କୋଇଲା ଖଣି ପାଇଁ ୭୫୦ ହେକ୍ଟର ଜଙ୍ଗଲ ଜମି ହେବ ନଷ୍ଟ: ଅନୁଗୋଳବାସୀଙ୍କ ଲାଗି ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, ୧୮।୭ (ପି.ଟି.):ରୁଙ୍ଗଟା ସନ୍ସ ପ୍ରାଇଭେଟ ଲିମିଟେଡ୍‌କୁ ଆବଣ୍ଟିତ ପ୍ରସ୍ତାବିତ ଅଳକାନନ୍ଦା କୋଇଲା ଖଣିରେ ଖନନ ପାଇଁ ଅନୁଗୋଳ ଜିଲାରେ ୭୫୦ ହେକ୍ଟରରୁ ଅଧିକ ଜଙ୍ଗଲ ଜମି ହସ୍ତାନ୍ତର ହେବାର ସମ୍ଭାବନା ରହିଥିବା ଜଣାପଡ଼ିଛି। ଏହି ଖଣିସ୍ଥଳଟି ଶିମିଳିପାଳ-ସାତକୋଶିଆ ଗଣ୍ଡ ବାଘ କରିଡରଠାରୁ ପ୍ରାୟ ୪.୯ କିଲୋମିଟର ଏବଂ ସମ୍ବଲପୁର ହାତୀ ସଂରକ୍ଷିତ ଅଞ୍ଚଳଠାରୁ ୮.୫ କିଲୋମିଟର ଦୂରରେ ଅବସ୍ଥିତ।
ନିକଟ ବର୍ଷଗୁଡ଼ିକରେ ଏହି ସ୍ଥାନ ଓ ଏହାର ଆଖପାଖ ଅଞ୍ଚଳରେ କେବଳ ହାତୀ ନୁହନ୍ତି ବରଂ ଭାଲୁ ଏବଂ କଲରାପତରିଆ ବାଘ ସମେତ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଉପସ୍ଥିତି ଦେଖିବାକୁ ମିଳିଛି। ଜଙ୍ଗଲ ଜମି ହସ୍ତାନ୍ତର ଯୋଗୁ ୩.୩ ଲକ୍ଷରୁ ଅଧିକ ଗଛ କଟାଯିବ। ଜୁଲାଇ ୭ରେ ଅନୁଷ୍ଠିତ ବୈଠକରେ ପରିବେଶ ମନ୍ତ୍ରଣାଳୟର ଜଙ୍ଗଲ ପରାମର୍ଶଦାତା ସମିତି (ଏଫ୍‌ଏସି) ଦ୍ୱାରା ଏହାକୁ ପ୍ରଥମ ପର୍ଯ୍ୟାୟ ନୀତିଗତ ମଞ୍ଜୁରୀ ପାଇଁ ସୁପାରିସ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ଆନୁଷ୍ଠାନିକ ହସ୍ତାନ୍ତର ମଞ୍ଜୁରୀ ପ୍ରଦାନ କରାଯିବା ପୂର୍ବରୁ ପ୍ରଥମ ପର୍ଯ୍ୟାୟ କ୍ଲିୟରାନ୍ସରେ କ୍ଷତିପୂରଣମୂଳକ ବନୀକରଣ ସମେତ କେତେକ ସର୍ତ୍ତ ପୂରଣ ହେବା ଆବଶ୍ୟକ। ଏହି ବୈଠକରେ କମିଟି ଏହା ମଧ୍ୟ ଲକ୍ଷ୍ୟ କରିଛି ଯେ, ଖଣିସ୍ଥଳର ପୂର୍ବ ଏବଂ ଦକ୍ଷିଣ ସୀମାରେ ଓଲହାନୀ ନଦୀ ପ୍ରବାହିତ ହେଉଛି। ବ୍ରାହ୍ମଣୀ ନଦୀର ଉପନଦୀ ଟିକ୍ରା ନଦୀ ପ୍ରସ୍ତାବିତ ଖଣି ଲିଜ୍‌ ଅଞ୍ଚଳରୁ ପ୍ରାୟ ୭୫୦ ମିଟର ଉତ୍ତରରେ ପ୍ରବାହିତ ହେଉଛି। ଏହି ପ୍ରସ୍ତାବିତ ପ୍ରକଳ୍ପ ଦ୍ୱାରା ୫ଟି ଗାଁର ୮୧୮ ପରିବାର ବିସ୍ଥାପିତ ହେବେ ଏବଂ ୧,୫୮୪ ପରିବାର ପ୍ରଭାବିତ ହେବେ। ଏଫ୍‌ଏସି କେତେକ ସର୍ତ୍ତ ଆଧାରରେ ମଞ୍ଜୁରୀ ପାଇଁ ସୁପାରିସ କରିଛି, ଯେଉଁଥିରେ ଓଲହାନୀ ନଦୀର ଉଭୟ ପାର୍ଶ୍ୱରେ ସର୍ବନିମ୍ନ ୫୦ ମିଟର ଚଉଡ଼ାର ଏକ ସୁରକ୍ଷା ପ୍ରାଚୀର ନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି।
ବୈଠକର ବିବରଣୀ ଅନୁଯାୟୀ, ଅନ୍ୟ ଏକ ସର୍ତ୍ତ ହେଉଛି ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନଙ୍କ ଦ୍ୱାରା ଅନୁମୋଦିତ ଆଞ୍ଚଳିକ ବନ୍ୟପ୍ରାଣୀ ପରିଚାଳନା ଯୋଜନାର କାର୍ଯ୍ୟାନ୍ବୟନ। ବୈଠକର ବିବରଣୀରେ ଏହା ମଧ୍ୟ କୁହାଯାଇଛି ଯେ, ‘ରାଜ୍ୟ ଜଙ୍ଗଲ ବିଭାଗ ସହ ପରାମର୍ଶ କରି ଏବଂ ଅନୁମୋଦିତ ଖଣି ଯୋଜନା, ଖଣି ବନ୍ଦ ଯୋଜନା ଏବଂ ଜଙ୍ଗଲ ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ ପର୍ଯ୍ୟାୟକ୍ରମେ ଗଛ କଟାଯିବ’।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ୱର ୪ରେ କାମ କରିବନି UPI, ଜାଣନ୍ତୁ କେତେ ସମୟ ବନ୍ଦ ରହିବ?

ନୂଆଦିଲ୍‌ଲୀ,୨।୯: ଯଦି ଆପଣ ପ୍ରତିଦିନ SBI ର UPI ମାଧ୍ୟମରେ ପେମେଣ୍ଟ କରୁଛନ୍ତି, ତେବେ ୪ ସେପ୍ଟେମ୍ୱର ରାତିରେ ଟିକେ ସତର୍କ ରହିବାକୁ ପଡ଼ିବ। ବ୍ୟାଙ୍କ ସୂଚନା…

ମୁହଁ ଉପରେ ହିଁ ଶୁଣାଇ ଦିଅନ୍ତି ଏହି ୩ ରାଶି; ହେଲେ ପଛରେ ଖେଳନ୍ତି ଭୟଙ୍କର ଗେମ୍‌

‘ମୁହଁରେ ରାମ, କାଖରେ ଛୁରୀ’ ଏହା କୌଣସି ନୂଆ ଢଗ ନୁହେଁ, ଏହାକୁ ଆମେ ସମସ୍ତେ ବହୁବାର ଶୁଣିଥିବା। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଏପରି କିଛି ରାଶି…

କାର୍ଗିଲ୍ ଯୁଦ୍ଧର ଯୋଦ୍ଧା ଏବେ ରାମ ମନ୍ଦିରର CEO! ଜିତେନ୍ଦ୍ର ମିଶ୍ରାଙ୍କ ନାଁରେ ଲାଗିଲା ମୋହର

ନୂଆଦିଲ୍ଲୀ,୨।୯: ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓଙ୍କ ନାମ ଘୋଷଣା କରାଯାଇଛି । ସୂଚନା ଅନୁସାରେ, ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରାଙ୍କ ନାଁରେ ମୋହର ଲାଗିଛି…

ଦୈନିକ ରାଜ୍ୟ ବାହାରକୁ ଚାଲାଣ ହେଉଛି ଗଞ୍ଜେଇ, ପାଟ୍ରୋଲିଂବେଳେ ୨ ଜଣଙ୍କୁ ଅଟକାଇବାରୁ ମିଳିଲା…

ଭଞ୍ଜନଗର,୨ା୯(ବାବୁଲା ପ୍ରଧାନ): ଗଞ୍ଜେଇ ଚାଲାଣବେଳେ ଭଞ୍ଜନଗର ପୋଲିସ ଦୁଇଜଣଙ୍କୁ ଗିରଫ କରିବା ସହ ୨୪ କେଜି ୭୯୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିସହ ଏକ ମୋଟରସାଇକେଲ…

ଜନ୍ମାଷ୍ଟମୀରେ ୪ଟି ବଡ଼ ରାଜଯୋଗ: ଚମକିବ ୫ ରାଶିର ଭାଗ୍ୟ, ପ୍ରଚୁର ଧନଲାଭକୁ ମିଳିବ ବଡ଼ ସଫଳତା

ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବର ପର୍ୱ ‘ଜନ୍ମାଷ୍ଟମୀ’ ସେପ୍ଟେମ୍ୱର ୪ ତାରିଖରେ ପାଳିତ ହେବ। ଧାର୍ମିକ ଦୃଷ୍ଟିକୋଣରୁ ଜନ୍ମାଷ୍ଟମୀ ଦିନଟି ବେଶ ସ୍ୱତନ୍ତ୍ର ହୋଇଥିବା ବେଳେ ଏଥର ଗ୍ରହମାନଙ୍କ…

ଠେଙ୍ଗାରେ ପିଟିପିଟି ବୃଦ୍ଧ ବାପାଙ୍କୁ ହତ୍ୟା: ପୁଅ-ବୋହୂ ଗିରଫ

କୁଆଁରମୁଣ୍ଡା,୨ା୯(ମହେନ୍ଦ୍ର କୁମାର ସାହୁ): ଠେଙ୍ଗାରେ ପିଟି ନିଜର ଜନ୍ମ କଲା ବୃଦ୍ଧ ବାପାଙ୍କୁ ହତ୍ୟା କରାଯାଇଛି। ଏଭଳି ହତ୍ୟାକାଣ୍ଡ କରିଛନ୍ତି ପୁଅ ଓ ବୋହୂ। ଏହି ଘଟଣା…

MKCG ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ନିଖୋଜ, ରେଲ୍‌ୱେ ଷ୍ଟେଶନରୁ ମିଳିଲା ମୋବାଇଲ

ବ୍ରହ୍ମପୁର,୨।୯(ସୁବାସ ଚନ୍ଦ୍ର ପାଢ଼ୀ) : ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ଭେଷଜ ମହାବିଦ୍ୟାଳୟର ଜଣେ ଛାତ୍ର ନିଖୋଜ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି। ସୂଚନା କ୍ରମେ…

ନେପାଳ ବନ୍ୟା ପରେ ଭାରତର ସହାୟତାକୁ ପ୍ରଶଂସା, ପ୍ରଧାନମନ୍ତ୍ରୀ କହିଲେ…

କାଠମାଣ୍ଡୁ,୨ା୯: ନେପାଳରେ ଭୟଙ୍କର ବନ୍ୟା ପରେ ଭାରତ ପକ୍ଷରୁ ମିଳୁଥିବା ଲଗାତାର ସହାୟତାକୁ ନେଇ ଭାରତ ଓ ଚାଇନାକୁ ଧନ୍ୟବାଦ ଜଣାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri