Posted inଜାତୀୟ

ଦିଲ୍ଲୀ-ଏନସିଆରରେ ଲଗାଣ ବର୍ଷା, ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୨୩ ।୯: ଦିଲ୍ଲୀ-ଏନସିଆରରେ ଗତ ୩ ଦିନ ହେବ ବର୍ଷା ଲାଗି ରହିବା ଫଳରେ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡିଛି । ଦିଲ୍ଲୀ-ଏନିଆରର ଭିନ୍ନ ଭିନ୍ନ ସ୍ଥାନରେ ଜଳ ପ୍ରଳୟ ଦେଖାଦେଇଛି । ଫଳରେ ଲୋକଙ୍କ ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ସୂଚନା ଅନୁଯାୟୀ, ଶୁକ୍ରବାର ବି ବର୍ଷା ଜାରି ରହିବ । ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଦିଲ୍ଲୀରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବାର ସମ୍ଭାବନା ରହିଛି । ଏହାପରେ ପାଗରେ ପରିବର୍ତ୍ତନ ହୋଇପାରେ । ହେଲେ ଆକାଶରେ ବାଦଲ ଦେଖାଯିବ । ଏହାସହ ଗୁରୁଗ୍ରାମ ଓ ନଏଡାରେ ବି ଦିଲ୍ଲୀ ଭଳି ପାଣିପାଗ ରହିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଲଗାଣ ବର୍ଷା ଯୋଗୁ ଦିଲ୍ଲୀର ତାପମାତ୍ରା ବି କମ ହୋଇଯାଇଛି ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୮-୨୯ ସେପ୍ଟେମ୍ବରରେ ମୌସୁମୀ ଦିଲ୍ଲୀ-ଏନସିଆରରୁ ବିଦାୟ ନେଇପାରେ । ଅନ୍ୟପଟେ ଶୁକ୍ରବାର ବର୍ଷାର ସମ୍ଭାବନାକୁ ଦେଖି ଗୁରୁଗ୍ରାମ, ନଏଡା, ଗ୍ରେଟର-ନଏଡା, ଗାଜିଆବାଦ ଓ ଫରିଦାବାଦରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ କରି ଦିଆଯାଇଛି । ଏହାସହ ଶୁକ୍ରବାର ବର୍ଷାର ସମ୍ଭାବନାକୁ ଦେଖି ସମସ୍ତ କର୍ପୋରେଟ ଅଫିସ ଓ ଘରୋଇ କମ୍ପାନୀର କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି । ଏହାସହ ଦିଲ୍ଲୀ ପୋଲିସ ଆଡଭାଇଜରୀ ଜାରି କରି କିଛି ରାସ୍ତା ଦେଇ ଯାତାୟତ ନ କରିବାକୁ ପରାମର୍ଶ ଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସକୁ ବଡ଼ ଝଟ୍‌କା, ହାତ ଛାଡି ପଦ୍ମ ଧରିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ

ନୂଆଦିଲ୍ଲୀ, ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଲାଗିଲା ବଡ ଝଟକା। ହାତ ଛାଡିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ। ହାତ ଛାଡିଛନ୍ତି ହିମାଚଳ ପ୍ରଦେଶ କଂଗ୍ରେସ...

Featured Video Play Icon

ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି...

‘ଯେମିତି କଂଗ୍ରେସ ରାଜକୁମାର ଆମେଠି ଛାଡ଼ିଛନ୍ତି, ଓ୍ବାୟନାଡ ବି ଛାଡ଼ିବେ’

ନୂଆଦିଲ୍ଲୀ,୨୦।୪: ମହାରାଷ୍ଟ୍ରର ନନ୍ଦେଡ଼ରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସର ରାଜକୁମାରଙ୍କୁ ଓ୍ବାୟନାଡ଼ରେ ବିପଦ...

କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପାରେ ସାମିଲ ହେବେ ପ୍ରିୟଙ୍କା ଗାନ୍ଧୀଙ୍କ ପାଖଲୋକ କୁହାଯାଉଥିବା ନେତା ତାଜିନ୍ଦର ସିଂ

ସିମ୍‌ଲା,୨୦।୪: ହିମାଚଳ ପ୍ରଦେଶରେ କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ରାଜ୍ୟ ପ୍ରଭାରୀ ସଚିବ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ପାଖଲୋକ କୁହାଯାଉଥିବା ତାଜିନ୍ଦର ସିଂ ବିଟ୍ଟୁ ଦଳରୁ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri