Posted inଜାତୀୟ

କେରଳରୁ ୮ ପଳାତକଙ୍କ ପଳାୟନ, ଇଣ୍ଟରପୋଲ ରେଡ କର୍ନର ନୋଟିସ ଜାରି ସତ୍ତ୍ୱେ ଯାଞ୍ଚ ଏଜେନ୍ସି ବିଫଳ…

ନୂଆଦିଲ୍ଲୀ,୮।୨ : ତିନି ଜଣ ଆତଙ୍କବାଦୀ ଏବଂ ଜଣେ ମହିଳାଙ୍କ ସମେତ ଆଠ ଜଣ ପଳାତକ କେରଳରୁ ପଳାୟନ କରିଛନ୍ତି। ଇଣ୍ଟରପୋଲ ସେମାନଙ୍କୁ ଧରିବା ରେଡ କର୍ନର ନୋଟିସ ଜାରି କରିବା ପରେ ମଧ୍ୟ ସେମାନେ ମୁକ୍ତ ଭାବରେ ବୁଲୁଛନ୍ତି। ଏହି ତାଲିକାରେ ଦୁଇଜଣ କୁଖ୍ୟାତ ପଳାତକ ସୁକୁମାର କୁରୁପ ଏବଂ ଡ. ଏଦାଦି ଓମାନା ମଧ୍ୟ ଅଛନ୍ତି। ବହୁ ବର୍ଷ ପୂର୍ବେ ରେଡ କର୍ନର ଆଲର୍ଟ ଜାରି ହେବା ପରେ ମଧ୍ୟ ଅନ୍ତର୍ଜାତୀୟ ପୋଲିସ ଏବଂ ଅନ୍ୟାନ୍ୟ ଅନୁସନ୍ଧାନକାରୀ ସଂସ୍ଥା ଦଶନ୍ଧି ଧରି ସେମାନଙ୍କୁ ଧରିବାରେ ବିଫଳ ହୋଇଛନ୍ତି। ଥରେ ଇଣ୍ଟରପୋଲ ଦ୍ୱାରା ଏକ ରେଡ କର୍ନର ନୋଟିସ ଜାରି ହେବା ପରେ ଅପରାଧୀଙ୍କ ବିବରଣୀ ସମଗ୍ର ବିଶ୍ୱରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ଶେୟାର କରାଯାଇଥାଏ। ଯାହା ଫଳରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାତ୍ରା କରିବା ଅସମ୍ଭବ ହୋଇଯାଏ । ଇଣ୍ଟରପୋଲ ରେଡ କର୍ଣ୍ଣର ନୋଟିସ ତାଲିକାରେ କେରଳର ଏସବୁ ପଳାତକଙ୍କ ନାମ ଅନ୍ତର୍ଭୁକ୍ତ ।

ସେଥିମଧ୍ୟରେ ମାଲାପୁରାମର ମୋଙ୍ଗାମରୁ ମହମ୍ମଦ ହନିଫା ଅଛନ୍ତି। ଦଙ୍ଗା ଏବଂ ହତ୍ୟା ଉଦ୍ୟମ ଅଭିଯୋଗ ହନିଫାଙ୍କ ବିରୋଧରେ ରହିଛି। ତିରୁବନନ୍ତପୁରମର କେଜାଟିଙ୍ଗାଲର ସୁଧିନ କୁମାର ଶ୍ରୀଧରନ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆଲାପୁଜାସ୍ଥିତ ଚେଙ୍ଗାନୁର ସୁକୁମାରନ ସିଭାରାମ କୁରୁପଙ୍କ ବିରୋଧରେ ହତ୍ୟା ଏବଂ ପ୍ରମାଣ ନଷ୍ଟ ଅଭିଯୋଗ ରହିଛି। କାସରଗୋଡର ନୟନମର୍ମୁଲାର ଚେରିୟାଭେଟିଲ ସାଦ୍ଦିକ ଅପରାଧିକ ଷଡଯନ୍ତ୍ର ଏବଂ ପ୍ରତାରଣା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହା ବ୍ୟତୀତ କନ୍ନୁର କୋଚୁପେଡିକାୟିଲ ସାବୀର ବିସ୍ଫୋରକ ଲଗାଇବା ସହ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗ ହୋଇଛି।

କାସାରାଗୋଡର କୋଲାନଜାନା ମହମ୍ମଦ ରଫିକଙ୍କ ବିରୋଧରେ ହତ୍ୟା ଏବଂ ଅପହରଣ ଅଭିଯୋଗ ରହିଛି। କନ୍ନୁରର ଡ. ଏଦାଦି ଓମାନାଙ୍କ ବିରୋଧରେ ହତ୍ୟା ଏବଂ ଅପହରଣ ଅଭିଯୋଗ ହୋଇଛି।
କେରଳର ଅନ୍ୟତମ କୁଖ୍ୟାତ ପଳାତକ ସୁକୁମାର କୁରୁପ ୧୯୮୪ ମସିହାରୁ ଫେରାର ଅଛନ୍ତି। ୮ ଲକ୍ଷ ଟଙ୍କା ବୀମା ରାଶି ହାସଲ କରିବା ପାଇଁ ସେ ନିଜ ମୃତ୍ୟୁର ଏକ ନାଟକ ତିଆରି କରିଥିବା ଅଭିଯୋଗ ହୋଇଛି। କୁରୁପ ତାଙ୍କ ଭାଇ, ଡ୍ରାଇଭର ଏବଂ ଅନ୍ୟ ଜଣେ ବନ୍ଧୁଙ୍କ ସହାୟତାରେ ଏହି ହତ୍ୟାକାଣ୍ଡ ଘଟାଇଥିଲେ। ସେ ଜଣେ ଯୁବକଙ୍କୁ ହତ୍ୟା କରିଥିଲେ। ପୋଲିସ କୁରୁପଙ୍କ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା, କିନ୍ତୁ ତାଙ୍କୁ ଖୋଜି ପାରି ନ ଥିଲା। ଗତ ୧୬ ବର୍ଷ ଧରି ଓମାନା ମଧ୍ୟ ଅଫରାର ଅଛନ୍ତି।

୧୯୯୬ ରେ ତାଙ୍କ ପ୍ରେମିକା ପି ମୁରଲୀଧରନଙ୍କୁ ହତ୍ୟା କରିବା ପରେ ପଳାତକ ଘୋଷିତ ହୋଇଛନ୍ତି। ସେ ମୁରଲୀଧରନଙ୍କ ଶରୀରକୁ ଅନେକ ଖଣ୍ଡରେ କାଟି ତାମିଲନାଡୁର ଉଟିକୁ ଏକ ସୁଟକେସରେ ନେଇଥିଲେ। ତେବେ ତାଙ୍କୁ ଗିରଫ କରାଯାଇଥିଲା। ପରେ ଜାମିନ ପାଇବା ପରେ ସେ ପଳାୟନ କରିଥିଲେ। ଏହି ତାଲିକାରେ ଅଭିଯୁକ୍ତ ତିନିଜଣ ଆତଙ୍କବାଦୀ ମଧ୍ୟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

ୟୁକ୍ରେନ ଉପରେ ରୁଷିଆର ବଡ଼ ଆକ୍ରମଣ; ୬୦୦ ଡ୍ରୋନ୍ ଏବଂ ୯୦ ମିସାଇଲ୍ ପ୍ରୟୋଗ, ୪ମୃତ

କିଭ,୨୪।୫: ରୁଷିଆ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଆଖପାଖ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ରୁଷିଆ ମୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri