Posted inଫୁରସତ

୩ ମିନିଟ୍‌ରେ ଖାଇଲେ ୮୮ କେକ୍‌, ସୃଷ୍ଟିକଲେ ୱାର୍ଲଡ ରେକର୍ଡ

କିଛି ଲୋକ ଖାଇବା ପିଇବାକୁ ବହୁତ ଭଲ ପାଆନ୍ତି। ସେମାନଙ୍କୁ ଯେତେ ଜିନିଷ ଖାଇବାକୁ ଦିଅ, ଖାଇ କିପରି ହଜମ କରିବେ ତାହା ମଧ୍ୟ ଜାଣିଥାନ୍ତି। ଏପରି ଜଣେ ବ୍ୟକ୍ତି ହେଉଛନ୍ତି ମ୍ୟାକ୍ସ ଷ୍ଟାନଫୋର୍ଡ।

ଯିଏ କି ମାତ୍ର ୩ ମିନିଟ୍‌ରେ, ୮୮ଟି କେକ୍‌ ଖାଇ ଓ୍ବାଲର୍‌ଡ ରେକର୍ଡ ସୃଷ୍ଟି କରିଛନ୍ତି।
୩୪ ବର୍ଷୀୟ ମ୍ୟାକ୍ସ ହାରାହାରି ୨ ସେକେଣ୍ଡରେ ଏକ କେକ୍‌ (ଜାଫା) ଖାଇଥିଲେ। ଏହାକୁ ଗଳାରୁ ବାହାର କରିବା ପାଇଁ ଗରମ ପାଣି ପିଇଥିଲେ। ଏହିପରି ଭାବରେ, ସେ ଅତି ଖୁବ୍‌ଶୀଘ୍ର ମାତ୍ର ୩ ମିନିଟ୍‌ ମଧ୍ୟରେ ୬ ଗ୍ଲାସ୍‌ ଗରମ ପାଣି ସହିତ ୮୮ଟି କେକ୍‌ ଖାଇଦେଲେ। ଯାହାକି ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଲା।

ପୂର୍ବରୁ ୨୦୨୦ ଫେବୃୟାରୀରେ ମ୍ୟାକ୍ସ କେକ୍‌ ଖାଇବାର ରେକର୍ଡ ପାଇଁ ଚେଷ୍ଟା କରିଥିଲେ। ପରେ ସେ ୧୮୦ ସେକେଣ୍ଡରେ ୩୬ଟି କେକ୍‌ ଖାଇଥିଲେ। ଏଥର କିନ୍ତୁ ସେ ୩ ମିନିଟ୍‌ରେ ୮୮ଟି କେକ୍‌ ଖାଇ ରେକର୍ଡ କରିଛନ୍ତି। ମ୍ୟାକ୍ସ ଅଧିକାଂଶ ସମୟ ଖାଦ୍ୟ ଚ୍ୟାଲେଞ୍ଜ ନେଇଥାନ୍ତି। ତାଙ୍କ ନିଜର ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଅଛି, ଯେଉଁଥିରେ ସେ ସପ୍ତାହରେ ଥରେ ଖାଦ୍ୟ ଚ୍ୟାଲେଞ୍ଜ ଭିଡିଓ ଅପଲୋଡ୍‌ କରନ୍ତି। ନିକଟରେ ସେ ୫.୫ କିଲୋଗ୍ରାମ ଚିକେନ ଚିକ୍କା ମସଲା ଏବଂ ଭାତ ସହିତ ୨୦ଟି ଚକୋଲେଟ ଇଭେଣ୍ଟ କ୍ୟାଲେଣ୍ଡର ଖାଇଥିଲେ। ବ୍ରିଟେନର ସାଉଥ ଲଣ୍ଡନରେ ରହୁଥିବା ମ୍ୟାକ୍ସଙ୍କ ପାଇଁ ଏହା ତାଙ୍କର ଅଭ୍ୟାସ। କିନ୍ତୁ ଏଥିପାଇଁ ତାଲିମ ମଧ୍ୟ ଆବଶ୍ୟକ ବୋଲି ସେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭାଶୟ ବଦଳରେ ଯକୃତରେ ଭ୍ରୁଣ, ଆଶ୍ଚର୍ଯ୍ୟ ହେଲେ ଡାକ୍ତର

କାନାଡାରେ ଜଣେ ମହିଳାଙ୍କ ବିରଳ ଗର୍ଭଧାରଣର ଏକ ମାମଲା ସାମ୍ନାକୁ ଆସିଛି। ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏପରି ଗର୍ଭଧାରଣକୁ ‘ଅତ୍ୟନ୍ତ ବିରଳ’ ମାମଲା...

