ଯୋଡ଼ିହେଲା ୮ ପିଜି ପାଠ୍ୟକ୍ରମ

ଢେଙ୍କାନାଳ ଅଫିସ, ୧।୧୧: ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ୮ ନୂଆ ବିଭାଗରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମ ଖୋଲିବ। ଉଚ୍ଚଶିକ୍ଷା ବିଭାଗ ଚିଠି ସଂଖ୍ୟାା ୪୫୨୭୪/ତା୨୯ା୧୦ା୨୨ରିଖରେ ରାଜ୍ୟ ସରକାର ଏଥିଲାଗି ଅନୁମତି ପ୍ରଦାନ କରିଥିବା ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ ପ୍ରଧାନ ସୋମବାର ସୂଚନା ଦେଇଛନ୍ତି। ଓଡ଼ିଆ, ଇଂଲିଶ, ଅର୍ଥନୀତି, ରସାୟନ ଶାସ୍ତ୍ର, ପଦାର୍ଥ ବିଜ୍ଞାନ, ଗଣିତ, ମନସ୍ତତ୍ତ୍ୱ, ଦର୍ଶନଶାସ୍ତ୍ର ବିଭାଗରେ ପିଜି ପାଠ୍ୟକ୍ରମ ଖୋଲିବ। ପ୍ରତି ବିଭାଗରେ ୧୬ଟି ଲେଖାଏ ସିଟ୍‌ ଉପଲବ୍ଧ ହେବ। ୨୦୨୨-୨୩ ଶିକ୍ଷାବର୍ଷରୁ ଏଥିରେ ନାମଲେଖା ଏବଂ ପାଠପଢ଼ା ଆରମ୍ଭ ହେବ ବୋଲି ନିର୍ଦ୍ଦେଶନାମା ରହିଛି। ଅନ୍ୟପଟେ ପୂର୍ବରୁ ବାଣିଜ୍ୟ ଓ ଇତିହାସ ବିଭାଗରେ ୩୨ ଲେଖାଏ ସିଟ୍‌ ରହିଥିବାବେଳେ ଉଦ୍ଭିଦ ବିଜ୍ଞାନ ପିଜି ପାଠ୍ୟକ୍ରମରେ ସିଟ୍‌ ସଂଖ୍ୟା ୧୬ରୁ ୩୨କୁ ବୃଦ୍ଧି କରାଯାଇଛି। ଅନୁରୂପ ଭାବେ ଯୁକ୍ତ ୩ ସମ୍ମାନରେ ୪ ନୂଆ ବିଷୟ ସାମିଲ ହୋଇଛି। ସେଗୁଡିକ ହେଲା ଶିକ୍ଷା, ସମାଜଶାସ୍ତ୍ର, ହିନ୍ଦୀ ଓ ବାୟୋ ଟେକ୍ନୋଲୋଜି। ଦର୍ଶନଶାସ୍ତ୍ର, ଇଂଲିଶ, ମନସ୍ତତ୍ତ୍ୱ, ପ୍ରାଣୀ ବିଜ୍ଞାନ, ଗଣିତ ସ୍ନାତକରେ ସିଟ୍‌ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ଏଭଳି ବହୁ ପ୍ରତୀକ୍ଷିତ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଥିବାରୁ ଏହାକୁ ନେଇ ଅଧ୍ୟାପିକା, ଅଧ୍ୟାପକ, ଅଭିଭାବକ ଏବଂ ଛାତ୍ରୀଛାତ୍ରଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି।
ସୂଚନାଯୋଗ୍ୟ, ୧୯୫୯ରେ ଢେଙ୍କାନାଳ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ୧୯୮୧ରେ କଲେଜରେ ପ୍ରଥମେ ଇତିହାସ ପିଜି ବିଭାଗ ଖୋଲିଥିଲା। ୧୯୮୩ରେ ବାଣିଜ୍ୟ ଏବଂ ୧୯୯୫ରେ ଉଦ୍ଭିଦ ବିଜ୍ଞାନ ଏଥିରେ ଯୋଡ଼ି ହୋଇଥିଲା। ୨୦୦୨ରେ ଢେଙ୍କାନାଳ କଲେଜ ସ୍ବୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପାଇଥିଲା। ଇତିମଧ୍ୟରେ ଦୀର୍ଘ ୨୭ ବର୍ଷ ବିତିଯାଇଥିଲେ ହେଁ ଅନ୍ୟ କୌଣସି ବିଭାଗରେ ସ୍ନାତକୋତ୍ତର ସୁବିଧା ନ ଥିଲା। ଅଧିକ ପିଜି ବିଭାଗ ଖୋଲିବା ପାଇଁ ଆଲୁମ୍‌ନି ଆସୋସିଏଶନଠାରୁ ଆରମ୍ଭ କରି ବିଭିନ୍ନ ସଙ୍ଗଠନ, ଛାତ୍ର ସଂସଦ ପକ୍ଷରୁ ରାଜ୍ୟ ସରକାରଙ୍କ ପାଖରେ ଦାବି ହୋଇ ଆସୁଥିଲା। ଏକ ସାଙ୍ଗରେ ୮ ସ୍ନାତକୋତ୍ତର ବିଭାଗ ଖୋଲିବା ଲାଗି ନିର୍ଦ୍ଦେଶନାମା ଆସିବା ପରେ ଏହାକୁ ସବୁ ମହଲରେ ସ୍ବାଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri