସ୍ବପ୍ନ ଏବଂ ଦୃଢ଼ ମନୋବଳ ସଫଳତା ଆଣିଦିଏ। ଏହାର ଉଦାହରଣ ପାଲଟିଛନ୍ତି ଖୋର୍ଦ୍ଧା ଜିଲା ଜଟଣୀର ରୋଷନ...

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା: ତଦନ୍ତ ପାଇଁ ଗଠନ ହେଲା ୩ ଜଣିଆ ଟିମ୍‌

ଭୁବନେଶ୍ୱର,୩।୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପୋଲିସ ତନାଘନା ଆରମ୍ଭ କରିଛି। ଅନ୍ୟପଟେ ତଦନ୍ତ ପାଇଁ ୩ ଜଣିଆ ଟିମ୍‌ ଗଠନ...

Advertisement
Archives

Model This Week