Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ରାଲିରେ ବିସ୍ଫୋରଣ ମାମଲାରେ ୯ ଅଭିଯୁକ୍ତ ଦୋଷୀ…

ନୂଆଦିଲ୍ଲୀ,୨୭।୧୦: ବିହାର ପଟନାର ଗାନ୍ଧୀ ମଇଦାନରେ ୮ ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ରାଲିରେ ହୋଇଥିବା ବୋମା ବିସ୍ଫୋରଣ ଘଟଣାରେ ୯ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେମାନଙ୍କ ପ୍ରତି ୧ ନଭେମ୍ବର ଦଣ୍ଡାଦେଶ କରାଯିବ ବୋଲି ଏନ୍‌ଆଇଏ କୋର୍ଟ ପକ୍ଷରୁ ବୁଧବାର ସୂଚନା ପ୍ରଦାନ କରାଯାଇଛି।

୨୦୧୩ ଅକ୍ଟୋବର ୨୭ରେ ଭାଜପାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦିଙ୍କ ହୁଙ୍କାର ରାଲିରେ ସିରିଜ୍‌ ବୋମା ବିସ୍ଫୋରଣ କରାଯାଇଥିଲା। ଏହି ମାମଲାରେ ୧୦ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଜଣେ ଖଲାସ ହୋଇଛନ୍ତି। ତେବେ ଅନ୍ୟ ୯ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଏହି ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ସେପହିପରି ୮୯ ଜଣ ଗୁରୁତର ଆହତ ହୋଇଥିଲେ। ଏହି ମାମଲାରେ ଏନ୍‌ଆଇଏ ଦ୍ୱାରା ଅନୁସନ୍ଧାନ ପରେ, ୨୧ ଅଗଷ୍ଟ ୨୦୧୪ରେ ହ।ୟଦାର ଅଲ୍ଲୀ ଓରଫ୍‌ ବ୍ଲାକ ବିୟୁଟି, ନୋମାନ ଅନସାରୀ, ମହମ୍ମଦ ମୁଜିବୁଲ୍ଲା ଅନସାରୀ, ମହମ୍ମଦ ଇମତିଆଜ ଆଲାମ, ଅହମ୍ମଦ ହୁସେନ, ଫକରୁଦ୍ଦିନ, ମହମ୍ମଦ ଫିରୋଜ ଅସଲମ, ଇମତିଆଜ ଅନସାରୀ, ମହମ୍ମଦ ଇଫତିକର ଆଲାମ, ଅଜହରୁଦ୍ଦିନ କୁରେସି ଏବଂ ଜଣେ ନାବାଳିକାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଥିଲା। ଫକରୁଦ୍ଦିଙ୍କୁ ଛାଡ଼ି ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଏହି ବିସ୍ଫୋରଣ ମାମଲାରେ ଜେଲରେ ଥିବା ୧୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣ ବୋଧଗୟା ବିସ୍ଫୋରଣ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଗାନ୍ଧୀ ମଇଦାନ ବିସ୍ଫୋରଣ ମାମଲାରେ ସମସ୍ତ ପକ୍ଷଙ୍କ ସାକ୍ଷ୍ୟ ଗ୍ରହଣ ପରେ, ଏନଆଇଏ କୋର୍ଟ ଏହି ନିଷ୍ପତ୍ତି ଘୋଷଣା ପାଇଁ ଅକ୍ଟୋବର ୨୭ ସ୍ଥିର କରିଥିଲେ।
ଜଣେ ଅଭିଯୁକ୍ତଙ୍କୁ ଜୁଭେନାଇଲ କୋର୍ଟ ପୂର୍ବରୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିସାରିଛନ୍ତି।

ସମସ୍ତ ଅଭିଯୁକ୍ତଙ୍କୁ ବେୟୁର ଜେଲରେ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌-କେୟାର୍ସର ହିସାବ କେହି ମାଗି ପାରିବେ ନାହିଁ

ନୂଆଦିଲ୍ଲୀ,୨୩ା୯: ଜରୁରିକାଳୀନ ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ରିଲିଫ୍‌ ଫଣ୍ଡ୍‌ ବା ପିଏମ୍‌-କେୟାର୍ସ ପାଣ୍ଠି ସରକାରୀ ଅର୍ଥ ନୁହେଁ। ଏହା ଦ୍ୱାରା ସଂଗୃହୀତ ଅର୍ଥ...

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି

ନୂଆଦିଲ୍ଲୀ,୧୮ା୪: ଦ୍ୱିତୀୟ ପର୍ଯ୍ୟାୟରେ ୧୧ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଅନ୍ତର୍ଗତ ୯୫ଟି ଲୋକ ସଭା ନିର୍ବାଚନମଣ୍ଡଳୀରେ ଗୁରୁବାର ମତଦାନ ସକାଳ ୭ଟାଠାରୁ ଆରମ୍ଭ...

ଯାତ୍ରୀଙ୍କ ମଧ୍ୟରୁ କୋଭିଡ ଆକ୍ରାନ୍ତଙ୍କୁ ଖୋଜି ବାହାର କରିବ ସ୍ନିଫର ଡଗ୍‌

ନୂଆଦିଲ୍ଲୀ,୧୭।୫: ବିମାନବନ୍ଦରରେ ଯାତ୍ରୀଙ୍କ ମଧ୍ୟରେ ଏଣିକି କୋଭିଡ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରିପାରିବ ତାଲିମପ୍ରାପ୍ତ ସ୍ନିଫର ଡଗ୍‌। ଏକ ଅନୁସନ୍ଧାନ ରିପୋର୍ଟରେ ଏହା ଦାବି...

ମୁଣ୍ଡରେ ହେଲ୍‌ମେଟ, ହାତରେ ଗିନି: ବିଧାନସଭାରେ ପହଞ୍ଚିଲେ ଆରଜେଡି ବିଧାୟକ

ପଟନା,୨୬।୭: ବିହାର ବିଧାନସଭାର ପାଞ୍ଚ ଦିନିଆ ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଗତ ବିଧାନସଭା ଅଧିବେଶନରେ ବିଧାୟକଙ୍କ ସହ ହୋଇଥିବା ମାରପିଟ ବିରୋଧରେ ବିରୋଧ...

ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ୩୨,୦୦ ମିଟର ଉଚ୍ଚତାରେ ମତଦାନ କେନ୍ଦ୍ର, ସାଧୁ-ସନ୍ଥ ଦେବେ ଭୋଟ୍‌…

ଉତ୍ତରକାଶୀ, ୧୫।୧ : ଉତ୍ତରାଖଣ୍ଡରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଚଳିତ ଥର ପ୍ରଥମ ଥର ପାଇଁ ସମୁଦ୍ର ପତ୍ତନ ଠାରୁ୩୨,୦୦ ମିଟର ଉଚ୍ଚତାରେ...

ସାଂସ୍କୃତିକ ବିବିଧତାରେ ପରିପୂର୍ଣ୍ଣ ହେବ ନୂଆ ସଂସଦ ଭବନ, ରକ୍ଷଣାବେକ୍ଷଣ ପାଇଁ ଗଠନ ହୋଇଛି ୩ ସମିତି

ନୂଆଦିଲ୍ଲୀ,୨୬ ।୯: ସେଣ୍ଟ୍ରାଲ ଭିଷ୍ଟା ଭଳି ଆମର ନୂଆ ସଂସଦ ଭବନ ବା ପାର୍ଲାମେଣ୍ଟ ହାଉସରେ କଳା ସଂସ୍କୃତିର ଅଦ୍ଭୁତ ଝଲକ ଦେଖିବାକୁ ମିଳିବ ।...

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦେବେ ଇସ୍ତଫା, ଅପରାହ୍ନ ୫ଟାରେ ଭାଜପାର କୋର ଗ୍ରୁପ ବୈଠକ

ପାଟନା,୯ ।୮: ବିହାର ରାଜନୀତିକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ଶେଷରେ ଏବେ ଏହା ଖୋଲାଖୋଲି ଭାବେ ସାମ୍ନାକୁ ଆସିଛି । ଏବେ ସ୍ପଷ୍ଟ ହୋଇଛି...

ହାଜତରେ ବାପ-ପୁଅଙ୍କ ମୃତ୍ୟୁ

ତୁତିକୋରିନ୍‌ (ତାମିଲନାଡ଼ୁ), ୨୫ା୬: ତାମିଲନାଡ଼ୁର ସଥନକୁଲମ୍‌ ପୋଲିସଷ୍ଟେଶନରେ ବାପା-ପୁଅଙ୍କ ହାତଜ ମୃତ୍ୟୁକୁ ନେଇ ପରିସ୍ଥିତି ସରଗରମ୍‌ ହୋଇପଡ଼ିଛି। ଏହାକୁ ବିରୋଧ କରି ବୁଧବାର ଜିଲାର ସମସ୍ତ...

Advertisement
Archives

Model This Week