Posted inଜାତୀୟ

୨୦୨୩ ସୁଦ୍ଧା ନୂଆ ୭୫ ବନ୍ଦେ ଭାରତ ଏକ୍ସପ୍ରେସ୍‌

ନୂଆଦିଲ୍ଲୀ,୧୫ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶର ୭୫ ତମ ସ୍ୱାଧିନତା ଦିବସ ଅବସରରେ ଲାଲକିଲାରୁ ଦେଶକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ୧୫ ଅଗଷ୍ଟ ୨୦୨୩ ସୁଦ୍ଧା ନୂଆ ୭୫ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚାଲିବ । ଏହି ଘୋଷଣା କରିବା ସମୟରେ ମୋଦି କହିଛନ୍ତି ‘ସ୍ୱାଧିନତାର ଅମୃତ ମହୋତ୍ସବ’ର ୭୫ ସପ୍ତାହରେ ୭୫ ବନ୍ଦେ ଭାରତ ଟ୍ରେନ୍ ଦେଶର ବିଭିନ୍ନ ପ୍ରାନ୍ତକୁ ଯୋଡିବ । ସୂଚନାଯୋଗ୍ୟ, ବନ୍ଦେ ଭାରତ ଏକ୍ସପ୍ରେସ୍ ଏକ ସେମି ହାଇସ୍ପିଡ ଶତାବ୍ଦି ଶ୍ରେଣୀର ଟ୍ରେନ୍ । ଏହା ସମ୍ପୂର୍ଣ୍ଣଭାବେ ବାତାନୁକୂଳ । ଏହା ହାଇସ୍ପିଡ ଓ ଆଧୁନିକ ସୁବିଧା ଯାତ୍ରୀଙ୍କ ପାଇଁ ଉପଲବ୍ଧ ରହିଛି । ଏଥିରେ ଅନ୍‌ବୋର୍ଡ ଇନଫୋଟେନମେଣ୍ଟ, ଜିପିଏସ୍ ଆଧାରିତ ଯାତ୍ରୀ ସୂଚନା ପ୍ରଣାଳୀ, ସିସିଟିଭି, କୋଚ ଫୁଟଷ୍ଟେପ୍ସ ସହ ସ୍ୱୟଂଚାଳିତ ସ୍ଲାଇଡିଂ ଡୋର ଆଦି ରହିଛି । ଏବେସୁଦ୍ଧା ମାତ୍ର ୨ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ କରୁଛି । ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେ୍‌ସ୍ ବାରାଣସୀ ଓ ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରୁଥିବା ବେଳେ ଦ୍ୱିତୀୟଟି କଟରା ଓ ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri