Posted inଫୁରସତ

୭୨୦ ବର୍ଷ ପୁରୁଣା ଟାଟୁ ଦୋକାନ

ଜେରୁଜେଲମ୍‌: ବର୍ତ୍ତମାନ ଯୁବପିଢିଙ୍କ ମଧ୍ୟରେ ଟାଟୁର ଚାହିଦା ଅଧିକ ରହିଛି। ବିଭିନ୍ନ ଦେଶରେ ଲୋକେ ଭିନ୍ନ ଭିନ୍ନ ପ୍ରକାରର ଟାଟୁ କରୁଥିବା ଦେଖିବାକୁ ମିଳୁଛି। ଏଥିପାଇଁ ବହୁ ମାତ୍ରାରେ ଟାଟୁ ଦୋକାନ ଖୋଲି ଗଲାଣି। ତେବେ ସବୁଠାରୁ ପୁରୁଣା ଟାଟୁ ଦୋକାନ ଏବେ ବି ରହିଛି। ଯାହା ୭୨୦ ବର୍ଷର ପୁରୁଣା। ଯାହାର ନାମ ରହିଛି ‘ରାଜୌକ୍‌ ଟାଟୁ, ଟାଟୁ ୱିଥ୍‌ ହେରିଟେଜ୍‌ ୧୩୦୦’। ଏହାକୁ ୨୦୨୨ରେ ବିଶ୍ୱର ସବୁଠାରୁ ପୁରୁଣା ଟାଟୁ ଦୋକାନ ଭାବେ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ମିଳି ସାରିଛି। ଏହି ଟାଟୁ ଦୋକାନ ଜେରୁଜେଲମ୍‌ର ପୁରୁଣା ସହରରେ ରହିଛି। ରିପୋର୍ଟ ମୁତାବକ, ରାଜୌକଙ୍କ ପରିବାର କପଟିକ୍‌ ଖ୍ରୀଷ୍ଟିଆନ୍‌ ହୋଇଥିବାବେଳେ ଇଜିପ୍ଟରେ ଟାଟୁ ଏକ ପୁରୁଣା ଚିରାଚରିତ ପ୍ରଥା ଭାବେ ପ୍ରଚଳିତ। ସେଠାରେ ଟାଟୁ କରି ନିଜ ଧର୍ମକୁ ଦର୍ଶା ଯାଉଥିଲା। ୬୪୦ମସିହା ବେଳକୁ ଇଜିପ୍ଟରେ ଧର୍ମ ପରିବର୍ତ୍ତନ ପାଇଁ ଖ୍ରୀଷ୍ଟିଆନମାନଙ୍କୁ ବହୁ ମାତ୍ରାରେ ବାଧ୍ୟ କରାଯାଉଥିଲା। ସେତେବେଳେ ସେମାନେ ଟାଟୁ କରି ନିଜକୁ ଅନ୍ୟ ଧର୍ମକୁ ପରିବର୍ତ୍ତନ ହେବାକୁ ବଞ୍ଚାଉଥିଲେ। ଯେତେବେଳେ ରାଜୌକ ପରିବାର ଇଜିପ୍ଟରୁ ଜେରୁଜେଲମ୍‌ ଗଲେ ସେତେବେଳେ ସେମାନେ ଏହି ପ୍ରଥାକୁ ବଳବତ୍ତର ରଖିଲେ। ପରେ ତାଙ୍କ ପରିବାର ବର୍ଷ ୧୩୦୦ରେ ଟାଟୁ ଦୋକାନ ଆରମ୍ଭ କଲେ। ଏବେ ତାଙ୍କ ପରିବାରର ୨୭ତମ ପିଢି ଚାଲିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri