ରାଜ୍ୟରେ ପ୍ରତିଷ୍ଠା ହେବ ୯ ଅବକାରୀ ଥାନା

ଭୁବନେଶ୍ୱର,୨୩ା୯(ବ୍ୟୁରୋ): ରାଜ୍ୟର ଗୋପାଳପୁର, ଖପ୍ରାଖୋଲ, ମୋହନା, ଦାରିଙ୍ଗବାଡ଼ି, ଯୋଡ଼ା, ହାଟଡ଼ିହି, ମୁନିଗୁଡ଼ା, କୋଇଡ଼ା ଓ ସୁକୃଳି ଆଦି ସ୍ଥାନରେ ୯ଟି ଅବକାରୀ ଥାନା ପ୍ରତିଷ୍ଠା ହେବ। ସେହିପରି ଭୁବନେଶ୍ୱର-୨, ଜଳେଶ୍ୱର, ବାସୁଦେବପୁର, ସାଲେପୁର, କାମାକ୍ଷାନଗର, ଆର. ଉଦୟଗିରି, ଭଞ୍ଜନଗର, ପାରାଦୀପ, ଯାଜପୁର ରୋଡ୍‌, ନନ୍ଦପୁର, ନିମାପଡ଼ା, ରେଢ଼ାଖୋଲ ଓ ବଡ଼ଗାଁ ଭଳି ୧୩ ସହରରେ ନୂତନ ରେଞ୍ଜ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବ। କଟକ, ବ୍ରହ୍ମପୁର ଓ ସମ୍ବଲପୁରଠାରେ ଅବସ୍ଥିତ ଇଆଇ ଏବଂ ଇବି ୟୁନିଟ୍‌ ଅଧୀନରେ ତିନିଟି ନୂତନ ସାଟେଲାଇଟ୍‌ ୟୁନିଟ୍‌ ପ୍ରତିଷ୍ଠା ହେବ। ସେସବୁ ବାଲେଶ୍ୱର, ଜୟପୁର ଓ ରାଉରକେଲାଠାରେ ହିଁ ପ୍ରତିଷ୍ଠା ହେବ। ରାଜ୍ୟ କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି। ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଅବକାରୀ ନିର୍ଦ୍ଦେଶାଳୟ ଓ କ୍ଷେତ୍ର ପ୍ରତିଷ୍ଠାନକୁ ଅଧିକ ଦକ୍ଷ ଓ ଶକ୍ତିଶାଳୀ କରାଯିବ। ସେଥିପାଇଁ ନୂତନ ଅବକାରୀ ଥାନା, ନୂତନ ଅବକାରୀ ରେଞ୍ଜ କାର୍ଯ୍ୟାଳୟ, ନୂତନ ଇଆଇ ଏବଂ ଇବି ସାଟେଲାଇଟ୍‌ ୟୁନିଟ୍‌ ପ୍ରତିଷ୍ଠାକୁ ଗୁରୁତ୍ୱ ଦିଆଯାଇଛି। ପଦବୀ ସଂଖ୍ୟା ବି ବୃଦ୍ଧି କରାଯାଇଛି। ଅବକାରୀ ଅଧୀକ୍ଷକ, ଉପଅବକାରୀ ଅଧୀକ୍ଷକ, ଅବକାରୀ ନିରୀକ୍ଷକ, ଅବକାରୀ ଉପନିରୀକ୍ଷକ, ଅବକାରୀ ସହକାରୀ ଉପନିରୀକ୍ଷକ ଏବଂ ଅବକାରୀ ସିପାହି ଭଳି ୪୫୭ ଗୋଟି ଅତିରିକ୍ତ ନୂତନ ପଦବୀ ସୃଷ୍ଟି ହେବ। ତେବେ ମୋଟ୍‌ ପଦବୀ ସଂଖ୍ୟା ୨୧୯୭ରୁ ୨୬୫୪କୁ ବୃଦ୍ଧି କରାଯିବ। ଅବକାରୀ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ବିଭିନ୍ନ ସ୍ତରରେ ୧୦ ଗୋଟି ଅତିରିକ୍ତ ନିୟମିତ ପଦବୀ ସୃଷ୍ଟି କରାଯିବ। ଅବକାରୀ ନିର୍ଦ୍ଦେଶାଳୟ ସେବା କ୍ୟାଡର୍‌ ପଦବୀ ସଂଖ୍ୟା ୩୯ରୁ ୪୯କୁ ବୃଦ୍ଧି ହେବ। ସେହିପରି ବିଭିନ୍ନ ଜିଲା ଅବକାରୀ କାର୍ଯ୍ୟାଳୟ ଏବଂ ଇଆଇ, ଇବି ୟୁନିଟ୍‌ରେ ୨୦ଟି ନୂତନ ନିୟମିତ ଅମଲା ପଦବୀ ସୃଷ୍ଟି ହେବ। ଜିଲା ଅବକାରୀ ଅମଲା ସେବା କ୍ୟାଡର୍‌ ପଦବୀ ସଂଖ୍ୟା ୫୨ରୁ ୭୨କୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଉକ୍ତ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌), ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଓ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍‌ଏଏସ୍‌ସିଆଇ)ଭଳି ବିଭିନ୍ନ ପ୍ରକାରରେ ଆର୍ଥିକ…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?