Posted inଜାତୀୟ

୨୦୨୩ ସୁଦ୍ଧା ନୂଆ ୭୫ ବନ୍ଦେ ଭାରତ ଏକ୍ସପ୍ରେସ୍‌

ନୂଆଦିଲ୍ଲୀ,୧୫ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶର ୭୫ ତମ ସ୍ୱାଧିନତା ଦିବସ ଅବସରରେ ଲାଲକିଲାରୁ ଦେଶକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ୧୫ ଅଗଷ୍ଟ ୨୦୨୩ ସୁଦ୍ଧା ନୂଆ ୭୫ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚାଲିବ । ଏହି ଘୋଷଣା କରିବା ସମୟରେ ମୋଦି କହିଛନ୍ତି ‘ସ୍ୱାଧିନତାର ଅମୃତ ମହୋତ୍ସବ’ର ୭୫ ସପ୍ତାହରେ ୭୫ ବନ୍ଦେ ଭାରତ ଟ୍ରେନ୍ ଦେଶର ବିଭିନ୍ନ ପ୍ରାନ୍ତକୁ ଯୋଡିବ । ସୂଚନାଯୋଗ୍ୟ, ବନ୍ଦେ ଭାରତ ଏକ୍ସପ୍ରେସ୍ ଏକ ସେମି ହାଇସ୍ପିଡ ଶତାବ୍ଦି ଶ୍ରେଣୀର ଟ୍ରେନ୍ । ଏହା ସମ୍ପୂର୍ଣ୍ଣଭାବେ ବାତାନୁକୂଳ । ଏହା ହାଇସ୍ପିଡ ଓ ଆଧୁନିକ ସୁବିଧା ଯାତ୍ରୀଙ୍କ ପାଇଁ ଉପଲବ୍ଧ ରହିଛି । ଏଥିରେ ଅନ୍‌ବୋର୍ଡ ଇନଫୋଟେନମେଣ୍ଟ, ଜିପିଏସ୍ ଆଧାରିତ ଯାତ୍ରୀ ସୂଚନା ପ୍ରଣାଳୀ, ସିସିଟିଭି, କୋଚ ଫୁଟଷ୍ଟେପ୍ସ ସହ ସ୍ୱୟଂଚାଳିତ ସ୍ଲାଇଡିଂ ଡୋର ଆଦି ରହିଛି । ଏବେସୁଦ୍ଧା ମାତ୍ର ୨ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ କରୁଛି । ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେ୍‌ସ୍ ବାରାଣସୀ ଓ ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରୁଥିବା ବେଳେ ଦ୍ୱିତୀୟଟି କଟରା ଓ ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୮।୨: ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍‌ରିୱାଲଙ୍କ ଉପରେ କୁମାର ବିଶ୍ୱାସଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗକୁ ନେଇ ରାଜନୀତି ତୀବ୍ର ହୋଇଛି। କେଜ୍‌ରିୱାଲଙ୍କ ବିରୋଧରେ...

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଖର୍ଗେଙ୍କ ସହ ପ୍ରତିଦ୍ୱନ୍ଦିତା କରିବେ ଥରୁର, କେଏନ ତ୍ରିପାଠୀଙ୍କ ପ୍ରାର୍ଥିପତ୍ର ରଦ୍ଦ

ନୂଆଦିଲ୍ଲୀ,୧ ।୧୦: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ମଲ୍ଲିକାର୍ଜୁନ ଖର୍ଗେ ଓ ଶଶି ଥରୁରଙ୍କ ମଧ୍ୟରେ ଲଢେଇ ହେବ । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ କେବଳ...

ସୁସ୍ଥ ହେଲେ ଅହମଦାବାଦର ପ୍ରଥମ କରୋନା ସଂକ୍ରମିତ

ଅହମଦାବାଦ,୧୯।୪: ଗୁଜରାଟ ଅହମଦାବାଦର ନିଓମି ଶାହା ହେଉଛନ୍ତି ସେଠାକାର ପ୍ରଥମ କରୋନା ସଂକ୍ରମିତ। ହେଲେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ରବିବାର ଡିସଚାର୍ଜ...

ରୁଷିଆ-ୟୁକ୍ରେନ ଯୁଦ୍ଧ: ଗୁଜରାଟର ଲକ୍ଷ ଲକ୍ଷ ହୀରା ଶ୍ରମିକଙ୍କ ଜୀବନ ଜୀବିକା ପ୍ରଭାବିତ

ମସ୍କୋ/ଗାନ୍ଧୀନଗର,୧୩ ।୬: ରୁଷିଆ-ୟୁକ୍ରେନ ଯୁଦ୍ଧ ସାରା ବିଶ୍ୱରେ କିଛି ନା କିଛି ପ୍ରଭାବ ନିଶ୍ଚିତ ଭାବେ ପକାଇଛି । ଏବେ ଏହାର ପ୍ରଭାବ ଗୁଜରାଟର ହୀଳା...

ମିଳିଲା ପ୍ରେମ ପତ୍ର: ଶରଦ ପାୱାର

ମୁମ୍ବାଇ,୧ ।୭: ମହାରାଷ୍ଟ୍ରରେ ମହାବିକାଶ ଅଘାଡି ସରକାରର ପତ୍ତନ ପରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି ।...

ଶିଖ୍‌ ତୀର୍ଥଯାତ୍ରୀଙ୍କ ସହ ପାକ୍‌ ଯିବା ଲାଗି ସିଦ୍ଧୁଙ୍କୁ ଅନୁମତି

ନୂଆଦିଲ୍ଲୀ,୮-୧୧(ଆଇଏଏନ୍‌ଏସ୍‌):ନଭେମ୍ବର ୯ରେ କର୍‌ତାରପୁର କରିଡର ଦେଇ ପାକିସ୍ତାନର ଦର୍‌ବାର ସାହିବ ଗୁରୁଦ୍ୱାର ଯିବା ଲାଗି କେନ୍ଦ୍ର ସରକାର କଂଗ୍ରେସ ନେତା ନବଜୋତ୍‌ ସିଂ ସିଦ୍ଧୁଙ୍କୁ ଅନୁମତି...

ଟିଏମସିରେ ଯୋଗ ନ ଦେବାରୁ ଛାତ୍ରଙ୍କୁ ରାଗିଂ

କୋଲକତା,୯।୧୨: କୋଲକାତାର ଆଇନ ମହାବିଦ୍ୟାଳୟରେ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଅଧ୍ୟୟନ କରୁଥିବା ପ୍ରଥମ ବର୍ଷର ଛାତ୍ର ତୃଣମୂଳ କଂଗ୍ରେସ ଛାତ୍ର ପରିଷଦ...

ବିମାନ ସେବା ହେବ ସହଜ: ବାୟୁସେନାର ୩୯ ବନ୍ଦରକୁ କରାଯିବ ବ୍ୟବହାର…

ନୂଆଦିଲ୍ଲୀ,୧୫।୩ : ଏବେ ବେସାମରିକ ବିମାନ ସେବାକୁ ସହଜ କରିବା ପାଇଁ ୩୯ ଟି ନୂତନ ସାମରିକ ବିମାନବନ୍ଦର ଏବଂ ୯ ଟି ଆଡଭାନ୍ସ ଲ୍ୟାଣ୍ଡିଂ...

Advertisement
Archives

Model This Week