ଛତୁଆ ପ୍ୟାକେଟ୍‌ରୁ ୮ଶହ ଗ୍ରାମ୍‌ ଗାଏବ

ବାଲେଶ୍ୱର ଅଫିସ,୩।୩: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ସଜନାଗଡ଼ ପଞ୍ଚାୟତ ଅଧୀନ ବିଭିନ୍ନ ଆଦିବାସୀ ହରିଜନ ଗ୍ରାମରେ ଶିଶୁ, ପ୍ରସୂତି, ଗର୍ଭବତୀଙ୍କ ସ୍ବାସ୍ଥ୍ୟ ନିମନ୍ତେ ଆଇସିଡିଏସ୍‌(ସମନ୍ବିତ ଶିଶୁ ବିକାଶ ଯୋଜନା) ମାଧ୍ୟମରେ ଯୋଗାଇ ଦିଆଯାଉଥିବା ଛତୁଆ, ଲଡୁ, ହାଲୱା ପ୍ୟାକେଟ୍‌ଗୁଡ଼ିକୁ ନିର୍ଦ୍ଧାରିତ ଓଜନରେ ନ ଦେଇ ତା’ ଠାରୁ କମ୍‌ ଦିଆଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଗୁରୁବାର ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କଠରେ ଲିଖିତ ଅଭିଯୋଗ କରି ଏଥିରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ବ୍ଲକର ୨୫ ପଞ୍ଚାୟତରେ ୩୫୧ ଅଙ୍ଗନୱାଡ଼ି କେନ୍ଦ୍ର ରହିଛି। ସେଥିମଧ୍ୟରୁ ଗୋଟିଏ ଯୋଗାଣକାରୀ ସଂସ୍ଥା (ଏସ୍‌ଏଚ୍‌ଜି) ୨୨ ପଞ୍ଚାୟତରେ ଶିଶୁ, ପ୍ରସୂତି, ଗର୍ଭବତୀଙ୍କୁ ଛତୁଆ, ଲଡୁ, ହାଲୱା ପ୍ୟାକେଟ୍‌ ଦୀର୍ଘଦିନ ଧରି ଦେଇଆସୁଥିବା ବେଳେ ଏଥିରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତି ପ୍ୟାକେଟ୍‌ର ଛତୁଆର ପରିମାଣ ୪କେଜି ୯ଶହ ଗ୍ରାମ୍‌ ହିତାଧିକାରୀଙ୍କୁ ପ୍ରଦାନ କରାଯିବାର ଥିବା ବେଳେ ଯୋଗାଣକାରୀ ସଂସ୍ଥା ଦ୍ୱାରା ୪କେଜି ୧ଶହ ଗ୍ରାମ୍‌ ଓଜନର ପ୍ୟାକେଟ୍‌ ପ୍ରଦାନ କରାଯାଉଛି। ପ୍ରତି ପ୍ୟାକେଟ୍‌ରୁ ୮ଶହ ଗ୍ରାମ୍‌ କମ୍‌ ଥିବାବେଳେ ଲଡୁ ପ୍ୟାକେଟ୍‌ ଓ ହାଲୱା ପ୍ୟାକେଟ୍‌ରେ ମଧ୍ୟ ଓଜନ କମ୍‌ ଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ପ୍ରତ୍ୟେକ ମାସ ୨୫ତାରିଖ ସୁଦ୍ଧା ଅଙ୍ଗନୱାଡ଼ି ସଂସ୍ଥା ଦ୍ୱାରା ହିତାଧିକାରୀଙ୍କୁ ବଣ୍ଟନ କରାଯିବାର ନିୟମ ଥିବାବେଳେ ଯୋଗାଣକାରୀ ସଂସ୍ଥା ବିଭିନ୍ନ ଆଳ ଦେଖାଇ ୧୦ରୁ ୧୫ଦିନ ପରେ ପ୍ରଦାନ କରୁଛନ୍ତି। ଏହାର ସୁଯୋଗ ନେଇ ଚତୁରତାର ସହ ଗୋଟିଏ ଗୋଟିଏ ମାସର ନ ଦେଇ ମଧ୍ୟ ସରକାରଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିନେଉଛନ୍ତି। ଅଙ୍ଗନୱାଡ଼ି କର୍ମୀମାନେ ଏହାର ପ୍ରତିବାଦ କରିବାରୁ ସ୍ଥାନୀୟ ପ୍ରଶାସନିକ ଓ ରାଜନୈତିକ ଚାପ ପକାଇ ସେମାନଙ୍କୁ ଚୁପ୍‌ କରାଯାଉଛି। ଫଳରେ ହିତାଧିକାରୀମାନେ ପୁଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏହିପରି ମିଳିମିଶି ହିତାଧିକାରୀଙ୍କୁ ଠକେଇ କରିବା ସହ ସରକାରଙ୍କୁ ଲୁଟୁଥିବା ଯୋଗାଣକାରୀ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ହିତାଧିକାରୀ ସବିତା ସିଂ, ସୀତା ସିଂ, ମାଳତୀ ସିଂ, କୁନ୍ତଳା ମୁର୍ମୁ, ରୁଦ୍ରାଣି କିସ୍କୁ, ଲିଲିମଣି ମାଝି ଓ କେତକୀ ମାଝି ପ୍ରମୁଖ।
ନୀଳଗିରି ବ୍ଲକ ସମନ୍ବିତ ଶିଶୁ ବିଭାଗ ଅଧିକାରିଣୀ ସଂଯୁକ୍ତା ମହାରଣା କହନ୍ତି, ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବାଲେଶ୍ୱର ଜିଲା ସମନ୍ବିତ ଶିଶୁ ବିଭାଗ ଅଧିକାରିଣୀ କୁନ୍ତଳା ମଲ୍ଲିକଙ୍କୁ ସନ୍ଧ୍ୟାରେ ଫୋନ୍‌ ମାଧ୍ୟମରେ ପଚାରିବାରୁ, ଅଫିସ୍‌ ସମୟରେ କହିବେ ବୋଲି କହି କଲ୍‌ କାଟି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ଭାରତ-ପାକିସ୍ତାନ ମୁକାବିଲା ଆଜି

କଲମ୍ୱୋ, ୧୫।୨: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମୁକାବିଲା ରବିବାର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରୁ ବାଂଲାଦେଶକୁ ବାଦ୍‌ ଦିଆଯିବାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri