୮୦ କୋଟି ଦୁର୍ନୀତି ୨୦୦ କୋଟିରେ ପହଞ୍ଚିଲାଣି

ନୟାଗଡ଼ ଅଫିସ/ଭାପୁର,୧୨ା୬ (ଡି.ଏନ୍‌.ଏ.): ମିଶନ ଶକ୍ତି ଗୃହ ନ କରି ୪ ଲକ୍ଷ ଟଙ୍କା ଆମତ୍ସାତ୍‌ ଘଟଣାରେ ଲୋକାୟୁକ୍ତରେ ମାମଲା ପରେ ନୟାଗଡ଼ ଜିଲା ଭାପୁର ବ୍ଲକରେ ୮୦ କୋଟିିର ଦୁର୍ନୀତି ଏବେ ୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ପହଞ୍ଚତ୍ଲାଣି। ବିକାଶର ଡିଣ୍ଡିମ ପିଟି ୨୦୧୭ରୁ ୨୦୨୧ ମସିହା ମଧ୍ୟରେ ବହୁ ଉନ୍ନୟନ ପ୍ରକଳ୍ପ ନଁାରେ ରାଜନେତା, ସରକାରୀ ଅଧିକାରୀ ଓ କର୍ମଚାରୀ ଭାପୁର ବ୍ଲକରେ କୋଟି କୋଟି ଟଙ୍କା କରିଥିବା ଆମତ୍ସାତ ଧୀରେ ଧୀରେ ପ୍ରମାଣିତ ହୋଇଚାଲିଛି। ଏହି ଘଟଣାରେ ଭାପୁର ବ୍ଲକର ୫ ପୂର୍ବତନ ବିଡିଓଙ୍କ ସମେତ ୧୭ କର୍ମଚାରୀ ଓ ଅଧିକାରୀ ୨ କୋଟି ୨୫ ଲକ୍ଷ ଟଙ୍କା ତଣ୍ଡ ଗଣି ସାରିଲେଣି। ପୁଣି ୧୫ ନିଲମ୍ବିତ, ୨ଜଣ ବହିଷ୍କୃତ, ୩ ଜଣ ସ୍ବେଚ୍ଛାକୃତ ଅବସର ନେଇସାରିଲେଣି। ଆଗକୁ ପୁଣି ଆଉ କିଛି ତଣ୍ଡ ଗଣିବାର ରହିଛି। ଅନ୍ୟପକ୍ଷେ ୪ କୋଟିର ଦୁର୍ନୀନିକୁ ୨ଟି ମାମଲା କରି ଭିଜିଲାନ୍ସ ମଧ୍ୟ ତଦନ୍ତ କରୁଛି।
ପ୍ରାପ୍ତ ସୂଚନା ଅନୁସାରେ, ଫତେଗଡ଼ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସରକାରୀ ବାସଭବନକୁ ମିଶନ ଶକ୍ତି ଗୃହ ଦର୍ଶାଇ ୪ ଲକ୍ଷ ଟଙ୍କା ଆମତ୍ସାତ କରିଥିବା ନେଇ ୩ଟି ସ୍ବୟଂ ସହୟକ ଗୋଷ୍ଠୀର ସଭାନେତ୍ରୀ ଲୋକାୟୁକ୍ତରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ତତ୍କାଳୀନ ସରପଞ୍ଚ ତୋଫାନ କୁମାର ପ୍ରଧାନ, ଭାପୁର ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡା, ଜେଇ ପ୍ରମୋଦ ସେଠୀ ଓ ସହକାରୀ ଯନ୍ତ୍ରୀ ବୃନ୍ଦାବନ ବରିଆଙ୍କ ନଁାରେ ମାମଲା ହୋଇଥିଲା। ଅପରପକ୍ଷେ ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା ଆର କାର୍ତ୍ତିକେୟନ ପାଣ୍ଡିଆନଙ୍କ ନିର୍ଦ୍ଦେଶକ୍ରମେ ଜିଲାପାଳ ଓ ବ୍ଲକ ପ୍ରଶାସନର ମିଳିତ ତଦନ୍ତ କ୍ରମେ ୪ ଲକ୍ଷ ଟଙ୍କା