ଛାତ୍ରୀ ମୃତ୍ୟୁ ଘଟଣା ଚପାଇବାକୁ ୭୦ ହଜାର ଟଙ୍କା ଡିଲ୍‌

ମାହାଙ୍ଗା,୧୪ା୮(ଯଯାତୀ ସିଂହ): ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକଙ୍କ ସହ ଅନୈତିକ ସମ୍ପର୍କ ପାଇଁ ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କ ଜୀବନ ଯାଇଛି। ଏହି ଘଟଣା ସମ୍ପର୍କରେ ପୋଲିସର କେତେଜଣ ଅଧିକାରୀଙ୍କ ସହ ଜନ ପ୍ରତିନିଧି ଅବଗତ ଥିଲେ। ମାତ୍ର ଘଟଣାକୁ ଚପାଇ ଦେବା ପାଇଁ ଜୋରଦାର ପ୍ରୟାସ ହୋଇଥିଲା। କିନ୍ତୁ ସବୁ କିଛି ଫସର ଫାଟିଯାଇଛି। ନାବାଳିକାଙ୍କ ମୃତ୍ୟୁର ୫୭ ଦିନ ପରେ ଏକ ଅଡିଓ କଲ ଭାଇରାଲ୍‌ ହେବାରେ ଲାଗିଛି। ସେଥିରେ ମୃତ୍ୟୁ ପଛର କାହାଣୀ ସହ ଜଡ଼ିତ ଥିବା ସମସ୍ତ ଘଟଣା ସାମ୍‌ନାକୁ ଆସିଛି। ଏ ସମ୍ପର୍କରେ ଫୋନ ମାଧ୍ୟମରେ ଜଣେ  ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଖାଣିଛନ୍ତି।
ସୂଚନାମୁତାବକ,  କଟକ ଜିଲା ମାହାଙ୍ଗା ବ୍ଲକର ଏକ ବିଦ୍ୟାଳୟରେ ସମ୍ପୃକ୍ତା ନାବାଳିକା ଦଶମ ଶ୍ରେଣୀରେ ପଢ଼ୁଥିଲେ। ଉକ୍ତ ବିଦ୍ୟାଳୟର କ୍ରୀଡା ଶିକ୍ଷକଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଘଟଣା ସମ୍ପର୍କରେ ଛାତ୍ରୀଙ୍କ ପରିବାର ଲୋକେ ଜାଣିବା ପରେ ଏହା ନୂଆ ମୋଡ଼ ନେଇଥିଲା।  ଏହାପରେ ଗତ ଜୁନ୍‌ ୧୮ରେ  ନାବାଳିକା ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଅବଗତ ଥିଲେ ମଧ୍ୟ ମୃତ୍ୟୁର କାରଣ ଖୋଜାଯାଇ ନ ଥିଲା।  ଅତି ତରବରିଆ ଭାବେ ମୃତଦେହ ପୋଡ଼ି ଦିଆଯାଇଥିଲା।  ପ୍ରମାଣ ନଷ୍ଟ କରିବା ପାଇଁ ପୋଡା ଯାଇଥିବା ସ୍ଥାନରୁ ମାଟି ପାଉଁଶ ତାଡିନେଇ ନିକଟସ୍ଥ ନଦୀ ଗର୍ଭକୁ ଫୋପାଡି ଦିଆଯାଇଥିଲା। ଏହାପଛରେ ବ୍ଲକର ଜଣେ  ପୂର୍ବତନ ଅଧ୍ୟକ୍ଷଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିିଛି। ସେ ଫୋନରେ ସତ ବଖାଣୁଥିବା ଅଡିଓ କଲ ଶୁକ୍ରବାର  ଭାଇରାଲ ହେବାରେ ଲାଗିଛି। ଏ ପ୍ରସଙ୍ଗକୁ ଚପାଇ ଦେବା ପାଇଁ କ୍ରୀଡା ଶିକ୍ଷକଙ୍କ ମା’ଙ୍କୁ ଘଟଣା ଦିନ ସେ ଫୋନ କରିଥିଲେ। ଏଥିପାଇଁ ଉଭୟଙ୍କ ମଧ୍ୟରେ ୭୦ ହଜାର ଟଙ୍କାର ଡିଲ୍‌ ହୋଇଥିଲା। ଏପରିକି ଘଟଣାକୁ ଆଗକୁ ନ ବଢ଼ାଇବା ପାଇଁ ସ୍ଥାନୀୟ ପୋଲିସକୁ ହାତବାରିଶ କରାଯାଇଥିବା ଅଡିଓ କଲରେ ସ୍ପଷ୍ଟ ହୋଇଛି। ଏବେ ଘଟଣା  ସାମ୍‌ନାକୁ ଆସିବା ପରେ ଏହାପଛରେ କେବଳ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନା ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଠିକ୍‌ ଭାବେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହୋଇଛି।

Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?