୮ କୋଟି ଟଙ୍କାର ରାସ୍ତା ୮ ଦିନରେ ଫାଟିଲା

ଯାଜପୁର,୧୯ା୩(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲା ଆର୍‌ ଏଣ୍ଡ ବି ଡିଭିଜନ ତଥା ପୂର୍ତ୍ତ ବିଭାଗ ଅଧୀନରେ ୮ କୋଟି ଟଙ୍କାର ରାମବାଗ-ଛତ୍ରପଡା ରାସ୍ତା କାର୍ଯ୍ୟ ୮ ଦିନ ମଧ୍ୟରେ ଫାଟି ଉଠି ଯାଇଛି ା ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ଏହାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ବିଭାଗୀୟ ଯନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ଏହି ବିଭାଗରେ ଅନେକ ଦୁର୍ନୀତିର ଗୁମର ଏଭଳି ଭାବେ ଧିରେ ଧିରେ ଫିଟିବାରେ ଲାଗିଛି। ଏନେଇ ବିଭିନ୍ନ ମହଲରୁ ଅଭିଯୋଗ ହେଉଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୂନ ହେଉଛି। ଏପରି କି ତଦନ୍ତକାରୀ ଅଧିକାରୀ ତଥା ଅଧୀକ୍ଷଣ ଯନ୍ତ୍ରୀ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନରେ ନ ଯାଇ ନିଜ ଅଫିସରେ ବସି ଠିକାଦାରଙ୍କ ସହ ସଲାସୁତୁରା କରି ଆଖି ବୁଜି ଦେଉଥିବା ଅଭିଯୋଗ ହେଉଛି। ଯଦ୍ୱାରା ଜିଲାରେ ଏଫ-୨ ଆଳରେ ଅନେକ କୋଟି ଟଙ୍କା ଯନ୍ତ୍ରୀ ଓ ଠିକାଦାରମାନେ ଲୁଟି ନେଉଥିବା ସନ୍ଦେହ କରାଯାଉଛି। ଏହି ଦୁର୍ନୀତି ଅଭିଯୋଗର ନିରପେକ୍ଷ ତଦନ୍ତ ସହ ଦାୟିତ୍ୱରେ ଥିବା ଯନ୍ତ୍ରୀମାନଙ୍କ ଆୟବର୍ହିଭୂତ ସମ୍ପତ୍ତି ଠୁଳର ଭିଜିଲାନ୍ସ ଚଢାଉ କରାଗଲେ ବାସ୍ତବତା ଲୋକଲୋଚନକୁ ଆସି ପାରନ୍ତା ବୋଲି ସାଧାରଣରେ ଦାବି ହେଉଛି।
ଯାଜପୁର ପୂର୍ତ୍ତ ଉପବିଭାଗ ଅଧୀନରେ ହୋଇଥିବା ଦଶରଥପୁର ବ୍ଲକ ରାମବାଗ ଠାରୁ ଛତ୍ରପଡା-ବିରିପଟା ରାସ୍ତା କାର୍ଯ୍ୟରେ ପୁଣି ଏକ ମହାଦୁର୍ନୀତିର ପର୍ଦ୍ଦାଫାସ ହୋଇଛି ା ପ୍ରାୟ ୧୪ କି.ମି. ଏହି ରାସ୍ତାର ପ୍ରଶସ୍ତୀକରଣ ପାଇଁ ଷ୍ଟେଟ ପ୍ଲାନରୁ ୮ କୋଟି ଟଙ୍କା ମଞ୍ଜୁର ହୋଇଛି ା ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଶୈଳାବାଳା କନ୍‌ଷ୍ଟ୍ରକ୍ସନ ଠିକାସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ତେବେ ବିନା ଫଳକରେ ରାସ୍ତା କାର୍ଯ୍ୟ ହେଉଥିବାବେଳେ ବିଭିନ୍ନ ଉପାୟରେ ଅନୁଦାନ ଅର୍ଥକୁ ଠିକାଦାର ଓ ଯନ୍ତ୍ରୀମାନେ ମିଳିମିଶି ଲୁଟ୍‌ କରିଥିବା ନେଇଥିବା ଅଭିଯୋଗ ହୋଇଥିଲା ା ଗତ ପ୍ରାୟ ସପ୍ତାହେ ହେବ ଛତ୍ରପଡା ଛକ ସ୍ଥାନରେ ପିଚୁ କାର୍ଯ୍ୟ ହୋଇଥିଲା। ହେଲେ ଆବଶ୍ୟକ ପିଚୁ ଦିଆ ନ ଯିବା ସହିତ ମୋଟେଇ ଅତି ପତଳା