୮ ଦଫା ଦାବି: ଗାଁ ସାଥୀ ସଂଘର ଚେତାବନୀ

ଦେବଗଡ,୨୭।୯(ଶଶାଙ୍କ ଶେଖର ଝାଙ୍କର): ଗ୍ରାମାଞ୍ଚଳରେ କାମ କରୁଥିବା ଗାଁସାଥୀ(ମେଟ) ମାନଙ୍କର ବିଭିନ୍ନ ସମସ୍ୟା ସମ୍ବଳିତ ୮ ଦଫା ଦାବିରେ ଓଡିଶା ପ୍ରଦେଶ ଗାଁସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଦେବଗଡ ଜିଲା ଶାଖା ପକ୍ଷରୁ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଓଡିଶା ପ୍ରଦେଶ ଗାଁ ସାଥୀ ସଂଘ ମିଳିତ କ୍ରୀୟାନୁଷ୍ଠାନ କମିଟି, ଦେବଗଡ ଜିଲା ସଂଯୋଜକ ଯୁଗଳ କିଶୋର ନାୟକ, ତିଲେଇବଣି ବ୍ଲକ ସଂଯୋଜକ ଇନ୍ଦ୍ରମଣି ସାହୁ,ରିଆମାଳ ବ୍ଲକ ସଂଯୋଜକ ଡିଲେଶ୍ୱର ବେହେରା ବାରକୋଟ ବ୍ଲକ ସଂଯୋଜକ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ବହୁ ସଦସ୍ୟ ସଦସ୍ୟା ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏହି ସ୍ମାରକପତ୍ର ପ୍ରଦାନ କରିଥିବା ଜଣାପଡିଛି ।
ଗାଁ ସାଥୀମାନଙ୍କର ଅଭିଯୋଗ ଅନୁଯାୟୀ, ରାଜ୍ୟ ସରକାର ସେମାନଙ୍କୁ ୨୦୦୮ ମସିହାରୁ ଗାଁ ସାଥୀ ପଦବୀରେ ନିଯୁକ୍ତି ଦେଇ ସେମାନଙ୍କ ନିମନ୍ତେ ବିଭିନ୍ନ ସମୟରେ ସରକାରୀ ଚିଠି କରୁଛନ୍ତି। ମାତ୍ର ଦେବଗଡ ଜିଲାରେ ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ । ଏହି କ୍ରମରେ ସରକାର ଗାଁ ସାଥୀମାନଙ୍କର ଦୁଃଖକୁ ହୃଦୟଙ୍ଗମ କରି ସେମାନଙ୍କ ସମ୍ବନ୍ଧୀୟ ନିର୍ଭୁଲ ଡାଟାବେସ ପ୍ରସ୍ତୁତ କରି ପଠାଇବା ନିମନ୍ତେ ତିନୋଟି ଯାକ ବ୍ଲକର ବିଡିଓ ମାନଙ୍କୁ ଚିଠି ଲେଖିଥିଲେ । ମାତ୍ର ଦୁଃଖର ବିଷୟ ଏହା ଯେ, କୌଣସି ବିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ଗାଁ ସାଥୀଙ୍କ ସମ୍ବନ୍ଧୀୟ ଡାଟାବେଶ ସରକାରଙ୍କ ନିକଟକୁ ପଟାଇ ନାହାନ୍ତି ।
ଅନ୍ୟପକ୍ଷରେ ଜିଲାର ଯେଉଁ ଯେଉଁ ଗ୍ରାମ ପଞ୍ଚାୟତରେ ଗ୍ରାମ ରୋଜଗାର ସେବକ(ଜିଆରଏସ) ନାହାନ୍ତି ସେହି ଗ୍ରାମ ପଞ୍ଚାୟତରେ ଜିଓ ଟ୍ୟାଗ କରିବା ପାଇଁ ସରକାର ପତ୍ର ମାଧ୍ୟମରେ ଜଣାଇଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ । ଏଣୁ ତୁରନ୍ତ ଜିଓ ଟ୍ୟାଗ କାର୍ଯ୍ୟରେ ଗାଁ ସାଥୀମାନଙ୍କୁ ନିୟୋଜିତ କରିବା, ସିଧା ଶଳଖ ବାବେ ଗାଁ ସାଥୀମାନଙ୍କ ନାମରେ ବିଭିନ୍ନ ନିର୍ମାଣ କାର୍ଯ୍ୟର କାର୍ଯ୍ୟାଦେଶ ପ୍ରଦାନ, ଗାଁ ସାଥୀମାନେ ଯେଭଳି ସମସ୍ତ ଲାଇନ ଡିପାର୍ଟମେଂଟର କାର୍ଯ୍ୟ କରିପାରିବେ। ସେଥିନିମନ୍ତେ ପଦକ୍ଷେପ ଗ୍ରହଣ କରିବା ଆଦି ସମେତ ୮ ଦଫା ଦାବିରେ ଗାଁ ସାଥୀମାନେ ଆଜି ଉପରୋକ୍ତ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରିଥିବା ଜଣାପଡିଛି ।

ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ଯଦି ସେମାନଙ୍କର ଦାବି ଅବିଳମ୍ବେ ପୂରଣ କରାନଯାଏ ତେବେ ସେମାନେ ବିଗତ ୩ ବର୍ଷରେ ହୋଇଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)ରେ ନିର୍ମିତ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ପାଇଁ ଦାବି ସରକାରଙ୍କ ନିକଟରେ ଦାବି କରିବେ ବୋଲି ଉପରୋକ୍ତ ସ୍ମାରକପତ୍ର ଜରିଆରେ ସେମାନେ ଲିଖିତ ଚେତାବନୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri