ନନ୍ଦପୁର, ଦାସପୁଟରେ ୮ ଘର ଭାଙ୍ଗିଲା

ନନ୍ଦପୁର, ୧୬ା୯ (ଶଙ୍କର ପୂଜାରୀ): ଲଘୁଚାପଜନିତ ଲଗାଣ ବର୍ଷା ପ୍ରଭାବରେ ନନ୍ଦପୁର ତହସିଲ ଅଧୀନ ଥୁବା ଓ କୁଲାରସିଂ ରାଜସ୍ବ ମଣ୍ଡଳରେ ୬ଟି ଘର ଭାଙ୍ଗିଥିବା ଜଣାପଡିଛି। ସେହିଭଳି ନନ୍ଦପୁର ଥାନା ଅନ୍ତର୍ଗତ ଲମତାପୁଟ ତହସିଲ ଅଧୀନ କୁମାରଗନ୍ଧନା ପଞ୍ଚାୟତର ଦାସପୁଟ ଗ୍ରାମରେ ଘର ପାର୍ଶ୍ୱରେ ଥିବା ଗଛ ଉପୁଡ଼ି ୨ଟି ଘର ଭାଙ୍ଗିଛି। ସମସ୍ତ କ୍ଷତିଗ୍ରସ୍ତ ପରିବାରକୁ ନନ୍ଦପୁର ଓ ଲମତାପୁଟ ତହସିଲଦାରଙ୍କ ନିର୍ଦ୍ଦେଶ ମତେ ରାଜସ୍ବ ନିରୀକ୍ଷକ ମାନେ ପଲିଥିନ ଯୋଗାଇ ଦେଇଛନ୍ତି। ନନ୍ଦପୁର ତହସିଲ ଅଧୀନ କୁଲାରସିଂ ରାଜସ୍ବ ମଣ୍ଡଳ ଗୋଲୁର ପଞ୍ଚାୟତର ଚୁଆଫୁଲ ଗ୍ରାମର ଲିଙ୍ଗୁ ହନ୍ତାଳ, ଚିରଞ୍ଜି ଖିଲ ଓ ଲଚୁ ହନ୍ତାଳ ଏବଂ ଥୁବା ରାଜସ୍ବ ମଣ୍ଡଳର ରୁଢ଼ିଚୁଆ ଗ୍ରାମର ସଦା ପାଙ୍ଗି, ଦାଣ୍ଡଗୁଡା ଗ୍ରାମର ମୁକୁନ୍ଦ ହନ୍ତାଳ ଓ ଖୁଡ଼ାଶିଙ୍ଗ ଗ୍ରାମର ଲକ୍ଷ୍ମଣ ଜାନିଙ୍କ ଘର ବର୍ଷା ଯୋଗୁ ଭାଙ୍ଗି ଥିଲା। ସେହିଭଳି ଦାସପୁଟ ଗ୍ରାମରେ ଗଛ ଉପୁଡ଼ି ମାଧବ ବଡନାୟକଙ୍କ ଘର ଓ ଘେନୁ ବଡନାୟକଙ୍କ ଗୁହାଳ ଉପରେ ପଡ଼ିବାରୁ ଘରର କାନ୍ଥ ଆଜବେଷ୍ଟସ ଓ ଗୁହାଳର କାନ୍ଥ ଓ ଟାଇଲି ଛପର ଭାଙ୍ଗି ନଷ୍ଟ ହୋଇଛି। ରାଜସ୍ବ ନୀରିକ୍ଷକଙ୍କ ଦ୍ୱାରା କ୍ଷୟକ୍ଷତି ଆକଳନ ପରେ କ୍ଷତିଗ୍ରସ୍ତ ପରିବାରକୁ ସହାୟତା ପ୍ରଦାନ କରାଯିବ ବୋଲି ନନ୍ଦପୁର ତହସିଲଦାର ନରସିଂହ ଗାଦବା ଓ ଲମତାପୁଟ ତହସିଲଦାର ଜୟନ୍ତ ମେହେର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri