Posted inଜାତୀୟ

ଡୋମିନିକାରେ ୮ ଜଣିଆ ଟିମ୍‌

ନୂଆଦିଲ୍ଲୀ,୨ା୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କୁ ସ୍ବଦେଶକୁ ଆଣିବା ପାଇଁ ବିଭିନ୍ନ ଭାରତୀୟ ସଂସ୍ଥାର ଏକ ୮ ଜଣିଆ ଟିମ୍‌ ଦ୍ୱୀପ ରାଷ୍ଟ୍ର ଡୋମିନିକାରେ ପହଞ୍ଚତ୍ଛି। ‘ମିଶନ ଚୋକ୍‌ସି’ରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌)ର ଦୁଇଜଣ ଲେଖାଏ ଅଧିକାରୀ ସାମିଲ ଅଛନ୍ତି। ବୁଧବାର ଚୋକ୍‌ସିଙ୍କୁ କୋର୍ଟରେ ହାଜର କରାଯିବାବେଳେ ଉକ୍ତ ଟିମ୍‌ ଡୋମିନିକାର ସରକାରୀ ଓକିଲମାନଙ୍କୁ ସହାୟତା ଦେବେ। ଇତିମଧ୍ୟରେ କାରିବିଆନ୍‌ ଦ୍ୱୀପ ରାଷ୍ଟ୍ର ଚୋକ୍‌ସିଙ୍କ ସମ୍ପର୍କରେ ଅନେକ ରୋଚକ ତଥ୍ୟ ଆସିବାରେ ଲାଗିଛି। ଚୋକ୍‌ସିଙ୍କୁ ଖସାଇ ଆଣିବା ଲାଗି ତାଙ୍କ ଭାଇ ଚେତନ ଚୋକ୍‌ସି ଡେମିନିକାର ବିରୋଧୀ ଦଳ ନେତାଙ୍କୁ ଲାଞ୍ଚ ଦେଇଥିଲେ ବୋଲି ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହି ମାମଲା ସେଠାରେ ରାଜନୈତିକ ପ୍ରସଙ୍ଗ ପାଲଟିଛି।
୨୦୧୮ରେ ପିଏନ୍‌ବିର ୧୩,୫୦୦ କୋଟି ଟଙ୍କା ଋଣ ଜାଲିଆତି ମାମଲା ପଦାକୁ ଆସିବା ପରେ ୬୨ ବର୍ଷୀୟ ହୀରା ବ୍ୟବସାୟୀ ଚୋକ୍‌ସି ଆଣ୍ଟିଗୁଆ ଯାଇ ସେଠାକାର ନାଗରିକତ୍ୱ ଗ୍ରହଣ କରିଥିଲେ। ନିକଟରେ ଡୋମିନିକାରେ ପୋଲିସ ତାଙ୍କୁ ଠାବ କରି ହାଜତରେ ରଖିଛି। ତାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ବୁଧବାର ଏକ ସ୍ଥାନୀୟ କୋର୍ଟରେ ହେବ। ଚୋକ୍‌ସିଙ୍କୁ ହାଜର କରାଯିବାବେଳେ ୮ ଜଣିଆ ଭାରତୀୟ ଟିମ୍‌ ଅଦାଲତରେ ଉପସ୍ଥିତ ରହିବ। ଡୋମିନିକାର ସରକାରୀ ଓକିଲଙ୍କୁ ଟିମ୍‌ ସଦସ୍ୟମାନେ ସହାୟତା ଦେବ। ଏଥିପାଇଁ ଉକ୍ତ ଟିମ୍‌ ଶୁକ୍ରବାରଠାରୁ ସେଠାରେ ପହଞ୍ଚତ୍ ପ୍ରସ୍ତୁତି ଚଳାଇଛି। କାରିବିଆନ୍‌ ମିଡିଆ ଆଉଟ୍‌ଲେଟ୍‌ ଆସୋସିଏଟ୍ସ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ପଳାତକ ବ୍ୟବସାୟୀ ଚୋକ୍‌ସିଙ୍କ ବଡ଼ଭାଇ ଚେତନ ଚିନୁଭାଇ ଚୋକ୍‌ସି ଗତ ୨୯ ତାରିଖରେ ଡୋମିନିକା ବିରୋଧୀ ଦଳ ନେତା ଲେନୋକ୍ସ ଲିଣ୍ଟୋନଙ୍କୁ ଭେଟିଥିଲେ। ୩୦ରେ ଚେତନଙ୍କ ଘରେ ଉଭୟଙ୍କ ମଧ୍ୟରେ ୨ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଭାଇଙ୍କ ମୁକ୍ତି ପାଇଁ ପାର୍ଲାମେଣ୍ଟରେ ଏହି ପ୍ରସଙ୍ଗ ଉଠାଇଲେ ଆସନ୍ତା ନିର୍ବାଚନ ପାଇଁ ପାଣ୍ଠି ଯୋଗାଇବାକୁ ସେ ବିରୋଧୀ ଦଳ ନେତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ନେଇ ସୁପ୍ରିମକୋର୍ଟରେ ପୁଣି ପିଟିଶନ

ଭୁବନେଶ୍ୱର, ୧୬।୬(ବ୍ୟୁରୋ)/ ନୂଆଦିଲ୍ଲୀ(ସ୍ବ.ପ୍ର.): ପୁରୀ ରଥଯାତ୍ରା ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ସ୍ପେଶାଲ ଲିଭ୍‌ ପିଟିଶନ ଦାଖଲ କରାଯାଇଛି।...

ଚିଲକୁ ଉଦ୍ଧାର କରିବାକୁ ଯାଇ ଚାଲିଗଲା ୨ ଜୀବନ

ମୁମ୍ବାଇ,୧୦।୬: ମୁମ୍ବାଇର ବାନ୍ଦ୍ରା-ୱର୍ଲି ସାଗର ଲିଙ୍କ୍‌ରେ ଏକ ହୃଦୟବିଦାରକ ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ରାସ୍ତା ମଝିରେ ଆହତ ହୋଇ ଛଟପଟ ହେଉଥିବା ଏକ...

ଚାଇନା ବୈଦେଶିକ ମନ୍ତ୍ରୀଙ୍କ ସହ ଗୋଆରେ ଦ୍ୱିପାକ୍ଷିକ ବୈଠକ ଆରମ୍ଭ କଲେ ଏସ ଜୟଶଙ୍କର, ସୀମା ବିବାଦକୁ ନେଇ ହୋଇପାରେ ଆଲୋଚନା

ପଣଜି,୪।୫: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ଚାଇନାର ବୈଦେଶିକ ମନ୍ତ୍ରୀ ଚିନ ଗାଂଗଙ୍କ ମଧ୍ୟରେ ଗୋଆରେ ଗୁରୁବାର ସାଂଘାଇ ସହଯୋଗ ସମ୍ମିଳନ(ଏସସିଓ)ର ଦ୍ୱିପାକ୍ଷିକ...

ଉତ୍ତେଜନା ବଢ଼ାଉଛି ନେପାଳ

ନୂଆଦିଲ୍ଲୀ, ୨ା୮: ଭାରତର ୩ଟି ସୀମାନ୍ତ ଅଞ୍ଚଳକୁ ନିଜର ବୋଲି ଦାବି କରୁଥିବା ନେପାଳ ପୁଣି ଥରେ ଉତ୍ତେଜନା ବଢ଼ାଇଛି। ଉକ୍ତ ୩ ଅଞ୍ଚଳକୁ ନେଇ...

ଓଲଟିଲା ବସ୍‌, ୮ ମୃତ

ଟୁମକୁର,୧୯।୩: କର୍ନାଟକର ଟୁମକୁର ଜିଲାରେ ଶନିବାର ଏକ ବେସରକାରୀ ଯାତ୍ରୀବାହି ବସ୍‌ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୮ ଜଣ ମୃତ୍ୟୁ ହୋଇଥିବା ବେଳେ ୨୨...

ବ୍ଲାକ୍‌ ଆଉଟ୍‌ ଆଶଙ୍କା

ନୂଆଦିଲ୍ଲୀ/ ଭୁବନେଶ୍ୱର,୧୧।୧୦ (ବ୍ୟୁରୋ): ଦେଶର ପ୍ରାୟ ୭୦% ବିଦ୍ୟୁତ୍‌ ଚାହିଦା କୋଇଲାରୁ ପୂରଣ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ପାଓ୍ବାର ପ୍ଲାଣ୍ଟଗୁଡ଼ିକ ସାଧାରଣତଃ ୧୫ରୁ ୩୦...

ନକଲି ଭାକ୍ସିନ୍‌ ନେଇ ଟିଏମ୍‌ସି ଏମ୍‌ପି ଅସୁସ୍ଥ…

କୋଲକାତା,୨୬।୬: ନକଲି ଭାକ୍ସିନ୍‌ ନେଇ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ତଥା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ଅସୁସ୍ଥ ହୋଇପଡ଼ିଛନ୍ତି। ଶନିବାର ସକାଳେ ସେ ଅସୁସ୍ଥ ହୋଇପଡ଼ିବାରୁ...

ଲକ୍‌ଡାଉନ ସମାଧାନ ନୁହେଁ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୧।୪: ଦେଶରେ କରୋନା ମାମଲା ବଢିବାରେ ଲାଗିଛି। ଆଜି ୧ ଲକ୍ଷ ୫୨,୦୦୦ ରୁ ଅଧିକ ନୂଆ ସଂକ୍ରମଣ ସାମ୍ନାକୁ ଆସିଛି। ଏପର୍ଯ୍ୟନ୍ତ ଗୋଟିଏ ଦିନରେ...

Advertisement
Archives

Model This Week