ନିର୍ମାଣ ହେବ ୧୪ ଫ୍ଲଡ୍‌ ଫୋର୍‌କାଷ୍ଟିଂ ସିଷ୍ଟମ

ଯାଜପୁର,୨୧ା୭(ହର୍ଷବର୍ଦ୍ଧନ ବେହେରା): ବୈତରଣୀ ଓ ବୁଢାବଳଙ୍ଗ ନଦୀରେ ଅତିରିକ୍ତ ଭାବେ ୧୪ଟି ବନ୍ୟା ପୂର୍ବାନୁମାନ ପଦ୍ଧତି ବା ଫ୍ଲଡ୍‌ ଫୋର୍‌କାଷ୍ଟିଂ ସିଷ୍ଟମ ନିର୍ମାଣ ହେବ। ଯାଜପୁର ଓ ଭଦ୍ରକ ଜିଲାର ବୈତରଣୀ ନଦୀ ଅବବାହିକାରେ ୬ ଏବଂ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାର ବୁଢାବଳଙ୍ଗ ନଦୀ ଅବବାହିକାରେ ୮ ସିଷ୍ଟମ ପାଇଁ ୱାଲର୍‌ଡବ୍ୟାଙ୍କ ପ୍ରକଳ୍ପରେ ୧୨୭୯ କୋଟି ଟଙ୍କା ଖର୍ଚ୍ଚ ହେବ। ଉକ୍ତ ସିଷ୍ଟମରେ ଅଟୋମେଟିକ ୱାଟର ଲେଭଲ ରେକର୍ଡର (ଏଡବ୍ଲୁଏଲ୍‌ଆର୍‌) ନିର୍ମାଣ କରାଯିବ। ବୈତରଣୀ ନଦୀରେ ପ୍ରାୟ ପ୍ରତିବର୍ଷ ବନ୍ୟା ଯୋଗୁ ଯାଜପୁର ଜିଲାର ବହୁ କ୍ଷୟକ୍ଷତି ହୋଇଥାଏ। ଏହାପୂର୍ବରୁ ବନ୍ୟା ନିୟନ୍ତ୍ରଣ ପାଇଁ ଷ୍ଟେଟ ପାଇପ୍‌ ଲାଇନ ପ୍ରୋଜେକ୍ଟ ଜରିଆରେ ନଦୀବନ୍ଧ ପୁନରୁଦ୍ଧାର କରିବାକୁ ଅର୍ଥ ମଞ୍ଜୁର ହୋଇଥିବାବେଳେ ଏବେ ବନ୍ୟା ପୂର୍ବାନୁମାନ ସିଷ୍ଟମ ଯୋଗୁ ପ୍ରଭାବିତ ଲୋକେ ଆହୁରି ସଚେତନ ହୋଇ ପାରିବେ ବୋଲି ଆଶା କରାଯାଇଛି। ହେଲେ ବୈତରଣୀ ନଦୀରେ ବନ୍ୟା ନିୟନ୍ତ୍ରଣ ଯୋଜନା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ବନ୍ୟା ପ୍ରଭାବିତ ଅଞ୍ଚଳବାସୀଙ୍କ ମଧ୍ୟରେ ଦାବି ହେଉଛି।
ରାଜ୍ୟର ମହାନଦୀ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଓ ବୈତରଣୀ, ଋଷିକୁଲ୍ୟା, ବଂଶଧାରା ଏବଂ ଏହାର ଶାଖାନଦୀଗୁଡିକରେ ଅଧିକାଂଶ ଥର ବନ୍ୟା ହୋଇଥାଏ। ତେଣୁ ବନ୍ୟା ପୂର୍ବାନୁମାନ ସିଷ୍ଟମ ନିର୍ମାଣ କରାଗଲେ ନଦୀଜଳ ପରିଚାଳନାରେ ବହୁ ସହାୟକ ହେବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ଆଶା କରାଯାଇଛି। ବୈତରଣୀ ନଦୀର ସମୁଦାୟ ୧୩,୪୮୨ ବର୍ଗ କିମି ଅବବାହ କ୍ଷେତ୍ର ବା କ୍ୟାଚ୍‌ମେଣ୍ଟ ଏରିଆ ରହିଛି। ଏଥିରେ ଯାଜପୁର ଜିଲାର ଆଖୁଆ ବିରିଡି ବ୍ରିଜ, ଭଦ୍ରକ ଜିଲାର ବାଙ୍କସାହି, ପଙ୍ଗଟା, ଚାନ୍ଦବାଲି ଓ ରାଜଘାଟ ବ୍ରିଜ ଏବଂ କେନ୍ଦୁଝର ଜିଲାର ଜଳସୁଆଁ ପାଟଣା ଷ୍ଟେଶନରେ ୬ ଏଡବ୍ଲୁଏଲ୍‌ଆର୍‌ ନିର୍ମାଣ ପ୍ରସ୍ତାବ ରହିଛି। ସେହିପରି ୪୮୩୮ ବର୍ଗ କିମି କ୍ୟାଚ୍‌ମେଣ୍ଟ ଏରିଆ ବିଶିଷ୍ଟ ବୁଢାବଳଙ୍ଗ ନଦୀର ମୟୁରଭଞ୍ଜ ଜିଲା ନାଲୁଆ, ସେଣ୍ଟ୍ରାଲ ଡିଭିଜନ, ବେତନଟି, ସୁଲିଆପଡା, ଜମ୍ଭିରା, ବାରଙ୍ଗ ସାଇଡ୍‌ ଏବଂ ବାଲେଶ୍ୱର ଜିଲା କାଂଶବାଂଶ ଓ ତୋଟାପଡ଼ା ଷ୍ଟେଶନରେ ୮ଟି ଏଡବ୍ଲୁଏଲ୍‌ଆର୍‌ ନିର୍ମାଣ ପ୍ରସ୍ତାବ ରହିଛି। ଏହାପୂର୍ବରୁ ଏହି ଦୁଇ ନଦୀରେ ସମୁଦାୟ ୪୮ଟି ଏଡବ୍ଲୁଏଲ୍‌ଆର୍‌ ରହିଛି।
ସୂଚନାଯୋଗ୍ୟ, ଗତ ଡିସେମ୍ବରରେ ବୈତରଣୀ ନଦୀର ଡାହାଣପାର୍ଶ୍ୱ ରଣପୁରଠାରୁ ମଥୁରାପୁର ବ୍ରିଜ୍‌ ପର୍ଯ୍ୟନ୍ତ ନଦୀବନ୍ଧ ପ୍ରକଳ୍ପ ପାଇଁ ୯ କୋଟି ୯୦ ଲକ୍ଷ ୬ ହଜାର ଟଙ୍କା ଓ ବାମପାର୍ଶ୍ୱ ଭଦ୍ରକ ଜିଲାର ଦଶପରିଠାରୁ ଅସ୍ତକା ପ୍ରକଳ୍ପ ପାଇଁ ୮ କୋଟି ୮୦ ଲକ୍ଷ ୮୫ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଏହାପୂର୍ବରୁ ବୈତରଣୀ ଡାହାଣପାର୍ଶ୍ୱ ହେମନ୍ତପୁର, ବାଲିପାଟଣା, ବଳରାମପୁର ନଦୀବନ୍ଧ ନିର୍ମାଣ କରିବାକୁ ୯ କୋଟି ୯୬ ଲକ୍ଷ ୩୦ ହଜାର ଟଙ୍କା ମଞ୍ଜୁର କରାଯାଇଛି। ଏହି ୩ ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେଲେ ଜିଲାର କୋରେଇ ଓ ଦଶରଥପୁର ବ୍ଲକ ଏବଂ ଭଦ୍ରକ ଜିଲାର ଭଣ୍ଡାରୀପୋଖରୀ ବ୍ଲକ ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ ହୋଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ବୈତରଣୀ ଓ ବ୍ରାହ୍ମଣୀରେ ୨୦୨୦ ଅଗଷ୍ଟ ବନ୍ୟା ଏକବିଂଶ ଶତାବ୍ଦୀର ସବୁଠୁ ବଡ ବନ୍ୟା ବୋଲି କୁହାଯାଇଥିଲା। ଏହି ବନ୍ୟାରେ ଜିଲାର ସମସ୍ତ ବ୍ଲକ ଓ ଗୋଟିଏ ପୌର ପରିଷଦର ୧୪୩ ପଞ୍ଚାୟତର ୬୧୨ ଗ୍ରାମ ସହ ୧ ୱାର୍ଡର ପାଖାପାଖି ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ୨୫ଟି ବଡ଼ବଡ଼ ଘାଇ ସୃଷ୍ଟି ହୋଇ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା। ତେଣୁ ବର୍ଷା ମାସ ଆସିଲେ ଯାଜପୁର ଜିଲା ନଦୀକୂଳବାସୀ ଭୟରେ କାଳାତିପାତ କରିଥାନ୍ତି। ବନ୍ୟା ନିୟନ୍ତ୍ରଣ ପାଇଁ ସମନ୍ବିତ ନଦୀ ପରିଚାଳନା ଯୋଜନା, ବ୍ୟାରେଜ ଆଦି ସରକାରୀ ପ୍ରତିଶ୍ରୁତିରେ ଅଟକିଛି। ଏହାବାଦ୍‌ ବେଆଇନ ବାଲିଖାଦାନ ସମେତ ଖଣି ଓ ଶିଳ୍ପସଂସ୍ଥାର ବର୍ଜ୍ୟବସ୍ତୁ ନଦୀଶଯ୍ୟାକୁ ପୋତି ଚାଲିଛି। ଏହାର ସମାଧାନ ପାଇଁ କେନ୍ଦୁଝର ଓ ଯାଜପୁର ଜିଲାର ଲୋକମାନେ ସଙ୍ଗଠନ ମାଧ୍ୟମରେ ଦୀର୍ଘଦିନ ହେବ ଆନ୍ଦୋଳନ ଓ ଦାବି କରି ଆସୁଛନ୍ତି। ଏଭଳିସ୍ଥିତିରେ ଆଗାମୀ ଦିନରେ ବନ୍ୟା ପରିସ୍ଥିତିର ନିୟନ୍ତ୍ରଣ ବହୁ ଜରୁରୀ ବୋଲି ଅଞ୍ଚଳବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?