Posted inଜାତୀୟ

କେରଳରୁ ୮ ପଳାତକଙ୍କ ପଳାୟନ, ଇଣ୍ଟରପୋଲ ରେଡ କର୍ନର ନୋଟିସ ଜାରି ସତ୍ତ୍ୱେ ଯାଞ୍ଚ ଏଜେନ୍ସି ବିଫଳ…

ନୂଆଦିଲ୍ଲୀ,୮।୨ : ତିନି ଜଣ ଆତଙ୍କବାଦୀ ଏବଂ ଜଣେ ମହିଳାଙ୍କ ସମେତ ଆଠ ଜଣ ପଳାତକ କେରଳରୁ ପଳାୟନ କରିଛନ୍ତି। ଇଣ୍ଟରପୋଲ ସେମାନଙ୍କୁ ଧରିବା ରେଡ କର୍ନର ନୋଟିସ ଜାରି କରିବା ପରେ ମଧ୍ୟ ସେମାନେ ମୁକ୍ତ ଭାବରେ ବୁଲୁଛନ୍ତି। ଏହି ତାଲିକାରେ ଦୁଇଜଣ କୁଖ୍ୟାତ ପଳାତକ ସୁକୁମାର କୁରୁପ ଏବଂ ଡ. ଏଦାଦି ଓମାନା ମଧ୍ୟ ଅଛନ୍ତି। ବହୁ ବର୍ଷ ପୂର୍ବେ ରେଡ କର୍ନର ଆଲର୍ଟ ଜାରି ହେବା ପରେ ମଧ୍ୟ ଅନ୍ତର୍ଜାତୀୟ ପୋଲିସ ଏବଂ ଅନ୍ୟାନ୍ୟ ଅନୁସନ୍ଧାନକାରୀ ସଂସ୍ଥା ଦଶନ୍ଧି ଧରି ସେମାନଙ୍କୁ ଧରିବାରେ ବିଫଳ ହୋଇଛନ୍ତି। ଥରେ ଇଣ୍ଟରପୋଲ ଦ୍ୱାରା ଏକ ରେଡ କର୍ନର ନୋଟିସ ଜାରି ହେବା ପରେ ଅପରାଧୀଙ୍କ ବିବରଣୀ ସମଗ୍ର ବିଶ୍ୱରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ଶେୟାର କରାଯାଇଥାଏ। ଯାହା ଫଳରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାତ୍ରା କରିବା ଅସମ୍ଭବ ହୋଇଯାଏ । ଇଣ୍ଟରପୋଲ ରେଡ କର୍ଣ୍ଣର ନୋଟିସ ତାଲିକାରେ କେରଳର ଏସବୁ ପଳାତକଙ୍କ ନାମ ଅନ୍ତର୍ଭୁକ୍ତ ।

ସେଥିମଧ୍ୟରେ ମାଲାପୁରାମର ମୋଙ୍ଗାମରୁ ମହମ୍ମଦ ହନିଫା ଅଛନ୍ତି। ଦଙ୍ଗା ଏବଂ ହତ୍ୟା ଉଦ୍ୟମ ଅଭିଯୋଗ ହନିଫାଙ୍କ ବିରୋଧରେ ରହିଛି। ତିରୁବନନ୍ତପୁରମର କେଜାଟିଙ୍ଗାଲର ସୁଧିନ କୁମାର ଶ୍ରୀଧରନ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆଲାପୁଜାସ୍ଥିତ ଚେଙ୍ଗାନୁର ସୁକୁମାରନ ସିଭାରାମ କୁରୁପଙ୍କ ବିରୋଧରେ ହତ୍ୟା ଏବଂ ପ୍ରମାଣ ନଷ୍ଟ ଅଭିଯୋଗ ରହିଛି। କାସରଗୋଡର ନୟନମର୍ମୁଲାର ଚେରିୟାଭେଟିଲ ସାଦ୍ଦିକ ଅପରାଧିକ ଷଡଯନ୍ତ୍ର ଏବଂ ପ୍ରତାରଣା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହା ବ୍ୟତୀତ କନ୍ନୁର କୋଚୁପେଡିକାୟିଲ ସାବୀର ବିସ୍ଫୋରକ ଲଗାଇବା ସହ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗ ହୋଇଛି।

କାସାରାଗୋଡର କୋଲାନଜାନା ମହମ୍ମଦ ରଫିକଙ୍କ ବିରୋଧରେ ହତ୍ୟା ଏବଂ ଅପହରଣ ଅଭିଯୋଗ ରହିଛି। କନ୍ନୁରର ଡ. ଏଦାଦି ଓମାନାଙ୍କ ବିରୋଧରେ ହତ୍ୟା ଏବଂ ଅପହରଣ ଅଭିଯୋଗ ହୋଇଛି।
କେରଳର ଅନ୍ୟତମ କୁଖ୍ୟାତ ପଳାତକ ସୁକୁମାର କୁରୁପ ୧୯୮୪ ମସିହାରୁ ଫେରାର ଅଛନ୍ତି। ୮ ଲକ୍ଷ ଟଙ୍କା ବୀମା ରାଶି ହାସଲ କରିବା ପାଇଁ ସେ ନିଜ ମୃତ୍ୟୁର ଏକ ନାଟକ ତିଆରି କରିଥିବା ଅଭିଯୋଗ ହୋଇଛି। କୁରୁପ ତାଙ୍କ ଭାଇ, ଡ୍ରାଇଭର ଏବଂ ଅନ୍ୟ ଜଣେ ବନ୍ଧୁଙ୍କ ସହାୟତାରେ ଏହି ହତ୍ୟାକାଣ୍ଡ ଘଟାଇଥିଲେ। ସେ ଜଣେ ଯୁବକଙ୍କୁ ହତ୍ୟା କରିଥିଲେ। ପୋଲିସ କୁରୁପଙ୍କ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା, କିନ୍ତୁ ତାଙ୍କୁ ଖୋଜି ପାରି ନ ଥିଲା। ଗତ ୧୬ ବର୍ଷ ଧରି ଓମାନା ମଧ୍ୟ ଅଫରାର ଅଛନ୍ତି।

୧୯୯୬ ରେ ତାଙ୍କ ପ୍ରେମିକା ପି ମୁରଲୀଧରନଙ୍କୁ ହତ୍ୟା କରିବା ପରେ ପଳାତକ ଘୋଷିତ ହୋଇଛନ୍ତି। ସେ ମୁରଲୀଧରନଙ୍କ ଶରୀରକୁ ଅନେକ ଖଣ୍ଡରେ କାଟି ତାମିଲନାଡୁର ଉଟିକୁ ଏକ ସୁଟକେସରେ ନେଇଥିଲେ। ତେବେ ତାଙ୍କୁ ଗିରଫ କରାଯାଇଥିଲା। ପରେ ଜାମିନ ପାଇବା ପରେ ସେ ପଳାୟନ କରିଥିଲେ। ଏହି ତାଲିକାରେ ଅଭିଯୁକ୍ତ ତିନିଜଣ ଆତଙ୍କବାଦୀ ମଧ୍ୟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri