କରୋନାକୁ ହରାଇଲେ ୮୭ ବର୍ଷୀୟ କୃପାସିନ୍ଧୁ

ଭୁବନେଶ୍ୱର, ୧୩।୯ (ବ୍ୟୁରୋ): କରୋନା ମହାମାରୀକୁ ହରାଇଛନ୍ତି ୮୭ ବର୍ଷୀୟ କୃପାସିନ୍ଧୁ ସାହୁ। ସେ ଭୁବନେଶ୍ୱରସ୍ଥିତ ସମ୍‌ କୋଭିଡ ହସ୍ପିଟାଲ୍‌ ଓ ସମ୍‌ ଅଲ୍ଟିମେଟ୍‌ ମେଡିକେୟାରରେ ଚିକିତ୍ସିତ ହେବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବରିଷ୍ଠ ନାଗରିକ ସଂଘର ସଭାପତି ଥିବା କୃପାସିନ୍ଧୁ କିଛିଦିନ ତଳେ କରୋନାରେ ସଂକ୍ରମିତ ହୋଇଥିଲେ।  ଗୁରୁତର ଅବସ୍ଥାରେ ସେ ସମ୍‌ କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବା ସହ ତାଙ୍କ ଛାତିରେ ମଧ୍ୟ ସଂକ୍ରମଣ ଥିଲା। ଫଳରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ଚିକିତ୍ସା ଓ ଯତ୍ନ ଫଳରେ ୭ ଦିନ ମଧ୍ୟରେ ସେ କରୋନାମୁକ୍ତ ହୋଇଥିଲେ। ଏହାପରେ ମଧ୍ୟ ତାଙ୍କର ସ୍ବାସ୍ଥ୍ୟଜନିତ ଅନ୍ୟାନ୍ୟ କିଛି ସମସ୍ୟା ରହିଥିଲା। ତେଣୁ ତାଙ୍କ ଛାତିରେ ଥିବା ସଂକ୍ରମଣ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟାରୁ ଆରୋଗ୍ୟ ହେବା ପାଇଁ ତାଙ୍କୁ ସମ୍‌ ଅଲ୍ଟିମେଟ୍‌ ମେଡିକେୟାରରେ ଭର୍ତ୍ତି କରାଯାଇଥିଲା। କ୍ରିଟିକାଲ୍‌ କେୟାର ବିଭାଗ, ହୃଦ୍‌ରୋଗ ବିଭାଗ ଏବଂ ଆଇସିୟୁର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ପାରାମେଡିକ୍ସଙ୍କର ଯତ୍ନ ଓ ଉତ୍ତମ ଚିକିତ୍ସା ଫଳରେ ସେ ସମ୍ପୂର୍ଣ୍ଣ ସୁସ୍ଥତା ଲାଭ କରିଥିବା ସେ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ ରାଇଜର ୪୭ ତମ ବାର୍ଷିକ ଉତ୍ସବ

ନୟାଗଡ଼ ଅଫିସ,୧୬ା୧୧: ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ ବଡ଼ପୁଟସ୍ଥିତ ଚାଚା ନେହେରୁ ଶିଶୁ ରାଇଜର ୪୭ତମ ବାର୍ଷିକ ଉତ୍ସବ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ...

ପୂର୍ବତନ ରାଜ୍ୟସଭା ସଦସ୍ୟଙ୍କ ପରଲୋକ

ସୁନ୍ଦରଗଡ଼,୨୪ା୧୨(ଡି.ଏନ୍‌.ଏ.): ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ବିଶିଷ୍ଟ କଂଗ୍ରେସ ନେତା ଗଣେଶ୍ୱର କୁସୁମ ଆଉ ନାହାନ୍ତି। ୮୭ ବର୍ଷ ବୟସରେ ସେ ଶୁକ୍ରବାର ଇହଲୀଳା ସମ୍ବରଣ...

ଆଧାରକାର୍ଡ ନ ଥିଲେ ସ୍କୁଲ ଆଇ କାର୍ଡରେ ନେଇ ପାରିବେ ଟିକା

ଭୁବନେଶ୍ବର,୨୯।୧୨(ବ୍ୟୁରୋ): ଜାନୁୟାରୀ ପହିଲାରୁ ୧୫ ରୁ ୧୮ ବର୍ଷ ପିଲାଙ୍କୁ ଟିକା ଦିଆଯିବ । ଏଥିପାଇଁ ରାଜ୍ୟରେ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯିବ । ଏ...

ପୁରାଣ କଥା କହେ ବିରାଟ ଗାଦି

କଟକ ଅଫିସ,୯।୨: ପ୍ରାଚୀନ ଇତିହାସ ସହ ଜଡିତ ହୋଇ ରହିଛି କଟକ ଜିଲାରେ ଅନେକ ସ୍ଥାନ। ସେଥିମଧ୍ୟରେ କଟକ ଜିଲା ଚୌଦ୍ୱାର ଅଞ୍ଚଳର ବିରାଟ ଗାଦି(ବଧି...

ସିଟି ହସ୍ପିଟାଲ ଦାବିରେ କେନ୍ଦ୍ରାପଡ଼ା ବନ୍ଦ

କେନ୍ଦ୍ରାପଡ଼ା ଅଫିସ,୧୭।୧: ସହରର ଖଡ଼ଇଙ୍ଗସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ସିଟି ହସ୍ପିଟାଲ ଦାବିରେ କେନ୍ଦ୍ରାପଡ଼ା ସହରକୁ ମଙ୍ଗଳବାର ବନ୍ଦ କରାଯାଇଛି। ମିଳିତ...

ବିଦ୍ୟୁତ୍‌ କାଟରେ ସାମିଲହେବାକୁ କଂଗ୍ରେସର ନିବେଦନ

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): ବିଦ୍ୟୁତ୍‌ ଉପତ୍ାଦନ ପାଇଁ ଆବଶ୍ୟକ ଜଳ, କୋଇଲା ଯଥେଷ୍ଟ ପରିମାଣର ସୂର୍ଯ୍ୟକିରଣ ଓ କୁଣ୍ଡା ଉପଲବ୍ଧ ଅଛି। ତେଣୁ ଓଡ଼ିଶାରେ ବିଦ୍ୟୁତ୍‌ ଉପତ୍ାଦନ...

ଓଡ଼ିଶାରେ ଗଞ୍ଜାମ ଜିଲା ପ୍ରଥମ : ସ୍କୁଲରେ ବାଜିଲା ପାଣିପିଆ ଘଣ୍ଟା

ବ୍ରହ୍ମପୁର ଅଫିସ୍‌,୨୬ା୧୧-ଛାତ୍ରୀଛାତ୍ରଙ୍କୁ ସୁସ୍ଥ ରଖିବା ପାଇଁ ଗଞ୍ଜାମ ଜିଲାରେ ଏକ ଅଭିନବ ଅଭିଯାନ ଆରମ୍ଭ ହୋଇଛି । ପାନୀୟ ଜଳ ପିଇବା ପାଇଁ ପିଲାମାନଙ୍କୁ ପ୍ରୋତ୍ସାହନ...

ଓଡ଼ିଆ ଭାଷା ପ୍ରତି ଗୁରୁତ୍ୱ ରହୁ

୧୯୩୬ ମସିହାରେ ଭାଷାକୁ ଭିତ୍ତିକରି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା। ତେଣୁ ଭାଷାଭିତ୍ତିକ ଏକତ୍ୱ ପାଇଁ ଯେଉଁ ଆନ୍ଦୋଳନ ହୋଇଥିଲା, ବର୍ତ୍ତମାନ ସେହି ଭାଷା...

Advertisement
Archives

Model This Week