ବିଦେଶୀ ବିଶ୍ୱବିଦ୍ୟାଳୟ ପ୍ରବେଶର ଏପାଖ ସେପାଖ

ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ ଆମ ଦେଶରେ ବିଦେଶୀ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ସବୁଜ ସଙ୍କେତ ଦେଇଛି। ତଦନୁସାରେ ବିଦେଶରେ ଥିବା ନାମୀଦାମୀ ବିଶ୍ୱବିଦ୍ୟାଳୟ ତାଙ୍କର କ୍ୟାମ୍ପସ୍‌ ଭାରତରେ ସ୍ଥାପନ କରିବେ। ପ୍ରଥମ ପର୍ଯ୍ୟାୟରେ ୧୦ ବର୍ଷ ପାଇଁ ସେମାନଙ୍କୁ ଅନୁମତି ମିଳିବ ଓ ତା’ପରେ ତା’ର ନବୀକରଣ କରାଯିବ। ବିଦେଶୀ ବିଶ୍ୱବିଦ୍ୟାଳୟ ଭାରତରେ କ୍ୟାମ୍ପସ୍‌ ସ୍ଥାପନ କଲେ ଭାରତୀୟମାନେ ନିଜ ଦେଶରେ ଗୁଣବତ୍ତା ଶିକ୍ଷା ଲାଭ କରିପାରିବେ ଓ ଆମେ ବିଶ୍ୱସ୍ତରୀୟ ଗବେଷଣା ଏବଂ ମାନବ ସମ୍ବଳ ସୃଷ୍ଟି କରିବାରେ ସକ୍ଷମ ହେବା ବୋଲି ଅନେକଙ୍କର ମତ। ଆଉ କିଛି ବିଶେଷଜ୍ଞଙ୍କ ମତ ହେଲା ଯେଉଁ ଭାରତୀୟମାନେ ଆର୍ଥିକ କାରଣରୁ ବିଦେଶରେ ଶିକ୍ଷା ଲାଭ କରିପାରୁନାହାନ୍ତି, ସେମାନେ ଭାରତରେ ବିଶ୍ୱସ୍ତରୀୟ ଶିକ୍ଷାଲାଭର ସୁଯୋଗ ପାଇବେ। ଆମ ସରକାର ଓ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ଏହିସବୁ ନାମୀଦାମୀ ବିଶ୍ୱବିଦ୍ୟାଳୟ ସହିତ ପ୍ରତିଯୋଗିତା କରିବେ ଶିକ୍ଷାଦାନ, ଶୈକ୍ଷିକ ବାତାବରଣ ସୃଷ୍ଟି ଓ ଗବେଷଣା ପାଇଁ। ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଯେପରି ସୁରୁଖୁରୁରେ ଏଠାରେ ଉଚ୍ଚ ମାନର ଶିକ୍ଷା ଦାନ କରନ୍ତି, ସେଥିପାଇଁ ଉଭୟ ସ୍ବାୟତ୍ତତା ଓ ଫିସ ନିର୍ଦ୍ଧାରଣ କ୍ଷମତା ସଂପୂର୍ଣ୍ଣ ରୂପେ ତାଙ୍କ ଉପରେ ନ୍ୟସ୍ତ କରାଯିବ।
ବିଦେଶୀ ବିଶ୍ୱବିଦ୍ୟାଳୟ ଭାରତରେ ଶାଖା ଖୋଲିଲେ କ’ଣ ଅସୁବିଧା ହୋଇପାରେ ସେ ବିଷୟରେ ଆଲୋକପାତ କରିବା। ସେହି ଅସୁବିଧା ଦୂର କରିବା ପାଇଁ ସରକାରଙ୍କୁ କେଉଁ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ, ତା’ ଉପରେ ଆଲୋଚନା କରିବା। ପ୍ରଥମେ ବୁଝିବାକୁ ପଡ଼ିବ, ଭାରତ ପୃଥିବୀର ସବୁଠୁ ବଡ଼ ଶିକ୍ଷା ବଜାର। ଏଠାରେ ଉଚ୍ଚ ଶିକ୍ଷା ପାଇଁ ପର୍ଯ୍ୟାପ୍ତ ସୁବିଧା ନ ଥିବାରୁ ପ୍ରତିବର୍ଷ ୪ ଲକ୍ଷ ପିଲା ବିଦେଶକୁ ପାଠ ପଢ଼ିବା ପାଇଁ ଯାଆନ୍ତି। ଆମ ଦେଶରେ ୨ ପ୍ରକାର ଛାତ୍ର ଥାଆନ୍ତି। କିଛି ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଛାତ୍ର। ସେମାନେ ସରକାରୀ ଶିକ୍ଷାନୁଷ୍ଠାନରେ ପଢ଼ନ୍ତି ଓ ଯେଉଁମାନେ ଆର୍ଥିକ ସ୍ବଚ୍ଛଳ, ସେମାନଙ୍କ ପିଲା ଘରୋଇ ଶିକ୍ଷାନୁଷ୍ଠାନରେ ପଢ଼ନ୍ତି। ଯେହେତୁ ବିଦେଶୀ ବିଶ୍ୱବିଦ୍ୟାଳୟ ନାମର ଚାହିଦା ଭାରତରେ ଅଧିକ, ସେଥିପାଇଁ ଆର୍ଥିକ ସ୍ବଚ୍ଛଳ ବର୍ଗ ବିଦେଶୀ ବିଦ୍ୟାଳୟରେ ପଢ଼ିବାକୁ ପସନ୍ଦ କରିପାରନ୍ତି ଏବଂ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ର ସଂଖ୍ୟା କମିଯାଇପାରେ। ତେଣୁ ଛାତ୍ରୀଛIତ୍ର ପାଇବା ପାଇଁ ବିଦେଶୀ ବିଶ୍ୱବିଦ୍ୟାଳୟ ଘରୋଇ ଶିକ୍ଷାନୁଷ୍ଠାନ ସହିତ ଅଧିକ ପ୍ରତିଯୋଗିତା କରିବ ଓ ଘରୋଇ ବିଶ୍ୱବିଦ୍ୟାଳୟର ଆର୍ଥିକ କ୍ଷତିସାଧନ କରିପାରେ ମଧ୍ୟ। ଆମ ଦେଶର ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ନିଜ ଦେଶର ଯୁବତୀ ଯୁବକଙ୍କୁ ନିଯୁକ୍ତି ଦିଅନ୍ତି, ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ବିଦେଶୀଙ୍କୁ ନିଯୁକ୍ତି ଦେବାର ସମ୍ଭାବନା ରହିଛି, ତେଣୁ ନିଯୁକ୍ତି ସୁଯୋଗ ହ୍ରାସ ହେବା ସମ୍ଭାବନା। ଫିସ୍‌ ନିର୍ଦ୍ଧାରଣ ସ୍ବାୟତ୍ତତା ଥିବାରୁ ଭାରତୀୟ ଛାତ୍ର ଶୋଷିତ ହେବାର ଆଶଙ୍କା ଅଛି।
କୌଣସି ଦେଶରେ ଶିକ୍ଷାଦାନ କେବଳ ଚାକିରି ସର୍ବସ୍ବ କିମ୍ବା ଦକ୍ଷତା ନିର୍ମାଣ ପାଇଁ ଉଦ୍ଦିଷ୍ଟ ହୋଇ ନ ଥାଏ ବରଂ ଶିକ୍ଷାଦାନ ଦ୍ୱାରା ରୋଜଗାର ସହିତ ଦେଶର ସଂସ୍କୃତି, ଇତିହାସ, ଭୂଗୋଳ, ସାହିତ୍ୟ, ଦର୍ଶନ, ସାମାଜିକ ବ୍ୟବସ୍ଥା, ଧର୍ମବିଶ୍ବାସ, ପୋଷାକପତ୍ର, ଖାଦ୍ୟପେୟ ଇତ୍ୟାଦି ଉପରେ ନୂତନ ପିଢ଼ି ଜ୍ଞାନ ଅର୍ଜନ କରି ନିଜକୁ ଗର୍ବିତ ମନେକରିବା ସହିତ ପର ପିଢ଼ିକୁ ଶିକ୍ଷା ଦେବାରେ ସହାୟକ ହୋଇଥାଏ। ଆମ ଦେଶର ସରକାରୀ କିମ୍ବା ଘରୋଇ ବିଶ୍ୱବିଦ୍ୟାଳୟ ନିଶ୍ଚିତ ରୂପେ ସରକାରୀ କାର୍ଯ୍ୟକ୍ରମ ଯଥା ସାଧୀନତା ଦିବସ, ଗଣତନ୍ତ୍ର ଦିବସ, ଗାନ୍ଧୀ ଜୟନ୍ତୀ, ବିଭିନ୍ନ ପର୍ବପର୍ବାଣିକୁ ପ୍ରାଧାନ୍ୟ ଦେଇଥା’ନ୍ତି, ମାତ୍ର ବିଦେଶୀ ବିଶ୍ୱବିଦ୍ୟାଳୟ ଆମର ରାଷ୍ଟ୍ରୀୟ ପର୍ବ, ଅନ୍ୟାନ୍ୟ ପର୍ବପର୍ବାଣି, ପୋଷାକ ପରିଚ୍ଛଦ, ଖାଦ୍ୟପେୟକୁ ପ୍ରାଧାନ୍ୟ ଦେବେ ତ? ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଆମ ଇତିହାସ, ଐତିହ୍ୟ ଆଦିକୁ ସଠିକ ଢଙ୍ଗରେ ଛାତ୍ରୀଛାତ୍ରଙ୍କୁ ପଢ଼ାଇବେ ତ। ବିଦେଶୀ ବିଶ୍ୱବିଦ୍ୟାଳୟ ଆମ ଭାରତୀୟ ସଂସ୍କୃତି ସଭ୍ୟତାର ବିଲୋପ ସାଧନ ଦିଗରେ କାର୍ଯ୍ୟ କରିବ ନାହିଁ ତ? ତାଙ୍କର ସିଲାବସ୍‌ କିଏ ନିର୍ଦ୍ଧାରଣ କରିବ?
ଆମ ଦେଶ ପାଇଁ ଉଚ୍ଚ ଶିକ୍ଷାରେ ଘରୋଇକରଣ କିଛି ନୂଆ କଥା ନୁହେଁ। ଯଦିଓ ବର୍ତ୍ତମାନ ଭାରତରେ ଘରୋଇ କ୍ଷେତ୍ରରେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ କାର୍ଯ୍ୟ କରୁଛି, ମାତ୍ର ଉଚ୍ଚକୋଟୀର ଗବେଷଣା ଓ ମାନବ ସମ୍ବଳ ବିକାଶ କେବଳ ଆଇଆଇଟି, ଆଇଆଇଏମ୍‌, ଏମ୍ସ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଜେଏନ୍‌ୟୁ, ବିଏଚ୍‌ୟୁ ଭଳି ସରକାରୀ ଶିକ୍ଷାନୁଷ୍ଠାନରେ ସମ୍ଭବ ହେଉଛି। ଦେଶରେ ଉଚ୍ଚ ଶିକ୍ଷାର ଘରୋଇକରଣ ବୃଦ୍ଧି ହେଲେ ଯେ ଶିକ୍ଷାଦାନର ମୂଲ୍ୟ ଶସ୍ତା ହେବ, ସେ କଥା କହିବା ବି ଠିକ୍‌ ହେବ ନାହିଁ। କାରଣ ବିଶ୍ୱର ଅନେକ ଦେଶରେ ଡାକ୍ତରୀ ଶିକ୍ଷା ଆମ ଦେଶରେ ଉପଲବ୍ଧ ଘରୋଇ ଡାକ୍ତରୀ ଶିକ୍ଷାଠୁ ଶସ୍ତା। ଯଦି ବିଦେଶୀ ବିଶ୍ୱବିଦ୍ୟାଳୟ ବ୍ୟବସାୟ ମନୋବୃତ୍ତି ରଖି ତାଙ୍କର ଶିକ୍ଷାଦାନ କରନ୍ତି, ତା’ହେଲେ ତାଙ୍କର ଆର୍ଥିକ ପ୍ରଗତି ଆମ ଦେଶର ଘରୋଇ ଶିକ୍ଷାନୁଷ୍ଠାନର ଆର୍ଥିକ ଅବନତିର କାରଣ ହୋଇପାରେ। କାରଣ ଗ୍ରୋସେରି ଶପିଂ ମଲ୍‌ର ଆର୍ଥିକ ଉନ୍ନତି ଛୋଟ ତେଜରାତି ଦୋକାନର ଆର୍ଥିକ ଅବନତିର କାରଣ ବୋଲି ପ୍ରମାଣିତ ହୋଇଛି। ଅବଶ୍ୟ ପ୍ରତିଯୋଗିତାରେ ନିଶ୍ଚିତ ରୂପେ ଛାତ୍ରୀଛାତ୍ର ଆହୁରି ଭଲ ଶିକ୍ଷା ସୁବିଧା ସୁଯୋଗ ପାଇବେ ବୋଲି ଆଶା। ତେବେ ଅତ୍ୟଧିକ ଖର୍ଚ୍ଚରୁ କିମ୍ବା ଶୋଷଣରୁ କିପରି ଛାତ୍ରୀଛାତ୍ରଙ୍କୁ ରକ୍ଷା କରାଯାଇପାରିବ, ସେ ଦିଗରେ ସରକାର ପଦକ୍ଷେପ ନେବା ଆବଶ୍ୟକ। ଶିକ୍ଷାଦାନ ଆମର ସଭ୍ୟତା ସଂସ୍କୃତିକୁ ଭବିଷ୍ୟତରେ ଯେପରି ଗୌଣ କରି ଠିଆ ନ କରେ, ସେଥିପାଇଁ ପଦକ୍ଷେପ ନେବାକୁ ପଡ଼ିବ। ବିଶ୍ୱର ବିଭିନ୍ନ ଦେଶରୁ ଦକ୍ଷ ଶିକ୍ଷକ ନେଇ ଆମ ବିଶ୍ବବିଦ୍ୟାଳୟରେ ନିଯୁକ୍ତି ଦେଲେ ବି ଶିକ୍ଷା ଗୁଣବତ୍ତା ବଢ଼ିପାରିବ। କାରଣ ବିଶ୍ୱର ନାମୀଦାମୀ ବିଶ୍ୱବିଦ୍ୟାଳୟ ବିଭିନ୍ନ ଦେଶରୁ ବଛା ବଛା ପ୍ରଫେସର ନେଇ ଅଧିକ ଦରମାରେ ଶିକ୍ଷାର ମାନ ବୃଦ୍ଧି ପାଇଁ ନିଯୁକ୍ତି ଦେଇଥାନ୍ତି ତାଙ୍କ ଶିକ୍ଷାନୁଷ୍ଠାନରେ। ତେଣୁ ତରବରିଆ ଭାବରେ ନିଷ୍ପତ୍ତି ନ ନେଇ ବିଦେଶୀ ବିଶ୍ୱବିଦ୍ୟାଳୟ ସ୍ଥାପନ ଦ୍ୱାରା କିପରି ଆମର ଛାତ୍ରୀଛାତ୍ର, ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ଲାଭବାନ୍‌ ହେବେ ସେ ବିଷୟରେ ଖସଡ଼ା ପ୍ରସ୍ତୁତ କରିବା ଉଚିତ।
ପ୍ରଧାନ ବୈଜ୍ଞାନିକ
ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ
(ଭାରତ ସରକାର), ଭୁବନେଶର
ମୋ: ୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?