ଜମାକାରୀଙ୍କ ଫିକ୍ସ ଡିପୋଜିଟ୍‌ରୁ ୮ଲକ୍ଷ ଟଙ୍କା ଗାଏବ

ଡେରାବିଶ/ପାଟକୁରା, ୫ା୫(ସ୍ବ.ପ୍ର./ଡି.ଏନ୍‌.ଏ.): ଜମାକାରୀଙ୍କ ଅଗୋଚରରେ ଫିକ୍ସ ଡିପୋଜିଟ୍‌ରୁ ୮ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲ୍ଳକ ବଙ୍ଗାଳପୁର ପଞ୍ଚାୟତ ମାହାଳସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ। ଏହି ଶାଖାରେ ନୂଆ ଶାସନ ଗ୍ରାମର ପ୍ରହଲ୍ଲାଦ ଦାସ ୧୦ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ୍‌ କରିଥିଲେ।
୨୦୨୨ ଜୁନ୍‌ ୩୦ରେ ଦାସ ଏକ ଫୋନ୍‌ କଲ ପାଇଲେ। ଅପରପକ୍ଷରୁ ମାହାଳ ଶାଖାର ପରିଚାଳକ ବ୍ୟାଙ୍କରେ ଥିବା ସମସ୍ତ ଜମାଖାତାର ତଦାରଖ ପାଇଁ ଆଧାର କାର୍ଡ଼, କେୱାଇସି, ପାସ୍‌ପୋର୍ଟ ଫଟୋ ନେଇ ଆସିବାକୁ କହିଥିଲେ। ଏଥିସହ ତୁମ ଫୋନ୍‌କୁ ଏକ ଓଟିପି ନମ୍ବର ଯିବ ତାହା ଜଣାଇବା ପାଇଁ କହିଥିଲେ। ଏହି ଫୋନ୍‌ କଲ ଉପରେ ଦାସଙ୍କ ସନ୍ଦେହ ହେବାରୁ ସେ ଏହି ଘଟଣାକୁ ଗୁରୁତ୍ୱ ଦେଲେନି। କିନ୍ତୁ ପରେ ତାଙ୍କ ଜମାଖାତାରୁ ପ୍ରଥମେ ୨୦ହଜାର ଓ ପରେ ୧୫ ହଜାର ଡେବିଟ୍‌ ହୋଇଯାଇଥିବା ଦାସଙ୍କ ଫୋନ୍‌କୁ ମେସେଜ ଯିବାରୁ ସେ ବ୍ୟସ୍ତ ହୋଇ ସାଙ୍ଗେ ସାଙ୍ଗେ ମାହାଳ ଶାଖାକୁ ଯାଇଥିଲେ। ସେଠାରେ ମ୍ୟାନେଜରଙ୍କୁ କହିବା ପରେ ମ୍ୟାନେଜର ଦାସଙ୍କ ଫୋନ୍‌ ନେଇ ମେସେଜ୍‌ଗୁଡ଼ିକୁ ପଢ଼ିଲେ ଏବଂ ବ୍ୟାଙ୍କ ଜମାଖାତା ମିଳାଇ ଟଙ୍କା ଉଠାଣ ହୋଇ ନ ଥିବା କହିଥିଲେ। ଏଥିସହ ଜମାଖାତାକୁ ହୋଲ୍ଡ କରିଦେଲେ। କହିଲେ ଏବେ ଏହି ଜମାଖାତାରୁ କେହି ବି ଟଙ୍କା ଉଠାଇପାରିବେ ନାହିଁ। ଆପଣଙ୍କର ଦରକାର ହେଲେ ମୋତେ କହିଲେ ମୁଁ ହୋଲ୍ଡ ଉଠାଇ ଦେଲେ ଆପଣ ଟଙ୍କା ଉଠାଣ କରିପାରିବେ। ଦାସ ଫିକ୍ସ ଡିପୋଜିଟ୍‌ ବାବଦରେ ପଚାରିବାରୁ ମ୍ୟାନେଜର କହିଥିଲେ ‘ଯେ ପର୍ଯ୍ୟନ୍ତ ଫିକ୍ସ ଡିପୋଜିଟ୍‌ ବଣ୍ଡ ଆପଣଙ୍କ ପାଖରେ ଅଛି ସେପର୍ଯ୍ୟନ୍ତ ଆପଣଙ୍କ ଡିପୋଜିଟ୍‌ର କିଛି କ୍ଷତି ହେବ ନାହିଁ। ପରେ ଦାସ ଘରକୁ ଫେରିଥିଲେ। ତେବେ ସେବେଠାରୁ ଦାସଙ୍କୁ ଫୋନ୍‌ କଲ୍‌ କଲେ ଏହା ଅନ୍ୟ ଫୋନ୍‌କୁ ଲାଗୁଥିବାରୁ ଦାସ କେନ୍ଦ୍ରାପଡ଼ାର ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟକୁ ଯାଇ ଜାଣିଲେ ଯେ, ତାଙ୍କ ଫୋନ୍‌ କଲ୍‌କୁ ଅନ୍ୟ ଫୋନ୍‌କୁ ରିଡାଇରେକ୍ଟ ହୋଇଛି। ସେଠାରୁ ଏହାକୁ ସଜାଡ଼ି ଆଣିଥିଲେ। ୨୦୨୨ ଜୁଲାଇ ୨୭ରେ ଦାସଙ୍କ ଫିକ୍ସଡ଼୍‌ ଡିପୋଜିଟ୍‌ରୁ ଟଙ୍କା ଉଠାଣ ହୋଇଥିବା ଖବର ପାଇଥିଲେ ବି ୨୦୨୨ ଡିସେମ୍ବର ୧୪ରେ ଫୋନ୍‌କୁ ମେସେଜ୍‌ ଆସିଥିଲା କି ତୁମ ଫିକ୍ସ୍‌ ଡିପୋଜିଟ୍‌ରୁ ୮ ଲକ୍ଷ ଟଙ୍କା ଲୋନ୍‌ ହୋଇଛି। ଏ ଖବର ପାଇ ଦାସ ବ୍ୟାଙ୍କରେ ପହଞ୍ଚତ୍ ମ୍ୟାନେଜରଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ। ବରଂ ଦାସଙ୍କୁ ଖରାପ ବ୍ୟବହାର କରି ବ୍ୟାଙ୍କରୁ ବାହାରି ଯିବାକୁ ଧମକ ଦେଇଥିଲେ। ଏ ସମ୍ପର୍କରେ ଦାସ ସେହି ମାସରେ ପାଟକୁରା ଥାନାରେ ମ୍ୟାନେଜରଙ୍କ ବିରୋଧରେ ଏତଲା ଦେଇ ତାଙ୍କ ଟଙ୍କା ଫେରି ପାଇବା ପାଇଁ ବ୍ୟବସ୍ଥା କରିବାକୁ କହିଥିଲେ। ଅପରପକ୍ଷରେ ଏ ସମ୍ପର୍କରେ ପୋଲିସ୍‌ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ, ସାଇବର ଥାନା (କଟକ ଓ ଭୁବନେଶ୍ୱର), ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଆଞ୍ଚଳିକ ଶାଖା ଯାଜପୁର ଅମ୍ବୁଡ଼୍‌ସ୍‌ମ୍ୟାନଙ୍କ ନିକଟରେ ଅଭିଯୋଗ କରିଥିଲେ ବି ସେମାନେ କୌଣସି ପଦକ୍ଷେପ ଅଦ୍ୟାବଧି ନେଇ ନାହାନ୍ତି। ଏପଟେ ମାହାଳ ଶାଖା ମ୍ୟାନେଜର ପାଟକୁରା ଥାନାରେ ତାଙ୍କୁ ଦାସ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ କରିଛନ୍ତି। ଫିକ୍ସ ଡିପୋଜିଟ୍‌ରୁ ଲୋନ୍‌ କରିବାକୁ ହେଲେ ଏହାର ବଣ୍ଡର ଆବଶ୍ୟକତା ରହିଥିବା ଏବଂ ଲୋନ୍‌ ଟଙ୍କା ଜମାକାରୀଙ୍କ ସଞ୍ଚୟ ଖାତାକୁ ଆସିବା ନିୟମ ଥିବା ବେଳେ କେଉଁ ବଣ୍ଡ ବଳରେ କେଉଁ ବ୍ୟକ୍ତି ଏହି ଲୋନ୍‌ କରିଛନ୍ତି ସେମାନଙ୍କର ଠିକଣା ଦେବାକୁ ବ୍ୟାଙ୍କ ଶାଖା ପରିଚାଳକ ଶୁଣୁନାହାନ୍ତି। ଏହାଛଡ଼ା ଏ ସମ୍ପର୍କରେ ଶାଖା ପରିଚାଳକ ଆଶିଷ କୁମାର ସାହୁ କୌଣସି ମନ୍ତବ୍ୟ ଦେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ତେବେ ଫିକ୍ସ ଡିପୋଜିଟ୍‌ରୁ ହଡପ ଟଙ୍କା ପାଇବାକୁ ଦାସ ପୁନର୍ବାର ଷ୍ଟେଟ୍‌ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୋଲି ଦାସ ଗୁରୁବାର ସୂଚନା ଦେଇଛନ୍ତି। ଏପଟେ ଦାସଙ୍କ ଟଙ୍କା ଫେରି ପାଇବାର ସମସ୍ତ ଆଶା ଆଶଙ୍କାରେ ପରିଣତ ହେବା ତାଙ୍କୁ ଚିନ୍ତାରେ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri