Posted inଜାତୀୟ

ମୋଦିଙ୍କ ଜନ୍ମଦିନରେ ଭାଜପାର ମେଗା ପ୍ଲାନ

ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଭାଡନଗରରେ ୧୭ ସେପ୍ଟେମ୍ବର ୧୯୫୦ରେ ଜନ୍ମଗ୍ରହଣ କରିଥିଲେ । ଆଜି ସେ ତାଙ୍କର ୭୧ ତମ ଜନ୍ମଦିନ ପାଳନ କରୁଛନ୍ତି । ସାରା ଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା) କର୍ମୀମାନେ ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରିଛନ୍ତି । ଭାଜପା ସାରା ଦେଶରେ ମୋଦିଙ୍କ ଜନ୍ମଦିନକୁ ବେଶ ଧୁମ୍‌ଧାମରେ ପାଳନ କରିବାକୁ ସ୍ଥିର କରିଛି । ଏଥିପାଇଁ ୨୦ ଦିନିଆ ରାଷ୍ଟ୍ରୀୟ ଅଭିଯାନର ଯୋଜନ ପ୍ରସ୍ତୁତ କରାଯାଇଛି ଯାହା ଶୁକ୍ରବାଠାରୁ ଆରମ୍ଭ କରାଯିବ ଓ ଏହା ୭ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଏହି ଅଭିଯାନକୁ ସେବା ଓ ସମର୍ପଣ ନାମ ଦିଆଯାଇଛି । ଏହି ଅଭିଯାନକୁ ୨୦ ଦିନିଆ ପାଳନ କରିବା ପଛରେ କାରଣ ହେଉଛି ଆଜିକୁ ଠିକ୍ ୨୦ ଦିନ ପରେ ଅର୍ଥାତ୍ ୭ ଅକ୍ଟୋବରକୁ ୨୦ ବର୍ଷ ପୂର୍ବେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତେଣୁ ଏହି ଅଭିଯାନକୁ ଭାଜପା ୭ ଅକ୍ଟୋବର ପର୍ଯ୍ୟନ୍ତ ପାଳନ କରିବ । ଏଥିପାଇଁ ଏକ ସଂସଦୀୟ ସମିତି ଗଠନ କରାଯାଇଛି ଯାହା ଦଳର କର୍ମୀମାନଙ୍କ ପାଇଁ କାର୍ଯ୍ୟକ୍ରମର ଆୟୋଜନ କରିବ । ଏହି ସମିତିର ନେତୃତ୍ୱ କୈଳାଶ ବିଜୟଭର୍ଗିୟ ନେଇଛନ୍ତି । ଏଥିରେ ରକ୍ତଦାନ ଶିବିର, ମୋଦିଙ୍କ ଜୀବନି ଉପରେ ପ୍ରଦର୍ଶନି ଆଦିର ଆୟୋଜନ କରାଯିବ । ଏହାସହ ଦଳର ସମସ୍ତ କାର୍ଯ୍ୟାଳୟରୁ ଲକ୍ଷ ଲକ୍ଷ ସଂଖ୍ୟାରେ ପୋଷ୍ଟକାର୍ଡ ମୋଦିଙ୍କ ନିକଟକୁ ପଠାଯିବ । ଏଥିପାଇଁ ପଶ୍ଚିମବଙ୍ଗ, ଛତିଶଗଡ଼, ଜମ୍ମୁ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ରାଜସ୍ଥାନ, ଆସାମ, ବେଙ୍ଗାଲୁରୁ-କର୍ନାଟକ, ପାଟନାରେ ଏହାକୁ ବଡ ଧରଣର ପାଳନ କରାଯିବାକୁ ପ୍ରସ୍ତୁତି ହାଇଛି ।
ପଶ୍ଚିମବଙ୍ଗର ଭାଜପା ଅଧ୍ୟକ୍ଷ ଦିଲ୍ଲିପ ଘୋଷ କହିଛନ୍ତି ଦଳ ଏହି ୨୦ ଦିନ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଛି । ରାଜ୍ୟର ପ୍ରାୟ ସମସ୍ତ ଜିଲାରେ ମୋଦିଙ୍କ ଜୀବନି ଓ ତାଙ୍କର କାର୍ଯ୍ୟଧାରାକୁ ନେଇ ପ୍ରଦର୍ଶନୀର ଆୟୋଜନ କରାଯିବ ।
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ କହିଛନ୍ତି ମୋଦିଙ୍କ ୨୦ ବର୍ଷର କାର୍ଯ୍ୟକାଳ ପ୍ରକୃତରେ ସେବା ଓ ସମର୍ପଣର ପ୍ରତିକ । ଆମର ଲକ୍ଷ୍ୟ ରହିଛି ମୋଦିଙ୍କ ଜନ୍ମଦିନ ଅବସରରେ ଅତିକମରେ ୫ ଲକ୍ଷ ପୋଷ୍ଟକାର୍ଡ ତାଙ୍କ ନିକଟକୁ ପଠାଇବୁ । ଅନ୍ୟପଟେ ଜମ୍ମୁରେ ବି ମୋଦିଙ୍କ ଜନ୍ମଦିନକୁ ଧୁମଧାମରେ ପାଳନ କରିବାକୁ ସମସ୍ତ ପ୍ରସ୍ତୁତି କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ ଯୁବତୀଙ୍କ ଜୀବନ

ହାଇଦ୍ରାବାଦ,୨୧।୮: ହାଇଦ୍ରାବାଦରେ ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ରାସ୍ତା ପାର୍‌ ବେଳେ ଏମ୍‌ପି ପୁଅଙ୍କ ଏକ ବିଳାସପୂର୍ଣ୍ଣ କାର୍‌ ଯୁବତୀଙ୍କୁ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri