ଇସ୍ତଫା ଦେଲେଣି ୮ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୩।୬ : ବିଭିନ୍ନ ଦେଶରେ କୋଭିଡ୍‌ ପରିଚାଳନାଗତ ତ୍ରୁଟି ପାଇଁ ଗତ ୫ ମାସ ମଧ୍ୟରେ ୮ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇସାରିଲେଣି। ଇକୁଏଡର ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ରୋଡଲ୍ଫ ଫାର୍‌ଫାନ ନିଯୁକ୍ତ ହେବାର ୩ ସପ୍ତାହ ପରେ ଗତ ମାର୍ଚ୍ଚରେ ଇସ୍ତଫା ଦେଇଥିଲେ। ଟିକାକରଣ ଅଭିଯାନରେ ତାଙ୍କ ବିରୋଧରେ ପ୍ରିୟାପ୍ରୀତି ତୋଷଣ ଅଭିଯୋଗ ହୋଇଥିଲା, ଯାହାର ତଦନ୍ତ ଜାରି ରହିଛି। ତାଙ୍କ ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ଜୁଆନ୍‌ କାର୍ଲୋସ ଜେଭାଲୋସ୍‌ ମଧ୍ୟ ମାସେ ପୂର୍ବରୁ ଟିକାକରଣ ଅନିୟମିତତାକୁ ନେଇ ଇସ୍ତଫା ଦେଇଥିଲେ। କୋଭିଡ୍‌କୁ ନେଇ ଅତ୍ୟଧିକ ଚାପ ହେତୁ ଏପ୍ରିଲ ୧୩ରେ ଅଷ୍ଟ୍ରିଆ ସ୍ବାସ୍ଥ୍ୟମନ୍ତ୍ରୀ ରୁଡଲ୍ଫ ଆନ୍‌ସୋବର ଇସ୍ତଫା ଦେଇଥିଲେ। ଇରାକର ଏକ କୋଭିଡ୍‌ ହସ୍ପିଟାଲରେ ନିଆଁ ଲାଗି ୮୦ ଜଣଙ୍କ ମୃତ୍ୟୁ ହେବା ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀ ହାସନ ଅଲତାମିମି ଗତ ମେ’ ମାସରେ ଇସ୍ତଫା ଦେଇଥିଲେ। ଟିକାକରଣ କାର୍ଯ୍ୟକ୍ରମରେ ଅନିୟମିତତା ଅଭିଯୋଗରେ ଆର୍ଜେଣ୍ଟିନା ସ୍ବାସ୍ଥ୍ୟମନ୍ତ୍ରୀ ଗତ ଫେବୃୟାରୀରେ ଇସ୍ତଫା ଦେଇଥିଲେ। ସରକାରୀ ହସ୍ପିଟାଲରେ ୬ ରୋଗୀଙ୍କ ମୃତ୍ୟୁ ହେବାରୁ ମାର୍ଚ୍ଚ ମାସରେ ଜୋର୍ଡାନ ସ୍ବାସ୍ଥ୍ୟମନ୍ତ୍ରୀ ନାଜିର ଓବେଇଡାଟ୍‌ ପଦ ଛାଡ଼ିଥିଲେ। ପେରୁରେ ସାଧାରଣ ଜନତାଙ୍କୁ ଟିକା ମିଳିବା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଟିକା ନେବାକୁ ନେଇ ସମାଲୋଚନା ହେବାରୁ ସ୍ବାସ୍ଥ୍ୟମନ୍ତ୍ରୀ ଡ. ପିଲାର ମାଜେଟ୍ଟି ଇସ୍ତଫା ଦେଇଥିଲେ। ମହାମାରୀ ପରିଚଳାନାରେ ବିଫଳତା ଅଭିଯୋଗ ହେବାରୁ ସ୍ଲୋଭାକିଆ ସ୍ବାସ୍ଥ୍ୟମନ୍ତ୍ରୀ ମାରେକ୍‌ କ୍ରାଜି ପଦ ଛାଡ଼ିଥିଲେ। ସ୍ବାସ୍ଥ୍ୟ ଅଧିକାରୀମାନଙ୍କ ବେପରୁଆ ମନୋଭାବ ଯୋଗୁ ମଙ୍ଗୋଲିଆରେ ଜଣେ ମହିଳା ଓ ତାଙ୍କ ନବଜାତ ଶିଶୁ କୋଭିଡ୍‌ରେ ପ୍ରାଣ ହରାଇବାରୁ ପ୍ରଧାନମନ୍ତ୍ରୀ ଖୁରେଲସୁଖ ଉଖ୍‌ନା କ୍ୟାବିନେଟ ସହ ଇସ୍ତଫା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?