Posted inଫୁରସତ

୭୦୯ କିମି ଲମ୍ବ ବିଜୁଳି: ଚମକିଲା ୧୬ ସେକେଣ୍ଡ ପର୍ଯ୍ୟନ୍ତ

ବ୍ରାସିଲିଆ, ୨୯।୬: ଆକାଶରେ ବିଜୁଳି ଚମକିଥାଏ। ତେବେ ଏହା କିଛି ସମୟ ମଧ୍ୟରେ ବନ୍ଦ ହୋଇଯାଇଥାଏ। ସେହିପରି ଏହାର ଲମ୍ବ ମଧ୍ୟ କିଛି କିମି ମଧ୍ୟରେ ରହିଥାଏ। ତେବେ ବ୍ରାଜିଲ୍‌ରେ ୭୦୯ କିମି ଲମ୍ବର ବିଜୁଳି ରେକର୍ଡ କରାଯାଇଛି। ସେହିପରି ଆର୍ଜେଣ୍ଟିନାରେ ସର୍ବାଧିକ ଅଧିକ ସମୟ ୧୬.୭୩ ସେକେଣ୍ଡ ପର୍ଯ୍ୟନ୍ତ ଚମକିଥିବା ବିଜୁଳି ରେକର୍ଡ ହୋଇଛି। ଏନେଇ ଓ୍ବାଲର୍‌ଡ ମେଟ୍ରୋଲୋଜିକାଲ ଅର୍ଗାନାଇଜେଶନ(ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ପୂର୍ବରୁ ଆମେରିକା ଏବଂ ଫ୍ରାନ୍ସ୍‌ରେ ରେକର୍ଡ ହୋଇଥିବା ବିଜୁଳିର ଲମ୍ବ ଏବଂ ଚମକିବା ସମୟଠାରୁ ଏହା ଅଧିକ ବୋଲି କୁହାଯାଉଛି। ସମଗ୍ର ଆକାଶ ଏହି ବିଜୁଳି ଯୋଗୁ କିଛି ସମୟ ପାଇଁ ଉଜ୍ଜଳ ଆଲୋକରେ ଆଲୋକିତ ହୋଇଉଠିଥିଲା। ପ୍ରକୃତିର ଏଭଳି ବିରଳ ଦୃଶ୍ୟର ଭିଡ଼ିଓ ଶୁଟିଂ କରାଯାଇଥିବା ଡବ୍ଲ୍ୟୁଏମ୍‌ଓ କହିଛି। ୨୦୧୮ ଅକ୍ଟୋବର ୩୧ରେ ଦକ୍ଷିଣ ବ୍ରାଜିଲ୍‌ରେ ଏହି ବିଜୁଳ ଦେଖାଯାଇଥିଲା। ସେହିପରି ୨୦୧୯ ମାର୍ଚ୍ଚ ୪ରେ ଉତ୍ତର ଆର୍ଜେଣ୍ଟିନାରେ ସର୍ବାଧିକ ସମୟ ପାଇଁ ଚମକିଥିବା ବିଜୁଳିକୁ ରେକର୍ଡ କରାଯାଇଥିଲା ବୋଲି ଡବ୍ଲ୍ୟୁଏମ୍‌ଓ ଏକ୍ସପର୍ଟ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ୨୦୦୭ରେ ୩୨୧ କିମି ଲମ୍ବ ବିଜୁଳି ଆମେରିକାର ଓକ୍ଲାହୋମ୍‌ରେ ରେକର୍ଡ କରାଯାଇଥିଲା। ସେହିପରି ୨୦୧୨ରେ ଫ୍ରାନ୍ସ୍‌ରେ ୭.୭୪ ସେକେଣ୍ଡ ପାଇଁ ଚମକିଥିବା ବିଜୁଳି ରେକର୍ଡ ହୋଇଥିଲା। ୧୯୭୫ରେ ଜିମ୍ବାଓ୍ବେରେ ବିଜୁଳି ଯୋଗୁ ୨୧ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକମାନେ ଗୋଟିଏ କୁଡ଼ିଆରେ ରହିଥିଲେ। ୧୯୯୪ରେ ବିଜୁଳି ଯୋଗୁ ମିଶରରେ ୪୬୯ ଲୋକଙ୍କ ମୃତ୍ୟୁ ହୋଇଥିବା ଡବ୍ଲ୍ୟୁଏମ୍‌ଓ ରିପୋର୍ଟ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନରେ କଟି ଯୁବକଙ୍କ ଚାଲିଗଲା ଜୀବନ: ହତ୍ୟା ନା ଆତ୍ମହତ୍ୟା, ବଢୁଛି ସନ୍ଦେହ

କଣ୍ଟାବାଞ୍ଜି ୧୨।୨(ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଧାମନଡ଼ଙ୍ଗା ପଞ୍ଚାୟତ ବାନ୍ଧନପାଲି ଗ୍ରାମର ଜଣେ ଯୁବକ ଟ୍ରେନରେ କଟି ମୃତ୍ୟୁବରଣ କରିଛନ୍ତି। ମିଳିଥିବା ସୂଚନା…

ଶାକାହାର ସିଦ୍ଧାନ୍ତ

ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ ଥିଲାବେଳେ ଶାକାହାର ବା ସାଦା ଖାଇବା ପରମ୍ପରା ଅଧିକ ଦୃଢ଼ୀଭୂତ ହୋଇଥିଲା। ଜଣେ ଅତ୍ୟଧିକ ଗରିଷ୍ଠ, ମସଲାଯୁକ୍ତ, ଆମିଷ…

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୨।୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆ ତା’ର ଅଭିଯାନର ଏକ ଦୃଢ଼ ଆରମ୍ଭ କରିଛି। ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ୨୯…

ଭାରତ ବନ୍ଦ ପ୍ରଭାବ: ବାଲେଶ୍ୱରରେ ଅଟକିଲା ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ

ବାଲେଶ୍ୱର,୧୨।୨(ବାଞ୍ଛାନିଧି ଦେ):ବାଲେଶ୍ୱର ଷ୍ଟେଶନରେ ଗୁରୁବାର ଟ୍ରେଡ ୟୁନିଅନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସକାଳେ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ ଟ୍ରେନକୁ ଅଟକାଇ ପ୍ରତିବାଦ କରାଯାଇଛି। ଏଥିସହ ସହରର ବିଭିନ୍ନ…

ଭଲପାଇବାର ଉଦାହରଣ ସୃଷ୍ଟି କଲେ ଅବସରପ୍ରାପ୍ତ ଶିକ୍ଷକ: ସ୍ତ୍ରୀଙ୍କ ସ୍ମୃତିରେ ନିର୍ମାଣ କଲେ…

ଗୁଣୁପୁର,୧୨।୧(ସଂକେତ ପାତ୍ର): ରାୟଗଡା ଜିଲା ଗୁଣୁପୁର ପୌରପରିଷଦ ୧୯ନଂ ୱାର୍ଡ ଓମ ନଗରରୁ ଆସିଛି ଏକ ହୃଦୟସ୍ପର୍ଶୀ କାହାଣୀ, ଯାହା ପ୍ରେମ ଓ ସ୍ବାମୀ-ସ୍ତ୍ରୀ ସମ୍ପର୍କର ଅନନ୍ୟ…

ଆଜି ବାଂଲାଦେଶ ନିର୍ବାଚନ

ଢାକା,୧୨ା୨: ବାଂଲାଦେଶରେ ଗୁରୁବାର ସଂସଦୀୟ ନିର୍ୱାଚନ ହେବାକୁ ଯାଉଛି। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଏହା ହେଉଛି ବାଂଲାଦେଶର ୧୩ତମ ସଂସଦୀୟ ନିର୍ୱାଚନ। ଏହି ନିର୍ୱାଚନକୁ…

ପେଙ୍ଗୁଇନ୍‌ ଇଣ୍ଡିଆକୁ ନୋଟିସ

ନୂଆଦିଲ୍ଲୀ,୧୨ା୨: ପୂର୍ୱତନ ସେନା ମୁଖ୍ୟ ଏମ୍‌.ଏମ୍‌. ନରଓ୍ୱଣେଙ୍କ ପୁସ୍ତକ ‘ଫୋର୍‌ ଷ୍ଟାର୍ସ ଅଫ୍‌ ଡେଷ୍ଟିନି’କୁ ନେଇ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍‌ ପେଙ୍ଗୁଇନ୍‌ ରାଣ୍ଡମ୍‌ ହାଉସ୍‌ ଇଣ୍ଡିଆକୁ…

ଏପ୍‌ଷ୍ଟିନ୍‌ ମୋତେ ଦୋମୁହଁା କହିଥିଲେ

ନୂଆଦିଲ୍ଲୀ,୧୨।୨: ଆମେରିକୀୟ ସେକ୍ସ ଅଫେଣ୍ଡର ଜେଫ୍ରି ଏପ୍‌ଷ୍ଟିନ୍‌ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଦୋମୁହଁା କହିଥିଲେ। ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଣିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri