Posted inଜାତୀୟ

ସିବିଆଇ ଚାର୍ଜଶିଟ୍‌ରେ ୯ ପୋଲିସ

ହାଇଦ୍ରାବାଦ୍‌,୨୭।୯: ତାମିଲନାଡ଼ୁର ଟୁଟିକୋରିନ୍‌ ହାଜତ ମୃତ୍ୟୁ ମାମଲା ଏବେ ଗୁରୁଗମ୍ଭୀର ରୂପ ଧାରଣ କରିଛି। ବାପ-ପୁଅଙ୍କ ହାଜତ ମୃତ୍ୟୁକୁ ନେଇ ସିବିଆଇ ପକ୍ଷରୁ ୯ ପୋଲିସଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ଜୟରାଜ୍‌(୫୯) ଓ ପୁଅ ବେନିକ୍ସ(୩୧)ଙ୍କୁ ସତ୍ତନ୍‌କୁଲମ୍‌ ପୋଲିସ ଜୁନ୍‌ ୧୯ରେ ରାତିତମାମ୍‌ ହାଜତ୍‌ରେ ମାଡ଼ମାରି ନିର୍ଯାତନା ଦେବା ଘଟଣା ଜଣାପଡ଼ିବା ପରେ ସାଧାରଣରେ ସମାଲୋଚନା କରାଯାଇଛି। ପ୍ରକାଶଥାଉ କି, କଟକଣା ସତ୍ତ୍ୱେ ନିଜର ମୋବାଇଲ ଫୋନ୍‌ ଦୋକାନ ଖୋଲା ରଖିବା ଅଭିଯୋଗରେ ପୋଲିସ ବାପ-ପୁଅଙ୍କୁ ଗିରଫ କରିଥିଲା। ପୋଲିସ ଦୁହିଁଙ୍କୁ ହାଜତକୁ ଆଣି ଅକଥନୀୟ ନିର୍ଯାତନା ଦେବାରୁ ସେମାନଙ୍କ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ପୋଲିସ ମାଡ଼ରେ ବାପ-ପୁଅ ଗୁରୁତର ହୋଇଥିବା ପରିବାର ପକ୍ଷରୁ ମଧ୍ୟ ଅଭିଯୋଗ କରାଯାଇଥିଲା। ଏଭଳି ଘଟଣାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଶେଷରେ ମୁଖ୍ୟମନ୍ତ୍ରୀ ଇ. ପାଲାନିସାମୀ ମାମଲାର ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିଲେ। ବିରୋଧୀ ଡିଏମ୍‌କେ ପକ୍ଷରୁ ଏଆଇଏଡିଏମ୍‌କେ ସରକାରକୁ ଏଥିଲାଗି ସମାଲୋଚନା କରାଯାଇଥିଲା। ପାଲାନିସାମୀ ସରକାରକୁ ଅଭିନେତାରୁ ରାଜନେତା ସାଜିଥିବା କମଲ ହାସନ୍‌ ମଧ୍ୟ ସମାଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋପ ପାଇବାକୁ ବସିଛି ଭାରତର ୧୯୭ ଭାଷା

ନୂଆଦିଲ୍ଲୀ,୧୦।୮: ଭାରତର ୧୯୭ ଭାଷା ଲୋପ ପାଇବାକୁ ବସିଛି। ସେଥିମଧ୍ୟରୁ ୧୦ଟି ବିଭିନ୍ନ ଭାଷା ସମ୍ପର୍କରେ ମାତ୍ର ଶହେ ଜଣେ ସୂଚନା ପ୍ରଦାନକାରୀ ରହିଛନ୍ତି। ଏସବୁ...

ରାଜସ୍ଥାନ ରାଜନୀତି ହଲ୍‌ଚଲ୍‌: ବସୁନ୍ଧରା ରାଜେଙ୍କୁ ଛାଡି ଅନ୍ୟ ନେତାଙ୍କୁ ଦିଲ୍ଲୀ ଡାକିଲେ ନଡ୍ଡା

ନୂଆଦିଲ୍ଲୀ,୮।୧: ଭାରତୀୟ ଜନତା ପାର୍ଟି ଜାତୀୟ ସଭାପତି ଜେପି ନଡ୍ଡା ଆଜି ରାଜସ୍ଥାନ ରାଜ୍ୟ ନେତାମାନଙ୍କୁ ଦିଲୀ ଡକାଇଛନ୍ତି। ରାଜସ୍ଥାନରେ ରାଜନୈତିକ ଆଲୋଚନା ତୀବ୍ର ହୋଇଛି।...

ଆଇସିଏସ୍‌ଇ, ଆଇଏସ୍‌ସି ପାଠ୍ୟକ୍ରମ ହ୍ରାସ

ଲକ୍ଷ୍ନୌ,୬ା୭: କରୋନା ମହାମାରୀ ଯୋଗୁ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବାରୁ ଚଳିତ ଶିକ୍ଷାବର୍ଷ ପାଇଁ ଆଇସିଏସ୍‌ଇ ଏବଂ ଆଇଏସ୍‌ସି ପାଠ୍ୟକ୍ରମ ହ୍ରାସ କରାଯାଇଛି। ହ୍ରାସ ପାଇଥିବା ପାଠ୍ୟକ୍ରମ...

୪ ଯବାନ ଶହୀଦ

ଶ୍ରୀନଗର,୮।୧୧:ଉତ୍ତର କାଶ୍ମୀରର କୁପୱାଡା ଜିଲାସ୍ଥିତ କେରନ ସେକ୍ଟରରେ ଆତଙ୍କବାଦୀ ଓ ସୁରକ୍ଷାବଳ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୪ ଜଣ ଯବାନ ଶହୀଦ ହୋଇଥିବାବେଳେ ୩ ଆତଙ୍କବାଦୀ...

ଦେଶର ପ୍ରଥମ ଡିଜିଟାଲ ଗାଇଡ୍‌: ଗଛରେ ଲାଗିଥିବା କ୍ୟୁଆର୍‌ କୋଡ ସ୍କାନ କଲେ ମିଳିବ ସମସ୍ତ ତଥ୍ୟ

ଥିରୁଭାନନ୍ତପୁରମ,୨୦।୬: କେରଳ ସରକାର ଏବେ ଏମିତି ଏକ ଡିଜିଟାଲ ଗାଇଡ୍‌ ବିକଶିତ କରିବାକୁ ଯାଉଛନ୍ତି ଯାହା ଦେଶର ପ୍ରଥମ ଡିଜିଟାଲ ଗାଇଡ୍‌ ବୋଲି କୁହାଯାଉଛି। ଏଠାରେ...

ଅଗଷ୍ଟ ୮ରେ ପ୍ରଣବ ମୁଖାର୍ଜୀଙ୍କୁ ମିଳିବ ‘ଭାରତ ରତ୍ନ’

ନୂଆଦିଲ୍ଲୀ, ୨୮।୭: ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ବରିଷ୍ଠ ରାଜନେତା ପ୍ରଣବ ମୁଖାର୍ଜୀଙ୍କୁ ଆସନ୍ତା ଅଗଷ୍ଟ ୮ରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ...

ଗୁରୁଦିବସ ଅବସରରେ ଶିକ୍ଷକଙ୍କୁ ପୁରସ୍କୃତ କଲେ ରାଷ୍ଟ୍ରପତି: ୪୬ଜଣଙ୍କୁ ରାଷ୍ଟ୍ରୀୟ ସମ୍ମାନ

ନୂଆଦିଲ୍ଲୀ,୫।୯: ଶିକ୍ଷାର ମାନ, ଅଭିନବୀକରଣ ଓ ରୋଚକ କରିଥିବା ଦେଶର ୪୬ ଜଣ ଶିକ୍ଷକଙ୍କୁ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନୀତ କରିଛନ୍ତି।...

ସିଙ୍ଗାପୁର ନ ଯିବାକୁ ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ, ୨୨ା୨(ପି.ଟି.): ଚାଇନାରେ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଥିବା ବେଳେ ପଡ଼ୋଶୀ ଭାରତ ଏନେଇ ସତର୍କ ରହିଛି। କରୋନା ସଂକ୍ରମଣ ରୋକିବା ଲାଗି ଭାରତ...

Play 250+ Trending Games
Archives

Model This Week

Why Dharitri