Posted inଜାତୀୟ

ମୁମ୍ବାଇର ୮୦ ପ୍ରତିଶତ ଅଞ୍ଚଳ ଯିବ ସମୁଦ୍ର ଗର୍ଭ କୁ…

ମୁମ୍ବାଇ,୨୮।୮: ବିପଦ ମାଡ଼ି ଆସୁଛି, ଆଉ ୨୯ ବର୍ଷ ପରେ ୨୦୫୦ ବେଳକୁ ଫିଲ୍ମ ସିଟି ମୁମ୍ବାଇର ୮୦ ପ୍ରତିଶତ ଅଞ୍ଚଳ ସମୁଦ୍ର ଗର୍ଭକୁ ଯିବ। ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ହେବାର ଆଶଙ୍କା ସୃଷ୍ଟି ହୋଇଛି। ମୁମ୍ବାଇର ମ୍ୟୁନିସପାଲ କମିଶନର ଇକବାଲ୍‌ ସିଂ ଚହଲ ଏଭଳି କହିଛନ୍ତି। ନରିମାଣ ପଏଣ୍ଟ ସହିତ ମୁମ୍ବାଇର କୁଫ୍‌ ପରେଡ, ରାଜ୍ୟ ସଚିବାଳୟ ଆଦି ସମୁଦ୍ରରେ ବୁଡ଼ିଯିବ। ଏନେଇ ପ୍ରସ୍ତୁତ କରାଯାଇଥିବା ଏକ ଆକ୍ସନ୍‌ ପ୍ଳାନ୍‌ ରିପୋର୍ଟକୁ ପରିବେଶ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେଙ୍କୁ ପ୍ରଦାନ କରାଯାଇଛି। ଦକ୍ଷିଣ ଏସିଆର ପ୍ରଥମ ସହର ଭାବେ ମୁମ୍ବାଇ ପକ୍ଷରୁ କ୍ଲାଏମେଟ୍‌ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି। ସମ୍ପ୍ରତି ମୁମ୍ବାଇରେ ବର୍ଷା ପରିମାଣରେ ବୃଦ୍ଧି ଘଟିବାରେ ଲାଗିଛି। ବହୁ ସମୟରେ ଦେଖାଦେଉଥିବା ବାତ୍ୟା ସମୟରେ ସହର ପାଣିରେ ଉବୁଟୁବୁ ହେବାରେ ଲାଗିଛି। ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ଆକ୍ସନ୍‌ ପ୍ଲାନ୍‌ ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗରେ ଚହଳ! ଟିଏମସିରେ ଫାଟ ଭିତରେ ବଡ଼ କଥା କହିଦେଲେ ମମତା, ଅଭିଷେକ ବାନାର୍ଜୀ

କୋଲକାତା,୧୫।୭: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀ ବୁଧବାର ଏକ ବିଦ୍ରୋହ ମଧ୍ୟରେ ଅଭିଷେକ ବାନାର୍ଜୀଙ୍କୁ ସମର୍ଥନ ଜଣାଇଛନ୍ତି । ଟିଏମସିକୁ ପୁନଃଗଠନ…

ସେବାୟତଙ୍କୁ ଶ୍ରୀମନ୍ଦିର ସେବାରୁ ନିଲମ୍ବନ କଲେ ମୁଖ୍ୟ ପ୍ରଶାସକ

ପୁରୀ,୧୫ା୭(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିରରେ ନୀତି ସମ୍ପାଦନରେ ଶୃଙ୍ଖଳା ରକ୍ଷା ପ୍ରତି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସର୍ବଦା ସର୍ବୋଚ୍ଚ ଗୁରୁତ୍ୱ ଦେଇଆସୁଛି। ବୁଧବାର ଉଭାପର୍ବରେ ନୀତିକାନ୍ତି ପାଳନ ସମୟରେ…

ସରିଲା ଚାକିରି, କର୍ମମୟ ଜୀବନକୁ ମନେ ପକାଇ ଭାବବିହ୍ବଳ ହେଲେ ପ୍ରଧାନଶିକ୍ଷକ…

ଭଞ୍ଜନଗର,୧୫ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତୁଳସୀପଲ୍ଲୀ କ୍ଷେତ୍ରମଣି ମଧ୍ୟ ଇଂରାଜୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡାଙ୍କୁ ବିଦ୍ୟାଳୟ ତରଫରୁ ବୁଧବାର…

୧୧୨୯ ହିତାଧିକାରୀଙ୍କୁ ୫୧.୩୬ କୋଟି ଟଙ୍କା ଋଣ ମଞ୍ଜୁର

କୋରାପୁଟ,୧୫ା୭(ଅମିତାଭ ବେହେରା): କୋରାପୁଟସ୍ଥିତ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରଠାରେ ବୁଧବାର ଆୟୋଜିତ ମେଗା କ୍ରେଡିଟ୍‌ ଆଉଟ୍‌ରିଚ୍‌ କାର୍ଯ୍ୟକ୍ରମରେ ୧୧୨୯ ଜଣ ହିତାଧିକାରୀଙ୍କ ପାଇଁ ୫୧.୩୬ କୋଟି ଟଙ୍କାର…

ଆପଣଙ୍କ ଘରକୁ ଆସୁନି ତ ଅପମିଶ୍ରିତ କ୍ଷୀର? ଏହି ସହଜ ଘରୋଇ ଉପାୟରେ କରନ୍ତୁ ଯାଞ୍ଚ

କ୍ଷୀର ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବିଶେଷ କରି ପିଲାମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ହାଡ଼ର ମଜଭୁତ ଏବଂ ଶାରୀରିକ ବିକାଶ ପାଇଁ କ୍ଷୀରକୁ ଅତ୍ୟନ୍ତ…

ଅଗଷ୍ଟ ୨୮ରେ ରିଲିଜ ହେବନାହିଁ Shraddha Kapoorଙ୍କର ‘ଇଥା’!

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ଶ୍ରଦ୍ଧା କପୁର ଏବେ ନିଜର ଆଗାମୀ ଫିଲ୍ମ ‘ଇଥା’କୁ ନେଇ ଚର୍ଚ୍ଚାରେ। ନିକଟରେ ରିଲିଜ ହୋଇଥିବା ଫିଲ୍ମର ଟିଜର ସୋସିଆଲ ମିଡିଆରେ ବେଶ…

କୁଲାଡ଼ ରଥଯାତ୍ରା ପ୍ରସ୍ତୁତି ଶେଷ: ବିଧାୟକ-ଉପଜିଲାପାଳ ପହଞ୍ଚି କଲେ ସମୀକ୍ଷା

ଭଞ୍ଜନଗର,୧୫ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ଼ ରଥଯାତ୍ରା ପ୍ରସ୍ତୁତି ସରିଛି। ଗୁରୁବାର ନିର୍ଦ୍ଧାରିତ ସମୟରେ ରଥାଯାତ୍ରା କାର୍ଯ୍ୟକ୍ରମ ହେବ। ଏହାପୂର୍ବରୁ ମନ୍ଦିର କମିଟି କର୍ମକର୍ତ୍ତା…

ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ନିର୍ଦ୍ଧୁମ ପିଟିଲେ ଶିକ୍ଷକ, ଅଭିଯୋଗ ପରେ ନିଲମ୍ବିତ

ଝରିଗାଁ,୧୫ା୭(କିଶୋର ଚନ୍ଦ୍ର ମଣ୍ଡଳ): ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ନେଇ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଶିକ୍ଷା ଅଧିକାରୀ ଉମରସିଂ ନାଏକ ସମ୍ପୃକ୍ତ ଶିକ୍ଷକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri