ପୁରୀ ଜିଲାର ୮୮ ଗାଁ ସୁନାମିପ୍ରବଣ

ପୁରୀ ଅଫିସ, ୯।୧୦: ନୀଳାଦ୍ରି ବେଳାଭୂମିରେ ଶୁକ୍ରବାର ସୁନାମି ମୁକାବିଲା ପ୍ରସ୍ତୁତି ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞ ଡ. ଭୋଳାନାଥ ମିଶ୍ର ଯୋଗଦେଇଥିଲେ। ସେ କହିଥିଲେ, ଉପକୂଳବର୍ତ୍ତୀ ଗଞ୍ଜାମ, ଗୋପାଳପୁର, ପୁରୀ, କୋଣାର୍କ, ପାରାଦୀପ ଭଳି ୫ଟି ସହର ଓ ୩୩୦ଟି ଗ୍ରାମ ସୁନାମିପ୍ରବଣ ଭାବେ ଚିହ୍ନଟ କରାଯାଇଛି। ସେହିଭଳି ପୁରୀ ଜିଲାର କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର, ଗୋପ, କାକଟପୁର, ଅସ୍ତରଙ୍ଗ, କୋଣାର୍କ ବିଜ୍ଞାପିତ ଅଞ୍ଚଳ ଓ ପୁରୀ ପୌରାଞ୍ଚଳ ଅଧୀନ ୮୮ଟି ଗ୍ରାମ ସୁନାମି ପ୍ରବଣ। ସୁନାମି ଆଶଙ୍କା ଦେଖାଗଲେ ନିରାପଦ ରାସ୍ତା ଦେଇ ଉପକୂଳରୁ ଦୁଇ କିଲୋମିଟର ଦୂର ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ସେ ପରାମର୍ଶ ଦେଇଥିଲେ। ଆଗୁଆ ସୂଚନା ପାଇଁ ରାଜ୍ୟର ୧୨୨ଟି ସ୍ଥାନରେ ସାଇରନ ବ୍ୟବସ୍ଥା କରାଯାଇଛି। ସେଥିମଧ୍ୟରୁ ପୁରୀର ପେଣ୍ଠକଟା ବାତ୍ୟା ଆଶ୍ରୟସ୍ଥଳୀ, ସମୁଦ୍ରକୂଳ ଓ ବଳିଆପଣ୍ଡା ଥାନା ଅଞ୍ଚଳର ୩ଟି ସ୍ଥାନ ସହ ଜିଲାର ୨୬ଟି ଜାଗାରେ ଏହି ସାଇରନ ବ୍ୟବସ୍ଥା ରହିଛି। କାର୍ଯ୍ୟକ୍ରମରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ ଯୋଗଦେଇ ସୁନାମି ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ। ଏ ସଂକ୍ରାନ୍ତ ଯୋଜନା ପ୍ରସ୍ତୁତ କରି ପ୍ରଶାସନକୁ ଜଣାଇବାକୁ ଉପସ୍ଥିତ ହୋଟେଲ ମାଲିକମାନଙ୍କୁ ସେ ପରାମର୍ଶ ଦେଇଥିଲେ। ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିରଜା ଶଙ୍କର ରଥ, ଜିଲା ଜରୁରିକାଳୀନ ଅଧିକାରୀ ଜିତେନ୍ଦ୍ର କୁମାର ପାତ୍ର, ଓସ୍‌ଡମା ଜିଲା ପ୍ରକଳ୍ପ ଅଧିକାରୀ ସୁକାନ୍ତ କୁମାର ଦାଶ, ଫିଡ୍‌ବ୍ୟାକ୍‌ ଫାଉଣ୍ଡେଶନ କର୍ମକର୍ତ୍ତା ଜ୍ୟୋତି ପ୍ରକାଶ ଏବଂ ସ୍ବତନ୍ତ୍ର ଅଧିକାରୀ ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ସେହିପରି ସରକାରୀ କର୍ମଚାରୀ, ହୋଟେଲ ବ୍ୟବସାୟୀ, ସମୁଦ୍ରକୂଳ ଉଠାଦୋକାନୀ ଓ ମତ୍ସ୍ୟଜୀବୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସିବି ମେଡିକାଲରୁ ଡିସ୍‌ଚାର୍ଜ ହେଲେ ଆଶୀର୍ବାଦ

କଟକ ଅଫିସ,୨୮ା୧୧: ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ତଥା ବରିଷ୍ଠ କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦ ବେହେରା ବୁଧବାର ଏସ୍‌ସିବି ମେଡିକାଲରୁ ଡିସଚାର୍ଜ ହୋଇ ଘରକୁ...

ମହଙ୍ଗା ପଡ଼ିଲା ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର: ବନ୍ଧା ହେଲେ ବାପ ପୁଅ

ଯୋଡା,୨୦।୬(ଡି.ଏନ.ଏ)-କେନ୍ଦୁଝର ଜିଲା ଯୋଡା ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ବାପ ପୁଅ। ପୋଲିସ କହିଛି, ଶୁକ୍ରବାର ଯୋଡା ସହରରେ ଥାନା ଅଧିକାରୀ...

ଅଂଶୁଘାତରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବଇଣ୍ଡା,୩୦।୫(ଡି.ଏନ.ଏ.)-ହଣ୍ଡପା ଥାନା ନାକିଚି ଗ୍ରାମର ସୁରୁଚି ରଣା(୫୮) ଜଣେ ମହିଳାଙ୍କ ବୁଧବାର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରୁ ଜଣାପଡ଼ିଛି, ସୁରୁଚି ଅପରାହ୍ନରେ ତାଙ୍କ...

ବର୍ଷା ହେଲେ ସ୍କୁଲର ଅବସ୍ଥା ବେହାଲ: ବାହାରେ ମଧ୍ୟାହ୍ନଭୋଜନ ଖାଉଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୧୧।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୧ କି.ମି. ଦୂରରେ ଥିବା ଜାଗେଶପଦର ପ୍ରାଥମିକ...

କଂସ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ:ଉପଜିଲାପାଳଙ୍କୁ ଭେଟିଲେ ଓ୍ବାର୍ଡ ସଭ୍ୟାସଭ୍ୟ

କାଳିଆପାଣି,୨୦-୯(ଡି.ଏନ୍‌.ଏ.)- ସୁକିନ୍ଦା ବ୍ଲକ ଅନ୍ତର୍ଗତ କଂସ ପଞ୍ଚାୟତର ସରପଞ୍ଚ ରବୀନ୍ଦ୍ର କୁମାର ସାହୁଙ୍କ ବିରୋଧରେ ନାଏବ ସରପଞ୍ଚଙ୍କ ସମେତ ୮ ଜଣ ୱାର୍ଡ ସଭ୍ୟାସଭ୍ୟ ଅନାସ୍ଥା...

ବେଣ୍ଟକାରପଡ଼ା ଛକ ନିକଟରେ ଆକ୍ଟିଭା-କାର୍‌ ଧକ୍କା: ଜଣେ ମୃତ, ଚାଳକ ଗିରଫ

ନରାଜ,୫।୧୧(ଡି.ଏନ୍‌.ଏ.)- କଟକ-ବାଙ୍କୀ ମୁଖ୍ୟରାସ୍ତାର ବେଣ୍ଟକାରପଡ଼ା ଛକ ନିକଟରେ ମଙ୍ଗଳବାର ଏକ କାର୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପୋଲିସ ଚାଳକଙ୍କୁ ଗିରଫ କରିଛି। ସେ ହେଲେ...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ନ ରହିବାରୁ ଥାନାରେ ମାମଲା

ହିଞ୍ଜିଳିକାଟୁ,୨୪ା୩(ଡି.ଏନ୍‌.ଏ.)- ରାଜ୍ୟ ସରକାର କରୋନାକୁ ନେଇ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏହାକୁ ଅବମାନନା କରିବା ଅଭିଯୋଗରେ ଜଣେ ବିଦେଶ ଫେରନ୍ତା ଯୁବକଙ୍କ ବିରୋଧରେ ହିଞ୍ଜିଳିକାଟୁ ତହସିଲଦାର...

ବିଧାୟକଙ୍କ ସ୍ବାସ୍ଥ୍ୟକେନ୍ଦ୍ର ଗସ୍ତ

ଦାରିଙ୍ଗବାଡ଼ି,୧୫।୮(ଡି.ଏନ.ଏ)- ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୁରୁବାର ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଗସ୍ତ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ପରିସର ଓ ରୋଗୀଙ୍କ ଶର୍ଯ୍ୟା ସଫା ନ ଥିବା...

Advertisement
Archives

Model This Week