ଦୁର୍ନୀତି ହୋଇଥିବା ପ୍ରମାଣିତ ହୋଇଥିଲା। ଏହି ଘଟଣାରେ ତତ୍କାଳୀନ ଜେଇ ସେଠୀ, ସହକାରୀ ଯନ୍ତ୍ରୀ ବରିଆ, ବିଡିଓ ସତ୍ୟ ସୁନ୍ଦର ରାଉତ ୪ ଲକ୍ଷ ଟଙ୍କା ତଣ୍ଡ ଗଣିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ୩ଜଣଙ୍କ ନଁାରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ଫତେଗଡ଼ ଥାନାରେ ମାମଲା ହୋଇଛି। ସେହିଭଳି ପୂର୍ବତନ ବ୍ଲ୍ଳକ ଅଧ୍ୟକ୍ଷା ଶାନ୍ତିଲତା ବେହେରାଙ୍କ ଫତେଗଡ଼ ଥାନାର ନଂ. ୧୨୮/୨୧ ମାମଲାକୁ ଭିତ୍ତିକରି ଭାପୁର ବ୍ଲକର ଉନ୍ନୟନ କାର୍ଯ୍ୟର ସ୍ପେଶାଲ ଅଡିଟ କରିବାକୁ ଲୋକୟୁକ୍ତ ନିର୍ଦ୍ଦେଶ ଦେଇଥିଲେ। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ସ୍ପେଶାଲ ଅଡିଟ ଟିମ୍‌ ୧୧।୩।୨୦୧୭ରୁ ୧୭।୮।୨୦୨୧ ମଧ୍ୟରେ ହୋଇଥିବା ଉନ୍ନୟନ କାର୍ଯ୍ୟର ଅଡିଟ୍‌ କରିବା ପରେ ୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡିଛି। ତେବେ ଏହି ଦୁର୍ନୀତି ଘଟଣାରେ ଭାପୁର ବ୍ଲକର ତତ୍‌କାଳୀନ ୫ ବିଡିଓ ସତ୍ୟ ସୁନ୍ଦର ରାଉତ, ସୁଷମା ବରିକ, ରଞ୍ଜିତା ସାହୁ, ସୁନୀତା ଜେନା ଓ ଆଶିଷ ତ୍ରିପାଠୀ, ପୂର୍ବତନ ଏବିଡିଓ ଅନ୍ତର୍ଯ୍ୟାମୀ ନାୟକ, ତତ୍କାଳନୀ ସହକାରୀ ଯନ୍ତ୍ରୀ ଲେନିନ ସାହୁ, କନିଷ୍ଠ ଯନ୍ତ୍ରୀ ପ୍ରମୋଦ ସେଠୀ, ଅର୍ଦ୍ଧେନ୍ଦୁ ଶେଖର ଷଡଙ୍ଗୀ ଓ ସଙ୍ଗୀତା ମହାରଣା, ମୁଖ୍ୟ କିରାଣି ଜଗଦୀଶ ପ୍ରସାଦ ସେଠୀ ପ୍ରମୁଖ ୧୭ ଜଣ ୨ କୋଟି ୨୫ ଲକ୍ଷ ୬୮୫ ଟଙ୍କା ତଣ୍ଡ ଗଣିଛନ୍ତି। ସେହିଭଳି ୧୫ ଜଣ ନିଲମ୍ବିତ ହୋଇଥିବାବେଳେ ନିମାଣି ପଞ୍ଚାୟତ ଜିଆର୍‌ଏସ୍‌ ବଳଭଦ୍ର ସ୍ବାଇଁ ଓ ପଦ୍ମାବତୀ ଜିଆର୍‌ଏସ୍‌ ଶ୍ରୀଧର ନାୟକ ପ୍ରମୁଖ ୨ ଜଣ ଚାକିରିରୁ ବହିଷ୍କୃତ ହୋଇସାରିଲେଣି। ପୁଣି ଫତେଗଡ଼ ଜିଆର୍‌ଏସ୍‌ ନଳିନୀ ବାଈ, ବିଜିପୁର ପଞ୍ଚାୟତ ଜିଆର୍‌ଏସ୍‌ ଶ୍ରୀବତ୍ସ ରାଉତ ଓ ଭାପୁର ଜିଆର୍‌ଏସ୍‌ ଜିତେନ୍ଦ୍ର ଚୌଧୁରୀ ପ୍ରମୁଖ ୩ ଜଣ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ଯାଇଛନ୍ତି। ହାଇକୋର୍ଟର ଅଗ୍ରିମ ବେଲ୍‌ରେ ଭାପୁର ବ୍ଲ୍ଳକର ପୂର୍ବତନ ବିଡିଓ ସତ୍ୟ ସୁନ୍ଦର ରାଉତ, ପୂର୍ବତନ ଜେଇ ପ୍ରମୋଦ କୁମାର ସେଠୀ, ଅର୍ଦ୍ଧେନ୍ଦୁ ଶେଖର ଷଡଙ୍ଗୀ, ଜିଆର୍‌ଏସ୍‌ ପ୍ରତିମା ସାହୁ, ବ୍ଲକ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ପ୍ରୋଗ୍ରାମ ଅଫିସର ଅରୁଣ କୁମାର ଚିନାରା ପ୍ରମୁଖ ୬ ଜଣ ଅଛନ୍ତି।
ଜୁଲାଇ ୧୧ରେ ପକ୍ଷ ରଖିବେ ଏସ୍‌ପି
ଲୋକୟୁକ୍ତଙ୍କ ପରବର୍ତ୍ତୀ ଶୁଣାଣି ୧୧ା୭।୨୦୨୩ରେ ଧାର୍ଯ୍ୟ ହୋଇଛି। ଏଥିରେ ପୂର୍ବତନ ଭାପୁର ବ୍ଲ୍ଳକ ଅଧ୍ୟକ୍ଷା ଶାନ୍ତିଲତାଙ୍କ ଫତେଗଡ ଥାନା ୧୨୯/୨୦୨୧ ମାମଲାରେ ୩ ଅଭିଯୁକ୍ତ ଗୟାଧର ପରିଡା, ଜ୍ୟୋତିରଞ୍ଜନ ପଣ୍ଡା ଓ ଯୋଗେନ୍ଦ୍ର ସ୍ବାଇଁଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେନେଇ ନୟାଗଡ଼ ଏସ୍‌ପି ବ୍ୟକ୍ତିଗତ ଭାବେ ହାଜର ହୋଇ ତଥ୍ୟ ରଖିବେ।
ଭିଜିଲାନ୍ସ ତଦନ୍ତ ପାଇଁ ଦାବି
ମନାବାଧିକାର କମିଶନରେ ନୟାଗଡ଼ ଅତିରିକ୍ତ ଏସ୍‌ପି ଉମାକାନ୍ତ ମଲ୍ଲିକ ପକ୍ଷ ରଖି ଭାପୁର ବ୍ଲକରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା ଦର୍ଶାଇଛନ୍ତି। ଯାହାକି ପୋଲିସ ପକ୍ଷେ ତଦନ୍ତ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ଭାପୁର ବ୍ଲକର ତଦନ୍ତକୁ ଉଚ୍ଚ ତଦନ୍ତକାରୀ ସଂସ୍ଥାକୁ ଦେବାକୁ ଅନୁରୋଧ କରଛନ୍ତି। ସେହିପରି ଖଣ୍ଡପଡ଼ା ଏସ୍‌ଡିପିଓ ପ୍ରଭାତ କୁମାର ମଲ୍ଲିକ ହାଇକୋର୍ଟରେ ସତ୍ୟପାଠ ମାଧ୍ୟମରେ ଓ ଲୋକାୟୁକ୍ତରେ ବ୍ୟକ୍ତିଗତ ହାଜିରା ପକାଇ ଭାପୁର ବ୍ଲକରେ ହୋଇଥିବା ଟଙ୍କା ଦୁର୍ନୀତିକୁ ଉଚ୍ଚ ତଦନ୍ତକାରୀ ସଂସ୍ଥାକୁ ଦେବାକୁ ଅନୁରୋଧ କରିଛନ୍ତି। ପୋଲିସ ନିଜର ଅସହାୟତା ପ୍ରଦାନ କରୁଥିବାବେଳେ ଏହାର ତଦନ୍ତ ଭିଜିଲାନ୍ସ ଅଥବା ଉଚ୍ଚ ତଦନ୍ତକାରୀ ସଂସ୍ଥା କରିବାକୁ ସାଧାରଣରେ ମଧ୍ୟ ଦାବି ଉଠିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?