କରାଯାଇଥିଲା। ଫଳରେ ସେହି ପିଚୁ ଓ ବଜୁରି ଉଠିଯାଇଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଫଳରେ ରାସ୍ତା ନିର୍ମାଣ କାର୍ଯ୍ୟ ନ ସରୁଣୁ ପାଦରେ ଚାଲିକି ଗଲାବେଳେ ଏବଂ ବାଇକ୍‌ ଚକରେ ଲାଗି ପିଚୁ ଉଠିଯାଉଛି । ଏ ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ସୋମବାର ପ୍ରତିବାଦ କରିବା ସହିତ ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଠିକାସଂସ୍ଥା ପକ୍ଷରୁ ପୂରୁଣା ରାସ୍ତାକୁ ଠିକ୍‌ ଭାବେ ସଫା ନ କରାଯାଇ ପ୍ରାଇମର ପକାଇ ପିଚୁ ରୋଲରିଂ କରାଯାଉଛି । ସେହିପରି ୨୫ ମିମି ମୋଟେଇର ପିଚୁ ବିଛା ଯିବାର ଏଷ୍ଟିମେଟ ରହିଥିବା ବେଳେ କେଉଁଠି ୧୫ ମିମି ତ ଅନ୍ୟ କେଉଁଠି ୨୦ ମିମି ପିଚୁ ବିଛା ଯାଇଛି । ପ୍ରକାଶ ଥାଉକି, ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ରାମବାଗଠାରୁ ଛତ୍ରପଡା ୦ କିମି ରୁ ୧୧.୭୨୦ କିମି ଏବଂ ଛତ୍ରପଡା ଠାରୁ ବିରିପଟା ୧୧.୭୨୦ କିମି ରୁ ୧୪.୪୬୮ କିମି ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ନିମନ୍ତେ ବ୍ୟୟ ଅଟକଳ ହୋଇଥିଲା। ତେବେ ରାସ୍ତା କାର୍ଯ୍ୟ ଆରମ୍ଭ କରାଯାଇଥିବାବେଳେ ଗ୍ରାଉଣ୍ଡ ସବ-ବେସ ବା ଜିଏସବି ଠିକ ନ ଥିବା ମଧ୍ୟ ଅଭିଯୋଗ ହୋଇଛି। ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତୁରାରେ ଏଭଳି ନିମ୍ନମାନର କାର୍ଯ୍ୟ ହୋଇଥିବା ଦେଖିବାକୁ ମିଳିଛି ା ଏ ସମ୍ପର୍କରେ ବିଭଗୀୟ ଯନ୍ତ୍ରୀ ରମେଶ ମହାପାତ୍ରଙ୍କୁ ପଚାରିବାରୁ ଏଭଳି ଅଭିଯୋଗର ତଦନ୍ତ କରାଯାଇ ପୁଣି କାର୍ଯ୍ୟ କରାଯିବ ବୋଲି କହିଛନ୍ତି।
ପୂର୍ତ୍ତ ବିଭାଗ ଉପରେ ସରକାରଙ୍କ ଅତୁଟ ଭରସା ରହିଛି। କାର୍ଯ୍ୟଦକ୍ଷତା, ସମୟାନୁବର୍ତ୍ତିତା ଏବଂ ସୁଦୃଢ ନିର୍ମାଣରେ ବିଶ୍ୱାସ ରଖି ପୂର୍ତ୍ତ ବିଭାଗକୁ ଅନ୍ୟ ବିଭାଗର ଏକାଧିକ ପ୍ରକଳ୍ପ କାର୍ଯ୍ୟର ଦାୟିତ୍ୱ ନ୍ୟସ୍ତ କରାଯାଉଛି। କିନ୍ତୁ ଯାଜପୁର ଜିଲା ପାଣିକୋଇଲି ଆରଏଣ୍ଡ ବି ଡିଭିଜନରେ ଏହାର ଓଲଟା ଚିତ୍ର ସାମ୍ନାକୁ ଆସିଛି। ଏହି ଡିଭିଜନରେ ୨୦୧୮ ରୁ ୨୦୨୩ ମଧ୍ୟରେ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ୩୯ଟି ପ୍ରକଳ୍ପ ଅଧାପନ୍ତରିଆ ଓ ନିମ୍ନମାନର ହୋଇ ପଡି ରହିଛି। ଏଫ୍‌-୨ ଜରିଆରେ କେତେକ ପ୍ରକଳ୍ପକୁ ବଣ୍ଟାଯାଇ ବିପୁଳ ସରକାରୀ ଅର୍ଥର ବାଟମାରଣା ହେଉଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?