ଭାଇରାଲ ହେଉଛି ‘ବ୍ୟାଟେଲ୍‌ ଅଫ୍‌ ପ୍ରତାପଗଡ଼’ ଭିଡିଓ

ପ୍ରତାପଗଡ଼,୨୬।୨: ସୋସିଆଲ ମିଡିଆରେ ୟୁଜର୍ସ ଉତ୍ତର ପ୍ରଦେଶର ବାଗପଟଠାରେ ଚାଟ ବିକାଳିଙ୍କ ମଧ୍ୟରେ ହୋଇଥିବା ଛଟ ଫାଇଟ୍‌ ଭିଡିଓର ମଜା ନେଉଥିବାବେଳେ ସାମ୍ନାକୁ ଆସିଛି ଆଉ...

କରୋନା ଯୋଦ୍ଧାଙ୍କ ସମ୍ମାନରେ ଆମ୍ବର ନାମ ରଖିଲେ ଡାକ୍ତର, ପୋଲିସ

ଲକ୍ଷ୍ନୌ,୧୫।୩: ଦେଶବ୍ୟାପି କରୋନା ବିରୋଧରେ ଯୁଦ୍ଧ ଜାରି ରହିଛି। ଏହି କ୍ରମରେ ଡାକ୍ତର, ପୋଲିସକର୍ମୀ, ସଫେଇ କର୍ମଚାରୀ କିମ୍ବା ସାମ୍ବାଦିକ ସମସ୍ତେ ନିଜ ପକ୍ଷରୁ ସେବା...

ସବୁଜ ସ୍ବର୍ଣ୍ଣ: ପୁଣିଥରେ ବଢିବାରେ ଲାଗିଛି ବାଉଁଶରେ ପ୍ରସ୍ତୁତ ଜିନିଷର ଚାହିଦା

ମଧୁର ମୂର୍ଚ୍ଛନା ପାଇଁ ବ୍ୟବହୃତ ହେଉଥିବା ବଂଶୀ ହେଉ ଅବା କରୁଣ ରାଗିଣୀର ଲହର ଛୁଟାଉଥିବା କେନ୍ଦରା, ଜୀବନର ଶେଷଶଯ୍ୟା ଛ’ଖଣ୍ଡ କାଠର କୋକେଇ ହେଉ...

ଲକ୍‌ଡାଉନ୍‌: ୫ ମାସରେ ଶରୀର ଓଜନ ୧୭୭ କିଲୋରୁ ହେଲା ୨୭୮ କିଲୋ

ଉହାନ, ୧୭।୬: ଚାଇନାର ଉହାନ ସହର କରୋନା ସଂକ୍ରମଣର ଏନ୍ତୁଡ଼ିଶାଳ। ସଂକ୍ରମଣ ଯୋଗୁ ଏଠାରେ ଲକ୍‌ଡାଉନ୍‌ ଜାରି ହୋଇଥିଲା। ଲକ୍‌ଡାଉନ୍‌ ସମୟରେ କେବଳ ଘରେ ବସି...

କରୋନା ଭୟ: ୪ ଫୁଟ ଦୂରରୁ ସେଲୁନ୍‌ରେ କଟାଯାଉଛି କେଶ

ବେଜିଂ,୫।୩: ଚାଇନାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ତେଣୁ ସୁରକ୍ଷା ଦୃଷ୍ଟିରେ ଏଠାରେ ଥିବା ସେଲୁନ୍‌ରେ ୪ ଫୁଟ...

ସାଇକେଲ୍‌ରେ ମୁମ୍ବାଇରୁ ଗୋରଖପୁର ଯାତ୍ରା

ମୁମ୍ବାଇ,୨୪।୪: ଦେଶରେ ଲକ୍‌ଡାଉନ୍‌ ଯୋଗୁ ଏକପ୍ରକାର ସବୁ ଠପ୍‌ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସମସ୍ତ ପ୍ରବାସୀଙ୍କୁ ଯିଏ ଯେଉଁଠାରେ...

ଗ୍ରେଟାଙ୍କ ନାମରେ ନୂଆ ପ୍ରଜାତି ଗେଣ୍ଡାର ହେଲା ନାମକରଣ

ବନ୍ଦର ସେରି ବେଗାଓ୍ବନ,୨୨।୨: ବ୍ରୁନେଇରେ ଗବେଷକ ଗେଣ୍ଡାର ଏକ ନୂଆ ପ୍ରଜାତି ସମ୍ପର୍କରେ ସନ୍ଧାନ ପାଇଛନ୍ତି। ଏହି ଗେଣ୍ଡା ପ୍ରଜାତିର ନାମକରଣ ପରିବେଶବିତ୍‌ ଗ୍ରେଟା ଥନବର୍ଗଙ୍କ...

Advertisement
Archives

Model This Week