Odisha Elections 2024

୩ ଦଶନ୍ଧିରେ ହଜିଲାଣି ୭୦ ପ୍ରତିଶତ ହସ୍ତତନ୍ତ ଶିଳ୍ପ

କେନ୍ଦ୍ରାପଡ଼ା, ୩୦ା୪(ଜଗନ୍ନାଥ ଧଳ):ଅତ୍ୟାଧୁନିକ ମେଶିନ ଓ ଉନ୍ନତ ସୂତା ପାଇଁ କେନ୍ଦ୍ରାପଡ଼ା ଜିଲାର ପୁରାତନ ହସ୍ତତନ୍ତ ଶିଳ୍ପ ଡୁବିଯାଇଛି। ୩ ଦଶନ୍ଧି ମଧ୍ୟରେ ପ୍ରାୟ ୭୦ ପ୍ରତିଶତ କାରିଗର ହସ୍ତତନ୍ତ ମାଧ୍ୟମରେ ଉତ୍ପାଦନ କରିବା ଛାଡ଼ିଦେଇଛନ୍ତି। କେନ୍ଦ୍ରାପଡ଼ା ଧୋତି, ଗାମୁଛା ଓ ଲୁଗାର ସାମଗ୍ରିକ ମୂଲ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଆଲୋଚନା ହେଉଥିଲେ ମଧ୍ୟ କାରିଗର ଏହି ବୃତ୍ତି ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ସେହିପରି ତନ୍ତ ବ୍ୟବସାୟ ସେବା ସମିତି ଏବେ ଇତିହାସ ହେବାକୁ ବସିଛି। ଠାକୁରହାଟ ଗ୍ରାମର କାରିଗର କିଶୋର କହିଛନ୍ତି ଯେ, କୁଶିଆପାଳ, ଡିହସାହି, ହରିପୁର, କୋରୁଆ, କୁତରଙ୍ଗ, କେଉଟଗଡ଼ା ଆଦି ଗ୍ରାମରେ ଜିଲାର ୧୦ ହଜାରରୁ ଅଧିକ କାରିଗର ତନ୍ତ ଉପରେ ନିର୍ଭରକରି ଚଳୁଥିଲେ। କସ୍ତା, ଗାମୁଛା, ଧୋତି, ଚାଦର ଆଦିର ଚାହିଦା ଦେଶ ବିଦେଶରେ ଥିଲା। ସ୍ବାଧୀନତା ସଂଗ୍ରାମ କାଳରେ ସ୍ଥାନୀୟ ସଂଗ୍ରାମୀଙ୍କ ଉଦ୍ୟମରେ କୁଶିଆପାଳ ଗ୍ରାମର ଏକ ଶିକ୍ଷାନୁଷ୍ଠାନରେ କୌଳିକ ବୃତ୍ତିକୁ ସାମିଲ କରି ଏଠାରେ ମୌଳିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ସାମ୍ପ୍ରତିକ ସମୟରେ ହସ୍ତତନ୍ତ ସାମଗ୍ରୀର ଚାହିଦା ସତ୍ତ୍ୱେ ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି କୁଟିରଶିଳ୍ପ ବନ୍ଦ ହୋଇଥିବା ପ୍ରକାଶ କରିଛନ୍ତି। କୋରୁଆ ଗ୍ରାମର ନାରାୟଣ ଭଦ୍ର କହିଛନ୍ତି, ଏହି ସାମଗ୍ରୀର ଚାହିଦା ରାଜ୍ୟ ସମେତ ଦେଶ ବିଦେଶରେ ଅଛି। କୃଷି ପରେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ କେନ୍ଦ୍ରାପଡ଼ା ଜିଲାର ପ୍ରାୟ ୩ ହଜାର କାରିଗର ଏବେ ବି ହସ୍ତତନ୍ତ ସାମଗ୍ରୀ ନିର୍ମାଣରେ ପ୍ରତ୍ୟହ ବ୍ୟସ୍ତ ଥା’ନ୍ତି। ମାତ୍ର ଏଥିରୁ ହେଉଥିବା ଆୟ ପରିବାର ଭରଣପୋଷଣଯୋଗ୍ୟ ହୋଇ ରହିନାହିଁ। ଯୁବବର୍ଗ ଏବେ କର୍ମନିଯୁକ୍ତି ପାଇଁ ତନ୍ତ ଛାଡ଼ି ବିଦେଶକୁ ଯାଉଛନ୍ତି। କୁଶିଆପାଳ ହସ୍ତତନ୍ତ ସମବାୟ ସମିତି ସଭାପତି ହରେକୃଷ୍ଣ ଦାସ କହିଛନ୍ତି, ବୈଷୟିକ ଜ୍ଞାନକୌଶଳରେ ନିର୍ମିତ ଲୁଗା ବହୁ ବିକ୍ରି ହେଉଥିବା ବେଳେ ହସ୍ତତନ୍ତରେ ନିର୍ମିତ ଶାଢ଼ିର ଚାହିଦା ଆଗପରି ଅଛି। ବିଶେଷକରି ବିବାହ, ବ୍ରତ, ପୂଜା ପାର୍ବଣରେ ହସ୍ତତନ୍ତ ସାମଗ୍ରୀର ବିକ୍ରି ଅଧିକ ହୋଇଥାଏ। ଏଥିପାଇଁ ଜିଲାର ବିଭିନ୍ନ ସ୍ଥାନରୁ ବରାଦ କରି ତନ୍ତ ସାମଗ୍ରୀ କ୍ରୟ କରାଯାଉଛି। କୋରୁଆ ଗ୍ରାମର ଅଜୟ କୁମାର ବେହେରା କହିଛନ୍ତି, କାରିଗର ଆବଶ୍ୟକ କଞ୍ଚାମାଲ ପାଇପାରୁନାହାନ୍ତି। ସେହିପରି କେତେକ ରାସାୟନିକ ଦ୍ରବ୍ୟର କଟକଣା ପାଇଁ ଉନ୍ନତମାନର ସାମଗ୍ରୀ ନିର୍ମାଣରେ ବାଧା ସୃଷ୍ଟି ହୋଇଛି। ସାମଗ୍ରୀ ଉତ୍ପାଦନରେ ବ୍ୟୟ ହେଉଥିବା ଅର୍ଥ ବିକ୍ରି ପରେ ଆଶାନୁରୂପକ ଲାଭ ହେଉନାହିଁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜର ଝେଲ ଶାଢ଼ି ଅଥବା ମମ୍ବଲପୁରୀ ଶାଢ଼ି ପିନ୍ଧିବା ଦ୍ୱାରା ସେହି ବସ୍ତ୍ରର ପ୍ରଚାର ପ୍ରସାର ହୋଇପାରୁଛି। ତେବେ କେନ୍ଦ୍ରାପଡ଼ା ହସ୍ତତନ୍ତର ପ୍ରଚାର ପ୍ରସାର ପାଇଁ ଜିଲା ପ୍ରଶାସନ, ରାଜ୍ୟ ସରକାରଙ୍କର କୌଣସି ଉଦ୍ୟମ ନାହିଁ। ଏହାର ଚାହିଦା କମୁଥିବାରୁ ଏହି ପୁରାତନ କୁଟିରଶିଳ୍ପ ନଷ୍ଟ ହେବାକୁ ବସିଛି ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ରାଜ୍ୟ ସରକାର ହସ୍ତତନ୍ତକୁ ଗୁରୁତ୍ୱ ଦେଇଛନ୍ତି। ଖଦି ବୋର୍ଡ ଓ ବୟନିକା ମଧ୍ୟମରେ ଏହାର ପ୍ରଚାର ପ୍ରସାର କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ବୟନିକାକୁ ୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ା ଏହି ଅର୍ଥରେ କାରିଗରଙ୍କଠାରୁ ହସ୍ତତନ୍ତ ସାମଗ୍ରୀ କିଣାଯାଉଛି। ଏହାଦ୍ୱାରା ଜିଲାର କାରିଗରମାନେ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣା ପରେ ହେଲପରଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ପଳାସପଙ୍ଗା ଓଭରବ୍ରିଜ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣା...

ଗାଁ ଗାଁ ବୁଲି ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହୀ ବ୍ଲକର ଢେଙ୍କା, ଓରାଳି ଏବଂ ସମଣା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଜେଡି ବିଧାୟକ...

‘୧୮ ମାସରେ ଚିଟ୍‌ଫଣ୍ଡ ଦୋଷୀଙ୍କୁ ଜେଲ୍‌ରେ ପୂରାଇବୁ’

ସମ୍ବଲପୁର,୨୧।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମ୍ବଲପୁର ସଭାରେ ଆସୁ ଆସୁ ବର୍ଷିଛନ୍ତି। ଶାହା କହିଛନ୍ତି, ଭାଜପା ସରକାର ଆସିଲେ ମେଡିକାଲ ସାଇନ୍ସ ଓଡ଼ିଆରେ...

ଓଡ଼ିଶାକୁ ଶାସନ କିଏ କରିବ, କହିଦେଲେ ଅମିତ ଶାହା

ସମ୍ବଲପୁର,୨୧।୫: ସମ୍ବଲପୁର ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିରାଟ ଜନସଭାକୁ ସମ୍ବୋଧିତ କରୁଛନ୍ତି। ଏହି ସମୟରେ ଶାହା ବିଜେଡି ଉପରେ...

ଶତାଧିକ କଂଗ୍ରେସ, ଭାଜପା କର୍ମୀ ବିଜେଡିରେ ସାମିଲ

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର କାଠକଟା ପଞ୍ଚାୟତର ଶତାଧିକ କଂଗ୍ରେସ ଏବଂ ଭାଜପା କର୍ମୀ ସୁବ୍ରତ ସାମଲଙ୍କ ତତ୍ୱାବଧାନରେ ବିଜେଡିରେ ସାମିଲ ହୋଇଛନ୍ତି...

ନିର୍ବାଚନ ପାଇଁ ଜମି, ଛେଳି ବିକିଲେ ବିଧାୟକ ପ୍ରାର୍ଥୀ

କେନ୍ଦୁଝର, ୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ରର ବିକାଶ ପାଇଁ ଏଥର ପ୍ରାର୍ଥୀ ହୋଇଛନ୍ତି ଦିବ୍ୟାଙ୍ଗ ଦତ ମୁଣ୍ଡା (୫୩)। ତେବେ...

ଇଲେକ୍ସନ ଡ୍ୟୁଟି ସାରି ଫେରୁଥିବା ପୋଲିସ କର୍ମଚାରୀ ଗାଡି ଦୁର୍ଘଟଣାଗ୍ରସ୍ତ

ଛତ୍ରପୁର,୨୧।୫ (ଦିଲ୍ଲୀପ ସାମଲ): ଇଲେକ୍ସନ ଡ୍ୟୁଟି ସାରି ଭଞ୍ଜନଗରରୁ ଏକ ବସ ପୋଲିସ କର୍ମଚାରୀଙ୍କୁ ଧରି ଛତ୍ରପୁର ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଛତ୍ରପୁର ଡିଆରଡିଏ ଛକ...

ବାରିଗାଁରେ ପିଇବା ପାଣି ପାଇଁ ହାହାକାର

କେନ୍ଦୁଝର,୨୧।୫(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଠବାରୀ ପଞ୍ଚାୟତ ବାରିଗାଁରେ ପିଇବା ପାଣି ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଗାଁରେ ବସୁଧା ଯୋଜନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri